ରାସ୍ତାକଡ଼ରେ ଖୋଲିପାରିବନି ରଙ୍ଗ ଦୋକାନ

ଭୁବନେଶ୍ୱର,୫ା୩(ବ୍ୟୁରୋ): ଆସନ୍ତା ୧୦ ତାରିଖରେ ହୋଲି ପର୍ବ ପାଳିତ ହେବ। ଏଥିପାଇଁ ବ୍ୟବସାୟୀମାନେ ଭୁବନେଶ୍ୱରର ଏଣେତେଣେ କି ରାସ୍ତାକଡ଼ରେ ରଙ୍ଗ ବେପାର କରିବେ। ତେଣୁ ଏଥିରେ ରୋକ ଲଗାଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ବିଏମ୍‌ସିର ବିନା ଅନୁମତିରେ ବ୍ୟବସାୟୀମାନେ ରଙ୍ଗ ବ୍ୟବସାୟ କରିପାରିବେନି। ସହରରେ ଥିବା ଖୋଲାସ୍ଥାନ କିମ୍ବା ପଡ଼ିଆରେ ଗୋଟିଏ ସ୍ଥାନରେ ବ୍ୟବସାୟୀମାନେ ରଙ୍ଗ ବ୍ୟବସାୟ କରିବେ, ନଚେତ୍‌ ତଣ୍ଡ ଗଣିବେ। ଆବଶ୍ୟକ ପଡିଲେ ଦୋକାନ ଭଙ୍ଗା ହେବ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ପ୍ରକାଶ କରିଛନ୍ତି।
ବିଏମ୍‌ସି ମୁଖ୍ୟାଳୟରେ ବୁଧବାର ହୋଇଥିବା ବୈଠକରେ ଏ ନେଇ କମିଶନର ଚୌଧାରୀ ୩ ଜୋନ୍‌ର ଜୋନାଲ ଡେପୁଟି କମିଶନର ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି। ୩ଟି ଜୋନ୍‌ରେ ଯାଞ୍ଚ ଓ ଚଢାଉ କରିବାକୁ ଜୋନାଲ ଡେପୁଟି କମିଶନରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ୩ଟି ଜୋନରେ ୩ଟି ସ୍କ୍ବାଡ୍‌ ଗଠନ କରାଯାଇଛି। ଗୁରୁବାରଠାରୁ ଏ ନେଇ ଚଢ଼ାଉ ଆରମ୍ଭ ହେବ ବୋଲି ସମୀକ୍ଷା ପରେ ପ୍ରକାଶ ପାଇଛି।
କମିଶନର ଚୌଧାରୀ କହିଛନ୍ତି, ସହରରେ ଏବେ ଟ୍ରାଫିକ୍‌ ସମସ୍ୟା ଉତ୍କଟ ହେଉଥିବା ବେଳେ ରାସ୍ତାକଡ଼ରେ ରଙ୍ଗ ବ୍ୟବସାୟୀଙ୍କୁ ଦୋକାନ କରିବାକୁ ସ୍ଥାନ ଦେବା ସମସ୍ୟାକୁ ଆହୁରି ବଢ଼ାଇଦେବ। ତେଣୁ ବାଣ ବ୍ୟବସାୟ ପରି ରଙ୍ଗ ବ୍ୟବସାୟୀମାନେ ମଧ୍ୟ ଗୋଟିଏ ସ୍ଥାନରେ ତାଙ୍କ ଦୋକାନ ଦେବାକୁ କୁହାଯାଇଛି। ଏଥିସହ ଦୋକାନ ଲଗାଇବାକୁ ବିଏମ୍‌ସିର ଅନୁମତି ମଧ୍ୟ ଆବଶ୍ୟକ। ବିଏମ୍‌ସିକୁ ବିନା ଟ୍ରେଡ୍‌ ଲାଇସେନ୍ସ ଓ ଅନ୍ୟ ଦେୟ ପୈଠ ନ କରି ବ୍ୟବସାୟ କରିବା ଏକ ଅପରାଧ। ତେଣୁ ବ୍ୟବସାୟୀମାନେ ପ୍ରଥମେ ବିଏମ୍‌ସିଠାରୁ ଅନୁମତ ନେବା ପରେ ହିଁ ଦୋକାନ କରିବେ। ନଚେତ୍‌ ବିଏମ୍‌ସି ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସଦୃଶ ତାଙ୍କୁ ମୋଟା ଅଙ୍କର ଜରିମାନା ଦେବାକୁ ପଡିବ। ଏହାଛହା ଆବଶ୍ୟକ ପଡିଲେ ସେମାନଙ୍କ ଦୋକାନ ଭଙ୍ଗା ହେବ ଓ ବ୍ୟବସାୟ ପାଇଁ ଆସିଥିବା କଞ୍ଚାମାଲକୁ ଜବତ କରାଯିବ ବୋଲି କମିଶନର କହିଛନ୍ତି।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ମଧ୍ୟ ବିଏମ୍‌ସି ସିଜିନ୍‌ ବେପାର ସମୟରେ ଏପରି ଆଭିମୁଖ୍ୟ ଆପଣାଇଛି। ହେଲେ ବ୍ୟବସାୟୀମାନେ ନିଜ ମନମୁଖି କାର୍ଯ୍ୟ କରିଛନ୍ତି। ରାସ୍ତାକଡ଼ରେ ଦୋକାନ କରିବା ସହ ଖୁଲମଖୁଲା ବେପାର କରୁଛନ୍ତି। ତେବେ ଚଳିତ ଥର କମିଶନରଙ୍କ ନିର୍ଦ୍ଦେଶ ପରେ ଜୋନାଲ ଡେପୁଟି କମିଶନରମାନେ କ’ଣ ଆଭିମୁଖ୍ୟ ରଖୁଛନ୍ତି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ନିଟ୍‌ ପରୀକ୍ଷାରେ ସାଇ ସୋହମ ବଡ଼ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ

ସାକ୍ଷୀଗୋପାଳ,୨୨।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତବର୍ଷ ପ୍ରକାଶିତ ନିଟ୍‌ (ୟୁଜି) ପରୀକ୍ଷା ଫଳରେ ସତ୍ୟବାଦୀ ଅଞ୍ଚଳର ସାଇ ସୋହମ ପ୍ରଧାନ ସର୍ବଭାରତୀୟ ସ୍ତରରେ ୫୨୬୫ ସ୍ଥାନରେ ସଫଳତାର…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri