Posted inଖେଳ

ରିଙ୍ଗରେ ଆଉ ଜଣେ ବକ୍ସରଙ୍କ ମୃତ୍ୟୁ

ସିଡ୍‌ନୀ,୧୦।୧୧(ଏଏଫ୍‌ପି)- ମିଡ୍‌ଲଓ୍ବେଟ ବକ୍ସର ଡ୍ବିଟ ରିଚେଙ୍କ ରବିବାର ରିଙ୍ଗରେ ମୃତ୍ୟୁ ହୋଇଛି। ଏହା ଅଷ୍ଟ୍ରେଲିଆ ବକ୍ସିଂ ଯଗତକୁ ସ୍ତବ୍ଧ କରି ଦେଇଛି। ଡେଲି ଟେଲିଗ୍ରାଫରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ୨୭ ବର୍ଷୀୟ ବକ୍ସରଙ୍କ ଦେହରେ ଶଟ ବାଜିବା ପରେ ସେ ରିଙ୍ଗରେ ନିଜ କର୍ନରକୁ ଚାଲିଯାଇଥିଲେ। ସେଠାରେ ସେ ଚେତା ହରାଇ ପଡ଼ି ଯାଇଥିଲେ। ଉପସ୍ଥିତ ଅଫିସିଆଲ ତାଙ୍କୁ ବଞ୍ଚାଇ ପାରି ନ ଥିଲେ। ଏହାକୁ ରିଚେଙ୍କ ପ୍ରମୋଟର ଜ୍ୟାକ ଇଲିସ ସ୍ପଷ୍ଟ କରିଛନ୍ତି। ବହୁତ ଦୁଃଖର ସହିତ ଘୋଷଣା କରିବାକୁ ପଡ଼ୁଛି, କାଓ ବୟ ଭାବେ ପରିଚିତ ରିଚେ ଆଉ ନାହାନ୍ତି। ସେ ଯାହା ଭଲ ପାଉଥିଲେ, ସେହି କାର୍ଯ୍ୟବେଳେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ପ୍ରୋମୋଟର ଓ ବନ୍ଧୁ ଭାବେ ଏଭଳି ଦୁଃଖ ସହ୍ୟ କରିବା କଷ୍ଟକର ବୋଲି ଜ୍ୟାକ କହିଛନ୍ତି। ରିଚେଙ୍କ ନାମରେ ୧୯-୨ ରେକର୍ଡ ଥିଲା। ରିଙ୍ଗ୍‌ରେ ବକ୍ସରଙ୍କ ମୃତ୍ୟୁ ଘଟିବାରେ ଚଳିତବର୍ଷ ଏହା ଚତୁର୍ଥ ଘଟଣା। ଗତ ମାସରେ ବକ୍ସର ପାଟ୍ରିକ ଡେଙ୍କ ମୁଣ୍ଡରେ ଗମ୍ଭୀର ଆଘାତ ଲାଗିବା ପରେ ଜୀବନ ସଂଘର୍ଷରେ ହାରି ଯାଇଥିଲେ। ସେ ଚାଲର୍ସ କନଓ୍ବେଲଙ୍କ ବିପକ୍ଷରେ ସିକାଗୋଠାରେ ନକଆଉଟ୍‌ ମ୍ୟାଚ୍‌ ଖେଳୁଥିଲେ। ଗତ ଜୁଲାଇରେ ସାନ ନିକୋଲାସଙ୍କ ସହ ମୁକାବିଲା କରୁଥିବା ଆର୍ଜେଣ୍ଟିନା ହୁଗୋ ସାଣ୍ଟିଲାନ ଜୀବନ ହରାଇଥିଲେ। ସେହିଭଳି ମୁଣ୍ଡରେ ଆଘାତ ଲାଗିବାରୁ ରୁଷିଆର ମାକ୍ସିମ ଡାଡାଶେଭଙ୍କ ରିଙ୍ଗରେ ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫୋକସରେ ଟେଷ୍ଟ ସିରିଜ: ରିଦ୍ଧିମାନ, ଈଶାନ୍ତଙ୍କ ଅଭ୍ୟାସ ଆରମ୍ଭ

ଅଷ୍ଟ୍ରେଲିଆରେ ଡିସେମ୍ବର ୧୭ରୁ ଆରମ୍ଭ ହେବାକୁ ଯାଉଥିବା ପ୍ରଥମ କ୍ରିକେଟ ଟେଷ୍ଟକୁ ଦୃଷ୍ଟିରେ ରଖି ଭାରତର ଦୁଇ ଭେଟେରାନ ଖେଳାଳି ରିଦ୍ଧିମାନ ଶାହା ଓ ଈଶାନ୍ତ...

କଳିଙ୍ଗରେ ଫାୟାର ଆର୍ମ ଟ୍ରେନିଂ ପ୍ରୋଗ୍ରାମ

ଭୁବନେଶ୍ୱର, ୨।୩ (କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମର ୫୦ ମିଟର ଫାୟାର ଆର୍ମ ଶୁଟିଂ ରେଞ୍ଜରେ ଫାୟାର ଆର୍ମ ଟ୍ରେନିଂ ସାର୍ଟିଫିକେଟ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଛି।...

‘ମୋତେ ଗୁଳି କରାଯାଇନି’

ନୂଆଦିଲ୍ଲୀ,୧୦।୧୧: ରେସଲର ନିଶା ଦାହିୟା ଓ ତାଙ୍କ ଭାଇଙ୍କୁ ଦୃର୍ବୁତ୍ତମାନେ ଗୁଳି କରି ହତ୍ୟା କରିଥିବା ନେଇ କେତେକ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା।...

କ୍ରିକେଟର ‘ଚୌକା କିଙ୍ଗ୍‌’, ୫୫ ବର୍ଷ ରେକର୍ଡ ଆଜି ବି ଅତୁଟ

ଇଂଲଣ୍ଡର ବାମହାତୀ ଓପନର୍‌ ଜନ ଏଡ୍ରିଚଙ୍କର ନାମରେ ଏକ ରେକର୍ଡ ଅଛି ଯାହା ଆଜି ବି ଅକ୍ଷୁର୍ଣ୍ଣ ରହିଛି। ସେ ଟେଷ୍ଟ ମ୍ୟାଚ୍‌ର ଏକ ଇନିଂସରେ...

ସିରାଜଙ୍କ ଦେଶଭକ୍ତିକୁ ସଲାମ କଲେ କୈଫ, ଜାଫର କହିଲେ ‘କ୍ରିକେଟର ଦର୍ଶକଙ୍କ ପାଇଁ ନୁହେଁ ଦେଶ ପାଇଁ ଖେଳେ’

ନୂଆଦିଲ୍ଲୀ,୭।୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ୪ ମ୍ୟାଚ୍‌ ବିଶିଷ୍ଟ ସିରିଜର ତୃତୀୟ ଟେଷ୍ଟର ପ୍ରଥମ ଦିନରେ ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି। ମ୍ୟାଚ୍‌ ଆରମ୍ଭ...

ଜିମ୍ବାଓ୍ବେ କ୍ରିକେଟ ବୋର୍ଡ ବାସନ୍ଦ

ହାରରେ,୨୨।୬(ଏପି): ଦୁର୍ନୀତି ଅଭିଯୋଗ ଆସିବା ପରେ ଦେଶରେ କ୍ରୀଡ଼ା ପରିଚାଳନା କରୁଥିବା ସରକାରୀ ସଂସ୍ଥା ପକ୍ଷରୁ ଜିମ୍ବାଓ୍ବେ କ୍ରିକେଟ୍‌ (ଜେଡ୍‌ସି) ବୋର୍ଡକୁ ବାସନ୍ଦ କରାଯାଇଛି। ସ୍ପୋଟର୍‌ସ...

ଜାତୀୟ ରାଇଫଲ ଶୁଟରଙ୍କ ପାଇଁ ତାଲିମ ଶିବିର

ଭୁବନେଶ୍ବର, ୩।୧୧, (କ୍ରୀଡ଼ା ପ୍ରତିନିଧି): ଓଡ଼ିଶା ରାଇଫଲ ଆସୋସିଏଶନ ଆନୁକୂଲ୍ୟରେ ଏକ ୮ ଦିନିଆ ଶୁଟିଂ ପ୍ରଶିକ୍ଷଣ ଶିବିର ଏଠାରେ ଆୟୋଜନ କରାଯିବ। ଜାତୀୟ ବନ୍ଧୁକ...

ତ୍ୟାଗୀଙ୍କ ବାଉନ୍ସରରେ ପୁକୋଭସ୍କି ଆହତ: ଦ୍ୱିତୀୟ ଓ୍ବାର୍ମଅପ୍‌ ମ୍ୟାଚରୁ ଓହରିଲେ

ସିଡ୍‌ନୀ, ୯।୧୨(ପି.ଟି.)- ଭାରତ ବିପକ୍ଷରେ ଟେଷ୍ଟ ପଦାର୍ପଣ ପାଇଁ ହଟ୍‌ ଫେଭରାଇଟ୍‌ ଥିବା ଅଷ୍ଟ୍ରେଲିଆର ଓ୍ବିଲ୍‌ ପୁକୋଭସ୍କି କାର୍ତ୍ତିକ ତ୍ୟାଗୀଙ୍କ ବାଉନ୍ସରରେ ଆହତ ହୋଇଛନ୍ତି। ଭାରତ...

Advertisement
Archives

Model This Week