ରାୟଗଡ଼ାରେ ହେବ କୋଭିଡ୍‌ ପରୀକ୍ଷା: ମେ’ ଶେଷ ସୁଦ୍ଧା ହେବ କାର୍ଯ୍ୟକ୍ଷମ

ରାୟଗଡ଼ା ଅଫିସ,୧୮ା୫: ଏଣିକି ରାୟଗଡ଼ା ଜିଲାରେ ହେବ କୋଭିଡ୍‌ ପରୀକ୍ଷା। ଏଠାରେ ସନ୍ଦିଗ୍ଧଙ୍କ ସ୍ବାବ୍‌ ପରୀକ୍ଷା ଦ୍ୱାରା ରୋଗୀଙ୍କ ଶୀଘ୍ର ଚିକିତ୍ସା ହୋଇପାରିବ। ଏ ନେଇ ଜିଲା ମୁଖ୍ୟ ଚିକିତ୍ସାଳୟସ୍ଥିତ ଆର୍‌ଏମ୍‌ଆର୍‌ସି ଟ୍ରାଇବାଲ୍‌ ୟୁନିଟ ଉପକେନ୍ଦ୍ରରେ ପ୍ରସ୍ତୁତି ଚାଲିଛି। ଏଥିପାଇଁ ଆବଶ୍ୟକ ଯାନ୍ତ୍ରିକ ଉପକରଣ ସ୍ଥାପନ ହୋଇଛି। ସେହିପରି ସୋମବାର ଟ୍ୟୁନାଟ୍‌ କରୋନା ଭାଇରସ୍‌ ଟେଷ୍ଟିଂ ମେଶିନ ଆସି ରାୟଗଡ଼ାରେ ପହଞ୍ଚିଥିବା ଜଣାପଡ଼ିଛି। ଏହାକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ଭୁବନେଶ୍ୱରସ୍ଥିତ ଆର୍‌ଏମ୍‌ଆର୍‌ସିର ଏକ ଟିମ୍‌ ଉଦ୍ୟମ ଚଳାଇଛନ୍ତି। ପୂର୍ବରୁ ଜିଲା ଚିକିତ୍ସାଳୟ ପରିସରରେ ଆର୍‌ଏମ୍‌ଆର୍‌ସିର ଟ୍ରାଇବାଲ ୟୁନିଟ ଉପକେନ୍ଦ୍ର ପ୍ରତିଷ୍ଠା ହୋଇଛି। ୨୦୦୮ ଓ ୨୦୦୯ ମସିହାରେ କାଶୀପୁରଠାରେ ଝାଡ଼ାବାନ୍ତି ମହାମାରୀ ରୂପ ନେଇଥିବାବେଳେ ସେ ସମୟରେ ରୋଗ ନିରୂପଣ ସକାଶେ ଏହି ଉପକେନ୍ଦ୍ର ଖୋଲିଥିଲା। ତେବେ ଚଳିତବର୍ଷଠାରୁ ଅନୁଦାନ ଆସିବା ବନ୍ଦ ହୋଇଥିବାରୁ ଉପକେନ୍ଦ୍ର ମଧ୍ୟ ବନ୍ଦ ରହିଥିଲା। ଏବେ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି। ଦକ୍ଷିଣ ଓଡ଼ିଶାରୁ ସନ୍ଦିଗ୍ଧଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯାଉଛି। ଏହାଦ୍ୱାରା ରୋଗୀ ଚିହ୍ନଟ ଏବଂ ଚିକିତ୍ସାରେ ବିଳମ୍ବ ଘଟୁଛି। ତେବେ ଏଠାରେ ପୂର୍ବରୁ ଆର୍‌ଏମ୍‌ଆର୍‌ସି ଟ୍ରାଇବାଲ୍‌ ଉପକେନ୍ଦ୍ର ରହିଥିବାରୁ ସ୍ବାବ୍‌ ପରୀକ୍ଷା ପାଇଁ ଏହା କାର୍ଯ୍ୟକ୍ଷମ କରିବା ଲାଗି ଜିଲାପାଳ ପ୍ରମୋଦ କୁମାର ବେହେରା, ସିଡିଏମ୍‌ ଓ ପିଏଚ୍‌ଓ ଆର୍ତ୍ତବନ୍ଧୁ ନାୟକ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ। ଏଥିନେଇ ବିଭାଗୀୟ ଅଧିକାରୀଙ୍କ ସହମତି ପରେ ଜିଲାରେ କୋଭିଡ୍‌ ପରୀକ୍ଷା ହେବା ନିଶ୍ଚିତ ହୋଇଛି। ମେ’ ଶେଷ ସପ୍ତାହ ସୁଦ୍ଧା ସ୍ବାବ୍‌ ନମୁନା ପରୀକ୍ଷଣ ଲାବ୍‌ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି। ଏଥିପାଇଁ ୨ ଟେକ୍ନିସିଆନଙ୍କୁ ଭୁବନେଶ୍ୱରସ୍ଥିତ ଆର୍‌ଏମ୍‌ଆର୍‌ସି ମୁଖ୍ୟ ଲାବ୍‌ରେ ତାଲିମ ନେବାପରେ ଏଠାରେ ବିଧିବଦ୍ଧଭାବେ ପରୀକ୍ଷା ଆରମ୍ଭ ହେବ। ପ୍ରାଥାମିକ ପର୍ଯ୍ୟାୟରେ ଦୈନିକ ୫୦ ନମୁନା ପରୀକ୍ଷା ପାଇଁ ଲକ୍ଷ୍ୟ ରହିଥିବା ସିଡିଏମ୍‌ ଓ ପିଏଚ୍‌ଓ ଆର୍ତ୍ତବନ୍ଧୁ ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତରେ ଦେହ ବ୍ୟବସାୟ ଆଇନଗତ ହେବା ଉଚିତ,’ ପୁନମ ପାଣ୍ଡେ କୁହନ୍ତି, ମୋର କାମୁକ ଭିଡିଓ ଗୁଡ଼ିକ ଦେଶ ତଥା ବିଶ୍ୱକୁ…

ମୁମ୍ବାଇ,୬।୯: ପ୍ରସିଦ୍ଧ ମଡେଲ ଏବଂ ଅଭିନେତ୍ରୀ ପୁନମ ପାଣ୍ଡେ ତାଙ୍କ ଡ୍ରେସିଂ ସେନ୍ସ ଏବଂ ବୟାନ ପାଇଁ ପ୍ରାୟତଃ ଶିରୋନାମାରେ ରହିଥାନ୍ତି। ସମ୍ପ୍ରତି, ବେଶ୍ୟାବୃତ୍ତି ବା ଦେହ…

ସୁନିତା-କୋମଲ ବିବାଦ ଉପରେ ନୀରବତା ଭାଙ୍ଗିଛନ୍ତି ଗୋବିନ୍ଦା, ଇସାରାରେ କହିଲେ ଖୁବ ବଡ଼ କଥା

ମୁମ୍ବାଇ,୬।୯: ପତ୍ନୀ ସୁନିତା ଆହୁଜାଙ୍କ ସହ ସମ୍ପର୍କରେ ମତଭେଦ ଏବଂ ଅଭିନେତ୍ରୀ କୋମଲ ରାଣୀଙ୍କ ସହ ତଥା କଥିତ ସମ୍ପର୍କର ଗୁଜବ ସମ୍ପର୍କରେ ଖବର ଆସିବା ପରେ…

ବରଗଡ଼ରେ ନୂଆଖାଇ ଲଗ୍ନ ଧାର୍ଯ୍ୟ, ଏହି ମୁହୂର୍ତ୍ତରେ ଶୁଭବେଳା…

ବରଗଡ଼,୬ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମଦେବୀ ସମଲେଶ୍ୱରୀଙ୍କ ପୀଠରେ ରବିବାର ନୂଆଖାଇ ଲଗ୍ନ ନିରୂପଣ କରାଯାଇଛି। ବିଧି ଓ ପରମ୍ପରା ଅନୁଯାୟୀ ଆସନ୍ତା ୧୪ ତାରିଖ ନିଶାର୍ଦ୍ଧ…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ଯେଉଁ କାମ ପାଇଁ ଦିନେ ଯୁବକଙ୍କୁ ପରିହାସ କରୁଥିଲେ ଲୋକେ, ଆଜି ବିଦେଶରୁ ଆସିଲା ଚାକିରି ଅଫର, ପୂରା କାହାଣୀ ଜାଣିଲେ…

ଭାରତରେ ନଦୀଗୁଡ଼ିକର ଦୁର୍ଦ୍ଦଶା କହିଲେ ନ ସରେ। ସରକାରୀ ପ୍ରୟାସ ସତ୍ତ୍ୱେ ନଦୀଗୁଡ଼ିକର ଅବସ୍ଥା ସୁଧାର ହୋଇନାହିଁ। ସମ୍ପ୍ରତି ମଧ୍ୟପ୍ରଦେଶର ରାଜଗଡ଼ ଜିଲାର ଜଣେ ୨୦ ବର୍ଷୀୟ…

Video: ମେଟ୍ରୋରେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦି, ପିଲାମାନଙ୍କ ସହିତ ଆଲୋଚନା ସମୟରେ ତାଙ୍କ ସଂସଦୀୟ କ୍ଷେତ୍ର କାଶୀକୁ ମନେ ପକାଇଲେ, ଯାହାକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୬।୯: ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ, ଶନିବାର (ସେପ୍ଟେମ୍ବର 5, 2026) ସାରେ, ସେମାନଙ୍କ ସହିତ ଯାତ୍ରା କରୁଥିବା ଦେଖି ଖୁସିରେ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri