ରିକ୍ସା ଟାଣି ଗୁଜୁରାଣ ମେଣ୍ଟାଉଛନ୍ତି ଲକ୍ଷ୍ମୀଧର

କେନ୍ଦୁଝର, ୧୩ା୨(ଡି.ଏନ.ଏ.): ବର୍ତ୍ତମାନ ସହରମାନଙ୍କରେ ଟ୍ୟାକ୍ସି ଅନ୍‌ କଲ୍‌ ଗ୍ରାହକଙ୍କ ନିକଟରେ ସହଜସାଧ୍ୟ ଭାବରେ ପହଞ୍ଚି ପାରୁଥିବା ସହ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଅଟୋର ସୁବିଧା ମଧ୍ୟ ପର୍ଯ୍ୟାପ୍ତ ହୋଇଛି। ଅନୁରୂପ ଭାବେ ମାଲ ପରିବହନ ପାଇଁ ମଧ୍ୟ ନୂତନ ପ୍ରକାରର ଯାନ ବଜାରକୁ ଆସିଛି। ଏପରିସ୍ଥଳେ ‘ମାଗୁଣିର ଶଗଡ଼’ ଯେପରି ସମସ୍ତଙ୍କ ପାଇଁ ବିଚିତ୍ର ସେପରି ଏହି ହାଇଟେକ୍‌ ଯୁଗରେ ରିକ୍ସା ଟାଣି କେନ୍ଦୁଝରରେ ଗୁଜୁରାଣ ମେଣ୍ଟାଉଛନ୍ତି ଲକ୍ଷ୍ମୀଧର ପଲେଇ। ଆଉ ଏଥିରେ ମଧ୍ୟ ତାଙ୍କର ପରିବାର ପ୍ରତିପୋଷଣ ହେଉଥିବା କଥା ସେ ସ୍ବୀକାର କରିଛନ୍ତି। ଦୀର୍ଘ ୨୦ରୁ ୨୫ବର୍ଷ ହେଲା ସାଇକେଲ ରିକ୍ସା ଟାଣି ପରିବାର ଚଳାଉଛନ୍ତି ଲକ୍ଷ୍ମୀଧର।
କେନ୍ଦୁଝର ସଦର ବ୍ଲକ ମହାଦେଇଯୋଡ଼ାର ବାସିନ୍ଦା ଲକ୍ଷ୍ମୀଧର। ସଂସାର କହିଲେ ୪ ପ୍ରାଣୀ। ସ୍ତ୍ରୀ ରାହାସ ପଲେଇ। ଜଣେ ପୁଅ ଏବଂ ଜଣେ ଝିଅ। କେନ୍ଦୁଝର ସହରରେ ଦୀର୍ଘଦିନ ହେଲା ସାଇକେଲ ରିକ୍ସା ଟାଣି ପ୍ରତିଦିନ ୩୦୦ଟଙ୍କାରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିଥାନ୍ତି ଲକ୍ଷ୍ମୀଧର। ବର୍ତ୍ତମାନ ମହଙ୍ଗା ଯୁଗରେ କୌଣସିମତେ ପରିବାର ଚଳିଯାଉଛି ବୋଲି ପ୍ରକାଶ କରିଛନ୍ତି। ବର୍ତ୍ତମାନ ଯୁଗରେ ଗାଡ଼ିମୋଟର,ଅଟୋ ଓ ଅନ୍ୟାନ୍ୟ ତିନିଚକିଆ ଓ ଚାରିଚକିଆ ଗାଡିରେ ଯାତ୍ରୀ ପରିବହନ ନିର୍ଭରଶୀଳ ହୋଇଥିବା ସତ୍ତ୍ୱେ ତାଙ୍କର ରିକ୍ସାର ଚାହିଦା ମଧ୍ୟ କମ୍‌ ନୁହେଁ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ଅବଶ୍ୟ ଆଗ ଅପେକ୍ଷା ରୋଜଗାର କମିଯାଇଛି, ତେବେ ଆଗ ଭଳି ସହର କିମ୍ବା ଗ୍ରାମାଞ୍ଚଳରେ ସାଇକେଲ ରିକ୍ସା ଦେଖିବାକୁ ମିଳୁନାହିଁ। କାଁ ଭଁା କେନ୍ଦୁଝର ସହରରେ ଗୋଟିଏ କିମ୍ବା ଦୁଇଟି ରିକ୍ସା ଚାଲୁଛି। ରିକ୍ସାର ଚାହିଦାକୁ ମୁଖ୍ୟତଃ ତିନିଚକିଆ ଅଟୋ କବଳିତ କରିସାରିଛି। ଏଭଳି ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ତାଙ୍କର ଯାହା ରୋଜଗାର ହେଉଛି ସେ ସେଥିରେ ଖୁସି ଅଛନ୍ତି ବୋଲି ପ୍ରକାଶ କରିଛନ୍ତି। ଅତୀତରେ ତାଙ୍କ ରିକ୍ସାରେ ସରକାରୀ ବିଭାଗର ଉଚ୍ଚ ଅଧିକାରୀଙ୍କ ସହ ଅନେକ ବଡ଼ ବଡ଼ ବ୍ୟବସାୟୀ,ବୁଦ୍ଧିଜୀବୀମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥାନରେ ଠିକ୍‌ ସମୟରେ ପହଞ୍ଚାଇ ପ୍ରଶଂସା ସାଉଁଟିଥିବା ସହ ବକସିସ୍‌ ମଧ୍ୟ ମିଳିଛି ବୋଲି ସେ କହିଛନ୍ତି। ହାତ ଗୋଡ଼ ଚାଲୁଥିବା ଯାଏ ରିକ୍ସା ଟାଣିବା ଛାଡ଼ିବେ ନାହିଁ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥାନାରେ ଆତ୍ମହତ୍ୟା କଲେ ହତ୍ୟା ଅଭିଯୁକ୍ତ

ବଡବିଲ,୨୧।୧୧(ସ୍ବ.ପ୍ର): ବଡବିଲ ଥାନାରେ ଜଣେ ହତ୍ୟା ଅଭିଯୁକ୍ତ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣଙ୍କ ହେଉଛନ୍ତି ବଡ଼ବିଲ ସେଡିଂ ବସ୍ତିର ସୁରେଶ ନାଏକ। ସ୍ତ୍ରୀ ବାସନ୍ତୀଙ୍କୁ ହତ୍ୟା...

ଗଳାବାଟ ଦେଇ ପାର୍‌ ହେଉଛନ୍ତି ଶ୍ରମିକ

ଚମ୍ପୁଆ,୧ା୫ (ଡି.ଏନ୍‌.ଏ.)- କରୋନା ମହାମାରୀର ମୁକାବିଲା ପାଇଁ କେନ୍ଦୁଝର ଜିଲା ଚମ୍ପୁଆ ଅଞ୍ଚଳରେ ସବୁସ୍ତରରେ ସତର୍କତା ମୂଳକ ପଦକ୍ଷେପ ନିଆ ଯାଉଛି। ଜିଲା ତଥା ରାଜ୍ୟବାହାରୁ...

ଘରର ମାଟି କାନ୍ଥ ପଡ଼ି ମହିଳାଙ୍କ ମୃତ୍ୟୁ

କେନ୍ଦୁଝର,୮।୮(ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ ହର୍ଷପୁର ଗଁ। ରେ ବୁଧବାର ପ୍ରବଳ ବର୍ଷା ହୋଇଛି। ଲଗାଣ ବର୍ଷା ଯୋଗୁଁ ମାଟି ଘର ସବୁ ସନ୍ତସନ୍ତିଆ ହୋଇଯାଇଛି।...

ଥାନା ଭିତରେ ଯୁବକଙ୍କୁ ଗୋଇଠା ବିଧା: ପାଟଣା ଆଇଆଇସିଙ୍କ ମାଡ଼ ଭିଡିଓ ଭାଇରାଲ

ପାଟଣା,୧୮।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ଆଇଆଇସି ସନ୍ଧ୍ୟାରାଣୀ ଜେନା ଜଣେ ଯୁବକଙ୍କୁ ଥାନା ଭିତରେ ଲାଠି ଓ ଗୋଇଠା ମାରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।...

ବିପଦସଙ୍କୁଳ ଶ୍ରେଣୀ ଗୃହରେ ଚାଲିଛି ପାଠପଢା

ତେଲକୋଇ,୧୪।୧୨(ଡି.ଏନ.ଏ.)- କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଅନ୍ତର୍ଗତ ପୁରୁଜୋଡା ପଞ୍ଚାୟତରେ ଥିବା ୟୁ.ଜି.ଏମ ସ୍କୁଲ ରେ ୧ମ ଶ୍ରେଣୀ ଠାରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ୮୧ଜଣ...

ବିକାଶଠୁ ବହୁ ଦୂରରେ ଉରୁମୁଣ୍ଡା ଗାଁ

ରାଇସୁଆଁ, ୧୮।୨(ଡି.ଏନ.ଏ.)-ସରକାର ଗାଁର ବିକାଶ ନ ହେଲେ ଦେଶର ବିକାଶ ଅସମ୍ଭବ ବୋଲି ଗାଁ ର ବିକାଶ ପାଇଁ ଗମନାଗମନ ବ୍ୟବସ୍ଥା ସହ ଗ୍ରାମାଞ୍ଚଳ ଲୋକଙ୍କ...

ହାଟଡିହୀରେ ସ୍ବାଧୀନତା ଦିବସ

ହାଟଡିହୀ,୧୫ା୮(ସ୍ବ.ପ୍ର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ବିଭିନ୍ନ ସ୍ଥାନରେ ୭୩ତମ ସ୍ବାଧୀନତା ଦିବସ ପାଳିତ ହୋଇଛି। ବ୍ଲକ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆନନ୍ଦପୁର...

କାଳବୈଶାଖୀରେ ଭାଙ୍ଗିଲା ଘର, ଗଛ

ପାଟଣା,୨୫।୪(ସ୍ବ.ପ୍ର.)-କାଳବୈଶାଖୀ ପ୍ରଭାବରେ କେନ୍ଦୁଝର ଜିଲା ସାହାରପଡା ବ୍ଲକ ଉପାନ୍ତ ଅଞ୍ଚଳ ମାଛଗଡ଼ ଅଞ୍ଚଳରେ ଶୁକ୍ରବାର ଅପରାହ୍ନରେ ବର୍ଷା ପବନ ସାଙ୍ଗକୁ କୁଆ ପଥର ମାଡ଼ ଯୋଗୁ...

Coronavirus Update


Archives

Model This Week

Why Dharitri