ରାସ୍ତାରେ ବସି ଆଇନଜୀବୀଙ୍କ ସତ୍ୟାଗ୍ରହ ଆନ୍ଦୋଳନ

ବ୍ରହ୍ମପୁର ଅଫିସ,୨୭ା୨ – ଗଞ୍ଜାମ ଜିଲାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯାଉ ବୋଲି ୧୨ ବର୍ଷ ହେଲା ଦାବି ହେଉଛି। ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ। ଏହାକୁ ନେଇ ଜିଲାର ବିଭିନ୍ନ ଆଇନଜୀବୀ ସଂଘ ପକ୍ଷରୁ କ୍ଷୋଭ ପ୍ରକାଶ ପାଉଛି। ପ୍ରତିବାଦରେ ଗଞ୍ଜାମ ଆଇନଜୀବୀ ସଂଘ ପକ୍ଷରୁ ମାସର ଶେଷ ୪ ଦିନ କାର୍ଯ୍ୟବନ୍ଦ କରାଯିବା ସହ ସତ୍ୟାଗ୍ରହ ଓ ଧାରଣା ଦିଆଯାଉଛି। ଶତାଧିକ ଓକିଲ ବୁଧବାର ସଂଘ କାର୍ଯ୍ୟାଳୟ ସମ୍ମୁଖରେ ଏକାଠି ହୋଇଥିଲେ । ଏବେ ସେମାନେ ଆନ୍ଦୋଳନର ତରିକା ବଦଳାଇ ଗଞ୍ଜାମ ବାର ସମ୍ମୁଖ ରାସ୍ତା ଉପରେ ସତ୍ୟାଗ୍ରହ ଧାରଣାରେ ବସିଛନ୍ତି। ଆଇନଜୀବୀଙ୍କ ନ୍ୟାଯ୍ୟ ଦାବି ପାଇଁ ବ୍ରହ୍ମପୁରରେ ତୁରନ୍ତ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରିବାକୁ ଦାବି କରିଥିଲେ। ପ୍ରତି ମାସର ଶେଷ ୪ ଦିନ ଏଥିପାଇଁ ଗଞ୍ଜାମ ଓକିଲ ସଂଘ ତରଫରୁ କୋର୍ଟ ବର୍ଜନ କରାଯାଉଛି। ଚଳିତ ମାସ ବୁଧବାରରୁ ଓକିଲମାନେ କାର୍ଯ୍ୟରେ ଯୋଗ ନ ଦେଇ ଅହିଂସା ମାର୍ଗରେ ଧାରଣାରେ ବସିଛନ୍ତି ବୋଲି ସଂଘ ସଭାପତି ରବୀନ୍ଦ୍ରନାଥ ପାଣିଗ୍ରହୀ ସୂଚନା ଦେଇଛନ୍ତି। ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଆଇନଜୀବୀମାନେ କାର୍ଯ୍ୟରେ ଯୋଗଦେବେ ନାହିଁ। ବ୍ରହ୍ମପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାକୁ ଜାଣିଶୁଣି ବିଳମ୍ବ କରାଯାଉଛି ବୋଲି ସଂଘ ଅଭିଯୋଗ କରିଛି । ଦକ୍ଷିଣ ଓଡ଼ିଶାବାସୀଙ୍କ ସ୍ବାର୍ଥ ପାଇଁ ସରକାର ଖୁବଶୀଘ୍ର ବ୍ରହ୍ମପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରନ୍ତୁ ବୋଲି ସଂଘ କର୍ମକର୍ତ୍ତା ଦାବି କରିଛନ୍ତି । ଏଥିରେ ଗଞ୍ଜାମ ଓକିଲ ସଂଘ ସଭାପତି ରବୀନ୍ଦ୍ର ପାଣିଗ୍ରାହୀ, ସମ୍ପାଦକ କୈଳାସ ଚନ୍ଦ୍ର ପାଣିଗ୍ରାହୀ, ଉପସଭାପତି ଚିତ୍ତରଞ୍ଜନ ଶତପଥୀ ଓ ଯୁଗ୍ମ ସମ୍ପାଦକ କିରଣ କୁମାର ମଣ୍ଡଳ ମଞ୍ଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଓକିଲ ସଂଘ ପୂର୍ବତନ ସମ୍ପାଦକ ପୀତବାସ ପଣ୍ଡା, ବରିଷ୍ଠ ଆଇନଜୀବୀ ମନୋଜ ପଟ୍ଟନାୟକ, କିଶୋର ବିଶୋଇ, ନିର୍ମଳ କୁମାର ସାହୁ, ରଘୁନାଥ ପ୍ରସାଦ ପାଣିଗ୍ରାହୀ, ସୁନୀଲ କୁମାର ସ୍ବାଇଁ, ଅକ୍ଷୟ ପଟ୍ଟନାୟକ, ରାମ ପ୍ରସାଦ ପଣ୍ଡା, ଜନାର୍ଦ୍ଦନ ସୁବୁଦ୍ଧି, କୁନାଲ ସାହୁ, ସୁଶୀଲ ତ୍ରିପାଠୀ, ସବୁଜ ପାତ୍ର, ପ୍ରସାଦ ଦୋରା, ତପନ ଦାଶ, ଅନିଲ କୁମାର ପଣ୍ଡା, ସିତାଂଶୁ ଶେଖର ପଣ୍ଡା, ସଂଘ ପୂର୍ବତନ ସଭାପତି ମୋହନ ସିଙ୍ଗାରୀ, ବୀରେନ ପଟ୍ଟନାୟକ, ପ୍ରଫୁଲ୍ଲ ପଟ୍ଟନାୟକ, ବସନ୍ତ ପଣ୍ଡା, ଦୀପକ ପଟ୍ଟନାୟକ, ବିଷ୍ଣୁ ମୋହନ, ବୀରେନ୍ଦ୍ର କୁମାର ପାଢ଼ୀ, ସଞ୍ଜୟ ମିଶ୍ର, ଅସିତ୍‌ ସାବତ, ବରୁଣ ଗୌଡ଼, ବିରଞ୍ଚତ୍ ମହାପାତ୍ର, ଅଶୋକ ଶୁକ୍ଳ, ପ୍ରଦୀପ ପଣ୍ଡା ଓ ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ଶତାଧିକ ଆଇନଜୀବୀ ଧାରଣାରେ ଅଂଶଗ୍ରହଣ କରିଥିଲେ । ଗଞ୍ଜାମ ଓକିଲ ସଂଘ ତରଫରୁ ବୁଧବାରରୁ ଜିଲା ଜଜ୍‌ କୋର୍ଟ ସମେତ ସମସ୍ତ ନିମ୍ନ ଅଦାଲତଗୁଡ଼ିକରେ ଆଇନଜୀବୀ କାର୍ଯ୍ୟବନ୍ଦ ପାଇଁ ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ନିଆରା ଜନ୍ମଦିନ ପାଳନ କଲେ ସମାଜସେବୀ ସୁନିଲ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଐତିହାସିକ ଲବଣ ସତ୍ୟାଗ୍ରହର ଅନ୍ୟତମ ପୀଠ ହୁମ୍ମାଠାରେ ଜନ କଲ୍ୟାଣ ସ୍ବେଛାସେବୀ ସଂସ୍ଥା ଓ ବଜରଙ୍ଗୀ ଦଳର ମିଳିତ ଆନୁକୁଲ୍ୟରେ…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍‌ ଛଡାଇ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…

ପୋଖରୀରେ ବୁଡ଼ି ଚାଲିଗଲା ୨ ସାଙ୍ଗଙ୍କ ଜୀବନ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମରେ ଅଘଟଣ । ପୋଖରୀରେ ବୁଡ଼ିଯାଇ ୨ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି…

ସ୍ବର୍ଗତ ତବଲା ବାଦକ ଲକ୍ଷ୍ମଣଙ୍କ ପରିବାରକୁ ଭେଟିଲେ ବିଧାୟକ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ବିଶିଷ୍ଟ ତବଲା ବାଦକ ସ୍ବର୍ଗତ ଲକ୍ଷଣ କୁମାର ତରାଇଙ୍କ ପରିବାରଙ୍କୁ ଭେଟିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri