Posted inଜାତୀୟ

ରାୟ ପୂର୍ବରୁ ଅଯୋଧ୍ୟାରେ ବଢ଼ିଲା ସୁରକ୍ଷା

ଅଯୋଧ୍ୟା,୭ା୧୦(ଆଇଏଏନ୍‌ଏସ୍‌): ଏବେ ପାର୍ବଣ ଋତୁ ଚାଲିଥିବାବେଳେ ଆଗକୁ ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ଜମି ବିବାଦ ମାମଲାର ରାୟ ପ୍ରକାଶ ପାଇବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇଦିଆଯାଇଛି। ସେଠାକୁ ୧୦ କମ୍ପାନୀ ଅତିରିକ୍ତ ସୁରକ୍ଷା ବଳ ପଠାଯାଇଛି। ଦୁର୍ଗାପୂଜା ଓ ଦଶହରା ଶୋଭାଯାତ୍ରା ଉପରେ ଡ୍ରୋନ୍‌ରୁ ନଜର ରଖିବ ପୋଲିସ। ଶୋଭାଯାତ୍ରା ବେଳେ ରଙ୍ଗ ଅବିର ବ୍ୟବହାର ନ କରିବାକୁ ପୂଜା କମିଟିଗୁଡିକୁ ଅନୁରୋଧ କରାଯାଇଛି। ଅବିର ବଦଳରେ ସେମାନେ ଫୁଲ ପାଖୁଡ଼ା ବ୍ୟବହାର କରିପାରିବେ। ଅତିରିକ୍ତ ସୁରକ୍ଷା ବଳଙ୍କୁ ସ୍ଥାନୀୟ ଗେଷ୍ଟହାଉସ, ଧର୍ମଶାଳା, ସ୍କୁଲ କଲେଜରେ ରଖାଯିବ। ସୋମବାରଠାରୁ ଦଶହରା ପାଳନ ହେଉଥିବାବେଳେ ଦିଓ୍ବାଲି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ରାମଲୀଳାମାନ ଆୟୋଜିତ ହେବ। ଏହାବ୍ୟତୀତ ଦିଓ୍ବାଲି ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ତିନିଦିନିଆ ଦୀପୋତ୍ସବ କାର୍ଯ୍ୟକ୍ରମ ରହିଛି, ଯେଉଁଥିରେ ଲକ୍ଷାଧିକ ଜନ ସମାଗମ ହେବ।
ଆକ୍ରମଣ ସମ୍ଭାବନା ଥିବା ନେଇ ଗୋଇନ୍ଦା ସୂଚନା ମିଳିବା ପରେ ସତର୍କତା ବ୍ୟବସ୍ଥା ସ୍ବରୂପ ସମସ୍ତ ହୋଟେଲ, ଗେଷ୍ଟହାଉସ, ଧର୍ମଶାଳା, ଲଜ୍‌ ଆଦିକୁ ଯାଞ୍ଚ କରିବା ପାଇଁ ଜିଲା ପୋଲିସ ଓ ସ୍ଥାନୀୟ ଗୋଇନ୍ଦା ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାବ୍ୟତୀତ ନଭେମ୍ବରରେ ସୁପ୍ରିମକୋର୍ଟ ରାମ ଜନ୍ମଭୂମି ମାମଲାର ରାୟ ଶୁଣାଇବାକୁ ଥିବାରୁ ସୁରକ୍ଷାରେ ଯେପରି କୌଣସି ପ୍ରକାର ତ୍ରୁଟି ନ ରୁହେ ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ସତର୍କତା ଗ୍ରହଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୩୦ ହଜାର କରୋନା ସଂକ୍ରମିତଙ୍କ ଚିକିତ୍ସା ଲାଗି ପ୍ରସ୍ତୁତ ଦିଲ୍ଲୀ: କେଜରିଓ୍ବାଲ

ନୂଆଦିଲ୍ଲୀ,୭।୪: କରୋନା ସଂକ୍ରମଣ ଦିନକୁ ଦିନ ବ୍ୟାପିବାରେ ଲାଗିଥିବା ବେଳେ ଏବେ ଦିଲ୍ଲୀରେ ୩୦ ହଜାର କରୋନା ସଂକ୍ରମିତଙ୍କ ଚିକିତ୍ସା କରାଯାଇ ପାରିବ ବୋଲି ମଙ୍ଗଳବାର...

ଭୋଜିରେ ଛେପ ଲଗାଇ ରୁଟି ଦେଉଥିଲେ, ଗିରଫ ଯୁବକଙ୍କ ନାମରେ ଲାଗିଲା ଏନ୍‌ଏସ୍‌ଏ

ମିରଟ,୧୯ା୩: ଗତ ଫେବୃୟାରୀରେ ଉତ୍ତରପ୍ରଦେଶ ମିରଟରେ ଏକ ବିବାହ ଉତ୍ସବରେ ରୁଟିରେ ଛେପ ପକାଇ ଲୋକଙ୍କୁ ଖାଇବାକୁ ଦେଉଥିବା ଏକ ଭିଡିଓ ସାମ୍ନାକୁ ଆସିଥିଲା। ଅଭିଯୋଗ...

ଫେଲ୍‌ ମାରିଲା ପୁଲଓ୍ବାମା ଭଳି ଆତଙ୍କବାଦୀ ଆକ୍ରମଣ

ଜମ୍ମୁ,୨୮।୫: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ ସଫଳତା। ପୁଲଓ୍ବାମା ଭଳି ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣକୁ ପଣ୍ଡ କରି ଦିଆଯାଇଛି। ପୁଲଓ୍ବାମା ଜିଲା ଅବିଗୁଣ୍ଡ...

ବଦଳିବ ସମୀକରଣ

ନୂଆଦିଲ୍ଲୀ,୨୭ା୨: ପ୍ରଚାର କେବେଠୁ ଆରମ୍ଭ ହୋଇସାରିଥିଲା। ବାକି ଥିଲା କେବଳ ନିର୍ବାଚନ ତାରିଖ। ଶୁକ୍ରବାର ସିଇସି ସୁନୀଲ ଆରୋରାଙ୍କ ଘୋଷଣା ସହ ୪ ରାଜ୍ୟ ଓ...

କମ୍‌ ମୂଲ୍ୟରେ ରୁଷିଆରୁ ତେଲ କିଣିପାରେ ଭାରତ

ନୂଆଦିଲ୍ଲୀ, ୧୪ା୩: ଆମେରିକା, ୟୁରୋପୀୟ ଦେଶ ସମେତ ଅନ୍ୟ ଦେଶଗୁଡ଼ିକ ରୁଷିଆ ଉପରେ କଟକଣା ଲଗାଇବା ଫଳରେ ମସ୍କୋର ଅର୍ଥନୀତିରେ ଉପରେ ଏହାର ବ୍ୟାପକ ପ୍ରଭାବ...

୯ ବର୍ଷ ଆୟୁଷ କମାଇପାରେ ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ, ୨।୯: ଭାରତ ବିଶ୍ୱର ଅନ୍ୟତମ ସର୍ବାଧିକ ପ୍ରଦୂଷିତ ଦେଶରେ ପରିଣତ ହୋଇଛି। ୨୦୧୯ ସ୍ଥିତି ଭଳି ବାୟୁ ପ୍ରଦୂଷଣ ଲାଗି ରହିଲେ ଉତ୍ତର ଭାରତୀୟଙ୍କ...

ବିବାଦୀୟ ରାୟ, ୨୮ ଦିନର ଶିଶୁକୁ ସ୍ତନ୍ୟପାନ କରାଇବା ଲାଗି ମା’ଙ୍କର ଜାମିନ୍‌ ଆବେଦନ ନାମଞ୍ଜୁର…

ଗୁରୁଗ୍ରାମ୍‌, ୨୨।୧ : ସ୍ତନ୍ୟପାନ ଶିଶୁର ଅଧିକାର। ତେବେ ଜଣେ ୨୮ ଦିନର ଶିଶୁଙ୍କୁ ସ୍ତନ୍ୟପାନ କରାଇବା ଲାଗି ଗୁରୁଗ୍ରାମ୍‌ କୋର୍ଟ ମା’ଙ୍କର ଜାମିନ୍‌ ଆବେଦନ...

ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା

ନୂଆଦିଲ୍ଲୀ/ଭୁବନେଶ୍ୱର,୨୯।୭: ଓଡ଼ିଶା ରସଗୋଲାକୁ ଜିଆଇ (ଭୌଗୋଳିକ ସାଙ୍କେତିକ)ଟ୍ୟାଗ୍‌ ମାନ୍ୟତା ମିଳିଛି। ଏହାଅନୁସାରେ ରସଗୋଲା ଓଡ଼ିଶାର ଭୌଗୋଳିକ ସ୍ଥିତି ସହିତ ଜଡ଼ିତ ରହିଛି ବୋଲି ସ୍ବୀକୃତି ମିଳିଛି।...

Advertisement
Archives

Model This Week