ରୋଗ ରୋକିଦେଲା ରୋଜଗାର

(ଦିନେଶ ଦେହୁରୀ) ବନ୍ତଳା,୧୬ା୫ – ବାଳୁତରୁ ଆସି ପାକଳ ହେଲୁଣି, ହେଲେ ଏମିତି ସମୟ କେବେ ଆସି ନ ଥିଲା। ବନ୍ୟା, ବାତ୍ୟା ପରି ଆସିଥିବା ଅନେକ ବିପର୍ଯ୍ୟୟ ମଧ୍ୟ ହାତ ବାନ୍ଧି ଦେଇ ନ ଥିଲା। କିନ୍ତୁ ଏ କେମିତିକା ରୋଗ କେଜାଣି ପୂଜା, ମେଳା ସବୁ ବନ୍ଦ କରିଦେଲା। ବର୍ଷକର ରୋଜଗାର ବି ରୋକିଦେଲା। ହାଟ ବଜାରରୁ ବଳି ପଡ଼ୁଥିବା ସାମଗ୍ରୀ ପ୍ରତିବର୍ଷ ହିଙ୍ଗୁଳା ପୂଜା ଓ କୋଶଳା ପୂଜାରେ ବିକ୍ରି ହୋଇଯାଉଥିଲା। ମାତ୍ର ଚଳିତବର୍ଷ ଏସବୁ ପୂଜା ପରମ୍ପରା କେବଳ ପୀଠରେ ସୀମିତ ଥିବାରୁ ଆମ ପରି ଅନେକ ପରିବାର ବେରୋଜଗାର ହୋଇଯାଇଛନ୍ତି ବୋଲି କହିଛନ୍ତି ଅନୁଗୋଳ ଜିଲା ବନ୍ତଳା ଥାନା ନନ୍ଦପୁର ଓ ବ୍ରହ୍ମପୁର ଗ୍ରାମର ବାଉଁଶ କାରିଗରମାନେ।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଏହି ଦୁଇ ଗ୍ରାମର ୭୨ ପରିବାର ବର୍ଷ ତମାମ ଜଙ୍ଗଲରୁ ବାଉଁଶ ସଂଗ୍ରହ କରି ସେଥିରେ କୁଲା, ଡାଲା, ଗାଣ୍ଡୁଆ, ଟୋକେଇ, ଝୁଡି, ବିଞ୍ଚଣା, ଫୁଲଦାନି ଆଦି ବହୁ ଘରକରଣା ସାମଗ୍ରୀ ପ୍ରସ୍ତୁତ କରିଥାନ୍ତି। ଛୋଟରୁ ବଡ଼ ଯାଏ ପରିବାରଗୁଡ଼ିକର ୩୫୦ ସଦସ୍ୟ ଦିନ ତମାମ ଏହି କାର୍ଯ୍ୟରେ ଲାଗିଥାନ୍ତି। ଗାଁ ପାଖ ହାଟ, ବଜାର ଓ ବିଭିନ୍ନ ଯାନିଯାତ୍ରାରେ ସେସବୁ ବିକ୍ରି କରି ପରିବାର ପ୍ରତିପୋଷଣ କରିଥାନ୍ତି। ଏହା ହିଁ ସେମାନଙ୍କ ମୁଖ୍ୟ ତଥା ଆୟର ଏକମାତ୍ର ପନ୍ଥା। ଏଥିରୁ ଯାହା ରୋଜଗାର ହୁଏ ସେଥିରେ ପରିବାର ପ୍ରତିପୋଷଣ କରିଥାନ୍ତି। ବିବାହ ଆଦି ମାଙ୍ଗଳିକ କାର୍ଯ୍ୟକୁ ବାଦ୍‌ ଦେଲେ ତାଳଚେରର ହିଙ୍ଗୁଳା ଯାତ୍ରା, କୋଶଳା