ରୁଗ୍‌ଣ ଅବସ୍ଥାରେ ମାଟି କାରିଗରୀ

ମାଲକାନଗିରି,୧୫।୫(ଡି.ଏନ.ଏ)-ମାଟିର ମହକ ନିଆରା । ରୋଷେଇ ସାମଗ୍ରୀ ଠାରୁ ଆରମ୍ଭ କରି ବିଭିନ୍ନ ବସ୍ତୁ ତିଆରିରେ ବ୍ୟବହାର ହୁଏ ମାଟି| ଦିନଥିଲା କୁମ୍ଭାର ମାନେ ସାହି ସାହି ବୁଲି   ନିଜ ହାତ ଗଢା ମାଟି ପାତ୍ରକୁ ବିକ୍ରି  କରୁଥିଲେ  ା ଆଉ ଲୋକେ ବି   ବେଶ ଆଦରର ସହ   ତାହାକୁ  କ୍ରୟ କରି ବ୍ୟବହାର କରୁଥିଲେ ା  ହେଲେ ଏବେ କିନ୍ତୁ    ଦୃଶ୍ୟ ଅଲଗା ।  ବୁଡ଼ିବାକୁ  ବସିଲାଣି   ଏହି ବୃତ୍ତି ା ଜନ୍ମରୁ  ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ମାଟି ପାତ୍ର ଦରକାର ପଢୁଥିଲେ ବି   ଆଜିକାର  ପ୍ଲାଷ୍ଟିକ୍‌ ଯୁଗ ଧୀରେ ଧୀରେ   ମାଟି ପାତ୍ର ଉପରେ  ନିଜର କବଜା ଜାହିର କରି ସାରିଲାଣି ା ବାଧ୍ୟ ହୋଇ କୌଳିକ  ବୃତ୍ତିରୁ  କିଛି  କୁମ୍ଭକାରମାନେ ଓହରି ଯାଇଥିବା ବେଳେ ଆଉ କିଛି ଏହି ବୃତ୍ତିକୁ ଆପଣେଇ ଆଦରି ରଖିଛନ୍ତି।    ଅର୍ଥାଭାବ ଓ  ସରକାରୀ  ପ୍ରୋସତ୍ାହନ ମିଳୁନଥିବାରୁ ସେମାନେ ବି  ଅନେକ   ଅସୁବିଧାର ସମ୍ମୁଖୀନ ହେଉଛନ୍ତିି ା ମାଟି ପାତ୍ର ନିର୍ମାଣ କରିବାକୁ  ଏହି କୁମ୍ଭକାରମାନଙ୍କୁ ଅନେକ ପରିଶ୍ରମ କରିବାକୁ  ପଡେ   ା ମାଟି  ଚକଟା ଠୁ ଆରମ୍ଭ କରି ପାତ୍ରଟିଏ ନିର୍ମାଣ କରିବା ଏତେ ସହଜ ନଥାଏ ା  ତଥାପି ନିଜର  କଳାକୁ ଏହି କାରିଗରମାନେ ମାଟି  ମାଧ୍ୟମରେ ଜୀବିତ କରିଥାନ୍ତି। ଆଉ ଗଢିଥାନ୍ତିି ମାଟିରୁ ଅନେକ ସୁନ୍ଦର ବସ୍ତୁମାନ ା  କିନ୍ତୁ ଏହି କୁମ୍ଭାକାରମାନଙ୍କୁ ମିଳୁନି  ସେମାନଙ୍କ ପରିଶ୍ରମର ଉପଯୁକ୍ତ  ପାରିଶ୍ରମିକ ା ମାଲକାନଗିରି  ଜିଲା  ସଦର ମହକୁମାରେ ବସବାସ କରୁଥିବା  ପ୍ରାୟ ୨୦ ରୁ ଅଧିକ  କୁମ୍ଭାର   ପରିବାର ପକ୍କା ଘର କିମ୍ବା ଅନ୍ୟାନ୍ୟ ସରକାରୀ ସାହାଯ୍ୟରୁ ମଧ୍ୟ ବାଦ ପଡିଛନ୍ତିି ା ଏମାନଙ୍କ ପାଇଁ  ଯୋଜନା ତ ବହୁ ଦୂର କଥା , କାମ କରିବା ପାଇଁ ନାହିଁି  ଗୋଟିଏ ବି ହାଣ୍ଡିଶାଳ  ା ମାଟି ପାତ୍ରକୁ ବିକିବା ନିମନ୍ତେ ନାହିଁି  ଉପଯୁକ୍ତ ବଜାର।   ଯେଉଁଥି ପାଇଁ   କୁମ୍ଭାରମାନେ  ନିଜର ନିର୍ମିତ ମାଟି ପାତ୍ରଗୁଡିକୁ କମ ଦାମ୍‌ରେ ବିକୁଛନ୍ତ ା ରୋଜଗାର କମ ହେଉଥିବାରୁ ପିଲାମାନଙ୍କୁ ଉଚ୍ଚ ଶିକ୍ଷା ଦେବା ତ ଦୂରର କଥା ଖାଇବାକୁ ମଧ୍ୟ  ଠିକ୍‌ ରୂପେ  ଦେଇପାରୁନୁ ବୋଲି ମଇନା କୁମ୍ଭାର ଓ ଗଣପତି କୁମ୍ଭାର ପ୍ରକାଶ କରିଛନ୍ତି ା  ଏହି ବୃତ୍ତିରେ ପରିବାର ଭରଣ ପୋଷଣ କଷ୍ଟକର ହେଉଥିବାରୁ  ଅନେକ   ଏହି କାରଣରୁ କୁମ୍ଭକାର ବ୍ୟବସାୟକୁ  ଛାଡି ଅନ୍ୟ କାମ  କରିବାକୁ   ମଧ୍ୟ ଆରମ୍ଭ କରିସାରିଲେଣି ବୋଲି ଅଶୋକ କୁମ୍ଭାର ଓ ସୋନିଆ କୁମ୍ଭାର କହିଛନ୍ତି। ଏହି କୌଳିକ ବୃତ୍ତିର ସୁରକ୍ଷା ପାଇଁ ଜିଲା ପ୍ରଶାସନ ପଦକ୍ଷେପ ନେବାକୁ ଦାବି ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

