ରାସ୍ତା ମରାମତି କଲେ ଯୁବଗୋଷ୍ଠୀ

ଭଦ୍ରକ ଅଫିସ, ୧।୬- ସରକାର ଗମନାଗମନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି। କିନ୍ତୁ ଦୀପ ତଳ ଅନ୍ଧାର ଭଳି ଭଦ୍ରକ ବ୍ଲକ ମୁଖ୍ୟାଳୟଠାରୁ ୫ କି.ମି ଦୂର ଚରମ୍ପା ପଞ୍ଚାୟତ ଝାଟିଆ ଜାନୁମଞ୍ଜ ଗାଁ ରାସ୍ତା ଯାତାୟାତ ଅନୁପଯୋଗୀ ହୋଇପଡ଼ିଛି। ଦୀର୍ଘ ୬ବର୍ଷ ହେଲା ଏହି ରାସ୍ତାର ପୁନରୁଦ୍ଧାର ପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଗ୍ରାମବାସୀ ନୟାନ୍ତ ହେଲେଣି। ମାଟିରାସ୍ତା ହୋଇଥିବାରୁ ବର୍ଷା ହେଲେ ୧୫ ଦିନ ପର୍ଯ୍ୟନ୍ତ ଖାଲଖମାରେ ପାଣି ରହି ଯାତାୟାତରେ ବାଧା ଉପୁଜେ। ରବିବାର ଗାଁର କେତେକ ଉତ୍ସାହୀ ଯୁବକ ପ୍ରଶାସନ ଉପରୁ ଭରସା ତୁଟାଇ ନିଜେ ନିଜ ଗାଁ ରାସ୍ତା ମରାମତି କରିଛନ୍ତି। ନିଜ ପକେଟ୍‌ ଖର୍ଚ୍ଚରୁ ଚାନ୍ଦା କରି ଡଷ୍ଟ ଆଣି ଖାଲଖମା ଭର୍ତ୍ତି କରି ରାସ୍ତାକୁ ଯାତାୟାତ ଉପଯୋଗୀ କରିଛନ୍ତି। ଏହି କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି। ସୂଚନାଯୋଗ୍ୟ ଯେ,ଏହି ରାସ୍ତା ଦେଇ ପ୍ରତିଦିନ ୫ ହଜାରରୁ ଅଧିକ ଲୋକ ଯିବା ଆସିବା କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମାନୁଷ୍ଠାନରେ ୧୪୪ ଧାରା ବଳବତ୍ତର: କଟକଣା ମଧ୍ୟରେ ପାଳନ ହେବ ଇଦ୍‌, ଝୁଲଣ

ଭଦ୍ରକ ଅଫିସ,୨୪ା୭: ଲକ୍‌ଡାଉନ୍‌ ସ୍ଥିତିକୁ ନେଇ ଜିଲାର ସମସ୍ତ ମନ୍ଦିର ଓ ଧର୍ମାନୁଷ୍ଠାନରେ ଶ୍ରାବଣ ମାସର ଶେଷ ସୋମବାର ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିଛି।...

ଆସନ୍ତା ୨୬ରେ ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ଗସ୍ତ

ହିଞ୍ଜିଳିକାଟୁ/ଶେରଗଡ଼/କବିସୂର୍ଯ୍ୟନଗର,୨୧ା୩(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୬ରେ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଗସ୍ତରେ ଆସୁଥିବା ପ୍ରାୟ ଚୁଡ଼ାନ୍ତ ହୋଇଛି। ଏ ନେଇ ତଦାରଖ କରିବାକୁ...

ଗଞ୍ଜାମ ଜିଲା ପ୍ରଶାସନର ଅଭିନବ ପଦକ୍ଷେପ: ଲକ୍‌ଡାଉନ୍‌ ସମୟରେ ସୋସିଆଲ ମିଡିଆରେ ରାଜ୍ୟସ୍ତରୀୟ ଡ୍ୟାନ୍ସିଂ ପ୍ରତିଯୋଗିତା, ୨୫ରୁ ଆରମ୍ଭ

ଛତ୍ରପୁର, ୧୮।୪(ଡି.ଏନ୍‌.ଏ.): କରୋନା ନେଇ ଲକ୍‌ଡାଉନ ସମୟରେ ଡ୍ରଇଂ, ପୋଷ୍ଟର, ପେଣ୍ଟିଙ୍ଗ ପ୍ରତିଯୋଗିତା ଏବଂ ଫଟୋସପ୍‌ ଶିକ୍ଷା ଆଦି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆୟୋଜନ...

ପୋଲିସକୁ ଧକ୍କା ମାରି ଛୁ

ଅନୁଗୋଳ ଅଫିସ, ୧୯।୧୨: ଅନୁଗୋଳ ସହର ନାରଣସାଗର ନିକଟରେ ଶନିବାର ରାତିରେ ଗଣ୍ଡଗୋଳ ବେଳେ ବାଇକ୍‌ରେ ପାଟ୍ରୋଲିଂ କରୁଥିବା ଜଣେ ପୋଲିସ କର୍ମଚାରୀଙ୍କୁ ଗଣ୍ଡଗୋଳକାରୀ ଯୁବକମାନେ ଧକ୍କାମାରି...

ଧାନ ଫସଲରେ କାଣ୍ଡବିନ୍ଧା ପୋକ, ଚିନ୍ତାରେ ଚାଷୀ

ଡୁବୁରୀ,୧୬ା୯(ଡି.ଏନ୍‌.ଏ.)- ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅଧୀନ ଡୁବୁରୀ ଓ ଆଖପାଖ ଅଞ୍ଚଳର ଧାନ ଫସଲରେ ଏବେ କାଣ୍ଡବିନ୍ଧା ପୋକଙ୍କ ପାଦୁର୍ଭାବ ବୃଦ୍ଧି ପାଇଛି। ଅଞ୍ଚଳର...

ତିନି ସମବାୟ ସଂସ୍ଥା ଉପସଭାପତି ହେବେ ମହିଳା

ବ୍ରହ୍ମପୁର ଅଫିସ,୧୮ା୧୧: ବ୍ରହ୍ମପୁରର ୩ ସମବାୟ ସଂସ୍ଥା ବିସିସି ବ୍ୟାଙ୍କ, ଗଞ୍ଜାମ ଜିଲା ସମବାୟ ସଂଘ ଓ ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି (ବିଆରଏମ୍‌ସିଏସ୍‌)ସଭାପତି ନିର୍ବାଚନ...

ଅକାଳରେ ମରୁଛନ୍ତି ବନ୍ୟପ୍ରାଣୀ

କେନ୍ଦୁଝର,୨ା୩ (ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ  ଅନ୍ତର୍ଗତ ଘଟଗାଁଠାରୁ ପ୍ରାୟ ୧୦ କି.ମି. ଦୂର ଅଟେଇ ଜଙ୍ଗଲ ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ...

ବାଲୁଗାଁ ମାଛ ମାର୍କେଟ ୭ଦିନ ଶଟ୍‌ଡାଉନ: ୨ ମାଛ ଗୋଦାମ, ୩ ବରଫ କଳ ସିଲ୍‌

ଖୋର୍ଦ୍ଧା ଅଫିସ/ବାଲୁଗାଁ ,୧୮ା୭(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବାଲୁଗାଁର ଜଣେ ମତ୍ସ୍ୟ ବ୍ୟବସାୟୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଶନିବାର ଜିଲାପାଳ ଶୀତାଂଶୁ କୁମାର ରାଉତ...

Advertisement
Archives

Model This Week