ରାସ୍‌ତା ତରାର ଜୀବନ୍‌: ନାଗରିକ୍‌ର ପରିଚଏ ଖୁଜୁଛେ ବାରବୁଲା ପରିବାର

ଗଣ୍ଡତୁରୁମ, ୨୭।୬ (ଡି.ଏନ୍‌.ଏ.):  ମୁନୁଷ୍‌ ବଁଚ୍‌ବାକେ ହେଲେ ଖାଏଦ୍‌, କପଡ଼ା, ଘର ଖଁଡ଼େ ନିହାତି ଦରକାର। ଇଥିରଲାଗି ସରକାର ଗରିବ୍‌ ଦୁଖିକର ଲାଗି ଅନେକ୍‌ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ଆମର ସମାଜରେ ଆଏଜ୍‌ ବି ଏନ୍‌ତା ଲୋକ ଅଛନ୍‌ ଯେନ୍‌ମାନକର ଲାଗି ଖୁଲା ଆକାଶ ହେଉଛେ ଛାତ୍‌ ଆର ପୁରଥି ତାକର ଘର। ନିଜର ପରିଚଏ ବଲି କିଛି ନାଇଁ। ଯେନ୍‌ ଜାଗାରେ ଡେରା ପକାଲେ ସେଟା ତାକର ଘର। ନା ଅଛେ ଭୋଟ ପରିଚଏ ପତର କି ଆଧାର କାର୍ଡ। ସରକାର କହେଲେ କାଣା, ଲୁକ୍‌କର ଲାଗି କାଣା ସୁବିଧା କରୁଛେ ସେଟା ବି ତାକର ଚିନ୍‌ତା ବାହାରେ। ଏନ୍‌ତା ଗୁଟେ ପରିବାର ସଂଗେ ଭେଟଘାଟ ହେଇ ଦୁଖସୁଖ୍‌ ହେଇଥିଲେ ଥାନୀୟ ଧରିତ୍ରୀ ପରତିନିଧି।
ସୂଚନା ଅନ୍‌ସାରେ ଗୋଡ଼ଭଗା-ସୋନପୁର ୫୪ ନମ୍ବର ରାଏଜ୍‌ ରାଜପଥର କେଶ୍ରୀପାଲି ଗଁାର ରାସ୍‌ତା ତରେ ଥିବାର ବରଗଛ୍‌ ତଲେ ଗୁଟେ ବାରବୁଲା ପରିବାର ଡେରା ପକେଇଥିବାର ଦେଖ୍‌ବାକେ ମିଲିଥିଲା। ସେଠାନେ ଘଡ଼େ ଅଟକି ତାକରନେ ଦୁଖ୍‌ସୁଖ୍‌ ହେଲାରୁ ଜନାପଡ଼ଲା ଯେ ଘରର ପରିବାରର ମୁଖିଆ ହେଉଛନ୍‌ ମହାବୀର ମାଝି ଆର ତାକର ମାଏକିନା ଅଞ୍ଜଳୀ। ଦୁଇ ଝି’ ଉର୍ମିଳା(୧୧), ମାନିନୀ(୮) ଆର ଦୁଇ ପୁଓ କାହ୍ନା(୬), ବଜରଙ୍ଗୀ(୩)କେ ନେଇ ତାକର ପରିବାର। କୁଟୁମ୍‌ଟା ଯେନ୍‌ଠାନେ ଡେରା ପକଉଛନ୍‌ ଆସର ପାସର ଗଛ୍‌ମାନକେ ଥିବାର ମୁହୁଗୁଡ଼ା ଝାରି ମହୁ ଠୁଲଉଛନ୍‌। ମହାବୀର ଆସର ପାସର ଗଁାଗଁଡ଼ା, ବଜାରରେ ମହୁ ବିକି ଯେନ୍‌ ଦୁଇପଏସା କମଉଛନ୍‌ ସେଥ୍‌ରେ ପରିବାର ଚଲୁଛେ। ଯେନ୍‌ଦିନ ବିକ୍‌ରିବଟା ହେଲା ଭଲ ନାଇଁହେଲେ ଛୁଆପୁତାନୁ ଉପାସେ ରହୁଥିବାର ମହାବୀର କହିଛନ୍‌। ତାକର ଥାୟୀ ଘର, ଗଁା ବଲି କିଛି ନାଇଁ। ପରିବାର ଲାଗି ଖୁଲା ଆକାଶ ହେଉଛେ ଛାତ୍‌ ଆର ପୁରଥି ଘର। ଏନ୍‌ତାକି ମହାବୀରକୁଁ ତାକର ଜନମ୍‌ଠାନ୍‌ ପଚରାଲେ ବି ସଠିକ୍‌ କିଛି କହି ନାଇଁ ପାରବାର। ସଁସାରରେ ନିଜର ବଲି ତାକର କିଛି ନାଇଁ। ସେ ନିଜକେ ଓଡ଼ିଶାର ବଲି କହୁଥିଲେ ବି ତାକରନେ ଭୋଟ ପରିଚଏ ପତର, ଆଧାର କାର୍ଡ ନଁାଇଁନ। ସରକାରକଁର କେହେନ୍‌ସି ଯୋଜନାର ଛିଟା ବି ତାକର ପରିବାର ଉପରେ ନାଇଁ ପଡ଼ିପାରି। ସବୁଠାନୁ ଆଶିରିଯ୍‌ର କଥା ପରିବାରଟା ଦେଶର ନାଗରିକ୍‌ ହେଇ ବି ଆଏଜ୍‌ତକ ମତଦାନରୁ ବଁଚିତ୍‌ ହେଇ ରହିଛନ୍‌। ସେନ୍‌ତା ସରକାର ରାଶନ କାର୍ଡରେ ଯୁଗେଇ ଦେଉଥିବାର ଚାଉଲ, ଗହମ୍‌, କିରାସିନ୍‌, ବସୁନ୍ଧରା ଯୋଜନାରେ ଘରଡ଼ିହ, ପକାଘର ସତେ ଯେନ୍‌ତା ଇମାନକର ଲାଗି ସାତ୍‌ସପନ ହେଇଛେ। ଇଆଡ଼େ ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ‘ସଭେ ପଢ଼ୁନ୍‌ ସଭେ ବଢ଼ୁନ୍‌’ ନାରା ଦେଇ ସ୍କୁଲ ଛୁଆକର ଲାଗି ପଢ଼ାବହି, ବେଲାକେ ଖାଏବାରଟା, ୟୁନିଫର୍ମ, ସାଇକେଲ ଆଦି ଯୁଗେଇ ଦେଉଛନ୍‌। ହେଲେ, ସତେ ଯେନ୍‌ତା ଇ ସରକାରୀ ବିଧିବେବସ୍‌ତା ଭିତରେ ମହାବୀରକଁର ଛୁଆପୁତା ନାଇଁ ଆଏବାର। ମହାବୀରକୁଁ ସରକାରୀ ସୁବିଧା ସୁଯୋଗ ବାବ୍‌ଦେ ପଚରାଲାରୁ ସରକାର ଯଦି ମୋତେ କେନ୍‌ଠାନେ ଜାଗାବାଡ଼ି, ଘର ଖଁଡ଼େ ଦେବା ତ ମୁଇଁ କାଏଁଯେ ଇ ଗଛ୍‌ତଲ ସେ ଗଛ୍‌ତଲ ହେଇ କୁଟୁମ୍‌କେ ଖରା, ବରଷା, ଶୀତ୍‌ କାକରରେ ଦଉଡ଼ାମି ଆଜ୍ଞା। ମୁଇଁ ବି ଦେଶର ନାଗରିକ୍‌ ଆଏ ହେଲେ ମୋର ପାଏସେ ତାର କିଛି ପରମାନ ନାଇଁ ଆଜ୍ଞା ବଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପାଣିରେ ଭାସିଯାଇଥିଲେ ସୁରେଶ: ୧୮ ଘଣ୍ଟା ପରେ ମିଳିଲା…

ସମ୍ବଲପୁର,୬।୬(ପ୍ରମୋଦ ବହିଦାର): ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ ବାଗଡ଼ିଆପଡ଼ାରେ ବନ୍ୟା ପାଣିରେ ଭାସିଯାଇ ନିଖୋଜ ଥିବା ବ୍ୟକ୍ତିଙ୍କ ମୃତଦେହକୁ ଦୀର୍ଘ ୧୮ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ…

୯ରେ ଖୋଲିବ ହୀରାକୁଦ ଗେଟ୍‌

ସମ୍ବଲପୁର,୬।୭(ପ୍ରମୋଦ ବହିଦାର): ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ହୀରାକୁଦ ଡ୍ୟାମ୍‌ର ଜଳସ୍ତର ବଢ଼ିବାରେ ଲାଗିଛି। ଜଳଭଣ୍ଡାର ଉତ୍ତମ ପରିଚାଳନା ପାଇଁ ଆସନ୍ତା ଜୁଲାଇ ୯ ତାରିଖ…

ସମ୍ବଲପୁରରେ ପ୍ରବଳ ବର୍ଷା: ଜଣେ ଭାସିଗଲେ, ଜଣେ ଉଦ୍ଧାର

ସମ୍ବଲପୁର,୬ା୭(ପ୍ରମୋଦ ବହିଦାର): ସମ୍ବଲପୁରରେ ଗତ ୪ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଗତ ରାତ୍ରି ତମାମ ଅବିଶ୍ରାନ୍ତ ବର୍ଷା ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri