ରୁଦ୍ରପୁର ଗୋଷ୍ଠୀ ସଂଘର୍ଷ ଘଟଣା: ପୋଲିସର କାର୍ଯ୍ୟଧାରାକୁ ନେଇ ଥାନା ଘେରିଲା ଭାଜପା ମହିଳା ମୋର୍ଚ୍ଚା

ବିଞ୍ଝାରପୁର,୫ା୧୨(ଡି.ଏନ୍‌.ଏ): ବିଞ୍ଝାରପୁର ଥାନା ଅନ୍ତର୍ଗତ କଲ୍ୟାଣପୁର ପଞ୍ଚାୟତ ରୁଦ୍ରପୁର ଗ୍ରାମରେ ସୋମବାର ସନ୍ଧ୍ୟାରେ ରାଜନୈତିକ ବିବାଦରୁ ସଂଘଠିତ ଗୋଷ୍ଠୀ ସଂର୍ଘଷ ଘଟଣାରେ ପୋଲିସର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠାଇଛି ଭାଜପା। ଏହି କ୍ରମରେ ବୁଧବାର ପୁର୍ବାହ୍ନରେ ଥାନା ସମ୍ମୁଖରେ ଭାଜପା ଜିଲା ମହିଳା ସଭାନେତ୍ରୀ ବବିତା ମଲ୍ଲିକ, କଲ୍ୟାଣପୁର ପଞ୍ଚାୟତର ସଦ୍ୟ ନିଲମ୍ବିତ ସରପଞ୍ଚ ସୁନିତା ନାୟକଙ୍କ ନେତୃତ୍ୱରେ ଶତାଧିକ ମହିଳା କର୍ମୀଙ୍କ ସମେତ ଭାଜପାର ଛାମୁଆ କର୍ମୀ ଧାରଣାରେ ବସିବା ସହ ପୋଲିସର କାର୍ଯ୍ୟଧାରାକୁ ନିନ୍ଦା କରିଥିଲେ। ପୂର୍ବରୁ ଥାନାରେ ଉପସ୍ଥିତ ଥିବା ଯାଜପୁର ଏସଡିପିଓ ରବିନ୍ଦ୍ର କୁମାର ଜେନା, ମଙ୍ଗଳପୁର ଥାନା ଅଧିକାରୀ ଅସିତ ରଞ୍ଜନ ମହାନ୍ତି ଧାରଣାସ୍ଥଳକୁ ଯାଇ ଧାରଣାକାରୀ ବୁଝାଉଥିବାବେଳେ ବିଞ୍ଝାରପୁର ଥାନାଧିକାରୀଙ୍କ ବିରୋଧରେ ଧାରଣାକାରୀମାନେ ଅଭିଯୋଗ ଆଣିଥିଲେ। ରୁଦ୍ରପୁର ଗୋଷ୍ଠୀ ସଂର୍ଘଷ ଘଟଣାରେ ପୋଲିସ ପ୍ରକୃତ ଅଭିଯୁକ୍ତଙ୍କୁ ଗିରଫ ନ କରି ଅକ୍ରୋଶମୂଳକ ଭାବେ କଲ୍ୟାଣପୁର ଗ୍ରାପର ପୂର୍ବତନ ସରପଞ୍ଜ ମୁକ୍ତିକାନ୍ତ ସାମଲଙ୍କୁ ଗିରଫ କରିଥିବା ଅଭିଯୋଗ କରିଥିଲେ। ପରେ ବିଞ୍ଝାରପୁର ଥାନା ଅଧିକାରୀ ଶିବଚରଣ ବେହେରା ଧାରଣାସ୍ଥଳକୁ ଯାଇ ରୁଦ୍ରପୁର ଗୋଷ୍ଠୀ ସଂର୍ଘଷ ସମ୍ପର୍କରେ ସମସ୍ତ ଅଭିଯୋଗର ତଥ୍ୟ ଦେବା ସହ ଏହି ଘଟଣାରେ ଗିରଫ ହୋଇଥିବା କଲ୍ୟାଣପୁର ଗ୍ରାପର ପୂର୍ବତନ ସରପଞ୍ଚ ମୁକ୍ତିକାନ୍ତ ସାମଲଙ୍କ ନାମରେ ଥାନାରେ ୭ଟି ମାମଲା ଥିବା ପ୍ରକାଶ କରିଥିଲେ। ଏସଡିପିଓ ଜେନା ସମସ୍ତ ଘଟଣାର ନିରପେକ୍ଷ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପ୍ରତିଶ୍ରୁତି ଦେବାରୁ ଧାରଣାସ୍ଥଳରୁ ଧାରଣାକାରୀମାନେ ଉଠିଥିଲେ। ଏହି ଅବସରରେ ସଭାନେତ୍ରୀ ବବିତା ମଲ୍ଲିକଙ୍କ ନେତୃତ୍ୱରେ ଧାରଣାକାରୀମାନେ ଘଟଣା ସମ୍ପର୍କରେ ପୋଲିସ ମହାନିଦ୍ଦେର୍ଶକ ଓଡ଼ିଶାଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପଦାନ କରିଥିଲେ। ଏହି ଧାରଣାରେ ଅନ୍ୟମାନଙ୍କ ମଧ୍ୟରେ ସୁନିତା ନାୟକ, ନିରଞ୍ଜନ ବେଉରିଆ, କିଶୋର ଚନ୍ଦ୍ର ମିଶ୍ର, ବସନ୍ତ ସାମଲ, ଅରୁଣଜିତ ରାଉତରାୟ,ଦୀନବନ୍ଧୁ ଦାସଙ୍କ ସମେତ ଶତାଧିକ ମହିଳାକର୍ମୀ ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସବୁଜ ଭବିଷ୍ୟତ ଗଠନ କରିବାକୁ ଆଗେଇ ଆସିଲେ ମହିଳା, ପ୍ରତ୍ୟେକ ନାଗରିକ ସଂକଳ୍ପବଦ୍ଧ ହୋଇ…

