ରାସ୍ତା ନିର୍ମାଣକୁ ନେଇ ପୁଣି ବିବାଦ ଘନେଇଲା: ପ୍ରଶାସନ ଉପସ୍ଥିତିରେ ମାଟି ଉଠାଯିବାରୁ ଉତ୍ତେଜନା

ଖଣ୍ଡପଡ଼ା,୧୮।୧୨(ସ୍ବ.ପ୍ର.)-ଖଣ୍ଡପଡ଼ା ବ୍ଳକ ଅନ୍ତର୍ଗତ ମର୍ଦ୍ଦରାଜପୁର ପଞ୍ଚାୟତ ନୂଆସହି ରାସ୍ତା ନିର୍ମାଣକୁ ନେଇ ସୋମବାର ବରକୋଳି ଗ୍ରାମର ବହୁ ବ୍ୟକ୍ତି ଖଣ୍ଡପଡ଼ା ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା ଦେଇ ତହସିଲଦାରଙ୍କ ପ୍ରତିଶ୍ରୁତି କ୍ରମେ ଧାରଣାରୁ ଓହରିଥିଲେ ା ମାତ୍ର ପୁନର୍ବାର ମଙ୍ଗଳବାର ଏହି ରାସ୍ତା ନିର୍ମାଣକୁ ନେଇ ଆନ୍ଦୋଳନ ଦାନା ବାନ୍ଧିଛି ା ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ସାଢେ ୮ଟାରେ ଖଣ୍ଡପଡ଼ା ତହସିଲଦାର କେତେଜଣ ପୋଲିସ କର୍ମଚାରୀଙ୍କ ସହ ଏକ ଜେସିବି ନେଇ ଉକ୍ତ ରାସ୍ତା ନିକଟରେ ପହଞ୍ଚିଥିଲେ ା ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ଜେସିବି ଯୋଗେ ରାସ୍ତା ଉପରୁ ମୋରମ ଉଠାଯାଉଥିବା ବେଳେ ଖବର ପାଇ ମର୍ଦ୍ଦରାଜପୁର ନୂଆସାହିର ଶତାଧିକ ବ୍ୟକ୍ତି ଉକ୍ତ ସ୍ଥାନରେ ପହଞ୍ଚି ରାସ୍ତା ଉପରୁ ମୋରମ ଓ ବାଲି ଉଠାଇବାକୁ ବିରୋଧ କରିଥିଲେ। ଏଥିସହ ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ ଘେରିଯାଇ ପାଟିତୁଣ୍ଡ କରିଥିଲେ ା ଏହି ଘଟଣାକୁ କେନ୍ଦ୍ରକରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା ା ଗ୍ରାମବାସୀ ପାଟିତୁଣ୍ଡ କରିବା ପରେ ରାସ୍ତା ଉପରୁ ଜେସିବି ଯୋଗେ ମୋରମ ଖୋଳା ବନ୍ଦ ରହିଥିଲା ା କାହା ନିର୍ଦ୍ଦେଶରେ ରାସ୍ତା ଉପରୁ ମୋରମ ଉଠାଗଲା ବୋଲି ସ୍ଥାନୀୟ ବାସିନ୍ଦା ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ ପଚାରିଥିଲେ ା ମାତ୍ର ଅଧିକାରୀ ଦ୍ୱୟ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ପାରି ନୀରବ ରହିଥିଲେ ା ଗ୍ରାମବାସୀ ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ ଦୀର୍ଘ ୧୦ ଘଣ୍ଟା ଧରି ଅଟକ ରଖିଥିଲେ। ବିଧାୟକଙ୍କ ସୂଚନାକ୍ରମେ ରାସ୍ତା ଉପରୁ ମୋରମ ଉଠାଇନେବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ତହସିଲଦାର ଗ୍ରାମବାସୀଙ୍କୁ କହିଥିବା ସାଧାରଣରେ ଆଲୋଚନା ହେଉଛି ା ଖବର ପାଇ ଖଣ୍ଡପଡ଼ା ଥାନା ଆଇଆଇସି ବିମଳ କୁମାର ମଲ୍ଲିକ ଅପରାହ୍ନ ପ୍ରାୟ ୫ଟାରେ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଗ୍ରାମବାସୀଙ୍କୁ ବୁଝାଶୁଝା କରିଥିଲେ ହେଁ ଗ୍ରାମବାସୀ ନିଜ ଜିଦ୍‌ରେ ଅଟଳ ରହି ହରତାଳ କରୁଥିବା ଖବର ଲେଖା ହେବା ଯାଏଁ ଜଣାଯାଇଛି ା ତହସିଲଦାରଙ୍କୁ ପଚାରିବାରୁ ଏ ସମ୍ପର୍କରେ ସେ କୌଣସି ମତାମତ ଦେବାକୁ ଅନିଚ୍ଛା ପ୍ରକାଶ କରିଥିଲେ ା ସନ୍ଧ୍ୟା ପ୍ରାୟ ୭ଟାରେ ନୟାଗଡ଼ ଉପଜିଲାପାଳ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ ଗତ ୨୫ ବର୍ଷରୁ ଊଦ୍ଧର୍‌ବ ସମୟଧରି ଉକ୍ତ ରାସ୍ତା ନିର୍ମାଣକୁ କେନ୍ଦ୍ରଦ୍‌କରି ବେଣାଗାଡିଆ ପଞ୍ଚାୟତର ବରକୋଳି ଓ ମର୍ଦ୍ଦରାଜପୁର ପଞ୍ଚାୟତର ନୂଆସାହି ବାସିନ୍ଦାଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ତେବେ ସ୍ଥାନୀୟ ପ୍ରଶାସନ ଓ ଜିଲା ପ୍ରଶାସନ ସମସ୍ୟାର ସ୍ଥାୟୀ ସମାଧାନ କରିପାରୁ ନ ଥିବାରୁ ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ା ନୟାଗଡ଼ ଜିଲାପାଳ ଓ ଏସ୍‌ପି ଘଟଣାରେ ହସ୍ତକ୍ଷେପ କରିବାକୁ ସାଧାରଣରେ ଦାବି ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଏଲପିଜିକୁ ନେଇ ରାଜ୍ୟ ସରକାରଙ୍କୁ ମୋଦିଙ୍କ ବଡ଼ ନିର୍ଦ୍ଦେଶ, ଏପ୍ରିଲ ୧୩…

ନୂଆଦିଲ୍ଲୀ,୧୪।୪: ମଧ୍ୟପ୍ରାଚ୍ୟର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ, ଡିଜେଲ କିମ୍ୱା ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦର କୌଣସି ଅଭାବ…

ଦିଗପହଣ୍ଡିରେ ଆମ୍ବେଦକର ଜୟନ୍ତୀ: ସ୍ଵାଧୀନତା ପରବର୍ତ୍ତୀ ସମୟରେ…

ଦିଗପହଣ୍ଡି,୧୪|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) କାର୍ଯ୍ୟାଳୟରେ ମଙ୍ଗଳବାର ସମ୍ବିଧାନ ପ୍ରଣେତା ଡ଼. ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ…

ନୂଆ ପାଞ୍ଜିରେ ବଡ ଭବିଷ୍ୟବାଣୀ, ୨୦୨୬ରେ ସବୁ ହୋଇଯିବ ଛାରଖାର୍!

ପଣା ସଂକ୍ରାନ୍ତିରୁ ପ୍ରଚଳିତ ହେଲା ନୂଆ ପଂଜିକା । ମୀନ ରାଶିରେ ଚର୍ତୁଗ୍ରହୀ ଯୋଗ ଥିବାରୁ ବର୍ଷ ଆରମ୍ଭରେ ଶୁଭ ଯୋଗ ନାହିଁ । ଅତି ବୃଷ୍ଟି,…

‘ଧରିତ୍ରୀ’ ପ୍ରଭାବ: ପୁଣି ଆଲୋକମୟ ହେଲା ଛତ୍ରପୁର ଶିଶୁ ଉଦ୍ୟାନ

ଛତ୍ରପୁର, ୧୪।୪ (ଦିଲୀପ ସାମଲ): ପଡ଼ିଛି ‘ଧରିତ୍ରୀ’ ପ୍ରଭାବ। ସୋମବାର ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଯାଇଛି। ଗଞ୍ଜାମ ଜିଲ୍ଲାର ସଦର ମହକୁମା…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

ଥୁଆମୂଳ ରାମପୁରରେ ବାବାସାହେବଙ୍କ ଜୟନ୍ତୀ: ମାନବବାଦୀ ବିଚାରଧାରା…

ଥୁଆମୂଳ ରାମପୁର, ୧୪।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ସମ୍ବିଧାନ ପ୍ରଣେତା  ଡଃ. ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଅତି…

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri