ରାହାଡ଼ପୁର ପାହାଡ଼ରେ ବେଆଇନ ଖନନ

ଯାଜପୁର ଅଫିସ,୧୪|୮- ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧିନସ୍ଥ ରାହାଡ଼ପୁର ଦକ୍ଷିଣପାର୍ଶ୍ୱରେ ଚାଲିଥିବା ବେଆଇନ କଳାପଥର ଖନନଉପରେ ହାଇକୋର୍ଟ ହସ୍ତକ୍ଷେପ କରିଛନ୍ତି। ହାଇକୋର୍ଟରେ ନଂ.୩୦୬୫/୨୦୧୮ରେ ହୋଇଥିବା ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଗତ ଅଗଷ୍ଟ ୬ତାରିଖରେ ଯାଜପୁର ଜିଲାପାଳଙ୍କୁ ୬ ସପ୍ତାହ ମଧ୍ୟରେ ଫଏସଲା କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଆବେଦନକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶର ଏକ ସାର୍ଟିଫଏଡ କପି ଏବଂ ରିଟ୍‌ ପିଟିସନର ନକଲ ଦୁଇ ସପ୍ତାହ ମଧ୍ୟରେ ଯାଜପୁର ଜିଲାପାଳଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ଆବେଦନକାରୀ ସର୍ବେଶ୍ୱର ବେହୁରା ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସଙ୍କୁ ସାର୍ଟିଫାଏଡ କପି ସହ ରିଟ ପିଟିସନର ନକଲ ଦାଖଲ କରିଛନ୍ତି ା ଏହି ଘଟଣାପରେ ରାହାଡପୁର ପାହାଡ଼ରେ ବେଆଇନ ପଥର ଖାଦାନ ଚଳାଇଥିବା ମାଫିଆଙ୍କ ମଧ୍ୟରେ ଏକ ପ୍ରକାର ଛନକା ପଶିଥିବା ଜଣାପଡ଼ିଛି।
ଯାଜପୁର ଜିଲା ଧର୍ମଶାଳା ବ୍ଲକ ମହିଶରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାଣୀବନ୍ଧ ଓ ପାଇକରାପୁର କ୍ଷୁଦ୍ରଜଳସେଚନ ପ୍ରକଳ୍ପ(ଏମ୍‌ଆଇପି) ରାହାଡ଼ପୁର ପାହାଡ଼ରେ ଥିବା ବିଭିନ୍ନ ବେଆଇନ କ୍ରଶର ଓ ପଥର ଖାଦାନ ଯୋଗୁ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଥିଲା। ଏସଂକ୍ରାନ୍ତରେ ଧରିତ୍ରୀରେ ସବିଶେଷ ତଥ୍ୟ ଭିତ୍ତିକ ଖବର ପ୍ରକାଶ ପାଇଥିଲା। ଉକ୍ତ ଖବରକୁ ନେଇ ସାମାଜିକ କର୍ମୀ ବେହୁରା ୨୦୧୮ଫେବୃୟାରୀରେ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରିଥିଲେ। ଏହି ମାମଲାରେ ବିଶେଷକରି ପଥର ଖାଦାନ ଯୋଗୁ ପ୍ରଭାବିତ ରାଣୀବନ୍ଧ ଓ ପାଇକରାପୁର କ୍ଷୁଦ୍ରଜଳସେଚନ ପ୍ରକଳ୍ପକୁ ଗୁରୁତ୍ୱ ଦେଇଥିଲେ। ଏହାସହ ସେଠାରେ ଏକ ଅତ୍ୟାଧୁନିକ କ୍ରଶର ନିର୍ମାଣ ସହ ଜଳସେଚନ ପ୍ରକଳ୍ପ ଗର୍ଭରେ ରାସ୍ତା ଏବଂ ଏମ୍‌ଓଇଏଫ୍‌(ମିନିଷ୍ଟ୍ରି ଅଫ୍‌ ଏନଭାଇରନ୍‌ମେଣ୍ଟ ଆଣ୍ଡ ଫରେଷ୍ଟ, ଓଡ଼ିଶା ମାଇନ୍ସ ମିନେରାଲ୍ସ କନ୍‌ସେସନ(ଓଏମ୍‌ଏମ୍‌ସି) ଧାରା ଉଲ୍ଲଂଘନ ସମେତ ବାୟୁ ଓ ଜଳ ପ୍ରଦୂଷଣ ନିୟନ୍ତ୍ରଣ ଆଇନର ବିରୋଧାଭାସ ହେଉଥିବା ଦର୍ଶାଇଥିଲେ। ପରିବେଶ ଆଇନ ଓ ଅନୁମତି ନ ନେଇ ସେଠାରେ ୧୦ରୁ ଊର୍ଦ୍ଧ୍ୱ ପଥର ଖାଦାନ ଚାଲିଛି। ତେଣୁ ଏକ ଯୁଗ୍ମ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରିଥିଲେ। ସେଠାରେ ନାରାୟଣ ରାଉତ, ନିରଞ୍ଜନ ରାଉତ, ରଶ୍ମିରଞ୍ଜନ ପଣ୍ଡା, ପ୍ରଶାନ୍ତ କୁମାର ଜେନା, ମହେଶ୍ୱର ସ୍ବାଇଁ, ପି.କେ. ରାଉତରାୟ, ପି.କୈଳାସ ରାଓ, ଆଶିଷରଞ୍ଜନ ନାୟକ, ଉକତ୍ଳ ହାଇୱେ, ଅୟାସକାନ୍ତ ରାଉତ, ଅକ୍ଷୟକୁମାର ପରିଡା, ଶ୍ରୀସାଇ କନଷ୍ଟ୍ରକ୍ସନ, ଏସ.ଟି ମିନେରାଲ୍ସ ପ୍ରାଇଭେଟ ଲିଃ, ପ୍ରହ୍ଲାଦ ଲେଙ୍କା ପ୍ରମୁଖଙ୍କୁ ୧୦ରୁ ଊର୍ଦ୍ଧ୍ୱ ଲେଖାଏ ଏକର ଲିଜ୍‌ ସୂତ୍ରରେ ଦିଆଯାଇଛି। ନିର୍ଦ୍ଧାରିତ ପରିମାଣଠାରୁ ବହୁ ଅଧିକ ଗୁଣରେ ରାହାଡ଼ପୁର ପାହାଡ଼ରୁ କଳାପଥର ଉତ୍ତୋଳନ କରାଯାଉଛି। ତେବେ ଏନେଇ ଅଭିଯୋଗ ହେବାପରେ ପ୍ରଶାସନ ପକ୍ଷରୁ କେତେକ ସଇରାତରେ ୧୪୪ଧାରା ଜାରି ହୋଇଛି। ହେଲେ ଏହି ୧୪୪ ଧାରା ନାମକୁ ମାତ୍ର ବୋଲି କୁହାଯାଉଛି। ଏହି ସଇରାତଗୁଡ଼ିକ ଠାରୁ ୨୦୦ ରୁ ୪୫୦ମିଟର ଦୂରରେ ଜନବସତି, ସ୍କୁଲ, ମନ୍ଦିର ଆଦି ରହିଛି। ପଦ୍ଧତିରହିତ(ଅନ୍‌ସିଷ୍ଟୋମେଟିକ) ବ୍ଲାଷ୍ଟିଂ ଯୋଗୁ ଆଖପାଖ ଜନବସତି ପ୍ରଭାବିତ ହେବା ସହିତ ଘରକାନ୍ଥଗୁଡ଼ିକ ଫାଟି ଯାଉଛି। ପିଲାମାନେ ସ୍କୁଲକୁ ଯିବାକୁ ଭୟ କରୁଛନ୍ତି। ବାୟୁ ଓ ଜଳ ପ୍ରଦୂଷଣରେ ଅଧିକାଂଶ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏଥିଯୋଗୁ ପାଇକରାପୁରା ଓ ରାଣୀବନ୍ଧ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ଫଳରେ ଜଳସେଚନ ସମ୍ବଳ ଥିଲେ ସୁଦ୍ଧା ସମ୍ପୃକ୍ତ ଚାଷୀ ବିଭିନ୍ନ ସମୟରେ ମରୁଡ଼ିର ସମ୍ମୁଖୀନ ହୋଇଛନ୍ତି। ଏଭଳି ଅନେକ ସମସ୍ୟା ଉପରେ ଗ୍ରାମବାସୀଙ୍କ ସ୍ମାରକପତ୍ରକୁ ଆଧାର କରି ଆବେଦନକାରୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏଥିରେ ଆବେଦନକାରୀ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗ ସଚିବ, ଓଏସ୍‌ପିସିବିର ସଦସ୍ୟ ସଚିବ, ସିଆର୍‌ ଅଧ୍ୟକ୍ଷ, କ୍ଷୁଦ୍ରଜଳସେଚନ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ଓ ଯାଜପୁର ନିର୍ବାହୀ ଯନ୍ତ୍ରୀ, ଯାଜପୁର ଜିଲାପାଳ ପ୍ରମୁଖ ୧୨ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି। ଏସଂକ୍ରାନ୍ତରେ ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡାଙ୍କୁ ପଚାରିବାରେ ସେ କହିଛନ୍ତି ହାଇକୋର୍ଟର ନିର୍ଦ୍ଦେଶକୁ ସମୀକ୍ଷା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ଏଥିପାଇଁ ପ୍ରଶାସନସ୍ତରରେ ପ୍ରସ୍ତୁତି ଚାଲିଛି ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଶ୍ମଶାନକୁ ରାସ୍ତା ନାହିଁ, କେନାଲ ପାର୍‌ ହୋଇ ଶବଦାହ କଲେ ଗ୍ରାମବାସୀ

