ରେକର୍ଡ ପଛରେ ଭାଙ୍ଗୁଛି ପରମ୍ପରା

ପୁରୀ ଅଫିସ, ୧୬।୭: ଶ୍ରୀମନ୍ଦିର ପ୍ରଶାସନ ଚଳିତବର୍ଷ ଘୋଷଯାତ୍ରାରେ ଏକାଧିକ ରେକର୍ଡ କରିଛି। ରଥଯାତ୍ରା ଏବଂ ବାହୁଡ଼ାର ପହଣ୍ଡି ହେଉ କି ରଥଟଣା ବେଶ୍‌ ସଅଳ ହୋଇଥିଲା। ବିଗତ କିଛିବର୍ଷକୁ ଦେଖିଲେ ଏତେ ଶୀଘ୍ର ନୀତିକାନ୍ତି କରାଯାଇ ନ ଥିଲା। ସେହିପରି ନୀଳାଦ୍ରିବିଜେ ପହଣ୍ଡିରେ ବି ଏଥର ରେକର୍ଡ କରିଛି। ତେବେ ଏହି ରେକର୍ଡ ପଛରେ ପରମ୍ପରା ଭଙ୍ଗ ହେଉଥିଲେ ବି ସେଥିପ୍ରତି ଧ୍ୟାନ ଦିଆଯାଉନାହିଁ। ସୋମବାର ପୂର୍ବାହ୍ନରେ ରଥ ଉପରେ ଠାକୁରଙ୍କ ସନ୍ଧ୍ୟା ଆଳତି ହୋଇଥିବାବେଳେ ମଧ୍ୟାହ୍ନରେ ମହାପ୍ରଭୁ କରିଛନ୍ତି ରାତ୍ରଭୋଜନ। ପ୍ରଶାସନର ରେକର୍ଡ କରିବା ନିଶାକୁ ନେଇ ନାପସନ୍ଦ କରିଛନ୍ତି ଅନେକ ଭକ୍ତ। କିନ୍ତୁ ମଙ୍ଗଳବାର ଚନ୍ଦ୍ରଗ୍ରହଣ ଯୋଗୁ ନୀତିକୁ ସଅଳ କରାଯାଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।
ଚଳିତବର୍ଷ ରଥଯାତ୍ରା ପହଣ୍ଡି ପ୍ରାୟ ୧ ଘଣ୍ଟା ଆଗକୁ ଆରମ୍ଭ ହୋଇଥିବାବେଳେ ରଥଟଣା ରେକର୍ଡ କରିଥିଲା। ଅର୍ଥାତ୍‌ ୪ଟାରେ ରଥଟଣା ଯିବାକୁ ଥିବାବେଳେ ୨ଟା ୧୦ରେ ରଥଟଣା ଆରମ୍ଭ ହୋଇଥିଲା। ସେହିପରି ବାହୁଡାରେ ମଧ୍ୟ ନିର୍ଦ୍ଧାରିତ ସମୟର ୨ଘଣ୍ଟା ୪୫ ପୂର୍ବରୁ ଆରମ୍ଭ ହେଲା ରଥଟଣା। ଏଥିପାଇଁ ଦିନ ଥାଉଁ ଥାଉଁ ତିନିରଥ ସିଂହଦ୍ୱାରରେ ଲାଗିଥିଲା। ତେବେ ରଥଯାତ୍ରା ଏବଂ ବାହୁଡାଠାରୁ ନୀଳାଦ୍ରିବିଜେରେ ବି ରେକର୍ଡ ହୋଇଛି। ଅବଶ୍ୟ ଶ୍ରୀମନ୍ଦିର ପ୍ରଶାସନ ପୂର୍ବରୁ ଧାର୍ଯ୍ୟ କରିଥିବା ସମୟରେ ଠାକୁରମାନଙ୍କର ପହଣ୍ଡି ଆରମ୍ଭ କରାଯାଇଥିଲା। କିନ୍ତୁ ରାତି ୧୦ଟା ମଧ୍ୟରେ ପହଣ୍ଡି ଶେଷ ହେବାକୁ ଥିବାବେଳେ ଏହାର ଦେଢଘଣ୍ଟା ପୂର୍ବରୁ ଅର୍ଥାତ୍‌ ୮ଟା ୩୫ ସୁଦ୍ଧା ପହଣ୍ଡି ସରିଥିଲା। ଏହି ରେକର୍ଡ ପଛରେ କିନ୍ତୁ ଭାଙ୍ଗିଛି ପରମ୍ପରା। ପୂର୍ବାହ୍ନରେ ରଥ ଉପରେ ଠାକୁରଙ୍କ ସନ୍ଧ୍ୟା ଆଳତି ହୋଇଥିବାବେଳେ ମଧ୍ୟାହ୍ନରେ ମହାପ୍ରଭୁଙ୍କୁ ରାତ୍ରଭୋଜନ ଅର୍ପଣ କରାଯାଇଥିଲା। ଭୋର ୫ଟା ୧୫ରେ ମଙ୍ଗଳ ଆଳତି ହୋଇଥିବାବେଳେ ସକାଳ ୯ଟାରେ ସକାଳ ଧୂପ ସରିଥିଲା। ୯ଟା ୪୦ରେ ଯାତ୍ରାଙ୍ଗୀ ମହାସ୍ନାନ ବଢି ୧୦ଟା ୧୫ରେ ବେଶ ସରିଥିଲା। ପୂର୍ବାହ୍ନ ୧୧ଟା ମଧ୍ୟାହ୍ନ ସରିଥିବାବେଳେ ୧୧ଟା ୩୫ରେ ରଥ ଉପରେ ହୋଇଥିଲା ସନ୍ଧ୍ୟା ଆଳତି। ଏହାପରେ ମଧ୍ୟାହ୍ନ ୧୨ଟା ୪୦ରେ ସନ୍ଧ୍ୟା ଧୂପ ଅର୍ଥାତ୍‌ ଠାକୁରଙ୍କ ରାତ୍ରଭୋଜନ ସରିଥିଲା। ରେକର୍ଡ ନିଶାରେ ପୂର୍ବାହ୍ନରେ ସନ୍ଧ୍ୟା ଆଳତି ହେବା ଏବଂ ମଧ୍ୟାହ୍ନରେ ରାତ୍ରଭୋଜନ ସରିବା ପରମ୍ପରା ବିରୋଧୀ ବୋଲି ପୁରୀର ପ୍ରତାପେଶ୍ୱର ଶତପଥୀ କହିଛନ୍ତି। ଏଭଳି ହେବା କଥା ନୁହେଁ ବୋଲି ସେ ମତ ବାଢିଛନ୍ତି। ଅନ୍ୟ କେତେଜଣ ମଧ୍ୟ ଅନୁରୂପ ମତ ଦେଇଛନ୍ତି।
ଏ ସମ୍ପର୍କରେ ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି, ବର୍ଷସାରା ବିଶେଷ ନୀତିକାନ୍ତି ଦିନମାନଙ୍କରେ ପ୍ରୟୋଜନ ଥିଲେ ଠାକୁରଙ୍କର ଦିନରେ ସନ୍ଧ୍ୟା ଆଳତି ହୋଇଥାଏ। ରଥଯାତ୍ରା ସମୟରେ ପ୍ରାୟତଃ ଏଭଳି ଘଟିଥାଏ। ମଙ୍ଗଳବାର ଚନ୍ଦ୍ରଗ୍ରହଣ ଯୋଗୁ ସାଢେ ୪ଟା ପୂର୍ବରୁ ଦ୍ୱିତୀୟ ଭୋଗମଣ୍ଡପ ସାରିବାକୁ ସ୍ଥିର କରାଯାଇଥିବାରୁ ସଅଳ ପହଣ୍ଡି ହୋଇଛି। ଫଳରେ ଠାକୁରଙ୍କର ଦିନରେ ସନ୍ଧ୍ୟା ଆଳତି କରାଯାଇଛି। ଚଳିତବର୍ଷକୁ ମିଶାଇ ଲଗାତର ୩ବର୍ଷ ଧରି ନୀଳାଦ୍ରିବିଜେ ସମୟରେ ଏଭଳି ସଅଳ ପହଣ୍ଡି ଏବଂ ସନ୍ଧ୍ୟା ଆଳତି ହୋଇଥିବା ପୂଜାପଣ୍ଡା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri