ରାସ୍ତା କଡ଼ରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ଝାରସୁଗୁଡା ଅଫିସ୍‌/ଲଖନପୁର,୧୩ା୯(ଡି.ଏନ୍‌.ଏ.):ଝାରସୁଗୁଡା ଜିଲା ଚନ୍ଦନୀମାଲ ଗ୍ରାମର ଜନୈକ ମହିଳା ଗୁରୁବାର କାମରେ ଯାଉଥିବାବେଳେ ଚିଚିନ୍ଦା ଗ୍ରାମ ବ୍ରିଜ୍‌ ନିକଟରେ ଏକ ନବଜାତ ଶିଶୁ କାନ୍ଦୁଥିବା ଶୁଣି ପାଖକୁ ଯାଇଥିଲେ। ସେଠାରେ ଏକ ସିମେଣ୍ଟ ବସ୍ତା ଉପରେ ନବଜାତ ଶିଶୁ ଶୋଇଛି ଓ ତା’ଉପରେ ଏକ ଗାମୁଛା ଘୋଡାଯାଇଛି। ଏ ଦୃଶ୍ୟ ଦେଖି ମହିଳା ଜଣକ ପାଟିକରି ଆଖପାଖ ଲୋକଙ୍କୁ ଡାକିଥିଲେ। କେହି ନ ଆସିବାରୁ ମହିଳା ଜଣକ ନବଜାତ ଶିଶୁକୁ ଧରି ଘରକୁ ଆସିଥିଲେ। ଶିଶୁକୁ ନିଜେ ଘରେ ରଖିବା ପାଇଁ ଚାହିଁଥିଲେ କିନ୍ତୁ ଘଟଣା ସମ୍ପର୍କରେ କେହିଜଣେ ବ୍ୟକ୍ତି ଫୋନ୍‌ରେ ଚାଇଲ୍ଡ ଲାଇନ୍‌କୁ ଖବର ଦେଇଥିଲେ। ଖବରପାଇ ଚାଇଲ୍ଡ ଲାଇନ୍‌ କେନ୍ଦ୍ର ସଂଯୋଜକ ଆଶିଷ କୁମାର ପଣ୍ଡା, ସଦସ୍ୟ ଡୋଳାମଣି ସେଠ୍‌ ଓ ଝରଣା ଦୀପ୍‌ ପ୍ରମୁଖ ଅଧିକାରୀମାନେ ଚନ୍ଦନୀମାଲ ଗ୍ରାମରେ ପହଞ୍ଚତ୍ ଜନୈକ ମହିଳାଙ୍କଠାରୁ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରିଥିଲେ। ଏ ସମ୍ପର୍କରେ ଚାଇଲ୍ଡ ଲାଇନ୍‌ ତରଫରୁ ବ୍ରଜରାଜନଗର ପୋଲିସକୁ ଖବର ଦିଆଯାଇଥିଲା। ପରେ ଚାଇଲ୍ଡ ଲାଇନ୍‌ ତରଫରୁ ନବଜାତ ଶିଶୁକୁ ଜିଲା ମୁଖ୍ୟ ଚିକିସତ୍ାଳୟର ଏସ୍‌ଏନ୍‌ସିୟୁରେ ଭର୍ତ୍ତିକରି ଚିକିସତ୍ା କରାଯାଉଛି। ଏବେ ଶିଶୁର ସ୍ବାସ୍ଥ୍ୟାବସ୍ଥା ଠିକ୍‌ଥିବା ଚାଇଲ୍ଡ ଲାଇନ୍‌ ତରଫରୁ କୁହାଯାଇଛି। ଉଦ୍ଧାର କରାଯାଇଥିବା ଶିଶୁପତ୍ର ଗୋଟିଏ ଦିନ ପୂର୍ବରୁ ଜନ୍ମ ହୋଇଥିବା କୁହାଯାଉଛି ା


Enter your email to get our daily news in your inbox.

