ରୋହିତ୍‌ଙ୍କ ବିଶ୍ୱରେକର୍ଡ

ଲିଡ୍ସ, ୭।୭ (ପି.ଟି.)- ଶ୍ରେଷ୍ଠ ଫର୍ମରେ ଥିବା ତାରକା ଓପନର୍‌ ରୋହିତ୍‌ ଶର୍ମା ଏବଂ ଲୋକେଶ ରାହୁଲଙ୍କ ଶତକ ସହାୟତାରେ ଭାରତ ଚଳିତ ଆଇସିସି ବିଶ୍ୱକପର ଶନିବାର ଅନୁଷ୍ଠିତ ମ୍ୟାଚରେ ଶ୍ରୀଲଙ୍କାକୁ ୭ ଉଇକେଟରେ ପରାସ୍ତ କରିଛି। ଶ୍ରୀଲଙ୍କା ପକ୍ଷରୁ ଧାର୍ଯ୍ୟ ୨୬୫ ରନର ବିଜୟ ଲକ୍ଷ୍ୟକୁ ଭାରତ ୪୩.୩ ଓଭରରେ ୩ ଉଇକେଟ ହରାଇ ହାସଲ କରିଛି। ଭାରତ ସେମିଫାଇନାଲରେ ପ୍ରବେଶ କରିସାରିଥିବାରୁ ରୋହିତ (୧୦୩ ରନ,୯୪ ବଲ, ୧୪ ଚୌକା, ୨ ଛକା)ଓ ଲୋକେଶ (୧୧୧ରନ, ୧୧୮ ବଲ, ୧୧ ଚୌକା, ୧ ଛକା)ଙ୍କ ଶତକ ଦଳର ମନୋବଳକୁ ବହୁ ପରିମାଣରେ ବଢ଼ାଇ ଦେଇଛି। ଏଠାରେ କ୍ୟାରିୟରର ୨୭ତମ ଏକଦିବସୀୟ ଶତକ ହାସଲ ସହ ରୋହିତ ବିଶ୍ୱରେକର୍ଡର ଅଧିକାରୀ ହୋଇଛନ୍ତି। ୩୨ ବର୍ଷୀୟ ଏହି ଓପନର ଚଳିତ ବିଶ୍ୱକପ୍‌ରେ ୫ମ ଥର ପାଇଁ ୩ଅଙ୍କ ବିଶିଷ୍ଟ ସ୍କୋର କରିଛନ୍ତି। ଏଥିସହ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ସେ ଆଇସିସି ବିଶ୍ୱକପ୍‌ର ଗୋଟିଏ ସଂସ୍କରଣରେ ୫ଟି ଶତକ ହାସଲ କରିବାର କିର୍ତ୍ତୀମାନ ସ୍ଥାପନ କରିଛନ୍ତି। ଏଥିପୂର୍ବରୁ ବାଂଲାଦେଶ ବିପକ୍ଷ ଗତ ମ୍ୟାଚରେ ସେ ୧୦୪ ରନର ଶତକୀୟ ଇନିଂସ ଖେଳି ବିଶ୍ୱକପ୍‌ର ଗୋଟିଏ ସଂସ୍କରଣରେ ସର୍ବାଧିକ ଶତକ ହାସଲ କରିବାରେ ଶ୍ରୀଲଙ୍କାର କୁମାର ସଙ୍ଗକାରାଙ୍କ ସହ ସମକକ୍ଷ ହୋଇଥିଲେ। ସଙ୍ଗକାରା ପୂର୍ବରୁ ୨୦୧୫ ବିଶ୍ୱକପ୍‌ରେ ୪ଟି ଶତକ ହାସଲ କରି ଏହି ରେକର୍ଡର ଅଧିକାରୀ ହୋଇଥିଲେ। ୨୦୧୫ ବିଶ୍ୱକପ୍‌ରେ ରୋହିତ୍‌ ବାଂଲାଦେଶ ବିପକ୍ଷରେ ୧୩୭ ରନ କରିଥିଲେ। ରୋହିତ୍‌ ଏହିକ୍ରମରେ ବିଶ୍ୱକପ୍‌ରେ ମୋଟ୍‌ ୬ଥର ତିନି ଅଙ୍କବିଶିଷ୍ଟ ସ୍କୋର କରିବା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସହ ସମକକ୍ଷ ହୋଇଛନ୍ତି। ପୂର୍ବରୁ ତେନ୍ଦୁଲକର ମଧ୍ୟ ବିଶ୍ୱକପ୍‌ରେ ୬ଥର ଶତକ ଅର୍ଜନ କରିଥିଲେ। ସଚିନ ବିଶ୍ୱକପ୍‌ରେ ୪୪ ଇନିଂସରୁ ୬ ଶତକ ସହାୟତାରେ ମୋଟ୍‌ ୨୨୭୮ ରନ କରିଛନ୍ତି। ଅପରପକ୍ଷରେ ରୋହିତ୍‌ ମାତ୍ର ୧୬ ଇନିଂରୁ ସମାନ ସଂଖ୍ୟକ ଶତକ ସହ ୯୭୭ ରନ ନିଜ ନାମରେ ଯୋଡ଼ିଛନ୍ତି।
ବିଶ୍ୱକପ୍‌ରେ ହ୍ୟାଟ୍ରିକ ଶତକ ମାରିବାରେ ସଙ୍ଗକାରାଙ୍କ ସମକକ୍ଷ-
ଶ୍ରୀଲଙ୍କା ବିପକ୍ଷରେ ୧୦୩ ରନର ଇନିଂସ ସହ ରୋହିତ୍‌ ଚଳିତ ବିଶ୍ୱକପ୍‌ରେ ବର୍ତ୍ତମାନ ସୁଦ୍ଧା ମାତ୍ର ୯ ମ୍ୟାଚ୍‌ରୁ ମୋଟ୍‌ ୫ ଶତକ ହାସଲ କରିଛନ୍ତି। ମୁମ୍ବାଇର ଏହି ଷ୍ଟାଇଲିସ ବ୍ୟାଟ୍ସମ୍ୟାନ ଏହିକ୍ରମରେ ହ୍ୟାଟ୍ରିକ ଶତକ ହାସଲ କରିବାରେ ସଫଳ ହୋଇଛନ୍ତି। ପୂର୍ବ ଦୁଇ ମ୍ୟାଚ୍‌ରେ ସେ ଯଥାକ୍ରମେ ୧୦୪ (ବାଂଲାଦେଶ, ଜୁଲାଇ ୨) ଓ ୧୦୨ (ଇଂଲଣ୍ଡ, ଜୁନ୍‌ ୩୦) ରନର ଶତକୀୟ ଇନିଂସ ଖେଳିଥିଲେ। ଏଥିସହ ବିଶ୍ୱକପ୍‌ରେ ହ୍ୟାଟ୍ରିକ ଶତକ ମାରିବାରେ ସେ ପ୍ରାକ୍ତନ ସିଂହଳୀ ବ୍ୟାଟ୍ସମ୍ୟାନ କୁମାର ସଙ୍ଗକାରାଙ୍କ ସମକକ୍ଷ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri