ରାହା ଯୋଗାଇଛି କୌଳିକ ବୃତ୍ତି

ସିମୁଳିଆ, ୮ା୧-ଏବେ ବି ରହିଛି ହସ୍ତଶିଳ୍ପର ଚାହିଦା। ସରକାରୀ ସ୍ତରରେ ପ୍ରୋତ୍ସାହନ ମିଳୁ ନ ଥିଲେ ମଧ୍ୟ କେତେକ ପରିବାର ଏହି ବୃତ୍ତିକୁ ଆପଣେଇ ନିଜ ପରିବାର ପ୍ରତିପୋଷଣ କରୁଛନ୍ତି। ବାଲେଶ୍ୱର ଜିଲା କନ୍ଦଡା ଅଞ୍ଚଳର ୬ଟି ପରିବାର ବର୍ଷତମାମ ବାଉଁଶରୁ କୁଲା, ବୋଝ, ନାଳିଆ, ଖଇଚଲା, ଟପ, ଝୁଡି ଆଦି ବିଭିନ୍ନ ସରଞ୍ଜାମ ତିଆରି କରି ବିକ୍ରି କରୁଛନ୍ତି। ଏହି ସରଞ୍ଜାମ କିଣିବା ପାଇଁ ସେମାନଙ୍କ ନିକଟରେ ଭଦ୍ରକ, ବାଲେଶ୍ୱର, କଟକ ଆଦି ଅଞ୍ଚଳର ବେପାରୀମାନଙ୍କ ଭିଡ ଲାଗେ। ଏହାବ୍ୟତୀତ ଲୋକମାନଙ୍କର ଅର୍ଡର ମୁତାବକ ସେମାନେ ସରଞ୍ଜାମ ତିଆରି କରନ୍ତି। ଜାଲି, ପାଛିଆ, କୁଲାଗୁଡ଼ିକୁ ସାଇକେଲରେ ବୋଝେଇ କରି ଗାଁ ଗାଁ ବୁଲି ବିକ୍ରି କରି ଥାଆନ୍ତି। ଗାଁକୁ ଗଲେ ତାଙ୍କ ସାମଗ୍ରୀ କେବେ ଫେରେ ନାହିଁ। ତେଣୁ କୌଳିକ ବୃତ୍ତିକୁ ଆପଣେଇଥିବା ଯୋଗୁ ତାଙ୍କ ପରିବାରର ପେଟ କେବେ ଅପୋଷା ରହୁ ନ ଥିବା କହନ୍ତି ଜଗବନ୍ଧୁ ଜେନା।
ଜଗବନ୍ଧୁ କୁହନ୍ତି ପରିବାରରେ ଆର୍ଥିକ ଅସ୍ବଚ୍ଛଳତା କାରଣରୁ ସେ ଆଦୌ ପାଠ ପଢ଼ି ପାରିନାହାନ୍ତି। ୧୦ବର୍ଷ ବୟସରୁ ସେ ନିଜ ବାପାଙ୍କ ନିକଟରୁ ବାଉଁଶ ସାମଗ୍ରୀ ତିଆରି କରିବା ଶିକ୍ଷା ଆରମ୍ଭ କରିଥିଲେ। ସେ ମାସକୁ ଏଥିରୁ ୧୫ରୁ ୨୦ହଜାର ଟଙ୍କା ଆୟ କରୁଛନ୍ତି। ସ୍ତ୍ରୀ ଚୁମୁକିଙ୍କ ସହିତ ଦୁଇ ଝିଅ ଓ ଦୁଇ ପୁଅଙ୍କୁ ନେଇ ତାଙ୍କ ସଂସାର। ଚାଷଜମି ଆଦୌ ନ ଥିବାରୁ କୌଳିକ ବୃତ୍ତିକୁ ଆପଣେଇ ସେ ପରିବାର ପୋଷଣ କରୁଛନ୍ତି। ତାଙ୍କର ଅନ୍ୟ ୬ ଭଉଣୀ ଭାଇଙ୍କ ମଧ୍ୟରୁ ୩ଜଣ ମଧ୍ୟ ଏହି ବୃତ୍ତିକୁ ଅପଣେଇ ଥିବା ସେ କୁହନ୍ତି।
ବାଉଁଶ ସାମଗ୍ରୀ ତିଆରି ପାଇଁ ବାଡ଼ିଆ କିସମର ବାଉଁଶ ହିଁ ଆବଶ୍ୟକ ପଡ଼ିଥାଏ। ଗାଁରୁ ସେ ଗୋଟା ବାଉଁଶ ପ୍ରତି ୪୦ରୁ ୫୦ଟଙ୍କା ଦରରେ କିଣି ଥାଆନ୍ତି। ଏଥିରୁ ପ୍ରସ୍ତୁତି କୁଲା ୭୦, ବୋଝ ୨ଶହ, ଝୁଡି ୨ଶହ, ନଳିଆ ୫୦, ଖଇଚଲା ୧୫୦ଟଙ୍କାରେ ବିକ୍ରି କରିଥାଆନ୍ତି। ବେପାରି ନେଲେ ୨ ଟଙ୍କା କମ୍‌ ଦେଇଥାଆନ୍ତି। ଏହି ବୃତ୍ତି ପାଇଁ ତାଙ୍କୁ କୌଣସି ସରକାରୀ ସହାୟତା ମିଳୁନାହିଁ। ତେବେ ଏହି ବୃତ୍ତିକୁ କୁଟୀରଶିଳ୍ପ ରୂପେ ଗ୍ରହଣ କରି ଜଣେ ଯୁବତୀ ଯୁବକ ଆମତ୍ନିର୍ଭରଶୀଳ ହୋଇପାରିବେ ବୋଲି ଜଗବନ୍ଧୁ କୁହନ୍ତି।

(ସନ୍ତୋଷ କୁମାର ନାୟକ)


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri