ରେଳ ଧାରଣାରେ ବେଲଦା ଯାଉଛନ୍ତି ୧୪ ଶ୍ରମିକ

ଜଳେଶ୍ୱର, ୧୦।୫(ସ୍ବ.ପ୍ର.)-କରୋନା ଲାଗି ଲକ୍‌ଡାଉନ୍‌ ଯୋଗୁ ଦେଶର ବିଭିନ୍ନ ସ୍ଥାନରେ କଳକାରଖାନା, କମ୍ପାନୀ ଆଦି ବନ୍ଦ ହୋଇ ଯାଇଥିବାରୁ ପ୍ରବାସୀମାନେ ଘରମୁହଁ। ହୋଇଛନ୍ତି। ଗମନାଗମନରେ ରୋକୋ ଲାଗିଥିବାରୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତାୟାତ ଅସମ୍ଭବ ହୋଇପଡିଛି। ପାଖରେ ଅର୍ଥ ନ ଥିବା ଏବଂ ଖାଦ୍ୟ ମିଳୁ ନ ଥିବାରୁ ଶ୍ରମିକମାନେ ଭୋକିଲା ପେଟରେ ଚାଲି ଚାଲି ଦୀର୍ଘପଥ ଅତିକ୍ରମ କରୁଛନ୍ତି। ୧୪ଜଣ ଶ୍ରମିକ କପିଳାସରୁ ବାହାରି ଶନିବାର ଦ୍ୱିପ୍ରହର ସମୟରେ ବାଲେଶ୍ୱର ଜିଲା ଜଳେଶ୍ୱର ରେଳଷ୍ଟେଶନ ନିକଟରେ ପହଞ୍ଚିଥିଲେ। ସେମାନେ ବେଲଦା ଯିବା ଲାଗି ଜଳେଶ୍ୱର ରେଳଷ୍ଟେଶନଠାରେ ପୂର୍ବାହ୍ନ ୧୧ଟା ୩୦ମିନିଟ୍‌ ସମୟରେ ଅତିକ୍ରମ କରିଥିଲେ। ଜଳେଶ୍ୱର ଷ୍ଟେଶନ ମ୍ୟାନେଜର ଖଗେନ୍ଦ୍ରନାଥ ମଣ୍ଡଳ ଓ କାର୍ଯ୍ୟରତ ଆର୍‌ପିଏଫ୍‌ ରେଳଧାରଣାରେ ଚଳାଚଳ ବେଆଇନ ବୋଲି କହି ଅଟକ ରଖିବାରୁ ସେମାନେ କାନ୍ଦି ସେମାନଙ୍କର ୬ଦିନର ଦୁଃଖ ବଖାଣିଥିଲେ। ଶେଷରେ ଏହି ୧୪ ଶ୍ରମିକଙ୍କୁ ଉପାନ୍ତରେ ଥିବା ଚେକ୍‌ପୋଷ୍ଟକୁ ରେଳବାଇ ନେଇଥିଲା। ସେଠାରେ ଉପସ୍ଥିତ ପ୍ରଶାସନକୁ ହସ୍ତାନ୍ତର ବେଳେ ପ୍ରଶାସନ ପ୍ରତ୍ୟାଖ୍ୟାନ ରିଛି। ଫଳରେ ଏହି ଘଟଣା ରେଳବାଇର ମୁଣ୍ଡବ୍ୟଥାର କାରଣ ହୋଇଛି। ଜିଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ମେଦିନୀପୁର ଜିଲା ପ୍ରଶାସନକୁ ସ୍ଥାନାନ୍ତର କରିବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁରବୀ ବିହୀନ ହୋଇପଡ଼ିଛି କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗ, ନିଯୁକ୍ତିର ୪ ମାସ ପରେ ବଦଳି

କର୍ଲାମୁଣ୍ଡା,୨୬ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ବଦଳି ପରେ ଏବେ ଶିକ୍ଷା ବିଭାଗ ମୁରବୀ ବିହୀନ ହୋଇପଡ଼ିଛି।…

ଶ୍ରୀଜିଉଙ୍କ ସୁନାବେଶ ପାଇଁ ତିଆରି ହେବ ନୂଆ ଅଳଙ୍କାର ସେଟ୍‌

ପୁରୀ, ୨୬।୫: ଶ୍ରୀଜିଉଙ୍କ ସୁନାବେଶ ପାଇଁ ନୂଆ ଅଳଙ୍କାର ସେଟ୍‌ ତିଆରି କରାଯିବ। ଏ ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନ ମିଳିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ…

କଳିଙ୍ଗା ଘାଟିରେ ପରିବହନ ମନ୍ତ୍ରୀ: ବିକଳ୍ପ ରାସ୍ତା ନିର୍ମାଣ ଓ ଘାଟି ରାସ୍ତା ମରାମତି ନେଇ ଅନୁଧ୍ୟାନ

ଭଞ୍ଜନଗର, ୨୬/୯ (ବାବୁଲା ପ୍ରଧାନ): ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିର ଦୁଇଟି ସ୍ଥାନରେ ଭୂସ୍ଖଳନ ହେବାରୁ ବିଗତ ୫ ଦିନ…

ଭୟଙ୍କର ଭୂସ୍ଖଳନ: ହଠାତ୍‌ ଧସିଲା ବଡ଼ବଡ଼ ପଥର ଖଣ୍ଡ, ମାଟି ଅତଡ଼ା

ବଞ୍ଚୋ,୨୬ା୯(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅଧୀନ ତରତରା ପଂଚାୟତ ବାହିଆବାରଦଣ୍ଡା ଅଞ୍ଚଳର ବାରହାଗାଡ଼ିଆ ନିକଟରେ ଶନିବାର ଏକ ଭୟାନକ ଭୂସ୍କଳନ ଘଟିଥିବା ଜଣାପଡ଼ିଛି। ହଠାତ୍‌ ମାଟି ଓ…

ସଡ଼କ ଦୁର୍ଘଟଣାରେ ୨ ସ୍ବାସ୍ଥ୍ୟ ଅଧିକାରିଣୀ ଆହତ, ଡାକ୍ତରଖାନାରେ ପହଞ୍ଚି ସ୍ବାସ୍ଥ୍ୟାବସ୍ଥା ପଚାରିଲେ ଅଧୀକ୍ଷକ

ଛତ୍ରପୁର,୨୬ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଅଗସ୍ତି ନୂଆଗାଁ ନିକଟରେ ଶନିବାର ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରିଣୀ ଆହତ…

ବସ୍‌ ଡିକିରୁ ୨ ବସ୍ତା ଗଞ୍ଜେଇ ଜବତ, ୫ ଅଟକ

ବଲାଙ୍ଗୀ ର, ୨୬।୯(ସୁନିଲ କୁମାର ମହାନ୍ତି): ବସ୍‌ ଡିକିରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରି ୫ ଜଣଙ୍କୁ ଅଟକ ରଖିଛି।…

ଲଗାଣ ବର୍ଷାରେ ଖରିପ ଫସଲ ନଷ୍ଟ, ଚିନ୍ତାରେ ଚାଷୀ

ଗଞ୍ଜାମ,୨୬ା୯(ବିଦ୍ୟାଧର ସାହୁ): ସାମୁଦ୍ରିକ ଝଡ଼ ଯୋଗୁ ଲଗାଣ ବର୍ଷା ପ୍ରଭାବରେ ସାଧାରଣ ଜୀବନ ଜୀବିକା ପ୍ରଭାବିତ ହୋଇପଡ଼ିଥିବା ପରିଲକ୍ଷିତ ହୋଇଛି। ଏପରିକି ରବି ଓ ଖରିଫ ଫସଲ…

କେଏସ୍‌ୟୁବି କଲେଜରେ କାରିୟର କାଉନସେଲିଂ, ଛାତ୍ରୀଛାତ୍ରଙ୍କୁ ମାର୍ଗଦର୍ଶନ ଦେଇ…

ଭଞ୍ଜନଗର,୨୬ା୯(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ (କେଏସ୍‌ୟୁବି) ପରିସରରେ ଶନିବାର ଏକ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡ.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?