ରାସ୍ତାକଡ଼ରେ ଖୋଲିପାରିବନି ରଙ୍ଗ ଦୋକାନ

ଭୁବନେଶ୍ୱର,୫ା୩(ବ୍ୟୁରୋ): ଆସନ୍ତା ୧୦ ତାରିଖରେ ହୋଲି ପର୍ବ ପାଳିତ ହେବ। ଏଥିପାଇଁ ବ୍ୟବସାୟୀମାନେ ଭୁବନେଶ୍ୱରର ଏଣେତେଣେ କି ରାସ୍ତାକଡ଼ରେ ରଙ୍ଗ ବେପାର କରିବେ। ତେଣୁ ଏଥିରେ ରୋକ ଲଗାଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ବିଏମ୍‌ସିର ବିନା ଅନୁମତିରେ ବ୍ୟବସାୟୀମାନେ ରଙ୍ଗ ବ୍ୟବସାୟ କରିପାରିବେନି। ସହରରେ ଥିବା ଖୋଲାସ୍ଥାନ କିମ୍ବା ପଡ଼ିଆରେ ଗୋଟିଏ ସ୍ଥାନରେ ବ୍ୟବସାୟୀମାନେ ରଙ୍ଗ ବ୍ୟବସାୟ କରିବେ, ନଚେତ୍‌ ତଣ୍ଡ ଗଣିବେ। ଆବଶ୍ୟକ ପଡିଲେ ଦୋକାନ ଭଙ୍ଗା ହେବ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ପ୍ରକାଶ କରିଛନ୍ତି।
ବିଏମ୍‌ସି ମୁଖ୍ୟାଳୟରେ ବୁଧବାର ହୋଇଥିବା ବୈଠକରେ ଏ ନେଇ କମିଶନର ଚୌଧାରୀ ୩ ଜୋନ୍‌ର ଜୋନାଲ ଡେପୁଟି କମିଶନର ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି। ୩ଟି ଜୋନ୍‌ରେ ଯାଞ୍ଚ ଓ ଚଢାଉ କରିବାକୁ ଜୋନାଲ ଡେପୁଟି କମିଶନରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ୩ଟି ଜୋନରେ ୩ଟି ସ୍କ୍ବାଡ୍‌ ଗଠନ କରାଯାଇଛି। ଗୁରୁବାରଠାରୁ ଏ ନେଇ ଚଢ଼ାଉ ଆରମ୍ଭ ହେବ ବୋଲି ସମୀକ୍ଷା ପରେ ପ୍ରକାଶ ପାଇଛି।
କମିଶନର ଚୌଧାରୀ କହିଛନ୍ତି, ସହରରେ ଏବେ ଟ୍ରାଫିକ୍‌ ସମସ୍ୟା ଉତ୍କଟ ହେଉଥିବା ବେଳେ ରାସ୍ତାକଡ଼ରେ ରଙ୍ଗ ବ୍ୟବସାୟୀଙ୍କୁ ଦୋକାନ କରିବାକୁ ସ୍ଥାନ ଦେବା ସମସ୍ୟାକୁ ଆହୁରି ବଢ଼ାଇଦେବ। ତେଣୁ ବାଣ ବ୍ୟବସାୟ ପରି ରଙ୍ଗ ବ୍ୟବସାୟୀମାନେ ମଧ୍ୟ ଗୋଟିଏ ସ୍ଥାନରେ ତାଙ୍କ ଦୋକାନ ଦେବାକୁ କୁହାଯାଇଛି। ଏଥିସହ ଦୋକାନ ଲଗାଇବାକୁ ବିଏମ୍‌ସିର ଅନୁମତି ମଧ୍ୟ ଆବଶ୍ୟକ। ବିଏମ୍‌ସିକୁ ବିନା ଟ୍ରେଡ୍‌ ଲାଇସେନ୍ସ ଓ ଅନ୍ୟ ଦେୟ ପୈଠ ନ କରି ବ୍ୟବସାୟ କରିବା ଏକ ଅପରାଧ। ତେଣୁ ବ୍ୟବସାୟୀମାନେ ପ୍ରଥମେ ବିଏମ୍‌ସିଠାରୁ ଅନୁମତ ନେବା ପରେ ହିଁ ଦୋକାନ କରିବେ। ନଚେତ୍‌ ବିଏମ୍‌ସି ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସଦୃଶ ତାଙ୍କୁ ମୋଟା ଅଙ୍କର ଜରିମାନା ଦେବାକୁ ପଡିବ। ଏହାଛହା ଆବଶ୍ୟକ ପଡିଲେ ସେମାନଙ୍କ ଦୋକାନ ଭଙ୍ଗା ହେବ ଓ ବ୍ୟବସାୟ ପାଇଁ ଆସିଥିବା କଞ୍ଚାମାଲକୁ ଜବତ କରାଯିବ ବୋଲି କମିଶନର କହିଛନ୍ତି।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ମଧ୍ୟ ବିଏମ୍‌ସି ସିଜିନ୍‌ ବେପାର ସମୟରେ ଏପରି ଆଭିମୁଖ୍ୟ ଆପଣାଇଛି। ହେଲେ ବ୍ୟବସାୟୀମାନେ ନିଜ ମନମୁଖି କାର୍ଯ୍ୟ କରିଛନ୍ତି। ରାସ୍ତାକଡ଼ରେ ଦୋକାନ କରିବା ସହ ଖୁଲମଖୁଲା ବେପାର କରୁଛନ୍ତି। ତେବେ ଚଳିତ ଥର କମିଶନରଙ୍କ ନିର୍ଦ୍ଦେଶ ପରେ ଜୋନାଲ ଡେପୁଟି କମିଶନରମାନେ କ’ଣ ଆଭିମୁଖ୍ୟ ରଖୁଛନ୍ତି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ରାଜ୍ୟରେ ୧୬ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୧୬ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧୬୮ରେ ପହଞ୍ଚିଥିବା ରାଜ୍ୟ...