All Right Reserved By Dharitri.Com

୯ କୁଇଣ୍ଟାଲ ୯୭ କେଜି ଗଞ୍ଜେଇ ଜବତ

ବୈପାରିଗୁଡ଼ା,୪ା୫(ଡି.ଏନ୍‌.ଏ.): ବୈପାରିଗୁଡା ପୋଲିସ ସୋମବାର ବାତିରିପୁଟ ଛକରୁ ୯କୁଇଣ୍ଟାଲ ୯୭କେଜି ଗଞ୍ଜେଇ ସହ ଏକ ଟ୍ରକ୍‌ ଜବତ କରିଛି। ଏ ନେଇ ବୈପାରିଗୁଡ଼ା ଥାନାରେ ଏକ...

ନୂତନ ଜିଲା ମୁଖ୍ୟ ଚିକିତ୍ସାଳୟକୁ ବର୍ଷେ ପୂରିଲା : ନିର୍ମାଣ ହୋଇପାରୁନି ସମ୍ମୁଖ ରାସ୍ତା

ଢେଙ୍କାନାଳ ଅଫିସ,୨୮ା୫ ଢେଙ୍କାନାଳ ସହରସ୍ଥିତ ଦକ୍ଷିଣକାଳୀ ରୋଡରେ ନିର୍ମିତ ନୂତନ ଜିଲା ମୁଖ୍ୟ ଚିକିତ୍ସାଳୟକୁ ବର୍ଷେ ପୂରିଯାଇଛି। ହେଲେ ଆଜି ପର୍ଯ୍ୟନ୍ତ ଆରମ୍ଭ ହୋଇପାରୁନି ଚିକିତ୍ସାଳୟରୁ...

ଡାକବଙ୍ଗଳା ବଜାରରେ ଭୋରୁ ଲାଗିଲା ନିଆଁ: ଚାହୁଁ ଚାହୁଁ ଜଳିଗଲା ୪ ଦୋକାନ

ଭୋଗରାଇ,୨୩।୧୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା କମର୍ଦା ଥାନା ଅଧୀନ ଡ଼ାକବଙ୍ଗଳା ବଜାରରେ ବୁଧବାର ଭୋରରୁ ହଠାତ୍‌ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪ଟି ଦେକାନରେ ନିଆଁ ଲାଗି ଲଖ୍ୟଧିକ...

ଛାତ୍ରୀଙ୍କୁ ଅସଦାଚରଣ: ଶିକ୍ଷକ ଗିରଫ

ବନ୍ତ,୧୬।୨(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ଏକ ବିଦ୍ୟାଳୟର ଜଣେ ୫ମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପୋଲିସ ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରି...

ଛେପ ପକାଇ ତଣ୍ଡ ଗଣିଲେଣି ୧ ଲକ୍ଷରୁ ଅଧିକ ଟଙ୍କା

ଛତ୍ରପୁର,୧୦।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ପଜିଟିଭ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଅପରପକ୍ଷରେ କୋଭିଡ -୧୯ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରାଯାଉଛି। ଉଭୟ...

୬୩୦ ଲିଟର ଦେଶୀ ମଦ, ୯୭୦ ଲିଟର ମହୁଲ ପୋଚ ଜବତ : ୫ ଗିରଫ

ପାଟଣାଗଡ଼,୨୨।୮(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ମଦ ଜବତ ସହ ୫ ଜଣଙ୍କୁ ଗିରଫ କରାଯାଇଛି। ଗୁରୁବାର ସକାଳେ...

‘ବଂଶୀ’କୁ ଟାର୍ଗେଟ କଲା ‘ଅସ୍ତ୍ର’

ବାଲେଶ୍ୱର ଅଫିସ,୧୮।୯: ବାଲେଶ୍ୱର ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂଗଠନ (ଡିଆର୍‌ଡିଓ) ପକ୍ଷରୁ ବୁଧବାର ପୂର୍ବାହ୍ନ ୧୦ଟା ୧ ମିନିଟ୍‌ ସମୟରେ ଆକାଶରୁ...

ନେଇଗଲେ ଅଢ଼େଇ ଲକ୍ଷ ଟଙ୍କା, ସୁନା

ଛେଣ୍ଡିପଦା,୨ା୩(ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ପୁରୁଣାଗଡ଼ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଛି। ମୁଖାପିନ୍ଧି ଆସିଥିବା ୬ଜଣ ଦୁର୍ବୃତ୍ତ ଜଣେ ପୂଜକଙ୍କ ଘରେ...

Play 250+ Trending Games
Archives

Model This Week

Why Dharitri