ରିଟର୍ଣ୍ଣ ଅଫ୍‌ ରାଇମୋହନ

ଚଳଚ୍ଚିତ୍ର ତଥା ଯାତ୍ରା ଜଗତରେ ଏକ ଅତି ପରିଚିତ ନଁା ରାଇମୋହନ। ସେ ଯେତେବେଳେ ଯାହା କରନ୍ତି ତାହା ହୁଏ ନିଆରା। ତାଙ୍କ ଅଭିନୟ ହେଉ କି ପିଚ୍‌ରେ ତାଙ୍କର ଡାଏଲଗ୍‌ ଉଚ୍ଚାରଣ – ସବୁଦୃଷ୍ଟିରୁ ଭିନ୍ନ ହେଉଛନ୍ତି ରାଇମୋହନ। ତାଙ୍କୁ ନେଇ ଏକ ବଡ଼ ଖବର ହେଉଛି, ଦୀର୍ଘଦିନ ପରେ ପୁଣିଥରେ ଯାତ୍ରାକୁ ଫେରିଛନ୍ତି ରାଇମୋହନ। ତେଣୁ ତାଙ୍କୁ ନେଇ ଏବେ ଠୁ ଆରମ୍ଭ ହୋଇଗଲାଣି ଚର୍ଚ୍ଚା। ଅସୁସ୍ଥତା ଯୋଗୁ ଦୀର୍ଘଦିନ ଧରି ସେ ଦୂରେଇ ରହିଥିଲେ ଯାତ୍ରାରୁ। ଏଥର ‘ଯାତ୍ରା ନନ୍ଦନକାନନ ମଧୁବାସନ୍ତି ଗଣନାଟ୍ୟ’ରେ ଏକ ଜବରଦସ୍ତ ନାଟକର ନିର୍ଦ୍ଦେଶନା ଦେଇ ତଥା ଅଭିନୟ କରି ସେ ତାଙ୍କର ଯାତ୍ରା ଲେଉଟାଣି କରିଛନ୍ତି। ନାଟକର ଶୀର୍ଷକ ହେଉଛି ‘ମୋଷ୍ଟ ଓ୍ବାଣ୍ଟେଡ଼ ରାଇମୋହନ୍‌’। ଏହି ନାଟକଟିକୁ ରଚନା କରିଛନ୍ତି ଯାତ୍ରା ଜଗତର ଜଣେ ଆଗଧାଡ଼ିର ନାଟ୍ୟକାର ଗୋପୀନାଥ ବାରିକ। ନବାଗତ ଶାରଦା ପଣ୍ଡା ତାଙ୍କୁ ନାଟ୍ୟ ରଚନାରେ ସହାୟତା କରିଛନ୍ତି। ଏହି ନାଟକଟି ସମ୍ପର୍କରେ ନାଟ୍ୟକାର ଗୋପୀନାଥ ବାରିକ କହନ୍ତି : ନାଟକଟିକୁ ସମ୍ପୂର୍ଣ୍ଣ ପରୀକ୍ଷାମୂଳକ କରାଯାଇଛି। ଆଗରୁ ରାଇମୋହନ୍‌ଙ୍କୁ ଜଣେ ବ୍ୟାଡମ୍ୟାନ୍‌ ଭାବରେ ଦର୍ଶକ ଦେଖିଥିଲେ। ମାତ୍ର ଏଥିରେ ରହିଛି ତାଙ୍କର ଅଲରାଉଣ୍ଡର ଭୂମିକା। କେତେବେଳେ ସେ କନ୍ଦାଉଛନ୍ତି ତ କେତେବେଳେ ନିଜେ କାନ୍ଦୁଛନ୍ତି। ନାଟକରେ ସେ ଜଣେ ଭଲଭାଇ, ଭଲ ପୁଅ, ଭଲ ବନ୍ଧୁ। ସାବତ ପୁଅ ହୋଇ ବି ଜଣେ ମା’କୁ କେତେ ଉପରେ ରଖିପାରେ ତାହା ଏହି ନାଟକରେ ଦେଖିବାକୁ ପାଇବେ ଦର୍ଶକ। ନାଟକଟି ଯେତିକି ଇମୋସନାଲ ସେତିକି ସାଇକୋଲୋଜିକାଲ। ନାଟକରେ ରାଇମୋହନ ଯେତେବେଳେ ଇମୋସନାଲ ହେଉଛନ୍ତି ସେତେବେଳେ ତାଙ୍କର ମୁଣ୍ଡ ବିଗିଡ଼ି ଯାଉଛି। ସେ ମର୍ଡ଼ର କରୁଛନ୍ତି। ସେଥିଲାଗି ସେ ବାରମ୍ବାର କହୁଛନ୍ତି – ‘ନା ମୁଁ କମନ୍‌ମ୍ୟାନ୍‌ ନା ମୁଁ ଜେଣ୍ଟଲମ୍ୟାନ୍‌। ନା ମୁଁ ହିରୋ ନା ମୁଁ ଭିଲେନ୍‌। ମୁଁ ମୋଷ୍ଟ ଓ୍ବାଣ୍ଟେଡ଼ ରାଇମୋହନ୍‌।’ ନାଟକରେ ପାଞ୍ଚଟି ମର୍ଡ଼ର କରିଛନ୍ତି ରାଇମୋହନ। ତାହା ପୁଣି ରହିଛି ଭିନ୍ନ ଭିନ୍ନ ତରିକାରେ। ଯେମିତି ଗୋଟିଏ ମର୍ଡ଼ର ସେ କରୁଛନ୍ତି ଏୟାରପୋର୍ଟରେ। କମଳକୁ ଗୁଡ଼େଇ ଗୁଡ଼େଇ ସେ ହତ୍ୟା କରୁଛନ୍ତି। ରାଇମୋହନ ଏହି ନାଟକରେ କେବଳ ଅଭିନୟ କରି ନାହାନ୍ତି; ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥିରେ ରାଇମୋହନ ନିଜକୁ ନେଇ ଏକ୍ସପେରିମେଣ୍ଟ କରିଛନ୍ତି। ହୁଏତ କେହି ରାଇଙ୍କୁ ନାଚିବା ଦେଖି ନ ଥିବେ। ମାତ୍ର ନାଟ୍ୟକାର ଗୋପୀନାଥ ବାରିକ ଏକ ଭାଇଭଉଣୀ ଗୀତରେ ରାଇଙ୍କୁ ନିଜର ସାନ ଭାଇଭଉଣୀଙ୍କ ସହିତ ଧୂମ ନଚେଇଛନ୍ତି। ମୋଟାମୋଟି ଭାବରେ ରାଇଙ୍କ ଲେଉଟାଣି ଦମଦାର ହୋଇଛି। ନିଜେ ରାଇମୋହନ ସ୍ବୀକାର କରିଛନ୍ତି ଯେ, ସେ ଅନେକ ଫିଲ୍ମ ଓ ଯାତ୍ରାରେ ଅନେକ କିସମର ଭୂମିକା ନିର୍ବାହ କରିଛନ୍ତି। ହେଲେ ଏ ନାଟକରେ ତାଙ୍କୁ ମିଳିଛି ତାଙ୍କ ଲାଇଫ୍‌ର ବେଷ୍ଟ ଭୂମିକା। ନାଟକଟି ଇତିମଧ୍ୟରେ ଦର୍ଶକ ଦରବାରକୁ ଆସିଗଲାଣି ତଥା ଦର୍ଶକଙ୍କୁ ନିଜର ରଙ୍ଗରେ ମତୁଆଲା କରିବା ଆରମ୍ଭ କଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଐଶ୍ୱର୍ଯ୍ୟାଙ୍କ ରୟାଲ ଲୁକ୍‌ ଦେଖି ଅଟକିଗଲା ସମସ୍ତଙ୍କ ନଜର

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପୁଣିଥରେ ନିଜ ଗ୍ଲାମରସ ଲୁକ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଇଫେଲ ଟାୱାର୍‌ର ଚମତ୍କାର ପୃଷ୍ଠଭୂମିରେ ଆୟୋଜିତ ‘ଲୋରିଆଲ ପ୍ୟାରିସ ଲେ…

ଗୋବିନ୍ଦା-କୋମଲ ରାଣୀଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା; ପୁଣି ମୁହଁ ଖୋଲିଲେ ସୁନିତା, କହିଲେ ସେ ଖୁସିରେ…

ମୁମ୍ବାଇ,୨୯।୯: ବଲିଉଡ୍‌ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବିବାହିତ ଜୀବନକୁ ନେଇ କିଛି ସମୟ ଧରି ବିଭିନ୍ନ ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ…

ବିଦା ହେଲେ ପ୍ରେମିକା! ଏଥର ସୁନିତା ଆହୁଜାଙ୍କ ହାତ ଧରିଥିବା ନଜର ଆସିଲେ ଗୋବିନ୍ଦା; ୟୁଜର୍ସ କହିଲେ…

ମୁମ୍ବାଇ,୨୯।୯: ବଲିଉଡର ବରିଷ୍ଠ ଅଭିନେତା ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନ କିଛି ସମୟ ଧରି କ୍ରମାଗତ ଭାବେ ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡିଆ ଏବଂ ମନୋରଞ୍ଜନ ଜଗତରେ…

୩ ଘଣ୍ଟା କାନ୍ଦିଲେ ପରିଣୀତି: ପଛରେ ରହିଛି ଏମିତି କାରଣ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ମା’ ହେବା ପରେ ପୁଣିଥରେ କାମକୁ ଫେରିଛନ୍ତି। ତେବେ ପୁଅ ନୀରଙ୍କୁ ଘରେ ଛାଡ଼ି କାମ ପାଇଁ ବାହାରକୁ ଯିବା…

ଏଭଳି କହିବାରୁ ଶେହଜାଦଙ୍କୁ ଆକ୍ରମଣ; ପୋଷାକ ଚିରିଦେଲେ, ବଞ୍ଚାଇବାକୁ ଆଗେଇ ଆସିଲେ ସ୍ୱରା

ନୂଆଦିଲ୍ଲୀ,୨୮ା୯: ରିଆଲିଟି ଶୋ’ ‘Rise and Fall’ର ସିଜନ୍‌-୨ ଆରମ୍ଭରୁ ହିଁ ଚର୍ଚ୍ଚାରେ ରହିଛି । ଶୋ’ରେ ଭାଜାପାର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲା ଏବଂ ଅଭିନେତ୍ରୀ…

ସୁଶାନ୍ତ ସିଂଙ୍କ ପୋଷ୍ଟମର୍ଟମକୁ ନେଇ ଭଉଣୀ ଶ୍ୱେତାଙ୍କ ନୂଆ ଦାବି, ଆଖିରେ ଆଘାତ….

ବଲିଉଡ୍‌ର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୬ ବର୍ଷରୁ ଅଧିକ ସମୟ ବିତିଥିଲେ ମଧ୍ୟ ମାମଲାଟି ପୁଣିଥରେ ଚର୍ଚ୍ଚାକୁ ଆସିଛି । ସୁଶାନ୍ତଙ୍କ ଭଉଣୀ…

‘ବହୁତ କଥା ହେଉଛୁ ତୁ…’: କ୍ୟାମେରା ଆଗରେ ନିୟନ୍ତ୍ରଣ ହରାଇଲେ ରଣବୀର! କାହାକୁ ଏମିତି କହିଲେ ଜାଣନ୍ତୁ

ମୁମ୍ବାଇ,୨୭।୯: ବଲିଉଡ୍‌ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ ଓ ବିକି କୌଶଲ୍‌ ଖୁବଶୀଘ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ‘ଲଭ୍‌ ଆଣ୍ଡ ୱାର୍‌’ରେ ଏକାଠି…

‘ଘର ଭାଙ୍ଗୁଥିବାଙ୍କୁ ପ୍ରୋତ୍ସାହନ ଦିଅନି’, ଗୋବିନ୍ଦା-କୋମଲଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ…

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଲାଲବାଗଚା ରାଜାଙ୍କ ଦର୍ଶନ କରି ଆଶୀର୍ବାଦ ନେଉଥିବା ବେଳେ ତାଙ୍କ କଥିତ ଗର୍ଲଫ୍ରେଣ୍ଡ ଓ କୋ-ଷ୍ଟାର୍‌ କୋମଲ ରାଣୀ ସ୍ବର୍ଣ୍ଣକାରଙ୍କ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?