ରାୟଗଡ଼ା ଷ୍ଟେଶନକୁ ଫେରୁଛନ୍ତି ପ୍ରବାସୀ: ଗଜପତି ଛକରୁ ସାଇ ଇଣ୍ଟରନ୍ୟାସନାଲ ଛକ, ଷ୍ଟେଶନ ଅଞ୍ଚଳରେ ୧୪୪ ଧାରା ଲାଗୁ

ରାୟଗଡ଼ା ଅଫିସ,୧୨।୬: ଦକ୍ଷିଣ ଭାରତରୁ ପ୍ରବାସୀ ଶ୍ରମିକମାନେ ଶୁକ୍ରବାର ସ୍ବତନ୍ତ୍ର ୫ଟି ଟ୍ରେନ୍‌ ଯୋଗେ ଆସୁଥିବା ନେଇ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଏ ନେଇ ଖବର ପାଇବା ପରେ ଜିଲା ପ୍ରଶାସନ ପକ୍ଷରୁ ସହରର ଗଜପତି ଛକରୁ ସାଇ ଇଣ୍ଟରନ୍ୟାସନାଲ ଛକ ଓ ଷ୍ଟେଶନ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି। ଆସୁଥିବା ଟ୍ରେନଗୁଡ଼ିକ ହେଲା (୦୭୭୪୭) ଘଟକେଶ୍ୱର-ବଲାଙ୍ଗୀର, (୦୬୪୮୪) ତିରୁଭାଲ-ବଲାଙ୍ଗୀର, (୦୭୭୪୮) ଘଟକେଶ୍ୱର-ନୂଆପଡା, (୦୬୪୬୬) ତିରୁବନନ୍ତପୁରମ-ହଟିଆ ଓ (୦୭୭୪୯) ନାଗାଲପାଳି/ସାଙ୍ଗରେଡି-ନୂଆପଡା। ଏହି ୫ଟି ଟ୍ରେନ ମଧ୍ୟରୁ ପ୍ରଥମ ଦୁଇଟି ଟ୍ରେନ ସକାଳ ୧୧ସମୟ ସୁଦ୍ଧା ରାୟଗଡା ଷ୍ଟେଶନରେ ପହଞ୍ଚିଛନ୍ତି ।
ଟ୍ରେନ୍‌ ନଂ. ୦୭୭୪୭ରେ ନବରଙ୍ଗପୁର ଜିଲାର ୭୮ଜଣ ପ୍ରବାସୀ ଆସିଥିବା ବେଳେ ଦ୍ବିତୀୟ ଟ୍ରେନ୍‌ ନଂ. ୦୬୪୮୪ରେ ନବରଙ୍ଗପୁର ଜିଲାର ୬୪ ଜଣ ଓ କନ୍ଧମାଳାର ୬ଜଣ ପ୍ରବାସୀ ଆସଛନ୍ତି। ଏ ନେଇ ରାୟଗଡ଼ା ଜିଲାପାଳ ପ୍ରମୋଦ କୁମାର ବେହେରଙ୍କ ନିର୍ଦ୍ଦେଶ କ୍ରମେ ଶ୍ରମିକ ମାନଙ୍କୁ ସ୍ବାଗତ ଜଣାଇବା ପାଇଁ ରାୟଗଡ଼ା ଷ୍ଟେଶନରେ ଜିଲା ଅଧିକାରୀମାନେ ଭୋରୁ ସମସ୍ତ ପ୍ରକାର ବ୍ୟବସ୍ଥା କରି ଉପସ୍ଥିତ ଥିଲେ । ରାୟଗଡ଼ା ଷ୍ଟେଶନରେ ସକାଳେ ୩୭୪୮ ଜଣ ପ୍ରବାସୀ ଓହ୍ଲାଇଛନ୍ତି । ତେବେ ଆଉ ୩ଟି ଟ୍ରେନ୍‌ରେ ପ୍ରବାସୀ ଆସିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ଗଛରୁ ପଡ଼ି ଯୁବକ ଗୁରୁତର : ରାସ୍ତା ଦେଇ ଆସୁଥିବା ଆଇଟିଡିଏ ଅଧିକାରୀ…

କଲ୍ୟାଣସିଂହପୁର,୧୪।୪ (ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ଏକ ଆମ୍ବ ଗଛରୁ ପଡ଼ି ସୋମବାର ଜଣେ…

ନିୟମଗିରି ଦୁର୍ଗମ ଅଞ୍ଚଳରେ ଲୋକଙ୍କ ସମସ୍ୟା ବୁଝିଲେ ଜିଲାପାଳ

କଲ୍ୟାଣସିଂହପୁର,୧୪।୪ (ଦୀପକ କୁମାର ପରିଡା): ରାୟଗଡା ଜିଲାପାଳ ଆଶୁତୋଷ କୁଲକର୍ଣ୍ଣି ସୋମବାର କଲ୍ୟାଣସିଂହପୁର ବ୍ଲକ୍‌ ପାର୍ସଲି ପଞ୍ଚାୟତର ନିୟମଗିରି ପାହାଡ଼ରେ ଥିବା ଦୁର୍ଗମ ଅଞ୍ଚଳ ପରିଦର୍ଶନ କରି…

ସରିଥିଲା ନିର୍ବନ୍ଧ ହୋଇଥାନ୍ତା ବାହାଘର: ହେଲେ ଜନ୍ମଦିନରେ ଜଳିଲା ଜୁଇ

ଟିକିରି,୧୪।୪ (ପ୍ରଫୁଲ୍ଲ କୁମାର ବେହେରା): ସୋମବାର ପାଳନ କରିଥାନ୍ତେ ୨୮ ତମ ଜନ୍ମଦିନ। ହେଲେ ବିଧିର ବିଧାନ କିଛି ଥିଲା ଅଲଗା । ଜନ୍ମଦିନ ପାଳନ କରିବା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ବନ୍ଧାହେଲେ କୁବେର ଗୁଡାରି ରେଞ୍ଜର

ଗୁଡାରି,୧୩।୪(ପ୍ରମୋଦ କୁମାର ପତି): ଗୁଡାରି ରେଞ୍ଜର ସୁକୁମାର ଦୁଖୁ ରବିବାର ରାତିରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗୁଡାରି ରେଞ୍ଜର ନିଜ ଅଫିସ ଗାଡ଼ି (ବୋଲେରୋ…

ଗାଁରେ ନଛାଡି ବାଟରେ ମୃତଦେହ ଓହ୍ଲାଇଦେଲା ଆମ୍ବୁଲାନ୍ସ, ରାସ୍ତା ନ ଥିବାରୁ କାନ୍ଧରେ ବୋହିଲେ ଗ୍ରାମବାସୀ

ଗୁଡାରି,୧୩ା୪( ପ୍ରମୋଦ କୁମାର ପତି ): ଡାକ୍ତରଖାନାରୁ ମୃତଦେହ ଗ୍ରାମକୁ ନେଲାନି ଆମ୍ବୁଲାନ୍ସ । ରାସ୍ତା ଖରାପ ଯାଇହେବନି କହି ମୃତଦେହ ଓହ୍ଲାଇ ଦେଲା ଗ୍ରାମଠାରୁ ୩…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri