ରିଲିଫ ପାଣ୍ଠିକୁ ପୁରୀ-ନିମାପଡ଼ା ସମବାୟ ବ୍ୟାଙ୍କ ଦେଲା ୫ ଲକ୍ଷ

ପୁରୀ ଅଫିସ,୯ା୪: ବିଶ୍ୱ ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ କିପରି ରୋକାଯାଇପାରିବ ସେଥିପାଇଁ ସମଗ୍ର ଦେଶରେ ୨୧ଦିନିଆ ଲକ୍‌ଡାଉନ ଚାଲିଛି। ବୁଧବାର ଲକ୍‌ଡାଉନକୁ ୧୫ଦିନ ବିତିଯାଇଛି। ଲକ୍‌ଡାଉନ ଯୋଗୁ ଦେଶର ଅର୍ଥନୀତି ଉପରେ ଏହାର ବିଶେଷ ପ୍ରଭାବ ପଡ଼ିଛି। ତେଣୁ ଏଭଳି ସମୟରେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତାର ହାତ ବଢ଼ିଛି। ବିଭିନ୍ନ ସଙ୍ଗଠନ ଏବଂ ବ୍ୟକ୍ତିବିଶେଷ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅର୍ଥରାଶି ପ୍ରଦାନ କରୁଛନ୍ତି। ବୁଧବାର ପୁରୀ ଜିଲା ପ୍ରଶାସନ ମାଧ୍ୟମରେ ୟୁନାଇଟେଡ ପୁରୀ-ନିମାପଡ଼ା ସେଣ୍ଟ୍ରାଲ କୋଅପରେଟିଭ ବ୍ୟାଙ୍କ ୫ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛି। ବ୍ୟାଙ୍କ ସଭାପତି ସତ୍ୟବାଦୀ ମହାପାତ୍ର, ସମ୍ପାଦକ ଅମୂଲ୍ୟାନନ୍ଦ ମହାନ୍ତି, ଏଷ୍ଟାବ୍ଲିଶମେଣ୍ଟ ଅଫିସର ବୀରେନ୍ଦ୍ର ମହାନ୍ତି ଏହି ଚେକ୍‌ ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁଙ୍କୁ ପ୍ରଦାନ କରିଛନ୍ତି। ସେହିପରି ଗୋପ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର କର୍ମଚାରୀମାନେ ୫୧ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ନୀଳକଣ୍ଠ ମିଶ୍ର ଏବଂ ଗୋପ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଅପରାଜିତା ପାଢ଼ୀ ଏଡିଏମ୍‌ଓଙ୍କୁ ଏହି ଅର୍ଥ ପ୍ରଦାନ କରିଥିଲେ। ପୁରୀ ଜିଲା ଧାନକଳ ମାଲିକ ସଂଘର ୧୬ଜଣ ସଦସ୍ୟ ୩.୨୩ଲକ୍ଷ ଟଙ୍କା ଦାନ କରିଛନ୍ତି। ସେହିପରି ସତ୍ୟନଗର ଉନ୍ନୟନ କମିଟି ୨୧ହଜାର ଏବଂ ଆନନ୍ଦ କୁମାର ମହାପାତ୍ର ୫ହଜାର ଟଙ୍କାର ଚେକ୍‌ ମଧ୍ୟ ପ୍ରଦାନ କରିଛନ୍ତି। ଏପର୍ଯ୍ୟନ୍ତ ଜିଲା ପ୍ରଶାସନ ମାଧ୍ୟମରେ ୧୬,୦୩,୨୮୪ଟଙ୍କା ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ପ୍ରଦାନ କରାଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଆଉ ୮୦୮ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୨୪।୭(ବ୍ୟୁରୋ)-ରାଜ୍ୟରେ ଶୁକ୍ରବାର ଆଉ ୮୦୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମ ଜିଲାରୁ ସର୍ବାଧିକ ୫୩୦ ଜଣ ସୁସ୍ଥ ହୋଇଥିବାବେଳେ ରାୟଗଡାରୁ ୬୧, କଟକରୁ ୩୫,...

