ରାୟଗଡ଼ାରେ ପହଞ୍ଚିଲେ ଆଉ ୪୬୧ ଶ୍ରମିକ

ରାୟଗଡ଼ା ଅଫିସ,୧୬ା୫: ଦକ୍ଷିଣ ଭାରତରେ ଫସିରହିଥିବା ପ୍ରବାସୀ ଶ୍ରମିକଙ୍କୁ ଓଡ଼ିଶା ସରକାର ପର୍ଯ୍ୟାୟକ୍ରମେ ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ଆଣୁଛନ୍ତି। ଗୁରୁବାର ୨ଟି ଏକ ସ୍ବତନ୍ତ୍ର ଟ୍ରେନ୍‌ରେ ଶ୍ରମିକମାନେ ଓଡ଼ିଶାରେ ପହଞ୍ଚଥିବାବେଳେ ଶନିବାର ଆଉ ୨ ଟ୍ରେନ୍‌ରେ ୪୬୧ ଆସି ପହଞ୍ଚିଛନ୍ତି। କୋଏମ୍ବାଟୁରରୁ ବାଲେଶ୍ୱର ବାହାରିଥିବା ଏକ ଟ୍ରେନ୍‌ ସକାଳ ୭ଟାରେ ରାୟଗଡ଼ାରେ ପହଞ୍ଚିଥିଲା। ଏଥିରୁ ୨୦୯ ଶ୍ରମିକ ରାୟଗଡ଼ା ରେଳ ଷ୍ଟେଶନରେ ଓହ୍ଲାଇଛନ୍ତି। ସେମାନଙ୍କ ମଧ୍ୟରେ ଗଜପତି ଜିଲାର ୮୫, ରାୟଗଡ଼ାର ୭୯, ନବରଙ୍ଗପୁରର ୧୭, କନ୍ଧମାଳର୧୫, କୋରାପୁଟର ୧୨ ଏବଂ ମାଲକାନଗିରିର ଜଣେ ଶ୍ରମିକ ରହିଛନ୍ତି। ଶ୍ରମିକମାନଙ୍କୁ ନେବା ପାଇଁ ଉକ୍ତ ୬ ଜିଲାର ଅଧିକାରୀମାନେ ରାୟଗଡ଼ା ଷ୍ଟେଶନରେ ଉପସ୍ଥିତ ଥିଲେ। ଶ୍ରମିକମାନେ ପହଞ୍ଚିବା ପରେ ଷ୍ଟେଶନ ପରିସରରେ ସାମାଜିକ ଦୂରତା ବଜାୟ ରଖି ସେମାନଙ୍କ ହାତ ଧୋଇବା ବ୍ୟବସ୍ଥା କରାଯାଇଥିଲା। ପରେ ସେମାନଙ୍କ ପଞ୍ଜୀକରଣ ଓ ଥର୍ମାଲ ସ୍କ୍ରିନିଂ କରାଯାଇ ନିଜ ଅଞ୍ଚଳକୁ ନିଆଯାଇଛି। ସେଠାରେ ସେମାନଙ୍କୁ ସଙ୍ଗରୋଧରେ ରଖିବା ବ୍ୟବସ୍ଥା କରାଯାଇଛି। ସେହିପରି ଆନ୍ଧ୍ରପ୍ରଦେଶର କୁର୍ନୁଲରୁ ଅନ୍ୟ ଏକ ଟ୍ରେନ୍‌ ବଲାଙ୍ଗୀର ଅଭିମୁଖେ ବାହାରି ସନ୍ଧ୍ୟା ୬ଟାରେ ରାୟଗଡ଼ା ଷ୍ଟେଶନରେ ପହଞ୍ଚିଥିଲା। ଏଥିରୁ ୨୫୨ ଶ୍ରମିକ ରାୟଗଡ଼ାରେ ଓହ୍ଲାଇଥିଲେ। ସେମାନଙ୍କ ମଧ୍ୟରେ ରାୟଗଡ଼ା ଜିଲାର ୬୧ ଜଣ, ନବରଙ୍ଗପୁରର ୧୧୫, ମାଲକାନଗିରିର ୨୭, ଗଜପତିର ୨୯, କନ୍ଧମାଳର ୯ ଏବଂ କୋରାପୁଟ ଜିଲାର ୧୧ ଶ୍ରମିକ ରହିଥିବା ଜଣାପଡ଼ିଛି। ଏହି ଅବସରରେ ଡିଆର୍‌ଡିଏ ପିଡି ଅମୃତ ଋତୁରାଜ, ଜିଲାପାଳ ପ୍ରମୋଦ କୁମାର ବେହେରା, ଏସ୍‌ପି ଶର୍ବଣା ବିବେକ ଏମ୍‌ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରବାସୀଙ୍କ ଆଗମନକୁ ଦୃଷ୍ଟିରେ ରଖି ଜିଲାରେ ସଂକ୍ରମଣକୁ ଏଡ଼ାଇବା ପାଇଁ ଉପଜିଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ଗଜପତି ଛକରୁ ସାଇ ଇଣ୍ଟରନ୍ୟାଶନାଲ ଛକ ଏବଂ ରେଳଷ୍ଟେଶନ ଛକରେ ୪ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଏକତ୍ରିତ ନ ହେବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଛେଣ୍ଡିପଦାରେ ଉତ୍କଟ ପାନୀୟ ସଙ୍କଟ

ଛେଣ୍ଡିପଦା,୩୦।୪(ଡି.ଏନ.ଏ)ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଆରମ୍ଭରୁ ଦେଖାଦେଇଛି ଉତ୍କଟ ପାନୀୟ ଜଳାଭାବ। ଦିନକୁ ଦିନ ଆଶାତୀତ ଭାବେ ତାପମାତ୍ରା ବୃଦ୍ଧି ପାଉଥିବାବେଳେ...

ବଢ଼ିବନି ବିଦ୍ୟୁତ୍‌ ଶୁଳ୍କ, ଉପଭୋକ୍ତା ଆଶ୍ୱସ୍ତ

ଭୁବନେଶ୍ୱର,୨୩ା୪(ବ୍ୟୁରୋ): ଚଳିତବର୍ଷ ବିଦ୍ୟୁତ ଶୁଳ୍କ ବଢ଼ିବ ନାହିଁ। କରୋନା(କୋଭିଡ୍‌-୧୯) ମହାମାରୀ ମୁକାବିଲା କରୁଥିବା ରାଜ୍ୟବାସୀଙ୍କ ଉପରେ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆର୍‌ସି) ଏବେ ଆଉ ଶୁଳ୍କ...

କାଳିଆ କେଳେଙ୍କାରୀ: ୧୭,୧୭୬ ଅଯୋଗ୍ୟ ହିତାଧିକାରୀ

ଢେଙ୍କାନାଳ ଅଫିସ, ୨୩।୯: ‘କାଳିଆ’ କେଳେଙ୍କାରୀକୁ ନେଇ ଅଡୁଆରେ ପଡ଼ିଛନ୍ତି ରାଜ୍ୟ ସରକାର। ଯୁଆଡ଼େ ଉଣ୍ଡିଲେ ଯୋଜନାରେ ବାରି ହେଉଛି ଦୁର୍ନୀତିର ଗନ୍ଧ। ଦିନ ଯେତିକି ଗଡୁଛି...

CORONAVIRUS UPDATE: ସୁସ୍ଥ ହେଲେ ଆଉ ୧୨୩ ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୧,୬୦୪କୁ ବୃଦ୍ଧି

ଭୁବନେଶ୍ୱର,୫।୬(ବ୍ୟୁରୋ): ରାଜ୍ୟରେ ଆଉ ୧୨୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୧,୬୦୪ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ...

ବାଲେଶ୍ୱରରେ ପହଞ୍ଚିଲା ଶ୍ରମିକ ସ୍ପେଶାଲ ଟ୍ରେନ: ପଞ୍ଜୀକରଣ କରାଯାଇ ଶ୍ରମିକଙ୍କୁ ପଠାଯାଉଛି ନିଜ ଜିଲାକୁ

ବାଲେଶ୍ୱର ଅଫିସ, ୧୩।୫: ବାଲେଶ୍ୱର ରେଳ ଷ୍ଟେଶନରେ ବୁଧବାର ପୂର୍ବାହ୍ନରେ ଶ୍ରମିକ ସ୍ପେଶାଲ ଟ୍ରେନ ପହଞ୍ଚିଛି। ଥାନେଗଡ଼ରୁ ଆସିଥିବା ଏହି ଟ୍ରେନରେ ବାଲେଶ୍ୱର ଜିଲାରେ ୮୦୦ରୁ...

ହରିୟାଣାରେ କରୋନା ବିସ୍ଫୋରଣ, ୫ ଜିଲାରେ ମହାମାରୀ ଆଲର୍ଟ, ସିନେମାହଲରେ ତାଲା

ଚଣ୍ଡିଗଡ଼,୨ ।୧: ଦେଶରେ ପୁଣିଥରେ ବଢିବାରେ ଲାଗିଲାଣି କରୋନା ସଂକ୍ରମଣ । ଏହାକୁ ନେଇ ବିଭିନ୍ନ ରାଜ୍ୟ ସରକାର ନୂଆ ନୂଆ ଗାଇଡ ଲାଇନ୍ ଜାରି...

ଯୁବକଙ୍କ ଅସ୍ବାଭାବିକ ମୃତ୍ୟୁ

ପାଟଣା,୯।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବଣମହୁଲଡିହା ଗ୍ରାମ ପାତୁ ସାହିର ରୟା ମୁଣ୍ଡା (୧୬) ନାମକ ଜଣେ ଯୁବକଙ୍କର ଶନିବାର ସକାଳୁ ମୃତ୍ୟୁ...

ଘଟଗାଁ ଥାନା ଅଞ୍ଚଳରେ ମହିଳାଙ୍କୁ ଗଣବଳାତ୍କାର, ୨ ଗିରଫ

କେନ୍ଦୁଝର, ୧୩।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ଥାନା ଅଞ୍ଚଳରେ ଜଣେ ବିବାହିତା ମହିଳାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ଦୁଇଜଣ ବିବାହିତ...

Advertisement
Archives

Model This Week