Posted inଖେଳ

ରିଙ୍ଗରେ ଆଉ ଜଣେ ବକ୍ସରଙ୍କ ମୃତ୍ୟୁ

ସିଡ୍‌ନୀ,୧୦।୧୧(ଏଏଫ୍‌ପି)- ମିଡ୍‌ଲଓ୍ବେଟ ବକ୍ସର ଡ୍ବିଟ ରିଚେଙ୍କ ରବିବାର ରିଙ୍ଗରେ ମୃତ୍ୟୁ ହୋଇଛି। ଏହା ଅଷ୍ଟ୍ରେଲିଆ ବକ୍ସିଂ ଯଗତକୁ ସ୍ତବ୍ଧ କରି ଦେଇଛି। ଡେଲି ଟେଲିଗ୍ରାଫରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ୨୭ ବର୍ଷୀୟ ବକ୍ସରଙ୍କ ଦେହରେ ଶଟ ବାଜିବା ପରେ ସେ ରିଙ୍ଗରେ ନିଜ କର୍ନରକୁ ଚାଲିଯାଇଥିଲେ। ସେଠାରେ ସେ ଚେତା ହରାଇ ପଡ଼ି ଯାଇଥିଲେ। ଉପସ୍ଥିତ ଅଫିସିଆଲ ତାଙ୍କୁ ବଞ୍ଚାଇ ପାରି ନ ଥିଲେ। ଏହାକୁ ରିଚେଙ୍କ ପ୍ରମୋଟର ଜ୍ୟାକ ଇଲିସ ସ୍ପଷ୍ଟ କରିଛନ୍ତି। ବହୁତ ଦୁଃଖର ସହିତ ଘୋଷଣା କରିବାକୁ ପଡ଼ୁଛି, କାଓ ବୟ ଭାବେ ପରିଚିତ ରିଚେ ଆଉ ନାହାନ୍ତି। ସେ ଯାହା ଭଲ ପାଉଥିଲେ, ସେହି କାର୍ଯ୍ୟବେଳେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ପ୍ରୋମୋଟର ଓ ବନ୍ଧୁ ଭାବେ ଏଭଳି ଦୁଃଖ ସହ୍ୟ କରିବା କଷ୍ଟକର ବୋଲି ଜ୍ୟାକ କହିଛନ୍ତି। ରିଚେଙ୍କ ନାମରେ ୧୯-୨ ରେକର୍ଡ ଥିଲା। ରିଙ୍ଗ୍‌ରେ ବକ୍ସରଙ୍କ ମୃତ୍ୟୁ ଘଟିବାରେ ଚଳିତବର୍ଷ ଏହା ଚତୁର୍ଥ ଘଟଣା। ଗତ ମାସରେ ବକ୍ସର ପାଟ୍ରିକ ଡେଙ୍କ ମୁଣ୍ଡରେ ଗମ୍ଭୀର ଆଘାତ ଲାଗିବା ପରେ ଜୀବନ ସଂଘର୍ଷରେ ହାରି ଯାଇଥିଲେ। ସେ ଚାଲର୍ସ କନଓ୍ବେଲଙ୍କ ବିପକ୍ଷରେ ସିକାଗୋଠାରେ ନକଆଉଟ୍‌ ମ୍ୟାଚ୍‌ ଖେଳୁଥିଲେ। ଗତ ଜୁଲାଇରେ ସାନ ନିକୋଲାସଙ୍କ ସହ ମୁକାବିଲା କରୁଥିବା ଆର୍ଜେଣ୍ଟିନା ହୁଗୋ ସାଣ୍ଟିଲାନ ଜୀବନ ହରାଇଥିଲେ। ସେହିଭଳି ମୁଣ୍ଡରେ ଆଘାତ ଲାଗିବାରୁ ରୁଷିଆର ମାକ୍ସିମ ଡାଡାଶେଭଙ୍କ ରିଙ୍ଗରେ ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାକୁ ବର୍ଷେ

ନୂଆଦିଲ୍ଲୀ ,୧୩ା୬: ଗତବର୍ଷ ଜୁନ୍‌ ୧୨ରେ ଅହମଦାବାଦରେ ଏୟାର ଇଣ୍ଡିଆର ବୋଇଂ ୭୮୭ ଡ୍ରିମ୍‌ଲାଇନର ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୨୬୦ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହା ଚଳିତ…

