ରାହାଡପୁର ପାହାଡ଼ରେ ଚଢ଼ାଉ: ଖାଦାନ ରାସ୍ତା କାଟି ଅଲଗା କଲା ତହସିଲ ପ୍ରଶାସନ, ହାଇୱା ସହ ୨ ଟ୍ରକ୍‌ ଜବତ

ଧର୍ମଶାଳା/ଚଢେଇଧରା.୨୨ା୧୧(ଡି.ଏନ୍‌.ଏ.): ଧର୍ମଶାଳା ତହସିଲ ଅନ୍ତର୍ଗତ ରାହାଡପୁର କଳାପଥର ପାହାଡରୁ ବେଆଇନ ପଥର ଉତ୍ତୋଳନ ରୋକିବା ନେଇ ଗୁରୁବାର ତହସିଲ ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ପାହାଡରେ ବେଆଇନ ପଥର ଉତ୍ତୋଳନ ରୋକିବାକୁ ଯାଇ ୧୪୪ ଧାରା ଜାରି କରାଯାଇଛି। ହେଲେ ଏହାକୁ ଉଲ୍ଲଘଂନ କରି ପଥର ମାଫିଆମାନେ ବେଆଇନଭାବେ ପଥର ଉତ୍ତୋଳନ କରୁଥିବା ଖବର ପାଇ ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା, ଅତିରିକ୍ତ ତହସିଲଦାର ଦେବୀ ପ୍ରସନ୍ନ ମହାନ୍ତି ଓ ଜେନାପୁର ଥାନାଧିକାରୀ ଶୁସାନ୍ତ କୁମାର ଦାସ ସଦଳବଳେ ଚଢ଼ାଉ କରିଥିଲେ। ଚଢ଼ାଉବେଳେ ୧ ହାଇୱା ସହ ୨ ଟ୍ରକ୍‌ ଜବତ କରିଥିଲେ। ପରେ ରାହାଡପୁର ଓ ବହୁଚର୍ଚ୍ଚିତ ଡଙ୍କାରୀ ପାହାଡ ଦେଇ ଆସିଥିବା ୨ ରାସ୍ତାରୁ ଗୋଟିଏକୁ ଜେସିବି ଦ୍ୱାରା ଖୋଳି ବିଚ୍ଛିନ୍ନ କରିଥିଲେ। ସେହିପରି ଅନ୍ୟ ୨୦ ଖାଦାନକୁ ସଂଯୋଗ କରୁଥିବା ରାସ୍ତାକୁ ମଧ୍ୟ ଖୋଳାଯାଇଥିବା ତହସିଲଦାର ପଣ୍ଡା ସୂଚନା ଦେଇଛନ୍ତି। ଏଥିସହ ଆଗାମୀ ଦିନରେ ଆଇନ ଉଲ୍ଲଘଂନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି। ଜବତ ଗାଡିଗୁଡିକ ଚଢେଇଧରା ଆଉଟପୋଷ୍ଟରେ ରଖାଯାଇଥିବା ଥାନାଧିକାରୀ ଦାସ କହିଛନ୍ତି। ତେବେ ପୂର୍ବରୁ ରାହାଡପୁର ପରି ଡଙ୍କାରୀ, ବାଘୁଆ, ଆରୁହା, ଯାବରା ଓ ବିଛାଖଣ୍ଡି ଆଦି ପାହାଡରେ ୧୪୪ ଧାରା ଜାରି କରାଯାଇଥିଲେ ମଧ୍ୟ ମାଫିଆମାନେ ପଥର ଉତ୍ତୋଳନ କରୁଥିବା ଅଭିଯୋଗ ହେଉଛି। ଏହି ପାହାଡଗୁଡିକରେ ଯଦି ତହସିଲ ପକ୍ଷରୁ ଚଢାଉ ଜାରି ରୁହେ ତାହାଲେ ବେଆଇନ ଲୁଟ୍‌ ରୋକାଯାଇପାରିବା ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଆଶା ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳମ୍ବ ଗାଁ ଅଶାନ୍ତ: ନାମଯଜ୍ଞ ସରିଲା, ମୁଣ୍ଡ ଗଡ଼ିଲା

ପୋଲସରା,୧୫।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ଅଧିନ କଳମ୍ବ ଗ୍ରାମରେ ଶନିବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ହତ୍ୟାକାଣ୍ଡର ଶିକାର ହୋଇଥିବା ଯୁବକ ଜଣକ...

ରେଙ୍ଗାଳି କେନାଲରେ ଘାଇ : ୨୦ ଏକରରୁ ଊର୍ଦ୍ଧ୍ୱ ଜମି ବାଲିଚର

ଭୁବନ, ୨୦।୭(ଡି.ଏନ.ଏ.) – ମାତ୍ରାଧିକ ପାଣି ଛଡ଼ାଯିବା କାରଣରୁ ରେଙ୍ଗାଳି ବାମ ଶାଖା କେନାଲର ୨ଟି ସ୍ଥାନରେ ବନ୍ଧ ଭାଙ୍ଗି ଘାଇ ସୃଷ୍ଟି ହୋଇଛି। ଏଥିରେ...

ସାବିତ୍ରୀ ପାଇଁ ଫଳ ଦର ବୃଦ୍ଧି

ରତ୍ନଗିରି,୧ା୬(ଡି.ଏନ.ଏ.)- ଦିନକ ପରେ ସାବିତ୍ରୀ ବ୍ରତ। ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ବିବାହିତ ମହିଳା ଏହି ବ୍ରତ ରଖିଥାନ୍ତି। ସାବିତ୍ରୀ ପାଇଁ ବଜାରରେ ଶାଢୀ ଦୋକାନଠାରୁ...

୩ ଦିନିଆ ରିମାଣ୍ଡରେ ଶିବ; କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌ କରିପାରେ ପୋଲିସ

ମାହାଙ୍ଗା/ସାଲେପୁର,୧୨।୪(ଡି.ଏନ୍‌.ଏ.): ରିମାଣ୍ଡରେ ଯିବେ କଟକ ଜିଲା ମାହାଙ୍ଗା ଥାନା କୁସୁପୁର ଗ୍ରାମରେ ଘଟିଥିବା ଗଣହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶିବ ପ୍ରସାଦ ସାହୁ । ଗୁରୁବାରଠାରୁ...

ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ: ଚିକିତ୍ସାଳୟରେ ଭର୍ତ୍ତି

ଜୟପୁର,୭।୬(ଡି.ଏନ.ଏ): ପଦ୍ମଶ୍ରୀ କମଳା ପୂଜାରୀ ଗତ ଶନିବାର ମଧ୍ୟାହ୍ନରେ ଅସୁସ୍ଥ ଯୋଗୁ ଜୟପୁରସ୍ଥିତ ଜିଲା ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ରବିବାର ତାଙ୍କ ସ୍ବାସ୍ଥ୍ୟ ସ୍ଥିର ରହିଥିବା...

ଏମ୍‌କେସିଜି କରୋନା ୱାର୍ଡରେ ୫ ସନ୍ଦିଗ୍ଧ ଚିକିତ୍ସାଧୀନ

ବ୍ରହ୍ମପୁର ଅଫିସ,୫।୫: ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି(ଏମ୍‌କେସିଜି ) ମେଡିକାଲର କରୋନା ୱାର୍ଡରେ ଏବେ ୫ କରୋନା ସନ୍ଦିଗ୍ଧ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ସ୍ବାବ ନମୁନା...

ଭୋଟ୍‌ ଗଣତି ଆରମ୍ଭ: ପ୍ରଥମ ରାଉଣ୍ଡ୍‌ରେ ବିଜେଡି ଆଗୁଆ

ପୁରୀ ଅଫିସ,୩ା୧୦: କଡ଼ା ସୁରକ୍ଷା ମଧ୍ୟରେ ଆଜି ସକାଳ ୮ଟାରୁ ପିପିଲି ଉପନିର୍ବାଚନ ପାଇଁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ୮ଟାରୁ ପ୍ରଥମେ ପୋଷ୍ଟାଲ ବାଲଟ...

ହାତୀ ମୃତ୍ୟୁ ଘଟଣାର ତଦନ୍ତ କଲେ ଆରସିସିଏଫ

ଯୋଡ଼ା/କେନ୍ଦୁଝର, ୮।୫(ଡି.ଏନ୍‌.ଏ./ସ୍ବ.ପ୍ର.)-କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଓ ବାମେବାରୀ ବନପାଳ ଅଧୀନ କେନ୍ଦୁଘାଟି ଜଙ୍ଗଲରେ ଏକ ହାତୀର ଗଳିତ ମୃତଦେହ ଉଦ୍ଧାର ଘଟଣାର ତଦନ୍ତ ଆରମ୍ଭ...

Advertisement
Archives

Model This Week