ରେଡ୍‌ ଜୋନରେ ସାମିଲ ଦେଶର ୧୩୦ ଜିଲା: ତାଲିକା ଜାରି କଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧।୫: କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବାକୁ ଦେଶରେ ଲକ୍‌ଡାଉନ ଜାରି ରହିଛି। ଦ୍ୱିତୀୟ ପର୍ଯ୍ୟାୟର ଲକ୍‌ଡାଉନ ଅବଧି ମେ’ ୩କୁ ଶେଷ ହେବାକୁ ଯାଉଛି। ଇତିମଧ୍ୟରେ ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ବିଭିନ୍ନ ଜୋନର ତାଲିକା ପ୍ରକାଶ କରିଛି। ସମ୍ପୃକ୍ତ ଅଞ୍ଚଳର କରୋନାଭାଇରସ ପରିସ୍ଥିତିକୁ ଆଧାର କରି ବିଭିନ୍ନ ରାଜ୍ୟ ଓ ଜିଲାମାନଙ୍କୁ ରେଡ୍‌, ଅରେଞ୍ଜ ଓ ଗ୍ରୀନ୍‌ ଜୋନରେ ବଣ୍ଟନ କରାଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦେଶର ୧୩୦ଟି ଜିଲାକୁ ରେଡ୍‌ ଜୋନ ଭାବେ ଘୋଷଣା କରିଥିବା ବେଳେ ୨୮୪ଟି ଅରେଞ୍ଜ ଓ ୩୧୯ଟି ଜିଲାକୁ ଗ୍ରୀନ୍‌ ଜୋନ ତାଲିକାରେ ସାମିଲ କରିଛି। ଏହି ତାଲିକା ଅନୁସାରେ ଯଦି କୌଣସି ରାଜ୍ୟରେ କିମ୍ବା ଜିଲାରେ ୨୧ ଦିନ ଯାଏଁ ନୂଆ ପଜିଟିଭ୍‌ ମାମଲା ସାମ୍ନାକୁ ଆସି ନ ଥାଏ ତେବେ ଏହା ଗ୍ରୀନ୍‌ ଜୋନରେ ଅର୍ନ୍ତଭୁକ୍ତ ହେବ। ପୂର୍ବରୁ ଏହାର ସମୟ ସୀମା ୨୮ ଦିନ ରହିଥିଲା। ସୂଚନା ଯୋଗ୍ୟ, ବିଭିନ୍ନ ରାଜ୍ୟର ସରକାର ଓ ମୁଖ୍ୟ ସଚିବମାନଙ୍କ ସହ ଆଲୋଚନା କରି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏହି ତାଲିକା ପ୍ରସ୍ତୁତ କରିଛି। ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା, ହାଇଦ୍ରାବାଦ, ବାଙ୍ଗାଲୋର ଓ ଅହମଦାବାଦ ସମେତ ସମସ୍ତ ମେଟ୍ରୋ ସହରକୁ ରେଡ୍‌ ଜୋନ ଭାବେ ଘୋଷଣା କରାଯାଇଛି। କାରଣ ଏଠାରେ କରୋନା ସଂକ୍ରମଣ ବ୍ୟାପିବାର ଅଧିକ ଭୟ ରହିଛି। ତେବେ ଏହି ତାଲିକାରେ ଯଥାକ୍ରମେ ଦିଲ୍ଲୀର ୧୧ଟି ଜିଲା, ମୁମ୍ବାଇର ୧୪, ତାମିଲନାଡୁର ୧୨, ଉତ୍ତରପ୍ରଦେଶ ୧୯, କୋଲକାତାର ୧୦ଟି ଜିଲା ରହିଛି। ସେହିପରି ଗୁଜୁରାଟର ୯, ମଧ୍ୟପ୍ରଦେଶର ୯ ଓ ରାଜସ୍ଥାନର ୮ଟି ଜିଲା ରେଡ୍‌ ଜୋନରେ ସାମିଲ ହୋଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଯିବେ ବିଶେଷଜ୍ଞ ଟିମ୍‌: ପରଖିବେ ସ୍ଥିତି

ଭୁବନେଶ୍ୱର,୬।୫(ବ୍ୟୁରୋ): ଗଞ୍ଜାମ ଜିଲାରେ ୪ କରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। କରୋନା ସ୍ଥିତି ଅନୁଧ୍ୟାନ ପାଇଁ ସ୍ବତନ୍ତ୍ର...

୨୦୨୦: ସରିନାହିଁ ଆନ୍ଦୋଳନ, ରାଜନୀତି

ପୁରୁଣା ବର୍ଷ ୨୦୧୯ ଧରାପୃଷ୍ଠରୁ ବିଦାୟ ନେଇସାରିଛି ଆଉ ପୃଥିବୀରେ ପାଦ ଦେଇଛି ନୂଆବର୍ଷ ୨୦୨୦। ନୂତନବର୍ଷ ସାଙ୍ଗରେ ନେଇ ଆସିଛି ୩୬୬ର (ଅଧିବର୍ଷ) ସମ୍ଭାବନାମୟ...

ପରିବା ଚାଷରେ ମନ ଦେଲେ ଜୁହି

ମୁମ୍ବାଇ: କରୋନା ଭୂତାଣୁ ଭୟରେ ଲୋକେ ବାହାରକୁ ବାହାରୁ ନାହାନ୍ତି। ସାମାଜିକ ଦୂରତ୍ୱ ପାଳନ କରୁଛନ୍ତି। ସେଲିବ୍ରିଟିମାନେ ଏଥିରୁ ବାଦ୍‌ ଯାଇନାହାନ୍ତି। କେହି ରୋଷେଇ କରିବା,...

୨୦୨୪ରେ ମୋଦିଙ୍କୁ ପରାଜିତ କରାଯାଇ ପାରିବ: ମଣି ଶଙ୍କର ଆୟାର…

ନୂଆଦିଲ୍ଲୀ,୨୮।୧୨ : କଂଗ୍ରେସର ବରିଷ୍ଠ ନେତା ମଣି ଶଙ୍କର ଆୟାର ଭାଜପାକୁ ଟାର୍ଗେଟ କରିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ରାହୁଲଙ୍କ ଟି-ଶର୍ଟ ଏବଂ...

ମତେ ଜହର ଦେଇ ହତ୍ୟା କରାଯିବାର ହୋଇଥିଲା ଉଦ୍ୟମ: ଇସ୍ରୋ ବୈଜ୍ଞାନିକ

ବେଙ୍ଗାଲୁରୁ,୬।୧: ଇସ୍ରୋର ବରିଷ୍ଠ ବୈଜ୍ଞାନିକ ତପନ ମିଶ୍ରାଙ୍କୁ ଜହର ଦେଇ ହତ୍ୟା କରାଯିବା ଉଦ୍ୟମ ହୋଇଥିଲା। ଏନେଇ ନିଜେ ତପନ ସୂଚନା ଦେଇଛନ୍ତି। ୨୦୧୭ରେ ସେ...

ଲକ୍‌ଡାଉନ୍‌ ଲାଗୁ କରିବା ଅଧିକାର ରାଜ୍ୟ ସରକାରଙ୍କର: ଶାହା

ନୂଆଦିଲ୍ଲୀ,୧୯।୪: କରୋନା ସଂକ୍ରମଣ ନେଇ ଭାରତରେ ଆତଙ୍କ ଦେଖାଦେଇଛି। କରୋନାର ଦ୍ୱିତୀୟ ଲହରରେ ଅଧିକ ସଂଖ୍ୟକ ଛୋଟ ପିଲା ଏବଂ ଯୁବବର୍ଗ ଆକ୍ରାନ୍ତ ହେବା ଯୋଗୁ...

ଆତଙ୍କବାଦୀଙ୍କ ଉପରେ ଚାଲିବ ଯୋଗୀଙ୍କ ଆଇନ, ଉତ୍ତରପ୍ରଦେଶ ଜେଲ୍‌ରେ ୨୬ ଆତଙ୍କବାଦୀ…

ଲକ୍ଷ୍ନୌ,୨୩।୧୦: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଘଟଣାର ବୃଦ୍ଧିକୁ ରୋକିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ ଜମ୍ମୁ-କଶ୍ମୀରର ଜେଲରେ ବନ୍ଦୀ ଥିବା ‘ଏ’ ଏବଂ ‘ବି’...

ସ୍ବାମୀଙ୍କ ମୃତ୍ୟୁ ପରେ ଦ୍ୱିତୀୟ ସ୍ତ୍ରୀଙ୍କୁ ପେନସନ ମିଳିବ କି?

ମୁମ୍ବାଇ,୧୭।୨: ପ୍ରଥମ ବିବାହର ଆଇନଗତ ସମାଧାନ ହୋଇ ନ ଥିଲେ ସ୍ବାମୀଙ୍କ ମୃତ୍ୟୁ ପାଇଁ ଦ୍ୱିତୀୟ ସ୍ତ୍ରୀଙ୍କୁ ପେନସନ ମିଳିବ ନାହିଁ। ବୁଧବାର ଏଭଳି ରାୟ...

Advertisement
Archives

Model This Week