ଆକ୍ରମଣ ସ୍ଥଗିତ, ଟ୍ରମ୍ପ୍‌ ଅସ୍ପଷ୍ଟ

ଦୁବାଇ/ଓ୍ବାଶିଂଟନ/ପ୍ୟାରିସ୍‌ ,୧୩ା୬: ଉପସାଗରୀୟ ଅଞ୍ଚଳରେ ଯୁଦ୍ଧ ବନ୍ଦ ପାଇଁ ରବିବାର ସୁଦ୍ଧା ଆମେରିକା ଏବଂ ଇରାନ ମଧ୍ୟରେ ବହୁପ୍ରତୀକ୍ଷିତ ଶାନ୍ତି ଚୁକ୍ତିନାମା ସ୍ବାକ୍ଷର ହୋଇପାରେ। ଏକ ପାଶ୍ଚାତ୍ୟ…

କିଛିଦିନ ପୂର୍ବରୁ ବାପାଙ୍କର ହୋଇଥିଲା ମୃତ୍ୟୁ, ଏବେ ପୁଅର ଅକାଳ ବିୟୋଗରେ କାନ୍ଦ ବୋବାଳିରେ ଫାଟି ପଡୁଛି ପରିବାର

କୋରାପୁଟ, ୧୩।୬ (ଅମିତାଭ ବେହେରା): କୋରାପୁଟ-ସୁନାବେଡା ୨୬ ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ରାତିରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।…

ମାସେ ବିତିଲା, ତୁଟିନି ଟୋକନ ସମସ୍ୟା: ଲାଗି ରହିଛି ଧାନ କିଣାବିକା ସମସ୍ୟା

ବରଗଡ଼,୧୩।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ମାତ୍ର ଧାନ କିଣାବିକା ସମସ୍ୟା ଲାଗି ରହିଛି। ଅନ୍ୟଥର ଅପେକ୍ଷା ଏଥର ଚାଷୀମାନେ ଟୋକନ…

ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା: ୫ କେଜି ଚାଉଳ ବଦଳରେ ଏବେ ମିଳିବ ଏତିକି…ହିତାଧିକାରୀଙ୍କ ମଧ୍ୟରେ ଖୁସିର ଲହରୀ

ଛତ୍ରପୁର, ୧୩।୬(ଦିଲ୍ଲୀପ ସାମଲ) : ଆଉ ୫ କିଲୋ ନୁହେଁ, ଏପ୍ରିଲ୨୦୨୬ରୁ ମୁଣ୍ଡ ପିଛା ହିତାଧିକାରୀ ପାଇବେ ୧୦ କିଲୋ ଚାଉଳ ସମ୍ପୂର୍ଣ୍ଣ ମାଗଣା । ମୁଖ୍ୟମନ୍ତ୍ରୀ…

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଚାଲିଗଲା ଇଲେକ୍ଟ୍ରିସିଆନ ଶୁଭମଙ୍କ ଜୀବନ, ୩ ଗୁରୁତର

ଦିଗପହଣ୍ଡି,୧୩।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗାଁ ବାବାଜୀ ଗୁମ୍ଫ ନିକଟ ମୁଖ୍ୟରାସ୍ତାରେ ଶୁକ୍ରବାର ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ…

ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ: ଗୁରୁତର ରୋଗୀଙ୍କୁ ଖଟିଆରେ ବୋହିନେଲେ ୭ କିମି

ଭଞ୍ଜନଗର,୧୩।୬(ବାବୁଲା ପ୍ରଧାନ): ଜଙ୍ଗଲରେ ବସବାସ କରୁଥିବା ଲୋକେ କେତେ ଦୁର୍ଦ୍ଦିନରେ ଏବେବି ବସବାସ କରନ୍ତି ତାହାର ଏକ ଜ୍ୱଳନ୍ତ ଉଦାହରଣ ଶୁକ୍ରବାର ଦେଖିବାକୁ ମିଳିଛି। କନ୍ଧମାଳ ଜିଲା…

ମୋହନା ଅଞ୍ଚଳରେ କାଳବୈଶାଖି ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ

ମୋହନା, ୧୨।୬( ମନ୍ମଥ ମିଶ୍ର ): ମୋହନା ବ୍ଲକର ବିଭିନ୍ନ ଅଞ୍ଚଳରେ କାଳବୈଶାଖି ପ୍ରଭାବରେ ପ୍ରବଳ ବେଗରେ ପବନ ବହିବା ସହ  ଶୁକ୍ରବାର  ସନ୍ଧ୍ୟା ସମୟରେ ବର୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri