ରାସ୍ତା ମଝିରେ ବିଦ୍ୟୁତ୍‌ ଖୁଣ୍ଟ

ନାଉଗାଁ, ୨୯।୨ (ସ୍ବ.ପ୍ର.): ଜନସାଧାରଣଙ୍କୁ ସହଜ ଓ ସୁବିଧାରେ ବିଦ୍ୟୁତ୍‌ ସେବା ଯୋଗାଇଦେବା ସକାଶେ ନାଉଗାଁ ବ୍ଲକରେ ସେସୁ ଓ ଏନ୍‌ଜେନ୍‌ କମ୍ପାନୀ ଦାୟିତ୍ୱ ନେଇଛନ୍ତି। ହେଲେ ବ୍ଲକ ଅଞ୍ଚଳର ଅନେକ ସ୍ଥାନରେ ଟ୍ରାନ୍ସଫର୍ମର ମୁକୁଳା ପଡ଼ିଥିବା ଦେଖାଯାଉଥିବା ବେଳେ ଅନେକ ସ୍ଥାନରେ ଛିଣ୍ଡା ତାର ସଂଯୋଗ କରାଯାଇ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି। ଏଥିସହ କେତେକ ସ୍ଥାନରେ ବିଦ୍ୟୁତ୍‌ ତାର ଓହଳି ରହିଥିବା ଦେଖାଯାଇଛି। ବ୍ଲକର ମୁଖ୍ୟରାସ୍ତା (ଶିଖରଘାଟ-ବାଲିଭଉଁରୀ) ଉପରେ ଦୀର୍ଘଦିନ ଧରି ବିଦ୍ୟୁତ୍‌ ଖୁଣ୍ଟ ରହିଥିବାରୁ ପ୍ରତ୍ୟହ ଦୁର୍ଘଟଣା ଘଟୁଥିବା ବେଳେ ଲୋକମାନେ ଯିବାଆସିବା ପାଇଁ ବହୁ ଅସୁବିଧା ଭୋଗୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ଅଭିଯୋଗ ମୁତାବକ, ପୂର୍ତ୍ତ ବିଭାଗ ଅଧୀନରେ ଥିବା ବ୍ଲକର ମୁଖ୍ୟରାସ୍ତା ଦେଇ ପ୍ରତ୍ୟହ ଶତାଧିକ ମାଲ୍‌ବାହୀ ଓ ଯାତ୍ରୀବାହୀ ଗାଡ଼ି ଯା’ଆସ କରୁଛି। ରାସ୍ତାର ଗୁରୁତ୍ୱ ଦୃଷ୍ଟିରୁ ୨୦୧୫ରେ ରାସ୍ତା ସମ୍ପ୍ରସାରଣ କରାଯାଇଛି। କିନ୍ତୁ ଏହି ରାସ୍ତା ଉପରେ ବିଦ୍ୟୁତ୍‌ ଖୁଣ୍ଟ ରହିଥିବାରୁ ଅନେକ ସମୟରେ ଲୋକେ ଛୋଟ ବଡ଼ ଦୁର୍ଘଟଣାର ଶିକାର ହେଉଛନ୍ତି। ରାତି ହେଲେ ଏହି ରାସ୍ତା ଦେଇ ଯାଉଥିବା ଅଜଣା ଲୋକମାନେ ଇଲେକ୍ଟ୍ରି ପୋଲ୍‌ରେ ବାଡେଇ ହୋଇ ଖଣ୍ଡିଆଖାବରା ହେଉଛନ୍ତି। ରାସ୍ତା କାର୍ଯ୍ୟ ସମୟରେ ପୂର୍ତ୍ତ ବିଭାଗ ଓ ବିଦ୍ୟୁତ୍‌ ବିଭାଗ ସମନ୍ବୟରେ ରାସ୍ତା ଉପରେ ରହୁଥିବା ଖୁଣ୍ଟ ସ୍ଥାନାନ୍ତର କରାଯିବା କଥା। କିନ୍ତୁ ଏହା କରାଯାଇ ନ ଥିବାରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗୋଟିଏ ପଟେ ରାସ୍ତା ଉପରେ ବିଦ୍ୟୁତ୍‌ ଖୁଣ୍ଟ ରହିଥିବା ବେଳେ ଅନ୍ୟପଟେ ବିଦ୍ୟୁତ୍‌ ତାର ୨୦ ଫୁଟରୁ କମ୍‌ ଉଚ୍ଚରେ ରହିଛି। ଏହା ବ୍ଲକର ମୁଖ୍ୟ ରାସ୍ତା ହୋଇଥିବାରୁ ପୁରୀ, କାକଟପୁର, କଟକ, ପାରାଦୀପ, କେନ୍ଦ୍ରାପଡା ଆଦି ସ୍ଥାନକୁ ଯିବା ପାଇଁ ଲୋକମାନେ ଏହି ରାସ୍ତା ଉପରେ ନିର୍ଭର କରନ୍ତି। କିନ୍ତୁ ରାସ୍ତା ଉପରେ ବିଦ୍ୟୁତ୍‌ ଖୁଣ୍ଟ ଓ କମ୍‌ ଉଚ୍ଚତାରେ ତାର ଯାଇଥିବାରୁ ବଡ଼ ଧରଣର ଦୁର୍ଘଟଣା ଘଟିବା ଆଶଙ୍କାରେ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କରୁଥିଲେ ବି ବିଭାଗୀୟ କର୍ତ୍ତୃପକ୍ଷ ଏ ଦିଗରେ କର୍ଣ୍ଣପାତ କରୁନାହାନ୍ତି। ତୁରନ୍ତ ଖୁଣ୍ଟ ସ୍ଥାନାନ୍ତର କରାଯିବା ସହ ଓହଳି ରହିଥିବା ତାର ସଜାଡ଼ିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏ ସମ୍ପର୍କରେ ବିଦ୍ୟୁତ୍‌ ବିଭାଗ ଏସ୍‌ଡିଓ ଦେବଦତ୍ତ ଉପାଧ୍ୟାୟଙ୍କୁ ପଚାରିବାରେ, ଯେଉଁସ୍ଥାନରେ ରାସ୍ତା ଉପରେ ଖୁଣ୍ଟ ରହିଛି, ସେଗୁଡ଼ିକୁ ସ୍ଥାନାନ୍ତର କରାଯାଇଛି। ନାଉଗଁା ବ୍ଲକ ଅଞ୍ଚଳରେ ସ୍ଥାନାନ୍ତର ପ୍ରକ୍ରିୟା ଚାଲୁରହିଛି। ଖୁବ୍‌ଶୀଘ୍ର ସେହି ଖୁଣ୍ଟ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା କେନାଲ ପାଣି

କାଏମା,୨୭ା୭(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଶାନ୍ତି ବଜାରଠାରୁ ଡେରାବର ପର୍ଯ୍ୟନ୍ତ ଯାଇଥିବା ସବ୍‌ମାଇନର କେନାଲ ସଫେଇ ହୋଇ ନ ଥିବାରୁ ଅଧାରେ ଅଟକି ରହିଛି...

ରାଜ୍ୟରେ ଆଗାମୀ ୪ ଦିନ ଯାଏ ପ୍ରବଳ ବର୍ଷା, ୧୦ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୭।୭: ଉତ୍ତର ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ଉତ୍ତର ଓ ଓ ଉପକୂଳ ଓ ପ୍ରବଳ ବର୍ଷା ହେବାର...

ନୂଆ ବିଧାୟକମାନେ ଶୁଣାଇଲେ ନିଜ ଅଞ୍ଚଳର ସମସ୍ୟା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ସୁରୁଖୁରୁରେ ଚଳାଇବା ଲାଗି ପ୍ରଥମେ ପରାମର୍ଶଦାତା କମିଟି ଗଠିତ ହୋଇଛି। ଏଥିରେ ବାଚସ୍ପତି...

ଚତୁର୍ଥ ଲଘୁଚାପରୁ ବନ୍ୟା ଆଶଙ୍କା

ଭୁବନେଶ୍ୱର,୨୭ା୭(ଅନୁରାଧା ମହାରଣା): ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ ବିଲବାଡ଼ି ଜଳାର୍ଣ୍ଣବ...

ବଢ଼ିପାରେ ମଧ୍ୟାହ୍ନଭୋଜନ ମୁଣ୍ଡ ପିଛା ଖର୍ଚ୍ଚ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ସ୍କୁଲରେ ଛାତ୍ରୀଛାତ୍ରମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନଭୋଜନ ମୁଣ୍ଡପିଛା ମୂଲ୍ୟ ବଢ଼ିପାରେ। ଏ ନେଇ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ବିଜେଡି ସଭ୍ୟ ରଣେନ୍ଦ୍ର ପ୍ରତାପ...

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

ଆଳୁ ଅଭାବ: ଦର ବଢ଼ିଲା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ସପ୍ତାହକ ମଧ୍ୟରେ ଆଳୁ ଦର ୧୫ ଟଙ୍କାରୁ ଅଧିକ ବୃଦ୍ଧି ପାଇସାରିଲାଣି। ଆଳୁ ଏବେ କେଉଁଠି ୪୫ ଟଙ୍କା ତ ଆଉ...

ସରକାର ନିଜ ଦୋଷ ଲୁଚାଉଛନ୍ତି: ବିରୋଧୀ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ରଥ ଉପରୁ ବଡ଼ ଠାକୁର ଖସିପଡ଼ିବା, ଦଳାଚକଟାରେ ଜଣଙ୍କ ମୃତ୍ୟୁ ହେବା, ଟ୍ରାଫିକ ଅବ୍ୟବସ୍ଥା, ଅଣ ସେବାୟତ ରଥ ଉପରେ ଚଢ଼ିବା ପ୍ରସଙ୍ଗକୁ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri