ରାସ୍ତା ସଂପ୍ରସାରଣ ପାଇଁ ବେଆଇନ ବ୍ଲାଷ୍ଟିଂ: ପଥର ପଡ଼ି ଘର ଆଜବେଷ୍ଟସ ଭାଙ୍ଗିଲା

ଦାରିଙ୍ଗବାଡି,୧୧ା୧୨(ଡି.ଏନ୍‌.ଏ.)-ଦାରିଙ୍ଗବାଡି ବ୍ଲକ ବାଡ଼ାବାଙ୍ଗା ପଞ୍ଚାୟତକୁ ସଂଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା କାର୍ଯ୍ୟ ଚାଲିଛି । ତେବେ ଉକ୍ତ ରାସ୍ତା ସଂପ୍ରସାରଣ କାର୍ଯ୍ୟ ପାଇଁ ପୂର୍ବରୁ ସୂଚନା ନ ଦେଇ ବେଆଇନ ଭାବେ ପଥର ବ୍ଲାଷ୍ଟିଂ କରାଯାଉଛି । କୌଣସି ସୁରକ୍ଷା ବ୍ୟବସ୍ଥା ନ କରି ଏଭଳି ବ୍ଲାଷ୍ଟିଂ କରାଯାଉଥିବାରୁ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଏପରିକି ପଥର ଛିଟିକି ଗ୍ରାମର ପୀତାମ୍ବର ମଲ୍ଲିକଙ୍କ ଘର ଆଜବେଷ୍ଟସ୍‌ ଭାଙ୍ଗି ଯାଇଥିବା ସେ କହିଛନ୍ତି । ସେହିପରି ବ୍ଲାଷ୍ଟି ଯୋଗୁ ଏକାଧିକ ଲୋକଙ୍କ ଘର କାନ୍ଥରେ ଫାଟ ସୃଷ୍ଟି ହୋଇଛି। ବହୁ ଦୂର ପର୍ଯ୍ୟନ୍ତ ଚାଷ ଜମିରେ ଓ ରାସ୍ତାରେ ପଥର ଖଣ୍ଡ ପଡ଼ିରହୁଛି । ପଥର ପଡ଼ିଥିବା ରାସ୍ତାରେ ଯାତାୟାତ ପାଇଁ ଲୋକେ ଭୟ କରୁଛନ୍ତି । ଠିକା କମ୍ପାନୀ ନିଜ ଇଚ୍ଛାରେ ବ୍ଲାଷ୍ଟିଂ କରୁଥିବାରୁ ଜନ ଅସନ୍ତୋଷ ଦେଖାଯାଇଛି । ପୂର୍ବରୁ ଉକ୍ତ ରାସ୍ତାରେ ଏକାଧିକ ବାର ବ୍ଲାଷ୍ଟିଂ କରାଯାଇଥିଲେ ମଧ୍ୟ ପୋଲିସ ନିକଟରେ କୌଣସି ସୂଚନା ନାହିଁ। ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବେ ବୋଲି ଆଇଆଇସି କୌଶିକ ମାଝି କହିଛନ୍ତି। ସୂଚନାଯ୍ୟେ, କନ୍ଦୁବାଡି ଠାରୁ ସିକନବାଡି ୩ କିମି ରାସ୍ତାକୁ ପ୍ରାୟ ୧କୋଟିରୁ ଉର୍ଦ୍ଧ ଟଙ୍କା ବିନିମୟରେ ସଂପ୍ରସାରଣ କରାଯାଉଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ନିମୁରାମ ତୁଡୁ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜି.ଉଦୟଗିରିରେ ପାରଦ ୪୦ ଡିଗ୍ରୀ, ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୯ା୬(ଡି.ଏନ.ଏ.): ଜି.ଉଦୟଗିରିରେ ପାରଦ ଏବେ ୪୦ ଡିଗ୍ରୀ ପାର କରିଛି। ଫଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜନ ଜୀବନ ଅସ୍ତବ୍ୟସ୍ତ ହେଉଥିବା ଦେଖିବାକୁ ମିଳିଛି। ଦିନକୁ...

ପୁଣି ଉପସ୍ଥିତି ଜାହିର କଲେ ମାଓବାଦୀ: ପୋଡିଲେ ଜେସିବି, ଟ୍ରାକ୍ଟର

ଫୁଲବାଣୀ ଅଫିସ, ୮।୨: କନ୍ଧମାଳ ଜିଲାରେ ମାଓବାଦୀମାନେ ପୁଣି ଉପସ୍ଥିତି ଜାହିର କରିଛନ୍ତି। ଫିରିଙ୍ଗିଆ ବ୍ଲକ କିଆମୁଣ୍ଡାରେ ରାସ୍ତା ନିର୍ମାଣକୁ ବିରୋଧ କରି ଏକ ଠିକା...

ଲୁଚିଛପି ନିଆଁ ଲଗାଉଥିଲେ, ଧରିଲା ବନ ବିଭାଗ

ବାଲିଗୁଡା,୧୧ା୩: ଫୁଲବାଣୀ ବନଖଣ୍ଡ ଅଧୀନ ଟିକାବାଲି ପରେଷ୍ଟ ରେଞ୍ଜ ଲାଇନପଡ଼ା ରିଜର୍ଭ ଜଙ୍ଗଲରେ ନିଆଁ ଲଗାଉଥିବା ଜଣେ ବ୍ୟକ୍ତିଙ୍କୁ ଟିକାବାଲି ବନବିଭାଗ କର୍ମଚାରୀ କାବୁ କରିଛନ୍ତି।...

ଅନିର୍ଦ୍ଦିଷ୍ଟ କାଳ ଅଙ୍ଗନଓ୍ବାଡି କର୍ମୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଜି. ଉଦୟଗିରି,୨୨।୧୧(ଡି.ଏନ୍‌.ଏ.): ଜି. ଉଦୟଗିରି ଆଇସିଡିଏସ୍‌ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ବିଭିନ୍ନ ଦାବି ନେଇ ଅଙ୍ଗନଓ୍ବାଡି କର୍ମୀ ଏବଂ ସହାୟିକା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ...

ପୂର୍ବ ଶତ୍ରୁତାରୁ ହତ୍ୟା, ଅଭିଯୁକ୍ତ ଗିରଫ

କ.ନୂଆଗାଁ,୧୮ା୧୧(ଡି.ଏନ୍‌.ଏ.)-କନ୍ଧମାଳ ଜିଲା କ.ନୂଆଗାଁ ବ୍ଲକ ସାରଙ୍ଗଗଡ଼ ଥାନା ଅନ୍ତର୍ଗତ ପିପଳପଙ୍ଗା ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ହତ୍ୟାକାଣ୍ଡ ଘଟିଛି। ହତ୍ୟାର ଶୀକାର ହୋଇଛନ୍ତି ଯୋଗେଶ୍ୱର ପ୍ରଧାନ।...

ଦେଢ଼ ବର୍ଷ ପରେ କବର ତଳୁ କଙ୍କାଳ ଉଦ୍ଧାର

ଜି.ଉଦୟଗିରି,୧୦ା୧୨(ଡି.ଏନ.ଏ.)-ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗରେ କନ୍ଧମାଳ ଜିଲା ଜି.ଉଦୟଗିରି ଥାନା କୁମ୍ଭାରକୁପାରେ ସୋମବାର ପୋଲିସ ଜଣେ ନାବାଳିକାଙ୍କ କଙ୍କାଳ ଉଦ୍ଧାର କରିଛି। ନାବାଳିକାଙ୍କ ବାପାଙ୍କ ଏତଲାକୁ...

ଚାଲାଣ ପାଇଁ ହେଉଥିଲା ଠୁଳ: ୨ଟନ୍‌ ଗଞ୍ଜେଇ ଜବତ, ୨ ମାଫିଆ ଗିରଫ

ଫିରିଙ୍ଗିଆ,୨୬ା୬- କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ପୋଲିସ ପାହିରାଜୁ ପଞ୍ଚାୟତ ଡ୍ରେସରୁ ଗ୍ରାମରେ ଚଢାଉ କରି ୨ଟନ୍‌ରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ କରିବା ସହ...

ଗାଡ଼ି ପାଇଁ ମା’ଙ୍କୁ ଛୁରୀ ଭୁଶି ହତ୍ୟା କଲା ପୁଅ

ଶଙ୍କରାଖୋଲ(ଡି.ଏନ୍‌.ଏ.)/ଫୁଲବାଣୀ ଅଫିସ୍‌,୨୭ା୭-ଲୁନା ଗାଡ଼ି ପାଇଁ ପୁଅ ଛୁରୀ ଭୁଶି ମା’ଙ୍କୁ ହତ୍ୟା କରିଛି। କନ୍ଧମାଳ ଜିଲା ସଦର ଥାନା ଅନ୍ତର୍ଗତ ମାଝିପଦର ଗ୍ରାମରେ ରବିବାର ରାତିରେ...

Advertisement
Archives

Model This Week