ନବୀନ ନିବାସରେ ଭିଡ ବଢ଼ୁଛି

ଭୁବନେଶ୍ବର,୨୬।୩(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ଭଳି ପୌର ନିର୍ବାଚନରେ ବିଜେଡି ବିପୁଳ ସଫଳତା ପାଇଛି । ଭାଜପା ଏବଂ କଂଗ୍ରେସ ବିଜେଡିଠାରୁ ବହୁ ପଛରେ ପଡ଼ିଛନ୍ତି। ରାଜ୍ୟର...

ତାଳଦଣ୍ଡା କେନାଲ କାର୍ଯ୍ୟ ସମୀକ୍ଷା କଲେ ୫-ଟି ସଚିବ

କଟକ ଅଫିସ,୧୯ା୭: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭି.କେ. ପାଣ୍ଡିଆନ ରବିବାର କଟକ ତାଳଦଣ୍ଡା କେନାଲ, ନେତାଜୀ ବସ୍‌ ଟର୍ମିନାଲ ସମେତ ବିଭିନ୍ନ...

ନିର୍ବାଚନ ମଇଦାନରେ ଧର୍ମଶାଳା ବିଧାୟକଙ୍କ ଭାଇ

ଧର୍ମଶାଳା,୩ା୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବହୁ ନେତାଙ୍କ ସମ୍ପର୍କୀୟ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି। ଏହିକ୍ରମରେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ସାନଭାଇ ପ୍ରଭାତ କୁମାର...

ନାରୀ ନିର୍ଯାତନାରେ ଓଡ଼ିଶା ଦେଶରେ ପ୍ରଥମ

ଭୁବନେଶ୍ୱର, ୧ା୧୦ (ବ୍ୟୁରୋ):ରାଜ୍ୟ ସରକାର ମହିଳାଙ୍କୁ ସମ୍ମାନ ଦେବା ସହ  ସେମାନଙ୍କ ସୁରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଏହା ସତ୍ତ୍ୱେ ମହିଳାଙ୍କ ଉପରେ ନିର୍ଯାତନା...

ଜିଲା ଶିକ୍ଷାଧିକାରୀଙ୍କ ନିୟମକୁ ବିରୋଧ :ସ୍କୁଲରେ ତାଲା ପକାଇଲେ ମହିଳା

ଆନନ୍ଦପୁର,୨୩। ୭(ସ୍ବ.ପ୍ର.)- ଘସିପୁରା ବ୍ଲକ ଭୋଳନୁଆଗାଁର ୟୁଜିଏମଇ ସ୍କୁଲକୁ ସୋମବାର ମହିଳା ଅଭିଭାବକମାନେ ତାଲା ପକାଇଥିଲେ। ଏହି ବିଦ୍ୟାଳୟର ଷଷ୍ଠରୁ ସପ୍ତମ ଶ୍ରେଣୀ ପିଲାମାନେ ସକାଳ...

୯.୩୦ ସୁଦ୍ଧା ୧୧ ପ୍ରତିଶତ ମତଦାନ

ଝାରସୁଗୁଡ଼ା ଅଫିସ,୩୧।୫: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଚାଲିଛି। ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ସଂଧ୍ୟା ୬ଟା ଯାଏ ଚାଲିବ। ଦିନ...

ବାପାଙ୍କୁ ହତ୍ୟା କରି ଘରେ ପୋତି ଥିଲା ପୁଅ

ଭବାନୀପାଟଣା,୫।୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଧୀନ କାଡମ ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାପାଙ୍କୁ ହତ୍ୟା କରି ଏକ ଭଙ୍ଗା...

Advertisement
Archives

Model This Week