ବଡ଼ଗୁଡା ନିକଟରେ ମୁହାଁମୁହିଁ ଧକ୍କା ହେଲେ ଦୁଇ ବାଇକ, ମୃତ୍ୟୁ ସଂଖ୍ୟା….

ଗୁଣପୁର,୧୪।୭(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଏବଂ ଗଜପତି ଜିଲe କାଶୀନଗର ରାସ୍ତାର ବଡଗୁଡ଼ା ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ…

ପାତଲମ୍ବା ଗାଁରେ ହାତୀ ତାଣ୍ଡବ: ଆତଙ୍କରେ ଗ୍ରାମବାସୀ

କଲ୍ୟାଣସିଂହପୁର,୧୩।୭(ଦୀପକ କୁମାର ପରିଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତ ଅନ୍ତର୍ଗତ ପାତଲମ୍ବା ଗାଁରେ ସୋମବାର ଏକ ଦନ୍ତା ହାତୀ ପଶି ଆତଙ୍କ ସୃଷ୍ଟି କରିଛି।…

ଗୁଡାରିରେ କଡ଼ାକଡ଼ି ଗାଡ଼ି ଯାଞ୍ଚ: ୭ ହଜାର ଟଙ୍କାର ଚାଲାଣ କାଟିଲା…

ଗୁଡାରି, ୧୧।୭ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ପୋଲିସ ସୁପରିଣ୍ଟେଣ୍ଡେଣ୍ଟ (ଏସ୍‌ପି) ରାଜ ପ୍ରସାଦଙ୍କ ନିର୍ଦ୍ଦେଶକ୍ରମେ ଗୁଡାରି ଥାନା ଅଧିକାରିଣୀ ବିଶ୍ୱବନ୍ଦିନୀ ବାଗଙ୍କ ନେତୃତ୍ୱରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri