Posted inଖେଳ

ରୁଷିଆକୁ ୪ ବର୍ଷ ବାସନ୍ଦ କଲା ଓ୍ବାଡା

ଲାଉସାନେ, ୯ା୧୨ (ଏପି)-ଆସନ୍ତା ବର୍ଷ ହେବାକୁଥିବା ଟୋକିଓ ଅଲିମ୍ପିକ୍ସରେ ରୁଷିଆ ପତାକା ଉଡ଼ିବ ନାହିଁ କିମ୍ବା ଏହାର ଜାତୀୟ ସଙ୍ଗୀତ ଗାନ ହେବ ନାହିଁ। କେବଳ ସେତିକି ନୁହେଁ ସୋମବାରଠାରୁ ୪ ବର୍ଷ ପର୍ଯ୍ୟନ୍ତ ଅନ୍ୟ ପ୍ରମୁଖ କ୍ରୀଡ଼ା ଇଭେଣ୍ଟରୁ ରୁଷିଆକୁ ବାସନ୍ଦ କରାଯାଇଛି। ମସ୍କୋ ଲାବେରେଟୋରି ଡାଟାବେସ୍‌ ଟ୍ୟାମ୍ପରିଂ ଅଭିଯୋଗରେ ଓ୍ବାଲର୍‌ଡ ଆଣ୍ଟି ଡୋପିଂ ଏଜେନ୍ସି (ଓ୍ବାଡା) ତରଫରୁୁ ଏହି ଦଣ୍ଡ ବିଧାନ କରାଯାଇଛି। ସୋମବାର ଏଠାରେ ଓ୍ବାଡା କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି।
ରୁଷିଆର ଯେଉଁ ଆଥଲେଟ୍‌ ଡୋପ୍‌ ଟେଷ୍ଟରେ ଧରାପଡ଼ି ନ ଥିବେ ଏବଂ ସେମାନଙ୍କ ଡାଟା ଜାଲିଆତି କରାଯାଇ ନ ଥିବ ସେମାନଙ୍କୁ ହୁଏତ ପ୍ରମୁଖ ଇଭେଣ୍ଟଗୁଡ଼ିକରେ ଭାଗ ନେବାଲାଗି ଅନୁମତି ମିଳିପାରେ ବୋଲି ଓ୍ବାଡା ରୁଲିଂରେ କୁହାଯାଇଛି। କିନ୍ତୁ ବିଶ୍ୱ ଚାମ୍ପିୟନଶିପ୍‌ ଏପରିକି ଫୁଟ୍‌ବଲ ବିଶ୍ୱକପ୍‌ରେ ରୁଷିଆର ଦଳର ଅଂଶଗ୍ରହଣ ଏହାଦ୍ୱାରା ପ୍ରଭାବିତ ହେବ କି ନା ତାହା ଏବେବି ସୁଦ୍ଧା ଅସ୍ପଷ୍ଟ। ରୁଷିଆର ଆଣ୍ଟି ଡୋପିଂ ଏଜେନ୍ସି ଓ୍ବାଡାର ଏହି ନିଷ୍ପତ୍ତି ବିରୋଧରେ କୋର୍ଟ ଅଫ୍‌ ଆର୍ବିଟ୍ରେଶନ (କାସ୍‌)ରେ ୨୧ ଦିନ ମଧ୍ୟରେ ଆବେଦନ କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହମ୍ମଦ ଅଲିଙ୍କୁ ଭେଟିଲେ ଗାଭାସ୍କର

କେଣ୍ଟୁକି,୧୪।୯: ବର୍ତ୍ତମାନ ଆମେରିକାରେ ଥିବା ଭାରତୀୟ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଲୌଇସଭିଲେର କେଣ୍ଟୁକି ଗସ୍ତ କରିଛନ୍ତି। ସେଠାରେ ପୂର୍ବତନ ବକ୍ସିଂ କିମ୍ବଦନ୍ତୀ ମହମ୍ମଦ ଅଲି...

ଧାଓ୍ବନ ଆହତ, ଫେରିଲେ ସାମସନ

ନୂଆଦିଲ୍ଲୀ,୨୭।୧୧(ପି.ଟି.)- ଭାରତୀୟ ଦଳର ନିୟମିତ ଓପନର ଶିଖର ଧାଓ୍ବନ ଓ୍ବଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯିବାକୁ ଥିବା ଟି୨୦ ସିରିଜ୍‌ରୁ ବାଦ୍‌ ପଡ଼ିଛନ୍ତି। ଆହତ ସମସ୍ୟା କାରଣରୁ ତାଙ୍କୁ...

ଡବ୍ଲୁଟିଏ ର଼୍ୟାଙ୍କିଙ୍ଗ୍‌ ଶୀର୍ଷକୁ ଫେରିଲେ ଓସାକା

ପ୍ୟାରିସ,୧୨।୮(ଏଏଫ୍‌ପି)- ୟୁଏସ୍‌ ଓ ଅଷ୍ଟ୍ରେଲିଆନ ଓପନ ଚାମ୍ପିୟନ ନାଓମି ଓସାକା ଡବ୍ଲ୍ୟୁଟିଏ ର଼୍ୟାଙ୍କିଙ୍ଗ୍‌ ଶୀର୍ଷକୁ ଫେରିିଛନ୍ତି। ୨୧ ବର୍ଷୀୟ ଜାପାନିଜ ଖେଳାଳି ଗତ ସପ୍ତାହରେ ରୋଜର୍ସ...

ଆଇପିଏଲ ପାଇଁ ଆଗୁଆ ଶେଷ ହୋଇପାରେ ସିପିଏଲ

ନୂଆଦିଲ୍ଲୀ, ୩୦।୫: ଆଇପିଏଲର ବଳକା ମ୍ୟାଚ୍‌କୁ ସୁଚାରୁ ରୂପେ ଆୟୋଜନ କରିବା ପାଇଁ ବିସିସିଆଇ କାରିବିଅନ ପ୍ରିମିୟ ଲିଗ୍‌ (ସିପିଏଲ)କୁ ଏକ ସପ୍ତାହ କିମ୍ବା ୧୦...

ନ୍ୟୁଜିଲାଣ୍ଡକୁ ବଡ଼ ଝଟ୍‌କା

ଅକଲାଣ୍ଡ,୨୧।୧୧: ଭାରତ ବିପକ୍ଷ ତୃତୀୟ ଟି-୨୦ ପୂର୍ବରୁ ନ୍ୟୁଜିଲାଣ୍ଡକୁ ଏକ ବଡ଼ ଝଟ୍‌କା ଲାଗିଛି। ବ୍ୟକ୍ତିଗତ କାରଣରୁ କିୱି ଦଳର ଅଧିନାୟକ କେନ ୱିଲିୟମସନ ତୃତୀୟ...

ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୯।୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ଭାରତ ଐତିହାସିକ ବିଜୟ ହାସଲ କରିଛି। ଏହି ବିଜୟ ପରେ ଭାରତୀୟ...

‘ପାକିସ୍ତାନ କ୍ରିକେଟକୁ ହତ୍ୟା କରିଛି ନ୍ୟୁଜିଲାଣ୍ଡ’

ରାଓ୍ବଲପିଣ୍ଡି,୧୭।୯: ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ପୂର୍ବରୁ ସୁରକ୍ଷାଗତ କାରଣ ଦର୍ଶାଇ ସମ୍ପୂର୍ଣ୍ଣ ଗସ୍ତରୁ ଓହରି ଯାଇଛି ନ୍ୟୁଜିଲାଣ୍ଡ ଦଳ। ଫଳରେ ଅନ୍ତର୍ଜାତୀୟ...

ଭାରତର ଫୁଟ୍‌ବଲ ଖେଳାଳି ବୋରିସ୍‌ ସିଂଙ୍କୁ କରୋନା

ନୂଆଦିଲ୍ଲୀ, ୨୧ା୮ (ପି.ଟି.): କୋଭିଡ୍‌-୧୯ ଟେଷ୍ଟରେ ଭାରତର ୨୦୧୭ ଫିଫା ବିଶ୍ୱକପ୍‌ ଦଳର ଅନ୍ୟତମ ସଦସ୍ୟ ବୋରିସ୍‌ ସିଂ ଥଙ୍ଗ୍‌ଜମ୍‌ଙ୍କର ପଜିଟିଭ୍‌ ଆସିଛି। କରୋନାରେ ସଂକ୍ରମିତ...

Advertisement
Archives

Model This Week