ରୁଷିଆରେ ଭୟଙ୍କର ସ୍ଥିତି

ଓ୍ବାଶିଂଟନ/ ମସ୍କୋ/ ଲଣ୍ଡନ, ୧୩ା୫: ପ୍ରାଣଘାତୀ କରୋନା ଭୂତାଣୁ ବିଶ୍ୱକୁ ଆତଙ୍କିତ କରି ରଖିଛି। ଏହି ମହାମାରୀ ଯୋଗୁ ବିଶ୍ୱରେ ୪୨.୯୭ ଲକ୍ଷ ଲୋକ ଭୂତାଣୁ ଆକ୍ରାନ୍ତ ହୋଇଥିବା ବେଳେ ୨.୮୯ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ମଙ୍ଗଳବାର ୪୫ ହଜାର ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ ୨ ହଜାରରୁ ଊର୍ଦ୍ଧ୍ୱ ପ୍ରାଣ ହରାଇଛନ୍ତି। ସବୁଠାରୁ ବଡ଼ କଥା ହେଉଛି ରୁଷିଆରେ ସଂକ୍ରମଣର ଉଗ୍ର ସ୍ଥିତି। ଗୋଟିଏ ଦିନରେ ଏଠାରେ ୧୦ ହଜାରରୁ ଊର୍ଦ୍ଧ୍ୱ ମାମଲା ସାମ୍ନାକୁ ଆସିଛି। ଗତ ୨ ଦିନ ହେବ ଦିନକରେ ୧୧ ହଜାର ଲୋକ ସଂକ୍ରମିତ ହେଉଥିବା ଜଣାପଡ଼ିଛି। ଏବେ ରୁଷିଆ ସର୍ବାଧିକ ଆକ୍ରାନ୍ତ ତାଲିକାର ତୃତୀୟ ସ୍ଥାନରେ ଥିବା ବ୍ରିଟେନକୁ ଟପିଛି। ଏବେ ରୁଷିଆରେ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୩୨ ହଜାରରୁ ଅଧିକ ଥିବା ଜଣାପଡ଼ିଛି। ମାତ୍ର ୨,୧୧୬ ବ୍ୟକ୍ତି ଏହି ଦେଶରେ ପ୍ରାଣ ହରାଇଥିଲେ ହେଁ କରୋନା ଆକ୍ରାନ୍ତଙ୍କ ତାଲିକା ଭୟଙ୍କର ଭାବେ ବଢ଼ିଚାଲିଛି। ଆମେରିକା, ସ୍ପେନ୍‌ ପରେ ରୁଷିଆରେ ସର୍ବାଧିକ କରୋନା ରୋଗୀ ଅଛନ୍ତି। ଫଳରେ ଏହାକୁ ନେଇ ଲୋକମାନେ ସେଠାରେ ଆତଙ୍କିତ ହୋଇପଡ଼ିଛନ୍ତି।
ଆମେରିକାରେ ଅଦ୍ୟାବଧି ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ୧୩.୯୧ ଲକ୍ଷ ଥିବାବେଳେ ୮୨,୦୯୬ ଜଣ ପ୍ରାଣ ହରାଇଲେଣି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୫ ହଜାର ନୂଆ ମାମଲା ସାମ୍ନାକୁ ଆସିଛି। ଦ୍ୱିତୀୟରେ ରହିଥିବା ସ୍ପେନ୍‌ର ସ୍ଥିତିରେ କୌଣସି ପରିବର୍ତ୍ତନ ଆସିନାହିଁ। ଏଠାରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୨.୬୯ ଲକ୍ଷରୁ ଅଧିକ ଥିବାବେଳେ ୨୬,୯୨୦ ଲୋକ ପ୍ରାଣ ହରାଇଲେଣି। ଚତୁର୍ଥ ସର୍ବାଧିକ ସଂକ୍ରମଣକାରୀ ଥିବା ବ୍ରିଟେନରେ ୩୨,୬୯୨ ବ୍ୟକ୍ତିଙ୍କ ଜୀବନ ଗଲାଣି। ଏଠାରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୨.୨୬ ଲକ୍ଷରୁ ଊର୍ଦ୍ଧ୍ୱ ରହିଛି। ଫ୍ରାନ୍ସ, ଜର୍ମାନୀ, ବ୍ରାଜିଲ, ତୁର୍କୀ, ଇରାନରେ ଲକ୍ଷାଧିକ କରୋନା ରୋଗୀ ଥିବାବେଳେ ମୃତ୍ୟୁସଂଖ୍ୟା ବଢ଼ି ବଢ଼ି ଚାଲିଛି। ଫ୍ରାନ୍ସରେ ୨୬,୬୪୩, ଜର୍ମାନୀରେ ୭,୬୪୭, ବ୍ରାଜିଲରେ ୧୧,୭୦୧, ତୁର୍କୀରେ ୩,୮୪୧, ଇରାନରେ ୬,୭୩୩, ଚାଇନାରେ ୪,୬୩୩, ଭାରତରେ ୨,୩୫୫, ବେଲଜିୟମରେ ୮, ୭୬୧, ନେଦରଲାଣ୍ଡ୍ସରେ ୫,୫୧୦, ମେକ୍ସିକୋରେ ୩,୫୭୩, ସ୍ବିଡେନରେ ୩,୩୧୩ ବ୍ୟକ୍ତି ପ୍ରାଣ ହରାଇଥିବା ଜଣାପଡ଼ିଛି। କ୍ରମଶଃ ସ୍ଥିତି ଉଗ୍ରରୂପ ଧାରଣ କରୁଥିବା ବେଳେ ମହାମାରୀରୁ ମୁକୁଳିବାର ବାଟ ଦେଖାଯାଉନାହିଁ। ସମସ୍ତେ ଆତଙ୍କ ଭିତରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ଥିତି ସଙ୍କଟ ଜନକ, ମୃତ୍ୟୁ ସଂଖ୍ୟା ବଢ଼ାଉଛି ଚିନ୍ତା …

ନୂଆଦିଲ୍ଲୀ, ୧୮।୧ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସ୍ଥିତି ସଙ୍କଟ ଜନକ...

ଫାୟାର ଫେଷ୍ଟିଭାଲ୍‌ରେ ଅଘଟଣ: ଚାଲିଗଲା ୧୧ ଜୀବନ

ଜେହରାନ୍‌, ୧୫। ୩: ଇରାନ୍‌ରେ ପାରମ୍ପରିକ ଫାୟାର ଫେଷ୍ଟିଭାଲ ପାଳନ ସମୟରେ ଅଘଟଣ ଘଟି ୧୧ ଜଣଙ୍କ ମୃତ୍ୟୁ ଘଟିଛି। ୩,୫୦୦ ଆହତ ହୋଇଥିବା ଜରୁରୀ...

ଟ୍ରମ୍ପ୍‌ଙ୍କ ଝିଆରୀଙ୍କ ବିବାଦୀୟ ମନ୍ତବ୍ୟ: ସେ ଜଣେ କ୍ରୁର-ବିଶ୍ୱାସଘାତୀ ଶାସକ, ତାଙ୍କୁ ଜେଲ ପଠାଯିବା ଆବଶ୍ୟକ

ଓ୍ବାଶିଂଟନ୍‌, ୫।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିରୋଧରେ ତାଙ୍କ ଝିଆରୀ ମେରି ଟ୍ରମ୍ପ୍‌ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ମେରି କହିଛନ୍ତି ଯେ, ତାଙ୍କ ଦାଦା...

୨ ସପ୍ତାହରେ ୭୪ ହଜାରରୁ ଦେଢ଼ ଲକ୍ଷ ଛୁଇଁଲା ସଂକ୍ରମିତଙ୍କ ସଂଖ୍ୟା: ୨୪ ଘଣ୍ଟାରେ ସାଢ଼େ ୬ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୨୭।୫: କରୋନା ସଂକ୍ରମଣ ଯୋଗୁ ଭାରତରେ ସଙ୍କଟ ସୃଷ୍ଟି ହୋଇଛି। ୨ ସପ୍ତାହ ତଳେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୭୪ ହଜାର ୨୮୧ ଥିଲା। ଏବେ...

କରୋନା ନାଜାଲ ଭ୍ୟାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଶେଷ, ଖୁବଶୀଘ୍ର ହେବ ଲଞ୍ଚ

ନୂଆଦିଲ୍ଲୀ,୧୯ ।୬: କରୋନା ମହାମାରୀ ପୁଣିଥରେ ମୁଣ୍ଡ ଟେକିବା ଆରମ୍ଭ କଲାଣି । ହେଲେ ଏହାସହ ଲଢିବାକୁ ସାରା ବିଶ୍ୱରେ ଭ୍ୟାକ୍ସିନ ତିଆରି ହୋଇ ସାରିଥିବା...

ସାବଧାନ ! କରୋନା ସଂକ୍ରମଣ ପୂର୍ବରୁ ପାଦରେ ଦେଖାଦିଏ ଏଭଳି ଦାଗ

ମାଦ୍ରିଦ୍‌,୧୬।୪: କରୋନା ସଂକ୍ରମଣ ପୂର୍ବରୁ ଶରୀରରେ କେତେକ ଲକ୍ଷଣ ପାଇଥାଏ। ସେସବୁ ମଧ୍ୟରେ ଥଣ୍ଡା, କାଶ, ସର୍ଦ୍ଦି, ଜ୍ୱର, ଗଳା ଦରଜ ଆଦି ରହିଛି। ଏହାସହିତ...

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ହିନ୍ଦୀ ଭାଷାରେ ହେଉଛି ପ୍ରଚାର

ୱାଶିଂଟନ,୧୩ ।୧୦: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଚାର କାର୍ଯ୍ୟ ମଧ୍ୟ ଯୋର ସୋରରେ ଚାଲିଛି । ଏବେ ସେଠାରେ ହିନ୍ଦୀରେ ‘ଟ୍ରମ୍ପ...

ଆମେରିକାର ୫୦ଟି ରାଜ୍ୟରେ ବ୍ୟାପିଲା ମଙ୍କିପକ୍ସ ସଂକ୍ରମଣ: ଗୋଟିଏ ସପ୍ତାହରେ ବିଶ୍ୱର ସର୍ବାଧିକ ମାମଲା ଚିହ୍ନଟ

ଓ୍ବାଶିଂଟନ,୨୩।୮: ଆମେରିକାରେ ମଙ୍କିପକ୍ସ ସଂକ୍ରମଣ ପ୍ରକୋପ ଥମିବାର ନା ନେଉନି। ବର୍ତ୍ତମାନ ଦେଶର ସମସ୍ତ ୫୦ଟି ରାଜ୍ୟରେ ଏହି ସଂକ୍ରମଣ ବ୍ୟାପିଥିବା ଜଣାପଡ଼ିଛି। ଅନ୍ୟ ଦେଶ...

Advertisement
Archives

Model This Week