ରେଳବଜେଟରେ ଯାଜପୁର ନିରାଶ

ଯାଜପୁର ଅଫିସ,୬ା୨: ରେଳବଜେଟ ୨୦୨୦-୨୧ ଓଡ଼ିଶା ଏବଂ ବିଶେଷକରି ଯାଜପୁର ଜିଲା ପାଇଁ ନିରାଶଜନକ ହୋଇଛି। ଯାଜପୁର-କେନ୍ଦୁଝରରୋଡ ରେଳଷ୍ଟେଶନରୁ ଧାମରା(ଭାୟା-ବିରଜାକ୍ଷେତ୍ର ଓ ଆରଡି)କୁ ସିଧାସଳଖ ଟ୍ରେନ ସଂଯୋଗ ପାଇଁ ଦୀର୍ଘବର୍ଷର ଦାବି ଚଳିତ ବଜେଟରେ ମଧ୍ୟ ଉପେକ୍ଷିତ ହୋଇଛି। ଏହାସହ ଯାଜପୁରରୋଡ ରେଳୱେ ଷ୍ଟେଶନରେ ଦ୍ୱିତୀୟ ଫ୍ଲାଏଓଭର ବ୍ରିଜ ପାଇଁ ମଧ୍ୟ ବଜେଟ ସମ୍ପୂର୍ଣ୍ଣ ନୀରବ ରହିଛି। ଷ୍ଟେଶନଗୁଡ଼ିକର ଆଧୁନିକୀକରଣ ତାଲିକାରେ ମଧ୍ୟ ଯାଜପୁରରୋଡ ଷ୍ଟେଶନ ସ୍ଥାନ ପାଇ ନ ଥିବାବେଳେ ଡିଭିଜନ ମାନ୍ୟତା ଦାବି ମଧ୍ୟ ମିଳି ପାରିନାହିଁ। ତେବେ ଅନୁଗୋଳ-ସୁକିନ୍ଦା ନୂତନ ରେଳପଥ ନିର୍ମାଣ ପାଇଁ ୪୫୦ କୋଟି ଓ ହରିଦାଶପୁର-ପାରାଦୀପ ନୂତନ ରେଳପଥ ନିର୍ମାଣ ପାଇଁ ୧୦୦କୋଟି ଟଙ୍କା ବଜେଟରେ ମଞ୍ଜୁର ହୋଇଛି। ଏହି ପରିପ୍ରେକ୍ଷୀରେ ଅଞ୍ଚଳରେ ରେଳବାଇର ଭିତ୍ତିଭୂମିର ବିକାଶ ପ୍ରତି ଅବହେଳା କରାଯାଇଥିବାରୁ ରେଳବଜେଟକୁ ନେଇ ନିରାଶା ପ୍ରକାଶ ପାଇଛି।
କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ପୂର୍ବତଟ ରେଳପଥ ପକ୍ଷରୁ ଯାଜପୁର ରୋଡରୁ ଧାମରା ପର୍ଯ୍ୟନ୍ତ ନୂତନ ରେଳପଥ ନିର୍ମାଣ ନିମନ୍ତେ ୨୦୧୨-୧୩ରେ ସର୍ବେକ୍ଷଣ ହୋଇଥିଲା। ୨୦୧୫ ଏପ୍ରିଲରେ ରେଳ ମନ୍ତ୍ରଣାଳୟ ଅଧିନସ୍ଥ ରେଳବାଇ ବୋର୍ଡ଼ ନିକଟରେ ଏ ସଂକ୍ରାନ୍ତୀୟ ନଥିପତ୍ର ଦାଖଲ କରାଯାଇଥିଏେ। ଦୀର୍ଘ ୯୯.୯୫ କିମିର ଏହି ରେଳପଥ ନିର୍ମାଣ ପାଇଁ ୯୯୫କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସେତେବେଳ ଆକଳନ ମଧ୍ୟ ହୋଇଥିଲା। ଏହି ରେଳପଥ ନିର୍ମାଣ ହେଲେ ପୂର୍ବତଟ ରେଳବାଇ ବର୍ଷକୁ ୩୩ପ୍ରତିଶତ ଲାଭବାନ ହେବ ବୋଲି ସର୍ଭେ କରିଥିବା ଅଧିକାରୀମାନେ ଜଣାଇଛନ୍ତି। ଯାଜପୁରରେ ବିଶ୍ୱପ୍ରସିଦ୍ଧ କ୍ଷେତ୍ରେଶ୍ୱରୀ ମା’ ବିରଜାଙ୍କ ଶକ୍ତିପୀଠ ଥିବାବେଳେ ଭଦ୍ରକ ଜିଲାର ଆରଡ଼ିଠାରେ ବିଶ୍ୱପ୍ରସିଦ୍ଧ ଆଖଣ୍ଡଳମଣୀ ଧାମ ରହିଛି। ଏହି ଦୁଇଟି ସ୍ଥାନକୁ ପ୍ରତ୍ୟେକ ଦିନ ଦେଶ ବିଦେଶରୁ ଯାତ୍ରୀମାନେ ଆସି ଦର୍ଶନଲାଭ କରିଥାନ୍ତି। ଏହି ରେଳପଥ ନିର୍ମାଣ ହେଲେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ସମ୍ଭବ ହେବ। ଯାଜପୁର ଜିଲାର କଳିଙ୍ଗନଗର ଏସିଆ ମହାଦେଶର ଇସ୍ପାତ ରାଜଧାନୀଭାବେ ପରିଗଣିତ ହୋଇସାରିଲାଣି। ଏଠାରୁ ଧାମରା ଦେଇ ଦେଶ ବିଦେଶକୁ ମାଲ ପରିବହନ କରିବା ପାଇଁ ସୁଗମ ହେବ। ଏହି ରେଳପଥ ନିର୍ମାଣ ଦ୍ୱାରା ଜିଲାର ଉତ୍ପାଦିତ କୃଷିଜାତ ଦ୍ରବ୍ୟର ପରିବହନ ଉନ୍ନତି ଆସିବା ସହିତ ଖାଉଟି ସାମଗ୍ରୀ ଲୋକଙ୍କ ପାଖରେ ପହଞ୍ଚତ୍ବା ଅଧିକ ସୁବିଧାଜନକ ହେବ ବୋଲି ଦାବି ହୋଇ ଆସିଛି। ହେଲେ ଚଳିତ ବଜେଟରେ ଏହି ପ୍ରକଳ୍ପକୁ ସ୍ଥାନ ମିଳି ନ ଥିବାରୁ ଜିଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଯାଜପୁରରୋଡ-ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ସମୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏହାସହ ଗତ ଲୋକ ସଭା ଶୀତ ଅଧିବେଶନରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ଯାଜପୁର-କେନ୍ଦୁଝରରୋଡ ଷ୍ଟେଶନକୁ ସ୍ବତନ୍ତ୍ର ରେଳ ଡିଭିଜନ ମାନ୍ୟତା ଦେବାକୁ ଦାବି କରିଥିଲେ। ସେତାଙ୍କ ଦାବିରେ ଦର୍ଶାଇଥିଲେ ଯେ, କେନ୍ଦ୍ର ସରକାର ଯାଜପୁର ଜିଲାର କଳିଙ୍ଗନଗରକୁ ଏସିଆର ବୃହତ ଶିଳ୍ପ ହବ୍‌ ବୋଲି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯାଜପୁରରେ ଏକ ରେଲୱେ ଡିଭିଜନ ସ୍ଥାପନ ପାଇଁ ଅନୁରୋଧ କରିଛନ୍ତି। ଏଥିସହିତ ଏଠାରେ ଆବଶ୍ୟକୀୟ ଜମି ଯୋଗାଇ ଦେବାକୁ ରାଜ୍ୟ ସରକାର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଜିଲାରେ ବିଶ୍ୱର ୯୮ପ୍ରତିଶତ କ୍ରୋମାଇଟ ସହିତ ବିପୁଳ ପରିମାଣରେ ଖଣିଜ ସମ୍ପଦ ଭରପୁର ରହିଛି। ଏହାବାଦ ଜିଲାରେ ପର୍ଯ୍ୟଟନର ସୁବିଧା ରହିଛି। ପଡୋଶୀ ଜିଲାରେ ରହିଥିବା ଧାମରା ଓ ପାରାଦୀପ ବନ୍ଦର ସହ ବାଣିଜି୍ୟକ କାରବାର ବୃଦ୍ଧି ପାଇଁ ଏହି ଡିଭିଜନର ଆବଶ୍ୟକତା ରହିଛି । ଏହାବାଦ ଧାମରାକୁ ନୂତନ ରେଳପଥ ସଂଯୋଗ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ। କିନ୍ତୁ ରାଜନୈତିକ ବିଦ୍ୱେଷ ମନୋଭାବ ରଖି ଏହି ପ୍ରକଳ୍ପକୁ ଅଣଦେଖା କରାଯାଉଛି ବୋଲି ଜିଲାବାସୀ ମତପୋଷଣ କରିଛନ୍ତି। ଜିଲାର ଦୁଷ୍ମନ୍ତ କୁମାର ରାଉତ, ପ୍ରଫୁଲ୍ଲ ନାୟକ, ସତ୍ୟପ୍ରକାଶ ବେହୁରିଆ, ଦିଗାମ୍ବର ସାହୁ ପ୍ରମୁଖ ଉଦ୍‌ବେଗ ପ୍ରକାଶ କରିବା ସହିତ ଶୋଇଲା ପୁଅର ଭାଗ ନାହିଁ, ଯାଜପୁର ବନ୍ଦ ଡାକରା ଦେବା ସହିତ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବାକୁ ପଡିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି ଜିଲା ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚାର ନୂଆ ଟିମ ଘୋଷିତ

ମୋହନା,୨।୭,( ମନ୍ମଥ ମିଶ୍ର ): ଭାରତୀୟ ଜନତା ପାର୍ଟିର ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ସୁପାରିଶ ଓ ଗଜପତି ଜିଲା ସଭାପତି ନବ କିଶୋର…

ଜୁଆ ଖେଳୁଥିବା ସମୟରେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ

ରିଷିଡା, ୨।୭,(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ଅନ୍ତର୍ଗତ ଗଜବାହଲ ପଞ୍ଚାୟତ ସ୍ଥିତ ବାଲାଜୀ ରାଇସ ମିଲ ଭିତରେ ଗୁରୁବାର କୌଣସି ସୂତ୍ରରୁ ଖବର ପାଇ…

ଘରେ ପାଠ ପଢିବାକୁ କହିବାରୁ ରାଜି ନ ହୋଇ ଚରମ ପଦକ୍ଷେପ ନେଲେ ନାବାଳିକା

ଦାରିଙ୍ଗବାଡି, ୨।୭, (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଘଟିଯାଇଛି ବଡ଼ ଅଘଟଣ ଜଣେ ଯୁକ୍ତ ୨ ପଢୁଥିବା ଛାତ୍ରୀ ପାଠ ପଢିବାକୁ…

ଜାତୀୟ ରାଜପଥର ଫୁଟ୍‌ପାଥରୁ ଲୁହା ରେଲିଂ କାଟି ନେଇଗଲେ ଦୁର୍ବୃତ୍ତ, ଠିକାସଂସ୍ଥାର ପ୍ରକଳ୍ପ ଅଧିକାରୀ କହିଲେ…

ଦାରିଙ୍ଗବାଡ଼ି,୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦେଇ ଯାଇଥିବା ଗୋପାଳପୁରଠାରୁ ରାଇପୁର ରାସ୍ତାର ସିମନବାଡ଼ି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ରାଜପଥର ଫୁଟ୍‌ପାଥରେ ଲାଗିଥିବା ଲୁହା ରେଲିଂଗୁଡିକୁ…

ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚିଙ୍କୁ ‘ସାନ ଭଉଣୀ’ ବୋଲି କାହିଁକି କହିଲେ ପ୍ରଧାନମନ୍ତ୍ରୀ ମୋଦି? ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ

ନୂଆଦିଲ୍ଲୀ,୨।୭: ଭାରତ ଏବଂ ଜାପାନ ମଧ୍ୟରେ ସମ୍ପର୍କକୁ ଗୁରୁବାର ଏକ ଗଭୀର ବ୍ୟକ୍ତିଗତ ଏବଂ ଭାବପ୍ରବଣ ମୁହୂର୍ତ୍ତ ଭାବରେ ଚିହ୍ନିତ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଥର…

ଅଙ୍ଗନଓ୍ବାଡ଼ି ପାଚିକାଙ୍କୁ ରୋଷେଇ କରିବାକୁ ବିରୋଧ, ଅଭିଯୋଗ ଆଣି କହିଲେ ମୋ’ ହାତରୁ…

ଝାରବନ୍ଧ,୨ା୭(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ଅନର୍ଗତ ଦଓ୍ବୋନପାଲି ଗ୍ରାମରେ ଜାତିବାଦକୁ ନେଇ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅଭିଯୋଗ ଅନୁଯାୟୀ, ଦଓ୍ବୋନପାଲି ଗ୍ରାମରେ…

ଶରଦ ପାୱାରଙ୍କ NCP-SPର କଂଗ୍ରେସ ସହିତ ମିଶ୍ରଣକୁ ନେଇ ଆସିଲା ବଡ଼ ଅପଡେଟ, ଦଳୀୟ ନେତା କହିଲେ…

ନୂଆଦିଲ୍ଲୀ,୨।୭: ମହାରଷ୍ଟ୍ର କଂଗ୍ରେସ ନେତା ନାନା ପାଟୋଲେ କହିଛନ୍ତି ଯେ ଶରଦ ପାୱାରଙ୍କ ଦଳର କଂଗ୍ରେସ ସହିତ ମିଶ୍ରଣ ସମ୍ପର୍କରେ କୌଣସି ଆଲୋଚନା ହେଉନାହିଁ। ସେ ଏହି…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହିତ ଜଡିତ ସମସ୍ତ ଟ୍ରେଡ ଡିଲ୍‌ କେବଳ ଗୁଜବ; ମୁମ୍ବାଇ ଇଣ୍ଡିଆନ୍ସରୁ ଆସୁଥିବା ଖବର ଆପଣଙ୍କ ହୋସ୍‌ ଉଡାଇ ଦେବ

ନୂଆଦିଲ୍ଲୀ,୨।୭: ୨୦୨୪ ପରି, ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ଆଲୋଚନାର ବିଷୟ ପାଲଟିଛନ୍ତି। ତିନି ବର୍ଷ ପୂର୍ବେ ମୁମ୍ବାଇ ଇଣ୍ଡିଆନ୍ସ ଏକ ଟ୍ରେଡ ଡିଲ୍‌ ମାଧ୍ୟମରେ ହାର୍ଦ୍ଦିକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri