ରାହାଡ଼ପୁର ପାହାଡ଼ରେ ବେଆଇନ ଖନନ

ଯାଜପୁର ଅଫିସ,୧୪|୮- ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧିନସ୍ଥ ରାହାଡ଼ପୁର ଦକ୍ଷିଣପାର୍ଶ୍ୱରେ ଚାଲିଥିବା ବେଆଇନ କଳାପଥର ଖନନଉପରେ ହାଇକୋର୍ଟ ହସ୍ତକ୍ଷେପ କରିଛନ୍ତି। ହାଇକୋର୍ଟରେ ନଂ.୩୦୬୫/୨୦୧୮ରେ ହୋଇଥିବା ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଗତ ଅଗଷ୍ଟ ୬ତାରିଖରେ ଯାଜପୁର ଜିଲାପାଳଙ୍କୁ ୬ ସପ୍ତାହ ମଧ୍ୟରେ ଫଏସଲା କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଆବେଦନକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶର ଏକ ସାର୍ଟିଫଏଡ କପି ଏବଂ ରିଟ୍‌ ପିଟିସନର ନକଲ ଦୁଇ ସପ୍ତାହ ମଧ୍ୟରେ ଯାଜପୁର ଜିଲାପାଳଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ଆବେଦନକାରୀ ସର୍ବେଶ୍ୱର ବେହୁରା ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସଙ୍କୁ ସାର୍ଟିଫାଏଡ କପି ସହ ରିଟ ପିଟିସନର ନକଲ ଦାଖଲ କରିଛନ୍ତି ା ଏହି ଘଟଣାପରେ ରାହାଡପୁର ପାହାଡ଼ରେ ବେଆଇନ ପଥର ଖାଦାନ ଚଳାଇଥିବା ମାଫିଆଙ୍କ ମଧ୍ୟରେ ଏକ ପ୍ରକାର ଛନକା ପଶିଥିବା ଜଣାପଡ଼ିଛି।
ଯାଜପୁର ଜିଲା ଧର୍ମଶାଳା ବ୍ଲକ ମହିଶରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାଣୀବନ୍ଧ ଓ ପାଇକରାପୁର କ୍ଷୁଦ୍ରଜଳସେଚନ ପ୍ରକଳ୍ପ(ଏମ୍‌ଆଇପି) ରାହାଡ଼ପୁର ପାହାଡ଼ରେ ଥିବା ବିଭିନ୍ନ ବେଆଇନ କ୍ରଶର ଓ ପଥର ଖାଦାନ ଯୋଗୁ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଥିଲା। ଏସଂକ୍ରାନ୍ତରେ ଧରିତ୍ରୀରେ ସବିଶେଷ ତଥ୍ୟ ଭିତ୍ତିକ ଖବର ପ୍ରକାଶ ପାଇଥିଲା। ଉକ୍ତ ଖବରକୁ ନେଇ ସାମାଜିକ କର୍ମୀ ବେହୁରା ୨୦୧୮ଫେବୃୟାରୀରେ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରିଥିଲେ। ଏହି ମାମଲାରେ ବିଶେଷକରି ପଥର ଖାଦାନ ଯୋଗୁ ପ୍ରଭାବିତ ରାଣୀବନ୍ଧ ଓ ପାଇକରାପୁର କ୍ଷୁଦ୍ରଜଳସେଚନ ପ୍ରକଳ୍ପକୁ ଗୁରୁତ୍ୱ ଦେଇଥିଲେ। ଏହାସହ ସେଠାରେ ଏକ ଅତ୍ୟାଧୁନିକ କ୍ରଶର ନିର୍ମାଣ ସହ ଜଳସେଚନ ପ୍ରକଳ୍ପ ଗର୍ଭରେ ରାସ୍ତା ଏବଂ ଏମ୍‌ଓଇଏଫ୍‌(ମିନିଷ୍ଟ୍ରି ଅଫ୍‌ ଏନଭାଇରନ୍‌ମେଣ୍ଟ ଆଣ୍ଡ ଫରେଷ୍ଟ, ଓଡ଼ିଶା ମାଇନ୍ସ ମିନେରାଲ୍ସ କନ୍‌ସେସନ(ଓଏମ୍‌ଏମ୍‌ସି) ଧାରା ଉଲ୍ଲଂଘନ ସମେତ ବାୟୁ ଓ ଜଳ ପ୍ରଦୂଷଣ ନିୟନ୍ତ୍ରଣ ଆଇନର ବିରୋଧାଭାସ ହେଉଥିବା ଦର୍ଶାଇଥିଲେ। ପରିବେଶ ଆଇନ ଓ ଅନୁମତି ନ ନେଇ ସେଠାରେ ୧୦ରୁ ଊର୍ଦ୍ଧ୍ୱ ପଥର ଖାଦାନ ଚାଲିଛି। ତେଣୁ ଏକ ଯୁଗ୍ମ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରିଥିଲେ। ସେଠାରେ ନାରାୟଣ ରାଉତ, ନିରଞ୍ଜନ ରାଉତ, ରଶ୍ମିରଞ୍ଜନ ପଣ୍ଡା, ପ୍ରଶାନ୍ତ କୁମାର ଜେନା, ମହେଶ୍ୱର ସ୍ବାଇଁ, ପି.