ଗଞ୍ଜାମ,୧୬ା୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଞ୍ଚାୟତର ଗଡ଼ହୁମ୍ମା ଗ୍ରାମ ନିକଟରେ ରହିଛି ବାଉଁସିଆ ପଡ଼ା ଗ୍ରାମ। ଶବଦାହ ପାଇଁ ଗ୍ରାମବାସୀ ନାହିଁ ନ ଥିବା…

ଗ୍ରାମୀଣ ଗୃହ ଯୋଜନାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରାଇକିଆ ବ୍ଲକ ପୁରସ୍କୃତ

ରାଇକିଆ,୧୬ା୮(ପ୍ରଦୀପ ବେହେରା): ଗ୍ରାମୀଣ ଗୃହ ଯୋଜନା-୨୦୨୫/୨୬ରେ ସମଗ୍ର କନ୍ଧମାଳ ଜିଲାରେ ଉଲ୍ଳେଖନୀୟ ପ୍ରଦର୍ଶନ ପାଇଁ ଜିଲା ପ୍ରଶାସନ ତରଫରୁ ରାଇକିଆ ବ୍ଲକ ପୁରସ୍କୃତ ହୋଇଛି। ଫୁଲବାଣୀଠାରେ ଜିଲାସ୍ତରୀୟ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ନିଷ୍ପତ୍ତି ଚାଷୀ ସଙ୍ଗଠନ ନେଇ…

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିର ଶ୍ରୀ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ଚାଷୀ ସଙ୍ଗଠନ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ବ୍ଲକ କମିଟି ପକ୍ଷରୁ ଆଲୋଚନା…

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri