ରୀନାଙ୍କୁ ଏଥର ନେଗେଟିଭ୍‌

ନା ସେ ଗଁ। ରେ ଡ୍ରାମା କରିଥିଲେ। ନା ତାଙ୍କର ଅଭିନୟର କୌଣସି ଅଭିଜ୍ଞତା ଥିଲା। ସେ କେବଳ ଭଲ ପାଉଥିଲେ ଯାତ୍ରାକୁ। ଯାତ୍ରା ପ୍ରତି ଥିବା ତାଙ୍କର ସେହି ଭଲପାଇବା ହିଁ ତାଙ୍କୁ ଟାଣି ଆଣିଲା ଯାତ୍ରା ଜଗତକୁ। ଖାଲି ଟାଣି ଆଣିଲାନାହିଁ। ଅଧିକନ୍ତୁ ତାଙ୍କୁ ସଜେଇଦେଲା ଜଣେ ପୋଖତ ଅଭିନେତ୍ରୀ। ଏଠାରେ ଯାହାଙ୍କ କଥା କୁହାଯାଉଛି ସେ ହେଉଛନ୍ତି ଓଡ଼ିଆ ଯାତ୍ରା ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ ରୀନାରାଣୀ ନାୟକ। ସଂକ୍ଷେପରେ ରୀନା। ଭଦ୍ରକ ଜିଲା ବାସୁଦେବପୁର ଅନ୍ତର୍ଗତ ପଦ୍ମପୁରରେ ଜନ୍ମିତା ରୀନା ଆଜିକୁ ତିରିଶ ବର୍ଷ ତଳେ ପାଦ ଥାପିଥିଲେ ଯାତ୍ରା ଜଗତରେ। ଅନୁଷ୍ଠାନ ଥିଲା ‘ସାଗରକନ୍ୟା’ ଗଣନାଟ୍ୟ। ପ୍ରସିଦ୍ଧ ନିର୍ଦ୍ଦେଶକ ବାଦଲ ସିକ୍‌ଦାରଙ୍କ ସହିତ ପରିଚୟ ଥିଲା। ଆଉ ତାଙ୍କରି ମାଧ୍ୟମ ଦେଇ ହିଁ ସେ ଆସି ଯୋଗ ଦେଇଥିଲେ ‘ସାଗରକନ୍ୟା’ରେ। ଝିଅର ଯାତ୍ରାକୁ ଆସିବା ନେଇ ଘରେ ସମସ୍ତେ ଅରାଜି ଥିଲେ। ମାତ୍ର ରୀନାଙ୍କ ଦେହରେ ଡେଣା ଖଞ୍ଜି ଦେଇଥିଲା ଯାତ୍ରା। ସେ ବା କେମିତି ଚୁପ୍‌ ହେଇ ବସିଥାନ୍ତେ! ସେ ଯା’ହେଉ ‘ସାଗରକନ୍ୟା’ରୁ ନିଜର ଯାତ୍ରା ଜୀବନ ଆରମ୍ଭ କରିଥିବା ରୀନା ଏବେ ଆସି ପହଞ୍ଚତ୍ଛନ୍ତି ଅପେରା ‘ସୂର୍ଯ୍ୟମନ୍ଦିର’ରେ। ଇତିମଧ୍ୟରେ ସେ ‘ପାର୍ବତୀ’, ‘କଳିଙ୍ଗ’, ‘କୋଣାର୍କ’, ‘ବାଘାଯତିନ’, ‘ଟାଇଗର ତାରିଣୀ’, ‘ଗୌରୀ’, ‘ବିଶ୍ୱଜନନୀ’ ଆଦି ଅନୁଷ୍ଠାନରେ ନିଜ ଅଭିନୟର ପରାକାଷ୍ଠା ଦେଖାଇ ସାରିଛନ୍ତି। ତାଙ୍କ ଅଭିନୀତ ନାଟକଗୁଡ଼ିକ ମଧ୍ୟରେ ରହିଛି ‘ବାକି ରହିଲା ହାଟ ସଉଦା’, ‘ଏମିତି କାହାଣୀ କେବେ ବି ଶୁଣିନି’, ‘ବାହାବଜାର’, ‘ଅଛୁଅଁା ମଣିଷ’, ‘କଙ୍କାଳକୋଠୀ’, ‘ଜହ୍ନରେ ରହିବି କଳଙ୍କ ହୋଇ’, ‘ରୁପା କାନଫୁଲ ସୁନା ପାଉଁଜି’, ‘ଏମିତି ଝିଅକୁ ଶହେ ସଲାମ’, ‘ସିନ୍ଦୂର କାନ୍ଦୁଛି ଓଢ଼ଣୀ ତଳେ’, ‘ଯମ ଲେଖୁଛି ପ୍ରେମ ଚିଠି’, ‘ଫଗୁଣ ଦେଇଛି ପହିଲି ଚିଠି’, ‘ମିତା ମହାନ୍ତି ମିଛ କୁହନ୍ତି’, ‘ବାଜି ରହିଲା ମୋ ସାନଭଉଣୀ’ ଏବଂ ଆହୁରି ଅନେକ। ଚଳିତବର୍ଷ ‘ସୂର୍ଯ୍ୟମନ୍ଦିର’ରେ ସେ ଅଭିନୟ କରିଥିବା ନାଟକ ମଧ୍ୟରେ ରହିଛି ‘କାହାଣୀ କହୁଛି ସୂର୍ଯ୍ୟମନ୍ଦିର’, ‘ପ୍ରେମିକାର ନଁା ଚନ୍ଦ୍ରଭାଗା’, ‘ପୁଅ ଯିବ ଶାଶୁଘର’, ‘ମାୟାବିନି ମୌସୁମୀ’। ଆଜିଯାଏ ପଜିଟିଭ ରୋଲରେ ଅଭିନୟ କରି ଆସିଥିବା ରୀନାଙ୍କୁ ଚଳିତବର୍ଷ ‘ମାୟାବିନି ମୌସୁମୀ’ରେ ନେଗେଟିଭ୍‌ ଭୂମିକା ମିଳିଛି। ଆଉ ତାକୁ ନେଇ ସେ ବେଶ୍‌ ଖୁସି ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମିଶନ ମଙ୍ଗଲ’ ନିର୍ଦ୍ଦେଶକଙ୍କ ଚିକିତ୍ସା ଖର୍ଚ୍ଚ ବହନ କରୁଛନ୍ତି ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ‘ମିଶନ ମଙ୍ଗଲ’ର ନିର୍ଦ୍ଦେଶକ ଜଗନ ଶକ୍ତି ହଠାତ୍‌ ଗତ ୨୫ ତାରିଖରେ ଅସୁସ୍ଥ ହୋଇ ପଡିଥିଲେ। ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ...

ପ୍ରୋଫାଇଲ ଫଟୋ ବଦଳାଇଲେ କ୍ୟାଟ୍ରିନା

ମୁମ୍ବାଇ: ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲଙ୍କ ବିବାହ ରାଜସ୍ଥାନରେ ହୋଇସାରିବା ପରେ ଦୁହେଁ ମୁମ୍ବାଇ ଫେରି ଆସିଛନ୍ତି। ଉଭୟ ମିଡିଆ ସାମ୍ନାରେ ପ୍ରଥମ...

୫ ହଜାର କୋଟି ଫିଲ୍ମରେ ମୁଖ୍ୟ ଭୂମିକାରେ ଆସିବ ଏଆଇ ରୋବୋ: ମିଳିବ ୫୨୮ କୋଟି

ଟୋକିଓ,୩୦।୬: ଜାପାନରେ ଆର୍ଟିଫିସିୟଲ ଇଣ୍ଟଲିଜେନ୍ସ(ଏଆଇ) ଉପରେ ଆଧାରିତ ବିଶ୍ୱର ପ୍ରଥମ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଏଆଇ ରୋବୋକୁ ଦେଖିବାକୁ...

ମା’ ହେବାର ମାସକ ପରେ କାମକୁ ଫେରିଲେ ବେବୋ, ହେବାକୁ ପଡ଼ିଲା ଟ୍ରୋଲ

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ତଥା ବେବୋ ଦ୍ୱିତୀୟ ଥର ମା’ ହେବାର ମାସକ ପରେ ପୁଣି କାମକୁ ଫେରିଛନ୍ତି। ସେ୨୧ ଫେବୃୟାରୀରେ ଏକ ପୁତ୍ର...

ଅଲଗା ହେବେ ସିଦ୍ଧାନ୍ତ-ମେଘା

ବମ୍ବେ: ଅଭିନେତା ସିଦ୍ଧାନ୍ତ କର୍ନିକ ସ୍ତ୍ରୀ ମେଘା ଗୁପ୍ତାଙ୍କଠାରୁ ଅଲଗା ହେବେ। ଗତବର୍ଷ ଏପ୍ରିଲରୁ ଉଭୟ ଅଲଗା ରହିଆସୁଥିଲେ। ଏବେ ସେମାନେ ଛାଡ଼ପତ୍ର ପାଇଁ ଅପିଲ...

ୱାଲର୍‌ଡ ପାନୋରମା ଏସିଆ ପ୍ରିମିୟରରେ ନୀଳମାଧବଙ୍କ ଫିଲ୍ମ

ଭୁବନେଶ୍ୱର,୨୩ା୧୧(ବ୍ୟୁରୋ): ଜଳବାୟୁ ପରିବର୍ତ୍ତନର ପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ୧୧ ଦେଶର ୧୧ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଚଳଚ୍ଚିତ୍ର ନିର୍ମାତାଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା...

‘ଗୁଡବାୟ’ର ରିଲିଜ ତାରିଖ ଘୋଷଣା

ମୁମ୍ବାଇ: ବିଗ୍‌-ବି ଅମିତାଭ ବଚ୍ଚନଙ୍କ ଆଗାମୀ ଫିଲ୍ମ ‘ଗୁଡବାୟ’ର ରିଲିଜ ଡେଟ୍‌ ସାମ୍ନାକୁ ଆସିଛି। ନିର୍ମାତା ଫିଲ୍ମର ଏକ ପୋଷ୍ଟର ରିଲିଜ କରି ଫିଲ୍ମର ସମସ୍ତ...

ଗୋଟିଏ ଶୋ’ରେ ଏକାଠି ନଜର ଆସିବେ ତିନି ଖାଁ

ବମ୍ବେ: ଗୋଟିଏ ମଞ୍ଚରେ ଏକାଠି ହେବେ ବଲିଉଡ୍‌ର ତିନି ଖାଁ, ଶାହାରୁଖ, ସଲମାନ ଏବଂ ଆମିର। ନିର୍ଦ୍ଦେଶକ ତଥା ହୋଷ୍ଟ କରନ୍‌ ଜୋହରଙ୍କ ଲୋକପ୍ରିୟ ‘କଫି...

Advertisement
Archives

Model This Week