ରାସ୍ତା ନିର୍ମାଣକୁ ନେଇ ପୁଣି ବିବାଦ ଘନେଇଲା: ପ୍ରଶାସନ ଉପସ୍ଥିତିରେ ମାଟି ଉଠାଯିବାରୁ ଉତ୍ତେଜନା

ଖଣ୍ଡପଡ଼ା,୧୮।୧୨(ସ୍ବ.ପ୍ର.)-ଖଣ୍ଡପଡ଼ା ବ୍ଳକ ଅନ୍ତର୍ଗତ ମର୍ଦ୍ଦରାଜପୁର ପଞ୍ଚାୟତ ନୂଆସହି ରାସ୍ତା ନିର୍ମାଣକୁ ନେଇ ସୋମବାର ବରକୋଳି ଗ୍ରାମର ବହୁ ବ୍ୟକ୍ତି ଖଣ୍ଡପଡ଼ା ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା ଦେଇ ତହସିଲଦାରଙ୍କ ପ୍ରତିଶ୍ରୁତି କ୍ରମେ ଧାରଣାରୁ ଓହରିଥିଲେ ା ମାତ୍ର ପୁନର୍ବାର ମଙ୍ଗଳବାର ଏହି ରାସ୍ତା ନିର୍ମାଣକୁ ନେଇ ଆନ୍ଦୋଳନ ଦାନା ବାନ୍ଧିଛି ା ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ସାଢେ ୮ଟାରେ ଖଣ୍ଡପଡ଼ା ତହସିଲଦାର କେତେଜଣ ପୋଲିସ କର୍ମଚାରୀଙ୍କ ସହ ଏକ ଜେସିବି ନେଇ ଉକ୍ତ ରାସ୍ତା ନିକଟରେ ପହଞ୍ଚିଥିଲେ ା ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ଜେସିବି ଯୋଗେ ରାସ୍ତା ଉପରୁ ମୋରମ ଉଠାଯାଉଥିବା ବେଳେ ଖବର ପାଇ ମର୍ଦ୍ଦରାଜପୁର ନୂଆସାହିର ଶତାଧିକ ବ୍ୟକ୍ତି ଉକ୍ତ ସ୍ଥାନରେ ପହଞ୍ଚି ରାସ୍ତା ଉପରୁ ମୋରମ ଓ ବାଲି ଉଠାଇବାକୁ ବିରୋଧ କରିଥିଲେ। ଏଥିସହ ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ ଘେରିଯାଇ ପାଟିତୁଣ୍ଡ କରିଥିଲେ ା ଏହି ଘଟଣାକୁ କେନ୍ଦ୍ରକରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା ା ଗ୍ରାମବାସୀ ପାଟିତୁଣ୍ଡ କରିବା ପରେ ରାସ୍ତା ଉପରୁ ଜେସିବି ଯୋଗେ ମୋରମ ଖୋଳା ବନ୍ଦ ରହିଥିଲା ା କାହା ନିର୍ଦ୍ଦେଶରେ ରାସ୍ତା ଉପରୁ ମୋରମ ଉଠାଗଲା ବୋଲି ସ୍ଥାନୀୟ ବାସିନ୍ଦା ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ ପଚାରିଥିଲେ ା ମାତ୍ର ଅଧିକାରୀ ଦ୍ୱୟ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ପାରି ନୀରବ ରହିଥିଲେ ା ଗ୍ରାମବାସୀ ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ ଦୀର୍ଘ ୧୦ ଘଣ୍ଟା ଧରି ଅଟକ ରଖିଥିଲେ। ବିଧାୟକଙ୍କ ସୂଚନାକ୍ରମେ ରାସ୍ତା ଉପରୁ ମୋରମ ଉଠାଇନେବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ତହସିଲଦାର ଗ୍ରାମବାସୀଙ୍କୁ କହିଥିବା ସାଧାରଣରେ ଆଲୋଚନା ହେଉଛି ା ଖବର ପାଇ ଖଣ୍ଡପଡ଼ା ଥାନା ଆଇଆଇସି ବିମଳ କୁମାର ମଲ୍ଲିକ ଅପରାହ୍ନ ପ୍ରାୟ ୫ଟାରେ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଗ୍ରାମବାସୀଙ୍କୁ ବୁଝାଶୁଝା କରିଥିଲେ ହେଁ ଗ୍ରାମବାସୀ ନିଜ ଜିଦ୍‌ରେ ଅଟଳ ରହି ହରତାଳ କରୁଥିବା ଖବର ଲେଖା ହେବା ଯାଏଁ ଜଣାଯାଇଛି ା ତହସିଲଦାରଙ୍କୁ ପଚାରିବାରୁ ଏ ସମ୍ପର୍କରେ ସେ କୌଣସି ମତାମତ ଦେବାକୁ ଅନିଚ୍ଛା ପ୍ରକାଶ କରିଥିଲେ ା ସନ୍ଧ୍ୟା ପ୍ରାୟ ୭ଟାରେ ନୟାଗଡ଼ ଉପଜିଲାପାଳ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ ଗତ ୨୫ ବର୍ଷରୁ ଊଦ୍ଧର୍‌ବ ସମୟଧରି ଉକ୍ତ ରାସ୍ତା ନିର୍ମାଣକୁ କେନ୍ଦ୍ରଦ୍‌କରି ବେଣାଗାଡିଆ ପଞ୍ଚାୟତର ବରକୋଳି ଓ ମର୍ଦ୍ଦରାଜପୁର ପଞ୍ଚାୟତର ନୂଆସାହି ବାସିନ୍ଦାଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ତେବେ ସ୍ଥାନୀୟ ପ୍ରଶାସନ ଓ ଜିଲା ପ୍ରଶାସନ ସମସ୍ୟାର ସ୍ଥାୟୀ ସମାଧାନ କରିପାରୁ ନ ଥିବାରୁ ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ା ନୟାଗଡ଼ ଜିଲାପାଳ ଓ ଏସ୍‌ପି ଘଟଣାରେ ହସ୍ତକ୍ଷେପ କରିବାକୁ ସାଧାରଣରେ ଦାବି ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri