ରେଳ ବଜେଟ ଉପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା: ଯେତିକି ନଉଛ, ସେତିକି ଦିଅ: ଶ୍ରୀକାନ୍ତ

ଭୁବନେଶ୍ୱର,୧୧।୭(ବ୍ୟୁରୋ):
ଓଡ଼ିଶା ପାଇଁ ରେଳ ବଜେଟରେ ଚଳିତବର୍ଷ ମାତ୍ର ୫, ୦୦ କୋଟି ବ୍ୟୟ ଅଟକଳ ରଖାଯାଇଛି। ପ୍ରକୃତରେ ଦେଖିବାକୁ ଗଲେ ଓଡ଼ିଶାକୁ ମାତ୍ର ୩୧ ହଜାର କୋଟି ଟଙ୍କା ଦେବାକୁ ଅଟକଳ କରାଯାଇଛି ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଛନ୍ତି।ଗୁରୁବାର ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ଶ୍ରୀକାନ୍ତ କହିଛନ୍ତି ଯେ, ଓଡ଼ିଶାଠାରୁ କେନ୍ଦ୍ର ଯେତିକି ନଉଛି ସେତିକି ଦେଉ। ଗତବର୍ଷ ପ୍ରାୟ ୨ ହଜାର କୋଟି ଟଙ୍କା କାମ ନ ହୋଇ କେନ୍ଦ୍ରକୁ ଫେରିଯାଇଥିଲା ଏବଂ ପ୍ରତ୍ୟେକ ବର୍ଷ ମଧ୍ୟ ଏହା ଘଟୁଛି। ଯାହା କେବଳ କାଗଜପତ୍ରରେ ଟଙ୍କା ଆସୁଛି। ଏହାଦ୍ୱାରା ଓଡ଼ିଶାର ରେଳ ବିକାଶ ପାଇଁ ଯାହା ନୂ୍ୟନତମ ଆବଶ୍ୟକତା ସେଗୁଡିକ ମଧ୍ୟ ହୋଇପାରିବ ନାହିଁ।  ଏଚ.ଡି. ଦେବେଗୌଡା ପ୍ରଧାନମନ୍ତ୍ରୀ ଓ ରାମବିଳାସ ପାଶ୍ୱାନ ରେଳ ମନ୍ତ୍ରୀ ଥିବା ସମୟରେ ଓଡ଼ିଶାର ଦୀର୍ଘଦିନର ଦାବି ଇଷ୍ଟକୋଷ୍ଟ ରେଳବାଇ ଜୋନ୍‌ ଭୁବନେଶ୍ୱରରେ ପ୍ରତିଷ୍ଠା କରାଯାଇଥିଲା। ସେତେବେଳେ ଓଡ଼ିଶାରେ ନୂଆ ଜୋନ୍‌ ଅଫିସ ପ୍ରତିଷ୍ଠା ସହିତ ହରିଦାଶପୁର-ପାରାଦୀପ, ତାଳଚେର-ସୁକିନ୍ଦା, ଖୋର୍ଦ୍ଧାରୋଡ଼-ବଲାଙ୍ଗୀର ନୂଆ ଲାଇନକୁ କେନ୍ଦ୍ର ମନ୍ତ୍ରୀସଭା ଗ୍ରହଣ କରିବା ସଙ୍ଗେସଙ୍ଗେ କାର୍ଯ୍ୟ ଆରମ୍ଭ ହୋଇଥିଲା। ତାଳଚେର-ସମ୍ବଲପୁର ଲାଇନକୁ ପ୍ରାୟ ୨ଶହ କୋଟି ଟଙ୍କା ଦେଇ ସମ୍ପୂର୍ଣ୍ଣ କରାଯାଇଥିଲା। ରାୟଗଡ଼ା-କୋରାପୁଟ ଲାଇନ ଓ ଟନେଲ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରାଗଲା। ସେହିଭଳି ରୁପ୍‌ସା-ବାଙ୍ଗିରିପୋଶୀ ଲାଇନକୁ ଦୋହରୀକରଣ କରାଯାଇଥିଲା। ଓଡ଼ିଶାର ଅନ୍ୟ ରେଳ ଲାଇନଗୁଡିକର ଦୋହରୀକରଣ ସଙ୍ଗେସଙ୍ଗେ ଭବାନିପାଟଣାକୁ ମଧ୍ୟ ରେଳ ସଞ୍ଜୋଗ କରାଗଲା। ଚଳିତ ରେଳ ବଜେଟରେ ନୂଆ ରେଳ ଲାଇନ ଦୂରର କଥା ଯେଉଁ ରେଳ ପ୍ରୋଜେକ୍ଟ ୨୩ ବର୍ଷ ତଳୁ ଆରମ୍ଭ କରାଯାଇଥିଲା ସେଗୁଡିକୁ ସମ୍ପୂର୍ଣ୍ଣ କରିବାକୁ ଆବଶ୍ୟକୀୟ ଅର୍ଥ ଦିଆଯାଇନାହିଁ। (ଇସିଆର)ଇଷ୍ଟକୋଷ୍ଟ ରେଳଜୋନ ପ୍ରତିଷ୍ଠା ପରଠାରୁ ଏହା ସ୍ପଷ୍ଟ ହୋଇଛି ଯେ, ଓଡ଼ିଶା ରେଳ ମନ୍ତ୍ରଣାଳୟକୁ ପ୍ରତିବର୍ଷ ୨୦ରୁ ୨୫ ହଜାର କୋଟି ଟଙ୍କା ଦେଉଥିବା ବେଳେ ଏହାର ଏକ ଚତୁର୍ଥାଂଶ ଅର୍ଥ ଓଡ଼ିଶାକୁ ମିଳୁନାହିଁ। ରେଳ ମନ୍ତ୍ରଣାଳୟରେ ସମୁଦାୟ ୨୦ଲକ୍ଷ କର୍ମଚାରୀଙ୍କ ମଧ୍ୟରୁ ଓଡ଼ିଶା ଲୋକଙ୍କ ସଂଖ୍ୟା ଅତି ନଗଣ୍ୟ। ଟଙ୍କା ଅଧିକ ଓଡ଼ିଶା ଦେବ ଅଥଚ ଆମ ପିଲାଙ୍କ ଚାକିରି ରେଳ ମନ୍ତ୍ରଣାଳୟରେ ନାହିଁ। ଆମ ଟଙ୍କାରେ ଅନ୍ୟ ସ୍ଥାନରେ ରେଳ ଲାଇନ, ମେଟ୍ରୋ ଲାଇନ ଏବଂ ରେଳ ଯାତ୍ରୀ ସୁବିଧା ମିଳିବ। ରାଜ୍ୟ ଅର୍ଥରେ ଅନ୍ୟ ସ୍ଥାନର ରେଳଯାତ୍ରୀଙ୍କୁ ସବ୍‌ସିଡି (ପ୍ରତି ପାସେଞ୍ଜର ଗୋଟିଏ କି.ମି. ପିଛା ୪୬ପଇସା) ମିଳିବ। ମାତ୍ର ଓଡ଼ିଶାରେ ଦେଶର ସବୁଠୁ କମ୍‌ ଲୋକ ରେଳରେ ଯାତ୍ରା କରନ୍ତି ା କାରଣ ଅଧିକ ଟ୍ରେନ୍‌ ନାହିଁ କି ଅଧିକ ରେଳ ଲାଇନନାହିଁ। ଯେତିକି ଅର୍ଥ ଓଡିଶାଠାରୁ ନେଉଛ ସେତିକି ଦିଅ ଏବଂ ଏହାସହ ବେକାର ଯୁବତୀ,ଯୁବକଙ୍କୁ ନିଯୁକ୍ତି ଦିଅ ବୋଲି ଶ୍ରୀକାନ୍ତ କହିଛନ୍ତି। ଓଡିଶା ସରକାର ତୁରନ୍ତ ରେଳ କର୍ପୋରେଶନ ପ୍ରତିଷ୍ଠା କରି ମାଲ ପରିବହନ ବ୍ୟବସ୍ଥାକୁ ନିଜ ହାତରେ ରଖନ୍ତୁ। ଏହାଦ୍ୱାରା ବାର୍ଷିକ ରାଜ୍ୟକୁ ଅତି କମ୍‌ରେ ୧୦ ହଜାର କୋଟି ଟଙ୍କାର ଲାଭ ମିଳିବ। ଏହାସହ ବେକାର ଯୁବତୀ, ଯୁବକମାନେ ମଧ୍ୟ ନିଯୁକ୍ତି ପାଇପାରିବେ ବୋଲି ଶ୍ରୀକାନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ-ଆମେରିକା ଆକ୍ରମଣରେ କେବଳ ଖାଇନେଇ ନୁହେଁ, ପରିବାରର ଅନେକ ସଦସ୍ୟ ନିହତ

ଜେରୁଜେଲମ,୧।୩: ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ପରେ, ଏବେ ଖବର ଆସିଛି ଯେ ତାଙ୍କ ପରିବାରର ଅନେକ ସଦସ୍ୟ ମଧ୍ୟ ନିହତ ହୋଇଛନ୍ତି।…

ଆଜିଠାରୁ ଆକାଶରେ ଦେଖାଯିବ ବିରଳ ଦୃଶ୍ୟ: ନିକଟତର ହେବେ ୬ ଗ୍ରହ

ଭୁବନେଶ୍ୱର,୨୮ା୨(ସୁଚିସ୍ମିତା ସାହୁ): ସନ୍ଧ୍ୟା ଆକାଶରେ ଶନିବାରଠାରୁ ୬ଟି ଗ୍ରହ ନିକଟତର ହେବେ। ଏହି ବିରଳ ମହାଜାଗତିକ ଦୃଶ୍ୟ ମାର୍ଚ୍ଚ ୭ ଯାଏ ଦୃଶ୍ୟମାନ ହେବ। ପ୍ରତିଦିନ ସୂର୍ଯ୍ୟାସ୍ତ…

କେତେ ସମ୍ପତ୍ତି ଛାଡି ଦେଇଗଲେ ଖାମେନେଇ, ଜାଣିଲେ ହୋଇଯିବେ ତାଜୁବ

ତେହେରାନ୍‌,୧।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ପରେ, ଇରାନୀ ଗଣମାଧ୍ୟମ ଇରାନର ସର୍ୱୋଚ୍ଚ ନେତା ଆୟତୁଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁର…

ଭୟଙ୍କର ହେଲା ଯୁଦ୍ଧ: ଆମେରିକା ଏୟାରବେସ୍‌ ଉପରେ ଆକ୍ରମଣ କଲା ଇରାନ

ତେହରାନ,୧।୩: ଖାମେନେଇଙ୍କ ପୁଅ ହେଲେ ଇରାନର ସୁପ୍ରିମ ଲିଡର। ମୁଜତାବା ହୋସେନି ଖାମନେଇ ହେଲେ ଇରାନର ନୂଆ ନେତା। ଖାମେନେଇଙ୍କ ପୁଅ ହେଲେ ମୁଜତାବା। ଏୟାର ଷ୍ଟ୍ରାଇକରେ…

ଘରେ ପଶିଲେ କିଛି କହିବା ପୂର୍ବରୁ ଖଣ୍ଡାରେ ହାଣି ଲୁଟିନେଲେ  

ପରଜଙ୍ଗ,୧।୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଲୋଧଣୀ ଗାଁରେ ସଶସ୍ତ୍ର ଡକାୟତ ହୋଇଛି। ବିଳମ୍ବିତ ରାତିରେ ଘରେ ପଶିଲେ କିଛି କହିବା ପୂର୍ବରୁ ଠେଙ୍ଗାରେ ପିଟି…

ରସୁଲଗଡ଼ରେ ଚାଞ୍ଚଲ୍ୟ: ୟୁଟ୍ୟୁବ ବ୍ଲଗରଙ୍କୁ ଜିଜିପି କଲୋନୀରେ ହତ୍ୟା 

ଭୁବନେଶ୍ୱର,୧।୩: ରାଜଧାନୀରେ ପୁଣି ଗଡିଲା ମୁଣ୍ଡ। ରସୁଲଗଡ଼ ନିକଟ ଜିଜିପି କଲୋନୀରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ଜଣଙ୍କ ରାହୁଲ ମହାରଣା। ସେ…

Iran New Leader: ଖାମେନେଇଙ୍କ ପୁଅ ହେଲେ ଇରାନର ନୂଆ ସୁପ୍ରିମ ଲିଡର, ଆମେରିକାରେ ହାଇ ଆଲର୍ଟ!

ତେହରାନ୍‌,୧।୩: ଖାମେନେଇଙ୍କ ପୁଅ ହେଲେ ଇରାନର ସୁପ୍ରିମ ଲିଡର। ମୁଜତାବା ହୋସେନି ଖାମନେଇ ହେଲେ ଇରାନର ନୂଆ ନେତା। ଖାମେନେଇଙ୍କ ପୁଅ ହେଲେ ମୁଜତାବା। ଏୟାର ଷ୍ଟ୍ରାଇକରେ…

Ali Khamenei Dead: ଖାମେନେଇଙ୍କ ପରେ କିଏ? ରକ୍ତମୁଖା ହେଲା ଇରାନ

ତେହରାନ୍‌,୧।୩: ଇରାନର ସର୍ୱୋଚ୍ଚ ନେତା ଅଲି ଖାମନେଇ ଇସ୍ରାଏଲୀ ଏବଂ ଆମେରିକୀୟ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ଏହି ଘଟଣା ନିଶ୍ଚିତ ହୋଇଛି ଏବଂ ଇରାନରେ ଏକ ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri