ରେଳ ଧାରଣାରୁ ମଦ ଦୋକାନ କର୍ମଚାରୀଙ୍କ ମୃତଦେହ ଉଦ୍ଧାର: ଲୁଟ୍‌ର ୨୪ ଘଣ୍ଟା ନ ପୂରୁଣୁ ହତ୍ୟା ସନ୍ଦେହ

ଜଗତ୍‌ସିଂହପୁର ଅଫିସ,୨୨ା୧୨: ତିର୍ତ୍ତୋଲ ଗୋପିଆକୁଦସ୍ଥିତ ସରକାରୀ ଦେଶୀ ମଦ ଦୋକାନରେ କାମ କରୁଥିବା ଅମୀନ ସେଠୀ (୩୫) ନାମକ ଯୁବକଙ୍କଠାରୁ ୨୦ ତାରିଖ ଅପରାହ୍ନରେ ଦୁର୍ବୃତ୍ତ ୫,୫୬,୦୦୦ ଟଙ୍କା ଲୁଟ୍‌ କରିଥିବା ଅଭିଯୋଗ ହୋଇଥିଲା। ଏହାର ୨୪ ଘଣ୍ଟା ନ ପୁରୁଣୁ ଅମୀନଙ୍କ ମୃତଦେହ ଏହି ଥାନା ଅଧୀନ ନିମକଣା (ପିଏସ୍‌)ପାସେଞ୍ଜର ହଲ୍ଟ ନିକଟ ରେଳ ଧାରଣାରୁ ସନ୍ଦେହଜନକ ଭାବେ ଉଦ୍ଧାର କରାଯାଇଛି। ଅମୀନଙ୍କୁ ହତ୍ୟା ପରେ ଆତ୍ମହତ୍ୟା ରୂପ ଦେବା ପାଇଁ ରେଳ ଧାରଣା କଡ଼ରେ ପକାଇ ଦିଆଯାଇଥିବା ସନ୍ଦେହ କରାଯାଉଛି। ବାସ୍ତବରେ ଏହା ହତ୍ୟା, ଆତ୍ମହତ୍ୟା ନା ଆକସ୍ମିକ ଦୁର୍ଘଟଣା ତାକୁ ନେଇ ସାଧାରଣରେ ଆଲୋଚନା ଚାଲିଛି। କଟକ ଜିଆର୍‌ପି ପକ୍ଷରୁ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ପାରାଦୀପସ୍ଥିତ ଜିଆର୍‌ପି ଫାଣ୍ଡି ଭାରପ୍ରାପ୍ତ ଅଧିକାରୀ ଆସଲାମ ଖାନ୍‌ ସୂଚନା ଦେଇଛନ୍ତି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଖାନ୍‌ କହିଛନ୍ତି। ଅନ୍ୟପକ୍ଷରେ ମୃତ ଯୁବକଙ୍କ ପରିବାର ଏହାକୁ ଏକ ହତ୍ୟାକାଣ୍ଡ ବୋଲି କହିଛନ୍ତି। କେହି ତାଙ୍କୁ ହତ୍ୟା କରି ରେଳ ଧାରଣାରେ ପକାଇ ଦେଇଥିବା ପରିବାର େଲୋକେ ଜିଆର୍‌ପି ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ଜିଆର୍‌ପି ପକ୍ଷରୁ କୁହାଯାଇଛି, ଶନିବାର ସକାଳେ ଏକ ମାଲବାହୀ ରେଳ ଯାଇଥିଲା। ପରେ ଅର୍ଥାତ୍‌ ୭ଟାରେ ଆଉ ଏକ ମାଲବାହୀ ରେଳ ଯାତ୍ରା କଲାବେଳେ ପାରାଦୀପ-ଗୋରଖନାଥ ରେଳ ଧାରଣାର ନିମକଣା ପିଏଚ୍‌ ନିକଟରେ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ରେଳ ଚାଳକ ଏ ସମ୍ପର୍କରେ ରାହାମା ଷ୍ଟେସନ୍‌ ମାଷ୍ଟରଙ୍କୁ ସୂଚନା ଦେଇଥିଲେ। ଏହି ଷ୍ଟେସନ୍‌ ମାଷ୍ଟର କଟକ ଜିଆର୍‌ପିକୁ ଖବର ଦେବା ପରେ ରେଳବାଇ ପୋଲିସ ଘଟଣାସ୍ଥଳକୁ ଯାଇଥିଲା। ଜିଆର୍‌ପି ପାରାଦୀପ ଫାଣ୍ଡି ଭାରପ୍ରାପ୍ତ ଅଧିକାରୀ ଖାନ୍‌ଙ୍କ କହିବା କଥା ହେଲା ଯୁବକଙ୍କ ବାମ ଗୋଡ ଆଣ୍ଠୁ ତଳକୁ କଟି ଯାଇଥିଲା। ବାମ ପାର୍ଶ୍ୱ ମୁଣ୍ଡରେ ଆଘାତ ଲାଗିଛି। ଯେଉଁ କାରଣରୁ ଗାଲରେ ରକ୍ତ ଜମାଟ ବାନ୍ଧିଛି। ଡାହାଣ ହାତର ପାପୁଲି ଉପର ଆଞ୍ଚୁଡି ହୋଇଯାଇଛି। ମୃତ ଯୁବକଙ୍କ ପରିବାର ଲୋକଙ୍କ କହିବା କଥା ହେଲା ଅମୀନ ରାତି ୧୧ରୁ ୧୨ଟା ଭିତରେ ସେମାନଙ୍କ ସହ କଥା ହୋଇଥିଲେ। ଯେବେ କଥା ହୋଇଥିଲେ ତେବେ ତା ପରେ ଏହି ଲାଇନ୍‌ରେ କୌଣସି ରେଳ ଯାତାୟାତ କରିନାହିଁ। ଯାହା ଯାଇଛି ଶନିବାର ସକାଳ ୬ଟା ପରେ। ତେବେ ରାତିରେ ଅମୀନ ଓ ତାଙ୍କ ଜଣେ ବନ୍ଧୁ ତିର୍ତ୍ତୋଲସ୍ଥିତ ଭଡା ଘରେ ରହିଥିଲେ। ରାତି ପ୍ରାୟ ୩ଟାରେ ଅମୀନ କୋଠରୀରେ ନ ଥିବା ତାଙ୍କ ବନ୍ଧୁ ସୂଚନା ଦେଇଛନ୍ତି। ବାସ୍ତବ ଚିତ୍ର ଏ ପର୍ଯ୍ୟନ୍ତ ସ୍ପଷ୍ଟ ହେଉନାହିଁ ବୋଲି ଖାନ୍‌ କହିଛନ୍ତି। ଶୁକ୍ରବାର ଅପରାହ୍ନରେ ଅମୀନ ମଦ ଦୋକାନ ଟଙ୍କା ନେଇ ବାଇକ୍‌ ଯୋଗେ ବାଲିକୁଦାର ଏକ ବ୍ୟାଙ୍କକୁ ଜମା କରିବାକୁ ଗଲାବେଳେ ବେଲୁରୀ ମଠ ନିକଟରେ ୨ ଜଣ ଦୁର୍ବୃତ୍ତ ବାଇକରେ ଆସି ବନ୍ଧୁକ ଦେଖାଇ ଟଙ୍କା ବ୍ୟାଗ ଝାମ୍ପି ନେଇଥିଲେ। ପରେ ଅମୀନ ତିର୍ତ୍ତୋଲ ଥାନାରେ ଅଭିଯୋଗ କଲା ପରେ ପୋଲିସ ମାମଲା ସଂଖ୍ୟା ୩୭୮/୧୯ ରୁଜୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri