Posted inଫୁରସତ

ରେନତ୍‌ ଅଗ୍‌ଜାମୋଭ୍‌: ବକ୍ସିଂ ଚାମ୍ପିୟନରୁ ସେଲିବ୍ରିଟି କେକ୍‌ ମେକର୍‌

ରେନତ୍‌ ଅଗ୍‌ଜାମୋଭ୍‌ ଦିନେ ଥିଲେ ଜଣେ ବକ୍ସିଂ ଚାମ୍ପିୟନ। ହେଲେ ଏବେ ସେ ପରିଚିତ ସେଲିବ୍ରିଟି କେକ୍‌ ମେକର୍‌ ଭାବେ। ତାଙ୍କର ପ୍ରତ୍ୟେକ କେକ୍‌ ଗୋଟିଏ ଗୋଟିଏ ମାଷ୍ଟରପିସ୍‌। ଆଉ ସେଗୁଡିକ ବିକ୍ରି ହୁଏ ହଜାର ହଜାର ଡଲାରରେ। ସୁନ୍ଦର ରାଜପ୍ରାସାଦରେ ନୃତ୍ୟ କରୁଥିବା ପ୍ରେମୀ ଯୁଗଳଠୁ ଆରମ୍ଭକରି ଓ୍ବାଟର ଫାଉଣ୍ଟେନ୍‌, ବିରାଟକାୟ ଡ୍ରାଗନ୍‌, ବରଫ ପାହାଡଭଳି ଅନେକ ଡିଜାଇନ୍‌ର କେକ୍‌ ସେ ତିଆରି କରିଛନ୍ତି। ରେନତ୍‌ ଏହି ବିରାଟକାୟ ଓ ଆକର୍ଷକ କେକ୍‌ ସବୁକୁ ଏତେ ନିଖୁଣଭାବେ କରିଥାଆନ୍ତି ଯେ, ଲାଗେ ବାସ୍ତବ ପରି। ସେଥିପାଇଁ ତ ତାଙ୍କ କେକ୍‌ର ବହୁତ ଚାହିଦା ରହିଛି। ଖାସ୍‌କରି ତାଙ୍କର ଅନେକ ହାଇ ପ୍ରୋଫାଇଲ୍‌ ଗ୍ରାହକ ଅଛନ୍ତି। ମାତ୍ର ୭ ବର୍ଷ ବୟସରୁ କେକ୍‌ ତିଆରି କରିବା ଆରମ୍ଭ କରିଥିଲେ ରେନତ୍‌। ସେବେଠାରୁ ଆଜିପର୍ଯ୍ୟନ୍ତ ସେ ୨୭୦୦ରୁ ଊର୍ଦ୍ଧ୍ୱ କେକ୍‌ ତିଆରି କରିସାରିଲେଣି। ତାଙ୍କର ୩୦ ବର୍ଷର ଅଭିଜ୍ଞତା ରହିଛି। ଆଉ ଅନେକ ପୁରସ୍କାର ବି ପାଇଛନ୍ତି। ତେବେ ଇନ୍‌ଷ୍ଟ୍ରାଗ୍ରାମ୍‌ ଯୋଗୁ ସେ ଅନ୍ତର୍ଜାତୀୟ ସ୍ତରରେ ପରିଚିତ ହୋଇପାରିଛନ୍ତି। ବର୍ତ୍ତମାନ ତାଙ୍କର ୨ ମିଲିୟନ ଫ୍ୟାନ୍‌ ଅଛନ୍ତି। ଗତବର୍ଷ ସେ ୧୩ ଫୁଟ୍‌ ଉଚ୍ଚତାର ଫେରିଟେଲ୍‌ କ୍ୟାସେଲ୍‌ ପରି ଏକ ଓ୍ବେଡିଂ କେକ୍‌ ତିଆରି କରିଥିଲେ, ଯାହାର ମୂଲ୍ୟ ୧,୭୯,୦୦୦ଡଲାର ଥିଲା। ୧୫୦୦ କି.ଗ୍ରା. ଓଜନର ଏହି କେକ୍‌ ଥିଲା ବେଶ୍‌ ଆକର୍ଷକ। ଅନେକ ମହଲାବିଶିଷ୍ଟ ଏହି କ୍ୟାସେଲ୍‌ରେ ବାଲକୋନି ଥିବା ସହ ସୁନ୍ଦର ବାହ୍ୟ ଓ ଆଭ୍ୟନ୍ତରୀଣ ସାଜସଜ୍ଜା ହୋଇଥିଲା। ତା’ର ଦ୍ୱାର ଖୋଲିବା ସହ କ୍ୟାସେଲ୍‌ ମଧ୍ୟରୁ ପୁଅଝିଅ ନୃତ୍ୟ କରି ବାହାରକୁ ଆସୁଥିଲେ, ଯାହାକି ସମସ୍ତଙ୍କୁ ଚକିତ କରୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଫାଷ୍ଟ କରୁ ନ ଥିବା ପିଲା କମ୍‌ ମାର୍କ ରଖନ୍ତି

ଲଣ୍ଡନ:ପିତାମାତାମାନେ ଏବେଠାରୁ ସାବଧାନ ହୋଇଯାନ୍ତୁ। ବ୍ରେକଫାଷ୍ଟ କରୁ ନ ଥିବା ପିଲା କମ୍‌ ମାର୍କ ରଖନ୍ତି ବୋଲି ଏକ ସର୍ବେକ୍ଷଣରୁ ଜଣାପଡ଼ିଛି। ପିଲାମାନେ ଖାଲିପେଟରେ ରହି...

ବିବାହ ପାଇଁ ବିଳମ୍ବରେ ପ୍ରସ୍ତାବ ଦେଲେ ପ୍ରେମିକ: ଏଭଳି ନିଷ୍ପତ୍ତି ନେଲେ ପ୍ରେମିକା

ପ୍ରେମ, ଭଲପାଇବାକୁ ନେଇ ସମସ୍ତଙ୍କର ଚିନ୍ତାଧାରା ଭିନ୍ନ ପ୍ରକାରର। ସମୟ ସାଙ୍ଗକୁ ସମ୍ପର୍କ ଅଧିକ ଶକ୍ତ ହୋଇଥାଏ। ବେଳେ ବେଳେ କିଛି ବ୍ୟକ୍ତି ନ ବୁଝି...

ପଡୋଶୀ ଝିଅଙ୍କ ଜୀବନ ବଞ୍ଚାଇବା ପାଇଁ ୫ ଲକ୍ଷ ଟଙ୍କା ଯୋଗାଡ କଲେ କନଷ୍ଟେବଳ

ଚେନ୍ନାଇ,୧୩।୭: ତାମିଲନାଡୁର ଚେନ୍ନାଇରେ ଜଣେ ହେଡ୍‌ କନଷ୍ଟେବଳ ନିଜ ମାନବିକତା ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ମୃତ୍ୟୁ ସହ ସଂଗ୍ରାମ କରୁଥିବା ପାଞ୍ଚ ବର୍ଷର ଝିଅର ଜୀବନ...

ଜନ୍ମମାଟିକୁ ଟ୍ରେନରେ ଆସିବେ ରାଷ୍ଟ୍ରପତି କୋବିନ୍ଦ

ଲକ୍ଷ୍ନୌ,୨୪।୬: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକବ୍ରାର ଉତ୍ତରପ୍ରଦେଶର କାନପୁର ସ୍ଥିତ ନିଜ ଜନ୍ମସ୍ଥାନକୁ ଗସ୍ତ କରିବେ। ଆଉ ଏହି ଗସ୍ତ ସେ ରେଳଯାତ୍ରାରେ କରିବେ ବୋଲି...

ଦୁଇ ଦେଶର ଲେଖକ

ଜୋସେଫ୍‌ ବ୍ରୋସ୍କି ଜଣେ କବି ଏବଂ ପ୍ରାବନ୍ଧିକ। ତାଙ୍କୁ ଜଣେ ଦୂରଦର୍ଶୀ ସ୍ରଷ୍ଟା ଭାବରେ ବିବେଚନା କରାଯାଇଥାଏ। ତେବେ କବି କିମ୍ବା ପ୍ରାବନ୍ଧିକ ମଧ୍ୟରେ ତାଙ୍କର...

ଏମିତି ଗାଁ, ଯେଉଁଠି ସମସ୍ତ ଘର ନୀଳ ରଙ୍ଗର

ଦୁନିଆରେ ଏମିତି କିଛି ଗାଁ ଅଛି, ଯାହା ସ୍ବତନ୍ତ୍ର କାରଣ ପାଇଁ ବେଶ୍‌ ପରିଚିତ। କିଛି ଗାଁ ସଫାସୁତରାକୁ ନେଇ ଜଣାଶୁଣା ତ ଆଉ କେଉଁ...

ବ୍ୟକ୍ତିତ୍ୱ: ରାମବୃକ୍ଷ ବେନିପୁରୀ

‘ପୁଷମାସର ସକାଳ। ଖଳାରେ ଧାନ ଗଦାହେଇ ପଡ଼ିଥିଲା। ଘର ଆଗରେ ଧୁନି ଜଳୁଥିଲା। ଚାରିଆଡ଼େ କୁହୁଡ଼ି ଛାଇଯାଇଥିଲା। ଆକାଶରେ ସୂର୍ଯ୍ୟ ଦେଖା ଯାଉଥିଲେ। ତେବେ ଏମିତି...

୮୦ ବର୍ଷ ବୟସ୍କା ୫୫ ଦିନରେ ଲେଖିଲେ ୪୫ଟି ପ୍ରେମପତ୍ର

କଥାରେ ଅଛି ପ୍ରେମ କି ଜାଣେ ଜାତି ଅଜାତି ପ୍ରେମ କି ଜାଣେ ବାଧାବିଘ୍ନ। ଯେତେ ବଡ଼ ବିପଦ ଆସୁନା କାହିଁକି ସଚ୍ଚୋଟ ପ୍ରେମ ଆଗରେ...

Advertisement


Archives

Model This Week