କେ. ରାଉତରାୟ, ପି.କୈଳାସ ରାଓ, ଆଶିଷରଞ୍ଜନ ନାୟକ, ଉକତ୍ଳ ହାଇୱେ, ଅୟାସକାନ୍ତ ରାଉତ, ଅକ୍ଷୟକୁମାର ପରିଡା, ଶ୍ରୀସାଇ କନଷ୍ଟ୍ରକ୍ସନ, ଏସ.ଟି ମିନେରାଲ୍ସ ପ୍ରାଇଭେଟ ଲିଃ, ପ୍ରହ୍ଲାଦ ଲେଙ୍କା ପ୍ରମୁଖଙ୍କୁ ୧୦ରୁ ଊର୍ଦ୍ଧ୍ୱ ଲେଖାଏ ଏକର ଲିଜ୍‌ ସୂତ୍ରରେ ଦିଆଯାଇଛି। ନିର୍ଦ୍ଧାରିତ ପରିମାଣଠାରୁ ବହୁ ଅଧିକ ଗୁଣରେ ରାହାଡ଼ପୁର ପାହାଡ଼ରୁ କଳାପଥର ଉତ୍ତୋଳନ କରାଯାଉଛି। ତେବେ ଏନେଇ ଅଭିଯୋଗ ହେବାପରେ ପ୍ରଶାସନ ପକ୍ଷରୁ କେତେକ ସଇରାତରେ ୧୪୪ଧାରା ଜାରି ହୋଇଛି। ହେଲେ ଏହି ୧୪୪ ଧାରା ନାମକୁ ମାତ୍ର ବୋଲି କୁହାଯାଉଛି। ଏହି ସଇରାତଗୁଡ଼ିକ ଠାରୁ ୨୦୦ ରୁ ୪୫୦ମିଟର ଦୂରରେ ଜନବସତି, ସ୍କୁଲ, ମନ୍ଦିର ଆଦି ରହିଛି। ପଦ୍ଧତିରହିତ(ଅନ୍‌ସିଷ୍ଟୋମେଟିକ) ବ୍ଲାଷ୍ଟିଂ ଯୋଗୁ ଆଖପାଖ ଜନବସତି ପ୍ରଭାବିତ ହେବା ସହିତ ଘରକାନ୍ଥଗୁଡ଼ିକ ଫାଟି ଯାଉଛି। ପିଲାମାନେ ସ୍କୁଲକୁ ଯିବାକୁ ଭୟ କରୁଛନ୍ତି। ବାୟୁ ଓ ଜଳ ପ୍ରଦୂଷଣରେ ଅଧିକାଂଶ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏଥିଯୋଗୁ ପାଇକରାପୁରା ଓ ରାଣୀବନ୍ଧ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ଫଳରେ ଜଳସେଚନ ସମ୍ବଳ ଥିଲେ ସୁଦ୍ଧା ସମ୍ପୃକ୍ତ ଚାଷୀ ବିଭିନ୍ନ ସମୟରେ ମରୁଡ଼ିର ସମ୍ମୁଖୀନ ହୋଇଛନ୍ତି। ଏଭଳି ଅନେକ ସମସ୍ୟା ଉପରେ ଗ୍ରାମବାସୀଙ୍କ ସ୍ମାରକପତ୍ରକୁ ଆଧାର କରି ଆବେଦନକାରୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏଥିରେ ଆବେଦନକାରୀ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗ ସଚିବ, ଓଏସ୍‌ପିସିବିର ସଦସ୍ୟ ସଚିବ, ସିଆର୍‌ ଅଧ୍ୟକ୍ଷ, କ୍ଷୁଦ୍ରଜଳସେଚନ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ଓ ଯାଜପୁର ନିର୍ବାହୀ ଯନ୍ତ୍ରୀ, ଯାଜପୁର ଜିଲାପାଳ ପ୍ରମୁଖ ୧୨ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି। ଏସଂକ୍ରାନ୍ତରେ ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡାଙ୍କୁ ପଚାରିବାରେ ସେ କହିଛନ୍ତି ହାଇକୋର୍ଟର ନିର୍ଦ୍ଦେଶକୁ ସମୀକ୍ଷା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ଏଥିପାଇଁ ପ୍ରଶାସନସ୍ତରରେ ପ୍ରସ୍ତୁତି ଚାଲିଛି ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବାହାନଗାରେ କୃତ୍ରିମ ବନ୍ୟା

ବାହାନଗା, ୧୯ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଶନିବାରଠାରୁ ଲଘୁଚାପଜନିତ ବର୍ଷା ଲାଗି ରହିବାରୁ ବାହାନଗା ବ୍ଲକରେ କୃତ୍ରିମ ବନ୍ୟା ଦେଖାଦେଇଛି ା ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳରେ ଥିବା ଚାଷ...

ମହିଳାଙ୍କୁ ଧକ୍କା ଦେଲା ସ୍କୁଲ ବସ୍‌, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଯୋଡ଼ା,୨୪।୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ସିରାଜୁଦ୍ଦିନ୍‌ ଖଣି ବି-ପ୍ଲଟ ତାରିଣୀ ମନ୍ଦିର ରାସ୍ତା ନିକଟରେ ଦୁର୍ଘଟଣା ଘଟିଛି। ଏକ ସ୍କୁଲ ବସ୍‌ ଜଣେ...

୨ ବର୍ଷର ଝିଅକୁ କଚାଡ଼ି ମାରିଲେ ବାପା

ଦେବଗଡ଼,୧୬ା୧(ଡି.ଏନ୍‌.ଏ.): ଦୁଇ ବର୍ଷର ଝିଅକୁ କଚାଡ଼ି ମାରିଛନ୍ତି ବାପା। ଏପରି ଅମାନବୀୟ ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜଲା ନବଗଠିତ ଲଇମୁରା ଥାନା ଅନ୍ତର୍ଗତ ଲମ୍ବଡୁରା...

ଲୋଇସିଂହା ବ୍ଲକରେ କରାମାଡ, ବ୍ୟାପକ ରବି ଫସଲ ନଷ୍ଟ

ଲୋଇସିଂହା, ୭।୪(ଡି. ଏନ .ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ କରକାପାତ ହୋଇଛି। ଏଥିଯୋଗୁ ବ୍ଲକର ଉପାନ୍ତ ଅଞ୍ଚଳରେ ହୋଇଥିବା ପରିବା...

ଡିିଭାଇଡରରେ ପିଟି ହୋଇ ଓଲଟିଲା କାର୍‌

ଫୁଲନଖରା,୧୭।୫:(ଡି.ଏନ୍‌.ଏ): କଟକ ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ଛକ ନିକଟରେ ମଙ୍ଗଳବାର ଦୁର୍ଘଟଣା ଘଟିଛି। କଟକରୁ ଭୁବନେଶ୍ୱର ଆସୁଥିବା କାର ନଂ (ଓଡିି...

ଅଧ୍ୟାପିକାଙ୍କୁ ଅଧ୍ୟକ୍ଷଙ୍କ ଅସଦାଚରଣ ଘଟଣା: ମହାବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ

ଉଦଳା,୨୪ା୭(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳରେ ଥିବା ଏକ ମହାବିଦ୍ୟାଳୟର ଅଧ୍ୟକ୍ଷ ଜଣେ ଅଧ୍ୟାପିକାଙ୍କୁ ଅସଦାଚରଣ କରିବା ଘଟଣାକୁ ନେଇ ସ୍ଥାନୀୟ ଗ୍ରାମବାସୀ ପ୍ରତିକ୍ରିୟା ପ୍ରକାଶ...

‘ସର୍ବ ଶକ୍ତିମାନ ମଣିଷ ସମାଜକୁ ଗଢ଼ିଛି’

ପାଟକୁରା,୨୧ା୫(ଡି.ଏନ.ଏ.): ଇସଲାମ୍‌ ଧର୍ମରୁ କୁସଂସ୍କାର, ହିଂସା, ଅସୂୟା ଭାବ, ବିଦ୍ୱେଷ ଓ ଭିନ୍ନ ମତ ଦୂର କରିବା ପାଇଁ ଗରଦପୁର ବ୍ଲକ୍‌ ଅନ୍ତର୍ଗତ ତେଣ୍ଡାକୁଡ଼ାଠାରେ ଜଲସା...

ବେଆଇନ ଭାବେ ଗୋରୁ ହସ୍ତାନ୍ତର ଘଟଣା: ରାଜରାସ୍ତାକୁ ଓହ୍ଲାଇବ ବଜରଙ୍ଗ ଦଳ

ଜଳେଶ୍ୱର, ୨୦।୭(ଡି.ଏନ.ଏ.)-ବେଆଇନ ଗୋରୁ ବୋଝେଇ ଏକ ପିକ୍‌ଅପ୍‌ ଭ୍ୟାନ୍‌କୁ ସୋମବାର ବିଳମ୍ବିତ ରାତିରେ ଜଳେଶ୍ୱରସ୍ଥିତ ବଜରଙ୍ଗ ଦଳର କର୍ମକର୍ତ୍ତା ଓ ଜନସାଧାରଣ ଅଟକାଇ ଜଳେଶ୍ୱର ପୋଲିସକୁ...

Advertisement
Archives

Model This Week