ଶ୍ରୀମନ୍ଦିର ଇତିହାସରେ ନୂଆ ଅଧ୍ୟାୟ: ରଥ ପଥରେ, ବିନା ଭକ୍ତରେ

ପୁରୀ ଅଫିସ,୨୪ା୬: ମହାମାରୀ କରୋନା ପାଇଁ ଶ୍ରୀମନ୍ଦିର ଇତିହାସରେ ଯୋଡ଼ିହୋଇଛି ଏକ ନୂଆ ଅଧ୍ୟାୟ। ଶେଷ ମୁହୂର୍ତ୍ତରେ ଲୀଳାମୟ ଦେଖାଇଲେ ତାଙ୍କ ଅପୂର୍ବ ଲୀଳା। ବଡ଼ଦାଣ୍ଡକୁ...

ମୁମ୍ବାଇଠାରୁ ଭୁବନେଶ୍ୱର ବହୁତ ଭଲ: ଲାରା ଦତ୍ତ

ଭୁବନେଶ୍ୱର,୫ା୫(ବ୍ୟୁରୋ): ବଲିଉଡ୍‌ ଅଭିନେତ୍ରୀ ଲାରା ଦତ୍ତ ଭୁବନେଶ୍ୱର ଆସିଛନ୍ତି। ଜନତା ମଇଦାନରେ ଆୟୋଜିତ ମହିଳା ବ୍ୟବସାୟ ମେଳାରେ ସେ ଯୋଗ ଦେଇଛନ୍ତି। ଏହି ମେଳାକୁ ମୁଖ୍ୟମନ୍ତ୍ରୀ...

କେନ୍ଦୁଝର-ମୟୂରଭଞ୍ଜ ଜିଲା ସୀମାର ୮ ରାସ୍ତା ସିଲ୍‌

ପାଟଣା,୨୪ା୪(ସ୍ବ.ପ୍ର.): କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ କେନ୍ଦୁଝର ଓ ମୟୂରଭଞ୍ଜ ଜିଲା ପ୍ରବେଶ ପଥର ୮ଟି ରାସ୍ତାକୁ ପାଟଣା ପୋଲିସ ସିଲ୍‌ କରିଛି। ଏହି...

ବୃତ୍ତିକୁ ନେଇ ବିବାଦ

ବନ୍ତଳା,୮ା୧(ଡି.ଏନ.ଏ.): ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟର ସାତକୋଶିଆ ମହାନଦୀ ଗଣ୍ଡରେ ମାଛ ମାରି ଜୀବିକା ନିର୍ବାହ କରୁଥିବା ୨୦୪ ମତ୍ସ୍ୟଜୀବୀ ପରିବାରର କୌଳିକ ବୃତ୍ତିକୁ ନେଇ ବିବାଦ...

ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ବଲାଙ୍ଗୀର ବନ୍ଦ

ବଲାଙ୍ଗୀର ଅଫିସ,୧୨।୧୧: ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ବନ୍ଦ ଡାକରା...

ରାଜନଗର ଗୁପ୍ତି ଷ୍ଟେଟ୍‌ ବ୍ୟାଙ୍କରୁ ଚୋରି

ରାଜନଗର,୧୭।୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଗୁପ୍ତିସ୍ଥିତ ଷ୍ଟେଟ ବ୍ୟାଙ୍କ ଶାଖାରୁ ମଙ୍ଗଳବାର ରାତିରେ ଚୋରି ହୋଇଛି। ବୁଧବାର ସକାଳୁ ସ୍ଥାନୀୟ ଲୋକେ ଏହା ଜାଣିବା...

ବୋଧଗୟାରେ ୧୧, ଦିଲ୍ଲୀରେ ୪ କୋଲକାତାରେ ୨ ବିଦେଶୀ ନାଗରିକ କରୋନା ପଜିଟିଭ, ଜିନୋମ ସିକ୍ୱୋନସିଂ ପାଇଁ ପଠାଗଲା ସାମ୍ପଲ

ନୂଆଦିଲ୍ଲୀ,୨୭ ।୧୨: ବିଶ୍ୱର କିଛି ଦେଶରେ କରୋନା ସଂକ୍ରମଣ ବେଳକୁ ବେଳ ବଢିବାରେ ଲାଗିଛି । ଏହାକୁ ନେଇ ଭାରତରେ ବି ସତର୍କତା ଜାରି ରହିଛି...

Advertisement
Archives

Model This Week