ବଲାଙ୍ଗୀର,୧୨ା୭(ସୁନିଲ କୁମାର ମହାନ୍ତି): ପରିବେଶ ସୁରକ୍ଷା ଏବଂ ସବୁଜ ଭବିଷ୍ୟତ ଗଠନର ଉଦ୍ଦେଶ୍ୟରେ ବଲାଙ୍ଗୀରସ୍ଥିତ ଖୁଜେନପାଲି ବିଦ୍ୟାଳୟରେ ବଲାଙ୍ଗୀର ମାରଓ୍ବାଡ଼ି ମହିଳା ସମିତି, ଲାୟନ୍ସ କ୍ଲବ, ସହଯୋଗ…

ସୁନା-ରୂପା ମୂଲ୍ୟ ହ୍ରାସ ପାଇବ ନା ବୃଦ୍ଧି ପାଇବ? ବିଶେଷଜ୍ଞ କହିଲେ….

ନୂଆଦିଲ୍ଲୀ,୧୨।୭: ନିବେଶକମାନେ ଆମେରିକା-ଇରାନ ମଧ୍ୟରେ ନୂତନ ଉତ୍ତେଜନା, ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଏବଂ ମୁଦ୍ରାସ୍ଫୀତି ତଥ୍ୟ ଉପରେ ତୀକ୍ଷ୍ଣ ନଜର ରଖିଥିବାରୁ ଆସନ୍ତା ସପ୍ତାହରେ ସୁନା ଏବଂ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳରୁ ବାଦ ଦେବାର ପ୍ରକୃତ କାରଣ କହିଲେ ଶ୍ରେୟସ ଆୟର, ଆଶ୍ଚର୍ଯ୍ୟ ହେଲେ ପ୍ରଶଂସକ

ନୂଆଦିଲ୍ଲୀ,୧୨।୭: ଶନିବାର ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟି-୨୦ରେ ଭାରତୀୟ ଦଳ ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଏକାଦଶରୁ ବାଦ ଦେଇଥିଲା। ସଞ୍ଜୁ ସାମସନ ତିନୋଟି ମ୍ୟାଚ…

ମାଟିର ମହକରେ ଫେରିଲା ଦେଶୀ ମଞ୍ଜି, ପ୍ରେରଣାଦାୟୀ ସାଜିଲେ ମହିଳା ଚାଷୀ, ହସିହସି କୁହନ୍ତି ଆମ ପରିବାରରେ…

କର୍ଲାମୁଣ୍ଡା,୧୨ା୭(ପ୍ରଦୀପ କୁମାର ସାହୁ): ବଦଳୁଥିବା କୃଷି ପଦ୍ଧତି ମଧ୍ୟରେ ଯେତେବେଳେ ଅନେକ ଚାଷୀ ହାଇବ୍ରିଡ୍‌ ମଞ୍ଜି ଓ ରାସାୟନିକ କୃଷି ଉପରେ ନିର୍ଭରଶୀଳ ହୋଇପଡ଼ିଛନ୍ତି, ସେତେବେଳେ କଳାହାଣ୍ଡି…

ରଥଯାତ୍ରା ଡ୍ୟୁଟିରେ ଆସିଥିବା ହୋମଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁ

ସାକ୍ଷୀଗୋପାଳ, ୧୨।୭ (କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ରଥଯାତ୍ରା ଡ୍ୟୁଟିରେ ପୁରୀ ଆସିଥିବା ଜଣେ ହୋମଗାର୍ଡଙ୍କର ଶନିବାର ରାତିରେ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଛି। ମୃତ ହୋମଗାର୍ଡଙ୍କ…

ENG vs IND: ଇଂଲଣ୍ଡ ODI ଏବଂ ଜିମ୍ବାୱେ T20 ସିରିଜ ପାଇଁ ଭାରତୀୟ ଦଳରେ ପରିବର୍ତ୍ତନ; BCCI ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୭: ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଏବଂ ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଭାରତୀୟ ଦଳରେ ପରିବର୍ତ୍ତନ କରାଯାଇଛି। ରବିବାର, ପୁରୁଷ…

ଗ୍ରୀଡ୍‌ ସବ୍‌ଷ୍ଟେଶନ ଲୋକାର୍ପଣ କଲେ ଉପମୁଖ୍ୟମନ୍ତ୍ରୀ, କହିଲେ କୌଣସି ସ୍ଥାନରେ କିଛି…

ବରଗଡ଼,୧୨ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ପଞ୍ଚାୟତ କଲେଜ ନିକଟରେ ରବିବାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ୩୩/୧୧ କେ.ଭି କ୍ଷମତା ସମ୍ପନ୍ନ ନୂତନ ଗ୍ରୀଡ୍‌…

‘ମୁଁ ଆତ୍ମହତ୍ୟା କରିଦେବି….’ନିର୍ବାଚନ କମିଶନରଙ୍କୁ ଘରକୁ ଡକାଇ ଏଭଳି କହିଥିଲେ ମନମୋହନ ସିଂ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୨।୭: ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ଦଶ ବର୍ଷ ଧରି ଭାରତର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିବା ମନମୋହନ ସିଂଙ୍କ ସମ୍ପର୍କରେ ଏକ ଆକର୍ଷଣୀୟ କାହାଣୀ ସାମ୍ନାକୁ ଆସିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri