Posted inଫୁରସତ

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର: ଦୂର ହେବ ଖାଦ୍ୟ ସମସ୍ୟା

ଅଧିକାଂଶ ଲୋକଙ୍କୁ ଦୂର ସ୍ଥାନକୁ ଯାତ୍ରା କରିବା ପସନ୍ଦ ଆସିଥାଏ। ଏହି ଯାତ୍ରା ଟ୍ରେନ୍‌ ଯୋଗେ କରିବାକୁ ବି ବହୁ ଲୋକ ପସନ୍ଦ କରିଥାନ୍ତି। ତେବେ ଯଦି ଯାତ୍ରା ଅଧିକ ଲମ୍ବା ହୋଇଥାଏ ତେବେ ଖାଦ୍ୟପେୟକୁ ନେଇ ଚିନ୍ତାରେ ପଡ଼ିଥାନ୍ତି ଯାତ୍ରୀ। ସେହି ସମୟରେ ଆମ ପାଖରେ ଅନ୍ୟ କୌଣସି ବିକଳ୍ପ ନ ଥିବାରୁ କ୍ୟାଣ୍ଟିନ୍‌ବାଲା ଯାହା ଦେଇଥାନ୍ତି ତାହା ଖାଇବାକୁ ପଡ଼ିଥାଏ। ମାତ୍ର ରେଳଯାତ୍ରୀଙ୍କ ଏହି ସମସ୍ୟା ଏବେ ଦୂର ହେବାକୁ ଯାଉଛି।
ଭାରତୀୟ ରେଳ ତା’ର ଯାତ୍ରୀଙ୍କ ଲାଗି ବିଭିନ୍ନ ପ୍ରକାର ଖାଦ୍ୟ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛି। ‘ଡେଲିଭରି ଅଫ୍‌ ହାପିନେସ’ ନାମକ ଏକ ଯୋଜନା ଅନୁଯାୟୀ ୩୫୦ରୁ ଅଧିକ ରେଳ ଷ୍ଟେଶନରେ ଯାତ୍ରୀଙ୍କୁ ସେମାନଙ୍କ ମନ ପସନ୍ଦର ଖାଦ୍ୟ ଯୋଗାଇଦେବ। ଏ ନେଇ ୭୦୦ ଫୁଡ୍‌ ଭେଣ୍ଡରଙ୍କ ସହ ଆଲୋଚନା କରିଛି। ଏଥିରେ ଯାତ୍ରୀଙ୍କୁ ଡୋମିନୋ ପିଜା, ବିରିୟାନୀ ଆଦି ସ୍ବାଦିଷ୍ଟ ଖାଦ୍ୟ ଯୋଗାଇ ଦିଆଯିବ। ଯାତ୍ରୀ ଦକ୍ଷିଣ ଓ ଉତ୍ତର ଭାରତୀୟ ଉଭୟ ଖାଦ୍ୟର ମଜା ନେଇପାରିବେ।
ଆଇଆର୍‌ସିଟିସି ରିପୋର୍ଟ ଅନୁଯାୟୀ, କିଛି ବର୍ଷ ପୂର୍ବରୁ ମାସରେ ୮ ହଜାର ଅର୍ଡର ମିଳୁଥିଲା। ଯାହାକି ବର୍ତ୍ତମାନ ସମୟରେ ୨୧ ହଜାରରେ ପହଞ୍ଚିଛି। ଏହି ଗୋଟିଏ ଅର୍ଡରରେ ଆଇଆର୍‌ଟିସିକୁ ୧୨ ପ୍ରତିଶତ କମିଶନ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଷତ

ପୂଜା ପାର୍ବଣ ସମୟରେ ଯାହା ସବୁଠୁ ଆବଶ୍ୟକ ତାହା ହେଉଛି ତିଳତଣ୍ଡୁଳ। ତିଳ ତଣ୍ଡୁଳ ବିନା ହିନ୍ଦୁ ଧର୍ମାବଲମ୍ବୀଙ୍କ ପୂଜା ଆରାଧନାର କୌଣସି ମାନେ ରହେନାହିଁ।...

୩୦ ବର୍ଷ ଧରି ଖୋଲୁ ନ ଥିଲା ଏହି ମହିଳାଙ୍କ ମୁହଁ, ସଫଳ ଅପରେଶନ କଲେ ଡାକ୍ତର

ଦିଲ୍ଲୀର ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ ସିନିୟର ମ୍ୟାନେଜର ଭାବରେ କାର୍ଯ୍ୟ କରୁଥିବା ଜଣେ ମହିଳାଙ୍କ ଏକ ନିଆରା ଅପରେଶନ ହୋଇଛି। ଏହି ମହିଳାଙ୍କ ପାଟି ଦୀର୍ଘ...

କ୍ୟାନସର ହେବା ନାଁରେ ଅର୍ଥ ସଂଗ୍ରହ କରି ଏପରି ଉଡ଼ାଉଥିଲେ ମହିଳା, ଜଣାପଡ଼ିବା ପରେ…

ଲଣ୍ଡନ,୧୧ା୧୧: ବ୍ରିଟେନର ଜଣେ ମହିଳା ଅର୍ଥ ହଡ଼ପ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଏହି ମହିଳା ନିଜକୁ ଜଣେ କର୍କଟ ରୋଗୀ କହି ଅନ୍‌ଲାଇନ ଯୋଗେ...

ଏପରି କହି ଜୟାଙ୍କୁ ଟାର୍ଗେଟ କଲେ ମୁକେଶ

ମୁମ୍ବାଇ,୧୮।୯-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ ବଲିଉଡରେ ବର୍ତ୍ତମାନ ତୁ ତୁ ମେମେ ଲାଗି ରହିଛି। ସୋମବାର ଲୋକସଭାରେ...

ମାଙ୍କଡ଼ ଏମିତି ବଜାଉଛି ଧୁଡ଼ୁକି, ଦେଖିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

ପରିବେଶ ପାଇଁ ୧୦ ବିଲିୟନ ଡଲାର

ଇ-କମର୍ସ କମ୍ପାନୀ ଆମାଜନର ସିଇଓ ଜେଫ୍‌ ବେଜୋସ୍‌ଙ୍କ ଅର୍ଥ ନିବେଶ ଥିବା ଆର୍ଥ ଫଣ୍ଡ ଜଳବାୟୁ ପରିବର୍ତ୍ତନ ତଥା ପରିବେଶ ସୁରକ୍ଷା ପାଇଁ ୧୦ ବିଲିୟନ...

ଏମିତି ମାସ୍କ, ଯାହା ମୁହଁରୁ ନ ଖୋଲି ଖାଇପାରିବେ ଖାଦ୍ୟ

ସାରା ବିଶ୍ୱରେ କରୋନା ଭାଇରସ୍‌ ତା’ର କାୟା ବିସ୍ତାର କରିସାରିଛି। ଏହି ଭାଇରସ୍‌ ଯୋଗୁ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା...

ହଜିଥିବା ଗାଈକୁ ଖୋଜିବାକୁ ଟୁଇଟର୍‌ରେ ସାହାଯ୍ୟ ମାଗିଲା ପୋଲିସ

ଚୋର ପୋଲିସର ଖେଳ କଥା ସମସ୍ତଙ୍କୁ ଜଣା। ହେଲେ ଏବେ ଦକ୍ଷିଣ ଫ୍ଲୋରିଡାରେ ଗୋଟିଏ ଗାଈକୁ ଧରିବାକୁ ପୋଲିସ ନାକେଦମ ହୋଇଥିବା ଜଣାପଡିଛି। ଗାଈଟି ହଜିଯାଇଥିବା...

Advertisement


Archives

Model This Week