ରେଳପଥ ପାଇଁ ପ୍ରଭାବିତ ହେଉଛି ଚାଷଜମି: ଜିଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ କ୍ଷତିଗ୍ରସ୍ତ ଚାଷୀ

ଡୁବୁରୀ/ସୁକିନ୍ଦା,୧୯ା୧୦(ଡି.ଏନ୍‌.ଏ.): ସୁକିନ୍ଦା-ଅନୁଗୋଳ-ଡୁବୁରୀ ରେଳ ପ୍ରକଳ୍ପ ନିର୍ମାଣ ଯୋଗୁ ଦାନଗନୀ ବ୍ଲକ ଅନ୍ତର୍ଗତ ବାଘୁଆପାଳ ଓ ବାଲିଆପାଳ ମୌଜାର ଶହଶହ ହେକ୍ଟର ଚାଷ ଜମି ମରୁଡି କବଳିତ ହୋଇଛି। ଏ ଦିଗରେ ବହୁବାର ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହଁ। ଏହାକୁ ନେଇ ଶୁକ୍ରବାର ଶତାଧିକ କ୍ଷତିଗ୍ରସ୍ତ ଚାଷୀଙ୍କ ପକ୍ଷରୁ ବାଘୁଆପାଳ ରେଳପଥ ରାସ୍ତା ନିକଟରେ ବୈଠକ ହୋଇଥିଲା। ଏହି ଅବସରରେ ରେଳ ପ୍ରକଳ୍ପ ଯୋଗୁ ଦେଖାଦେଇଥିବା ସମସ୍ୟାରା ସମାଧାନ ପାଇଁ ପୋଷ୍ଟାଲ ମାଧ୍ୟମରେ ଶତାଧିକ ଦସ୍ତଖିତ ସମ୍ବଳିତ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଥିବା ଜଣାପଡିଛି। ଏ ଦିଗରେ ୭ ଦିନ ମଧ୍ୟରେ କୌଣସି ସମାଧାନ କରା ନ ଗଲେ ରାଜ ରାସ୍ତାରେ ଆନ୍ଦୋଳନ କରାଯିବା ନେଇ କ୍ଷତିଗ୍ରସ୍ତଚାଷୀ ଚେତାବନୀ ଦେଇଛନ୍ତି। ଯାଜପୁର ଜିଲାର ବାଘୁଆପାଳଠାରୁ ଅନୁଗୋଳ ପର୍ଯ୍ୟନ୍ତ ରେଳପଥ ନିର୍ମାଣ କାମ କରାଯାଉଛି। ରେଳପଥ ଯୋଗୁ ବାଘୁଆପାଳ ଜଙ୍କଶନଠାରୁ ରାମଠେଙ୍ଗା ପର୍ଯ୍ୟନ୍ତ ୩ କିମି ପର୍ଯ୍ୟନ୍ତ ୯୦ ଫୁଟ ଗଭୀର ଓ ଶହେ ଫୁଟ ଓସାରର ବିଶାଳ ଲାଇନ ଖୋଳାଯାଇଛି। ଏହାଦ୍ୱାରା ସମ୍ପୃକ୍ତ ଅଞ୍ଚଳର ସମସ୍ତ ଚାଷ ଜମିର ପାଣି କେନାଲ ଟାଣି ନେଉଛି। ଫଳରେ ଅଞ୍ଚଳର ଜଳପତ୍ତନ କମିବାରେ ଲାଗିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ସୁକିନ୍ଦା, ଦାନଗଦୀ ବ୍ଲକର ଶତାଧିକ ଚାଷୀ ଝରଣା ସହ ବର୍ଷାଜଳ ଉପରେ ଚାଷ କାର୍ଯ୍ୟ ପାଇଁ ନିର୍ଭର କରୁଥିଲେ। ମାତ୍ର ବାଲିଆପାଳ ମୌଜାରେ ରେଳପଥ ନିର୍ମାଣ ହେବା ଦ୍ୱାରା ବାଲିଆପାଳ ପାତ୍ରସାହି, ମଣ୍ଡପଡ଼ା, ଶଗଡ଼ଗୋଳା, ଓଲିବେଡା, ବାଘୁଆପାଳ, କାଣ୍ଡେସାହି ପ୍ରଭୃତି ଅଞ୍ଚଳର ଶତାଧିକ ଚାଷୀଙ୍କ ଚାଷ ଜମି ଗଭୀର ପ୍ରଭାବ ପଡିଛି। ହେଲେ ଚାଷକରି ବର୍ଷ ବର୍ଷ ଧରି ନିଜର ଜୀବିକା ନିର୍ବାହ କରୁଥିବା କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବା ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସଞ୍ଜୟ ବାନରା, କୁସୁନୁ ସାମ୍ବାଡ, ବିରସିଂ ହେସା, ରାମ ଚନ୍ଦ୍ର ଗାଗରାଇ, ରାଜୋ ଜାମୁଣ୍ଡା, ବଳରାମ ମହାନ୍ତ, ରାମଚନ୍ଦ୍ର ଜାମୁଦା, ସତୀଶ ଜାମୁଦା, ସମବାରୀ ଗାଗରାଇ, ନନ୍ଦିନିଜାମୁଦାଙ୍କ ସହ ବହୁ ଚାଷୀ ବୈଠକରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri