ରାୟଗଡ଼ାରେ ଲୋକାର୍ପିତ ହେଲା କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ର

ରାୟଗଡ଼ା ଅଫିସ,୧୩ା୪: ରାୟଗଡ଼ା ଜିଲାର ଜେକେପୁର ଠାରେ ସୋମବାର ୧୦୦ ଶଯ୍ୟା ବିଶିଷ୍ଟ ଜିଲାସ୍ତରୀୟ କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ର ଉଦ୍‌ଘାଟିତ ହୋଇଛି। ସ୍ଥାନୀୟ ଇଏସ୍‌ଆଇ ହସ୍ପିଟାଲ୍‌ରେ ଏହି ସ୍ବତନ୍ତ୍ର ଚିକିତ୍ସାଳୟ କରାଯାଇଛି। ଜିଲାପାଳ ପ୍ରମୋଦ କୁମାର ବେହେରା ସୋମବାର ଏହାକୁ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି। ଏଠାରେ ଚିକିତ୍ସା ପାଇଁ ଭେଣ୍ଟିଲେଟର୍‌ ସହ ସ୍ବତନ୍ତ୍ର ଆଇସୋଲେଶନ୍‌ ବ୍ୟବସ୍ଥା ରହିଛି। ଏହାସହ କରୋନା ସନ୍ଦିଗ୍ଧଙ୍କ ସ୍ବାବ ପରୀକ୍ଷା ଓ ଔଷଧ କେନ୍ଦ୍ରର ସୁବିଧା ମଧ୍ୟ ରହିଛି। ଏହି ଚିକିତ୍ସାଳୟରେ ରୋଗୀଙ୍କ ଚିକିତ୍ସା ପାଇଁ ୫ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କୁ ନିୟୋଜିତ କରାଯାଇଛି। ସେହିପରି ହସ୍ପିଟାଲ ପରିବେଶକୁ ପରିଷ୍କାର ରଖିବା ପାଇଁ ସମ୍ପୂର୍ଣ୍ଣ ସାନିଟାଇଜ୍‌ ମଧ୍ୟ କରାଯାଇଥିବା ଜଣାପଡ଼ିଛି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଜିଲାପାଳ ବେହେରାଙ୍କ ସମେତ ଏସ୍‌ପି ଡ. ଶର୍ବଣା ବିବେକ ଏମ୍‌, ପିଡ଼ି ଅମୃତ ଋତୁରାଜ, ସିଡିଏମ୍‌ଓ ଡା. ଆର୍ତ୍ତବନ୍ଧୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଋଷିକୂଲ୍ୟା ଶଯ୍ୟାରେ ମଙ୍ଗୋଲିଆ ପକ୍ଷୀ

ଗଞ୍ଜାମ,୨୧ା୧(ଡି.ଏନ୍‌.ଏ.): ଗଞ୍ଜାମ ସହର ପୋତାଗଡ଼ ନିକଟସ୍ଥ ଋଷିକୂଲ୍ୟା ନଦୀ ବାଲୁକା ଶଯ୍ୟାରେ ଗତ କିଛିଦିନ ହେବ ଶହଶହ ମଙ୍ଗୋଲିଆ ପକ୍ଷୀ ଦେଖିବାକୁ ମିଳୁଛି। ହିମାଳୟଠାରେ ଅତ୍ୟଧିକ...

ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷାକୁ ଅଣଦେଖା

କେନ୍ଦୁଝର,୨୯ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ଉପାନ୍ତ ଯୋଡ଼ା-ବଡ଼ବିଲ ଖଣି ଅଞ୍ଚଳରେ ଓଡ଼ିଆ ଭାଷାକୁ ଅଣଦେଖା କରାଯାଉଛି। ସରକାରଙ୍କ ତାଗିଦା ସତ୍ତ୍ୱେ ଓଡ଼ିଆରେ ନାମଫଳକ ବା ସୂଚନା ଫଳକ...

ସାମୂହିକ ଅସ୍ଥି ବିସର୍ଜନ କଲେ ଲୋକେ

ବାରିପଦା ଅଫିସ,୧୭।୧: ମୟୂରଭଞ୍ଜ ଜିଲାର ଗଣପର୍ବ ମକର ଅବସରରେ ସୁନାମୁହିଁ(ବାରୁଣୀ) ଘାଟରେ ରବିବାର ଦାମୋଦର ଯାତ୍ରା ଆରମ୍ଭ ହୋଇଛି। ଏହି ଯାତ୍ରା ତିନିଦିନ ଧରି ଚାଲିବାକୁ...

ଅନାହାରରେ ବୃଦ୍ଧ ସୁଦର୍ଶନ

ନୟାଗଡ଼ ଅଫିସ,୯।୫: ନୟାଗଡ଼ ବ୍ଲକ ସୁନାଲଟି ଗାଁର ସୁଦର୍ଶନ ଲେଙ୍କା(୭୦) ଅନାହାରରେ ଦିନ କାଟୁଛନ୍ତି। ଖଣ୍ଡପଡା ବ୍ଲକ ଯୋଗିଆପଲ୍ଲୀ ଘାଟିର ଠାକୁରାଣୀ ପୀଠରେ ଠାକୁରଙ୍କ ଭୋଗ...

ବର୍ଷାରେ ବେହାଲ ଭଦ୍ରକ: ୧୦୬୪.୦୩ ମିମି ବର୍ଷା ରେକର୍ଡ

ଭଦ୍ରକ ଅଫିସ, ୨୫।୧୦: ଭଦ୍ରକ ଜିଲାରେ ତିନିଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଶୁକ୍ରବାର ଜିଲାରେ ୧୦୬୪.୦୩ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ...

ପୁଣି ଡ୍ୟାନ୍ସ ବାର୍‌ରୁ ୫ ଯୁବତୀ ଉଦ୍ଧାର

କଟକ ରୋଡ୍‌,୨୫।୮(ଡି.ଏନ.ଏ.): ଲକ୍ଷ୍ମୀସାଗର ଥାନା ଅଞ୍ଚଳର ଏକ ଡ୍ୟାନ୍ସ ବାର୍‌ରୁ ୫ ଯୁବତୀଙ୍କୁ ଶନିବାର ରାତିରେ ପୋଲିସ ଉଦ୍ଧାର କରିଛି। ସେମାନେ ସମସ୍ତେ ଓଡ଼ିଶାର ହୋଇଥିବାବେଳେ...

ସଂଖ୍ୟା ନୁହେଁ, ଶିକ୍ଷା ପରିସର ବଢ଼ାଅ

ଅନୁଗୋଳ ଅଫିସ, ୨୩।୧୧: ୨୦ରୁ କମ୍‌ ପିଲା ଥିବା ସ୍କୁଲକୁ ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ ପାଇଁ ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତିରେ ରବିବାର କିଛିଟା ପରିବର୍ତ୍ତନ କରାଯାଇଛି। ଶିକ୍ଷାର...

ଋଣ ପରିଶୋଧକୁ ନେଇ ଉନ୍ମତକାଣ୍ଡ : ଖେଳଣା ବନ୍ଧୁକ ସହ ଅଧ୍ୟାପକ ଗିରଫ

ବ୍ରହ୍ମପୁର ଅଫିସ,୧୯ା୧୨-ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଧର୍ମନଗରସ୍ଥିତ ବଜାଜ ଫାଇନାନ୍ସ କମ୍ପାନୀ ସମ୍ମୁଖରେ ବୁଧବାର ସନ୍ଧ୍ୟାରେ ଜଣେ ଅଧ୍ୟାପକଙ୍କ ଉନ୍ମତକାଣ୍ଡ ଦେଖିବାକୁ ମିଳିଛି। ହାତରେ ଖେଳଣା...

Advertisement
Archives

Model This Week