ଯାତ୍ରା, ଦଶଦୋଳରେ ଭଳିକି ଭଳି ସାମଗ୍ରୀ ବିକି ସେମାନେ ବର୍ଷକର ଖୋରାକ ଯୋଗାଡ଼ କରିଥାନ୍ତି। ଏହାଛଡ଼ା ଖରା ଟାଣ ଧରିଲେ ବିଞ୍ଚଣା ବେପାରରୁ ବି ବେଶ୍‌ ଭଲ ଅର୍ଥ ହାତକୁ ଆସେ। କିନ୍ତୁ ଚଳିତବର୍ଷ ମହାମାରୀ କରୋନା ପାଇଁ ସେମାନଙ୍କ ବେପାରରେ ତାଲା ପଡ଼ିଯାଇଛି। ହାଟ, ବଜାରରେ ଗହଳି ନ ଥିବା ବେଳେ ପୂଜା, ବିବାହ, ବ୍ରତ ଆଦି କେବଳ ବିଧି ପାଳନରେ ସୀମିତ ରହିଯାଇଛି। ତେଣୁ ଘରେ ଘରେ ପ୍ରସ୍ତୁତ ସାମଗ୍ରୀ ମହଜୁଦ କରି ରଖିବା ଛଡ଼ା କିଛି ଉପାୟ ନାହିଁ। ବେଡି ବେହେରାଙ୍କ ୨୦୦ ବିଞ୍ଚଣା ବିକ୍ରି ହୋଇପାରି ନାହିଁ। ବନିତା ବେହେରାଙ୍କ ୧୫୦ ଫୁଲତୋଳା ଚାଙ୍ଗୁଡ଼ି, ନାରଣ ବେହେରାଙ୍କ ୨୫୦ କୁଲା ଓ ବିଞ୍ଚଣା, ସୁମିତ୍ରା ବେହେରାଙ୍କ ୧୧୦ ଗାଣ୍ଡୁଆ, ନର୍ମଦା ବେହେରାଙ୍କ ୩୫୦ ବିଞ୍ଚଣା, ଶାନ୍ତିଲତା ବେହେରାଙ୍କ ୭୫ କୁଲା, ସୁମତି ବେହେରାଙ୍କ ୪୦୦ ଗାଣ୍ଡୁଆ ଓ ଡାଲା, ଜିତୁ ବେହେରାଙ୍କ ୧୫୦ ଗାଣ୍ଡୁଆ, ବିପ୍ର ବେହେରାଙ୍କ ୫୫୦ ଗାଣ୍ଡୁଆ, ବିଞ୍ଚଣା, ଫୁଲଦାନି, ଡାଲା, କୁଲା ଆଦି ଘରେ ପଡ଼ିରହିଛି। ପୁରୁଣା ସାମଗ୍ରୀ ବିକ୍ରି ହୋଇପାରୁ ନ ଥିବାରୁ ନୂଆ ବି ପ୍ରସ୍ତୁତ କରାଯାଇପାରୁ ନାହିଁ। ଏମିତି ଏମିତିରେ ଅଧା ବରଷ ବିତିଯିବାକୁ ବସିଥିବା ବେଳେ ହାତକୁ ଦୁଇପଇସା ଆସିପାରୁ ନାହିଁ। ତେଣୁ ସରକାର ଆମକୁ ଉଦ୍ଧାର ନ କଲେ ଗଁାର ଏହି କାରିଗର ପରିବାରମାନେ ଉପବାସରେ ରହିବା ସାର ହେବ ବୋଲି ବେଡି ବେହେରା, ବନିତା ବେହେରା ଓ ସୁମିତ୍ରା ବେହେରା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହେଲୋ ପଏଣ୍ଟଠାରେ ୭୭ତମ ବନ ମହୋତ୍ସବ: ଯୋଗଦେଲେ…

ଥୁଆମୂଳ ରାମପୁର, ୩।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରାସ୍ଥିତ ହେଲୋ ପଏଣ୍ଟଠାରେ ଶୁକ୍ରବାର ଥୁଆମୂଳ ରାମପୁର ଦକ୍ଷିଣ ବନାଞ୍ଚଳ ପକ୍ଷରୁ…

ଶିକ୍ଷକ ଅଭାବ ପାଠ ପଢ଼ାରେ ସମସ୍ୟା : ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୩ ଜଣ ଶିକ୍ଷକ

ରିଷିଡା, ୩/୭ (ସୁଶାନ୍ତ ମଲ୍ଲିକ): ଶିକ୍ଷକ ଅଭାବ ଯୋଗୁଁ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସରକାରୀ ବିଦ୍ୟାଳୟରେ ଶିକ୍ଷାଦାନ ବ୍ୟାହତ ହେଉଥିବା ଅଭିଯୋଗ ହୋଇଛି। କେଉଁଠି…

ଜନଗଣନା ହ୍ୟାଣ୍ଡବୁକ: ଜିଲାରେ ୨୩୭ ଅଧିକାରୀ ନେଲେ…

ଭଞ୍ଜନଗର,୩ା୭(ବାବୁଲା ପ୍ରଧାନ): ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ଶୁକ୍ରବାର ଉପଖଣ୍ଡସ୍ତରୀୟ ଜନଗଣନା ଅବସରରେ ଜିଲା ଜନଗଣନା ପୁସ୍ତିକା ପ୍ରସ୍ତୁତିକୁ ସୂଚାରୁ ଓ ତ୍ରୁଟିମୁକ୍ତ କରିବା ଉଦ୍ଦେଶ୍ୟରେ ପ୍ରଶିକ୍ଷଣ…

ଡ୍ରାଇଭରଙ୍କ ରହସ୍ୟମୟ ନିଖୋଜ ଘଟଣା: ଏ ଥାନାରୁ ସେ ଥାନାକୁ ଦୌଡିଦୌଡି ବଞ୍ଚାଇ ପାରିଲେନି ସ୍ତ୍ରୀ, ଶେଷରେ…

ଦିଗପହଣ୍ଡି,୩|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର ଗାଡ଼ି ଚାଳକ ବାପୁଜୀ ସ୍ୱାଇଁ ଗତ ୯ ଦିନ ହେଲା  ରହସ୍ୟଜନକ ଭାବେ ନିଖୋଜ …

ନିକଟରେ ହୋଇଥିଲା ବାହାଘର: ଖବର ପାଇ ପଶିଗଲେ ଦୁର୍ବୃତ୍ତ

ଆଳି, ୩।୭ (ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲାର ଆଳି ଥାନା ଅନ୍ତର୍ଗତ ନିଆଳ ଗ୍ରାମରେ ଦୁର୍ବୃତ୍ତମାନେ ଜଣେ ମହିଳାଙ୍କୁ ଆକ୍ରମଣ କରି ପ୍ରାୟ ପାଞ୍ଚ ଲକ୍ଷ ଟଙ୍କା…

କମ୍ପାନୀରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ବିଧାୟକଙ୍କ ସମୀକ୍ଷା, ମନମୁଖୀ କାର୍ଯ୍ୟ ନେଇ…

ଛତ୍ରପୁର,୩ା୭(ଦିଲ୍ଲୀପ ସାମଲ): ଛତ୍ରପୁର ଉପକଣ୍ଠରେ ଭାରତୀୟ ବିରଳ ମୃତ୍ତିକା ସଂରକ୍ଷଣ (ଆଇଆର୍‌ଇଏଲ୍‌) କମ୍ପାନୀରେ ସ୍ଥାନୀୟ ଅଞ୍ଚଳର ଦକ୍ଷତା ଭିତ୍ତିକଏବଂ ବେକାର ଯୁବତୀ/ଯୁବକଙ୍କୁ ନିଯୁକ୍ତି ଦେବା ସହିତ ଅନ୍ୟାନ୍ୟ…

୪ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ୪୫ କିଲୋଗ୍ରାମ ଗଞ୍ଜେଇ ଜବତ, ୩ ଜଣଙ୍କୁ ବାନ୍ଧିଲା…

ମୋହନା, ୩।୭ (ମନ୍ମଥ ମିଶ୍ର): ଗଜପତି ଜିଲାର ଅଡବା ପୋଲିସ ପକ୍ଷରୁ ଜାଙ୍ଗୁଡ଼ି ଓ ଖାରିଗୁଡ଼ା ନିକଟରେ ପାଟ୍ରୋଲିଂ କରାଯିବା ସହ କଡ଼ାକଡ଼ି ଯାଞ୍ଚ କରାଯାଇଥିଲା। ଏହି…

ନ୍ୟାଶନାଲ ପେନକାକ୍ ସ୍ପୋର୍ଟ ଚାମ୍ପିୟନଶିପ୍‌ରେ ଶିବ ପ୍ରସାଦ ଜେନାଙ୍କୁ ସ୍ୱର୍ଣ୍ଣ ପଦକ

ଗଞ୍ଜାମ,୩।୭ (ବିଦ୍ୟାଧର ସାହୁ): ମହାରାଷ୍ଟ୍ରର ନାସିକଠାରେ ଆୟୋଜିତ ନ୍ୟାଶନାଲ ପେନକାକ୍ ସ୍ପୋଟ୍ସ ଚାମ୍ପିୟନଶିପ୍‌ରେ ସବ୍-ଜୁନିୟର ବର୍ଗରେ ଶିବ ପ୍ରସାଦ ଜେନା (୧୪) ସ୍ୱର୍ଣ୍ଣ ପଦକ ହାସଲ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri