ରୋଜଗାର ସ୍ଥିତିରେ ଆସିପାରେ ସୁଧାର

ନୂଆଦିଲ୍ଲୀ,୨୮।୫: ଲକ୍‌ଡାଉନର ପ୍ରଭାବରେ ପ୍ରବାସୀ ଶ୍ରମିକ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଛନ୍ତି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଘରକୁ ଫେରୁଥିବା ଦେଖାଯାଉଛି। ୩୧ ମେ’ରେ ଲକ୍‌ଡାଉନ ୪.୦ ଶେଷ ହେଉଛି। ଲକ୍‌ଡାଉନର ଆଗାମୀ ପର୍ଯ୍ୟାୟ ସମ୍ପର୍କରେ ଶୀଘ୍ର ନିଷ୍ପତ୍ତି ହେବ। ଅର୍ଥୀକ ବିଶେଷଜ୍ଞ କହିଛନ୍ତି ଯେ, ପ୍ରବାସୀ ଶ୍ରମିକମାନେ ବର୍ତ୍ତମାନ ଘରକୁ ଫେରିଥିବାରୁ ଆର୍ଥତ୍କ କାର୍ଯ୍ୟକଳାପ ଟ୍ରାକ୍‌କୁ ଫେରିବାକୁ ସମୟ ଲାଗିବ। ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମ୍‌ଆଇଇ)ରିପୋର୍ଟ ମୁତାବକ ୨୪ ମେ ପର୍ଯ୍ୟନ୍ତ ବେରୋଜଗାରୀ ହାର ୨୪.୩% ରହିଛି। ଏହାର ପୂର୍ବ ସପ୍ତାହରେ ବେରୋଜଗାରୀ ହାର ୨୪% ରହିଥିଲା। ଗତ ୮ ସପ୍ତାହରେ ବେରୋଜଗାରୀ ହାର ୨୪.୨% ରହିଛି। ୨୫ ମେ’ ରେ ଭାରତର ହାରାହାରି ବେରୋଜଗାରୀ ହାର ୨୪.୫% ରେକର୍ଡ କରାଯାଇଛି। ଏହା ମଧ୍ୟରେ ସହରୀ ବେରୋଜଗାରୀ ୨୬.୩୦% ଏବଂ ଗ୍ରାମୀଣ ବେରୋଜଗାରୀ ୨୩.୭୦% ରହିଛି।
ସମ୍ପୂର୍ଣ୍ଣ ଲକ୍‌ଡାଉନ ସମୟରେ ବେରୋଜଗାରୀ ହାର ୨୪% ରହିଛି। ମାତ୍ର ଶ୍ରମିକଙ୍କ ଯୋଗଦାନ ହାର (ଏଲ୍‌ପିଆର୍‌)ରେ ଅଭିବୃଦ୍ଧି ଦେଖାଯାଉଛି। ସିଏମ୍‌ଆଇଇ ପରିଚାଳନା ନିର୍ଦ୍ଦେଶକ ମହେଶ ବ୍ୟାସ କହିଛନ୍ତି ଯେ, ଲକ୍‌ଡାଉନ ଶେଷ ହେବା ପରେ ରୋଜଗାର ଖୋଜିବା ଆଶାରେ ଲୋକମାନେ ପୁଣି ଥରେ ସହର ଅଭିମୁଖେ ଯାତ୍ରା କରିବାର ସମ୍ଭାବନା ରହିଛି। ଏହି କ୍ଷେତ୍ରରେ ବୃଦ୍ଧି ପରିଲକ୍ଷିତ ହେଉଛି। ଘରକୁ ଫେରିଥିବା ପ୍ରବାସୀଙ୍କ ପାଇଁ ପ୍ରମୁଖ ସମସ୍ୟା ହେଲା ସେଠାରେ ପର୍ଯ୍ୟାପ୍ତ ପରିମାଣର କାମ ଅଭାବ ରହିଛି। ଏହାକୁ ଧ୍ୟାନରେ ରଖିଲେ ଲୋକମାନେ ପୁଣି ଥରେ ସହର ମୁହାଁ ହେଉଥିବା ରିପୋର୍ଟରେ କୁହାଯାଉଛି। ଶ୍ରମିକଙ୍କ ଯୋଗଦାନରେ ଲଗାତର ଉନ୍ନତି ହେଉଥିବା ରିପୋର୍ଟରେ ପ୍ରକାଶ ପାଇଛି। ଏପ୍ରିଲରେ ଏହି ହାର ୩୫.୬% ରହିଥିଲା। ମାର୍ଚ୍ଚରେ ଏହା ୪୧.୯% ରହିଥିଲା। ମେ ମାସରେ ଏହି ହାର ୩୮.୮% ଛୁଇଁଛି। ୧୭ ମେ ସୁଦ୍ଧା ନିଆଯାଇଥିବା ଡାଟା ମୁତାବକ ବେରୋଜଗାରୀ ହାର ସ୍ଥିର ରହିଛି। ଶ୍ରମିକଙ୍କ ଯୋଗଦାନରେ ଉନ୍ନତି ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଏହି ଦିନ ଗଡ଼ିବ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍: ବୁକ୍ କରନ୍ତୁ ଟିକେଟ୍

ନୂଆଦିଲ୍ଲୀ,୧।୧: ଭାରତୀୟ ପରିବହନ କ୍ଷେତ୍ରରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା ଅନୁଯାୟୀ, ଆସନ୍ତା ଅଗଷ୍ଟ ୧୫,...

ରାଜଧାନୀରେ ମଦର ମାହୋଲ: ୭ ଦିନରେ ୩୨ କୋଟି ଟଙ୍କାର ମଦ ପିଇଲେ ଭୁବନେଶ୍ୱରବାସୀ

ନୂଆଦିଲ୍ଲୀ,୧।୧: ନୂଆବର୍ଷ ସ୍ୱାଗତ ଉତ୍ସବକୁ ନେଇ ସାରା ରାଜଧାନୀ ଚଳଚଞ୍ଚଳ ଥିବାବେଳେ, ମଦ ବିକ୍ରି କ୍ଷେତ୍ରରେ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଅବକାରୀ ବିଭାଗର...

ଡିସେମ୍ବରରେ ବଢ଼ିଲା GST ସଂଗ୍ରହ: ୧.୭୪ ଲକ୍ଷ କୋଟି ଟଙ୍କା ଛୁଇଁଲା ରାଜସ୍ୱ

ନୂଆଦିଲ୍ଲୀ,୧।୧: ଦେଶରେ ବସ୍ତୁ ଓ ସେବା କର (GST) ସଂଗ୍ରହ କ୍ଷେତ୍ରରେ ପୁଣି ଉତ୍ସାହଜନକ ଅଭିବୃଦ୍ଧି ଦେଖିବାକୁ ମିଳିଛି। ଗତ ନଭେମ୍ବର ମାସର ମନ୍ଥରତା ପରେ...

ନୂଆବର୍ଷରେ ଦେଶକୁ ବଡ଼ ଉପହାର, ଏହି ରୁଟରେ ଦୌଡ଼ିବ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ, ଜାଣନ୍ତୁ କେତେ ରହିବ ଭଡା

ନୂଆଦିଲ୍ଲୀ,୧।୧: ନୂତନ ବର୍ଷର ପ୍ରଥମ ଦିନ (ଜାନୁଆରୀ ୧) କେନ୍ଦ୍ରର ମୋଦି ସରକାର ଦେଶକୁ ଏକ ଗୁରୁତ୍ୱପୂର୍ଣ୍ଣ ଉପହାର ପ୍ରଦାନ କରିଛନ୍ତି। ରେଳ ମନ୍ତ୍ରଣାଳୟ ପ୍ରଥମ...

ବିମାନ ଉଡ଼ାଇବା ପୂର୍ବରୁ ମଦ ପିଇଦେଇଥିଲେ ଏୟାରଇଣ୍ଡିଆ ପାଇଲଟ: ଆଉ ତା’ପରେ…

ଓଟାଓ୍ବା,୧।୧: କାନାଡାର ଭାନକୁଭର ବିମାନବନ୍ଦରରେ ଜଣେ ଏୟାର ଇଣ୍ଡିଆ ପାଇଲଟଙ୍କୁ ନିଶାସକ୍ତ ଅବସ୍ଥାରେ ଅଟକ ରଖାଯାଇଛି। ଡିସେମ୍ବର ୨୩, ୨୦୨୫ରେ ଭାନକୁଭର-ଦିଲ୍ଲୀ (ଭିଏନା ଦେଇ) ଉଡ଼ାଣ...

ସିଗାରେଟ୍‌, ବିଡ଼ି, ପାନ ମସଲା ହେବ ମହଙ୍ଗା: ଏହି ତାରିଖରୁ ଲାଗୁ ହେବାକୁ ଯାଉଛି ନୂଆ TAX

ନୂଆଦିଲ୍ଲୀ,୧।୧: ଯଦି ସିଗାରେଟ, ବିଡ଼ି, ପାନ ମସଲା ଇତ୍ୟାଦି ଆପଣଙ୍କ ଅଭ୍ୟାସର ଅଂଶ ଏବଂ ଆପଣ ଏହା ବିନା କିଛି ଅଭାବ ଅନୁଭବ କରୁଛନ୍ତି, ତେବେ...

ନୂଆବର୍ଷ ପାଳନବେଳେ ବଡ଼ଧରଣର ବିସ୍ଫୋରଣ: ଅନେକ ମୃତ

ବର୍ନ,୧।୧: ସ୍ବିଜରଲାଣ୍ଡ ପ୍ରସିଦ୍ଧ ସହର କ୍ରାନ୍ସ-ମୋଣ୍ଟାନାରେ ନୂତନ ବର୍ଷ ପାଳନ ସମୟରେ ଏକ ବାରରେ ବିସ୍ଫୋରଣ  ଘଟିଛି। ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri