ରାସାୟନିକ ରଙ୍ଗ ଓ କୁକୁଡ଼ା ଅଣ୍ଡା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
ବହୁ ବର୍ଷ ଧରି ଆମେ କେତେକ ଜିନିଷକୁ ପସନ୍ଦ କରିବା ଓ ଅନ୍ୟଗୁଡିକୁ ନାପସନ୍ଦ କରିବାରେ ଅଭ୍ୟସ୍ତ ହୋଇଆସିଛୁ। ବେଳେବେଳେ ଏହି ପସନ୍ଦ ବା ନାପସନ୍ଦ କଥାଟା ଆଧୁନିକତା ଓ ଫ୍ୟାଶନ ନାମରେ ତରଙ୍ଗ ଭଳି ମାଡିଆସେ ଏବଂ କିଛିଦିନ ପରେ ସେଥିରେ ଭଟ୍ଟା ପଡ଼ିଯାଏ। କିନ୍ତୁ ଅନ୍ୟଗୁଡ଼ିକ ଶତାବ୍ଦୀ ଶତାବ୍ଦୀ ଧରି ସ୍ଥାୟୀଭାବେ ଆମ ଭିତରେ ବସାବାନ୍ଧି ରହିଯାଏ। କଳାଠାରୁ ଗୋରା ରଙ୍ଗ ଭଲ ବୋଲି ରହିଥିବା ଆମର ବିଶ୍ୱାସ ସ୍ବାଧୀନତାର ୭୦ ବର୍ଷ ପରେ ମଧ୍ୟ ବଦଳିନାହିଁ। ଏମିତି ବିଶ୍ୱାସ ଅଣ୍ଡା ସହିତ ବି ଯୋଡି ହୋଇରହିଛି। ଅଣ୍ଡା ଖାଉଥିବା ଅଧିକାଂଶ ବ୍ୟକ୍ତି ବିଶ୍ୱାସ କରିନ୍ତି ଯେ, ଅଣ୍ଡାଟି ଯେତେ ହଳଦିଆ ହେବ ସେତେ ଭଲ। କିନ୍ତୁ ବାସ୍ତବରେ ଯଦି କେଶରର ରଙ୍ଗ ରକ୍ତାଭ ନାରଙ୍ଗୀ ହୋଇଥାଏ, ତେବେ ଏଥିରେ ବେଶି ଭିଟାମିନ୍‌ ଓ ଓମେଗା-୩ ଏବଂ ସବୁଠୁ କମ୍‌ କୋଲେଷ୍ଟରଲ ଥାଏ। ଖୋଲା ଜାଗାରେ, ଖରାରେ ବୁଲି କୀଟନାଶକମୁକ୍ତ ଘାସରେ ଥିବା ପୋକଜୋକ ଖାଉଥିତ୍ବା କୁକୁଡ଼ାର ଅଣ୍ଡା ଯଦି ଆମେ ଖାଉଥାନ୍ତେ ତେବେ ଏହା ସତ ହୋଇଥାନ୍ତା। କିନ୍ତୁ ବହୁ ଦିନରୁ ସେ ସମୟ ଚାଲିଗଲାଣି। ଏବେ ଆପଣ ଯେଉଁ ଅଣ୍ଡା ଖାଉଛନ୍ତି ତାହା କୁକୁଡ଼ା ଫାର୍ମରୁ ଏବଂ କେବେ ବି ସବୁଜ କ୍ଷେତ ଦେଖି ନ ଥିବା କୁକୁଡ଼ାଙ୍କଠାରୁ ଆସୁଛି। ଏକ ‘ଫ୍ର ିରେଞ୍ଜ’ ଅଣ୍ଡା ବା ଦେଶୀ ଅଣ୍ଡା କହିଲେ ଫାର୍ମର ତାରଜାଲି ମଧ୍ୟରେ ବନ୍ଦୀ କିମ୍ବା ସିମେଣ୍ଟ ଚଟାଣ ଉପରେ ବହୁଳ ସଂଖ୍ୟାରେ ବଢୁଥିବା କୁକୁଡ଼ାଙ୍କ ଅଣ୍ଡାକୁ ବୁଝାଏ ନାହଁ। କେବଳ ସୂର୍ଯ୍ୟାଲୋକରେ ବୁଲି ପ୍ରାକୃତିକ ଖାଦ୍ୟ ଖାଉଥିବା କୁକୁଡ଼ା ଅଣ୍ଡାର କେଶର ହଳଦିଆ ହୋଇପାରେ। ଶାଗ ତଥା ପଶୁମାନେ ଖାଉଥିତ୍ବା ଘାସ ଭଳି ଉଚ୍ଚ କାରୋଟିନଏଡ୍‌ଯୁକ୍ତ ଖାଦ୍ୟ କେଶରକୁ ଗାଢ଼ ନାରଙ୍ଗୀ କରେ। ନଚେତ୍‌ କେଶର ଫିକା ହଳଦିଆ ହୋଇଥାଏ ଏବଂ ଖାଉଟି ବିଶ୍ୱାସ କରେ ଯେ, ସେ ଗୋଟିଏ ଖରାପ ଅଣ୍ଡା ଖାଉଛି। ଏଣୁ ବିଶ୍ୱ ସାରା କୁକୁଡ଼ା ଫାର୍ମଗୁଡ଼ିକ କେଶରର ରଙ୍ଗ ବଢ଼ାଇବା ଲାଗି ରାସାୟନିକ ଦ୍ରବ୍ୟ ବ୍ୟବହାର କରୁଛନ୍ତି। ଚାହଁୁଥିବା ହଳଦିଆ ବା ଗାଢ଼ ନାରଙ୍ଗୀ ରଙ୍ଗ ପାଇବା ପାଇଁ ଏହି କସ୍‌ମେଟିକ ଖାଦ୍ୟ ରଙ୍ଗଗୁଡ଼ିକୁ କୁକୁଡ଼ା ଖାଦ୍ୟରେ ଠିକ୍‌ ପରିମାଣରେ ମିଶାଇ କୁକୁଡାଙ୍କୁ ଦିଆଯାଏ।
‘ଫ୍ରି ରେଞ୍ଜ’ ଏବଂ ‘ଅର୍ଗାନିକ’ କୁକୁଡା ରଙ୍ଗଗୁଡିକ ତୁମ ମନରେ ବିଶ୍ୱାସ ଜନ୍ମାଇବ ଯେ, ଏହା କ୍ୟାପ୍ସିକମ୍‌, ଗେଣ୍ଡୁଫୁଲ କିମ୍ବା ନାଲି ଶିମ୍‌ଲା ଲଙ୍କାରୁ ପ୍ରସ୍ତୁତ କରାଯାଇଛି। ତଟକା ମକା ଓ ହଳଦୀ କେଶରକୁ ଅଧିକ ହଳଦିଆ କରିପାରେ। ଗୋଲମରିଚ ଏହାକୁ ବେଶି ଲାଲ୍‌ କରେ। ସ୍ବାସ୍ଥ୍ୟ ସମ୍ପର୍କରେ ତଥା କୁକୁଡ଼ା କେଉଁ ପରିସ୍ଥିତିରେ ରହୁଛି ସେ ସମ୍ବନ୍ଧରେ କେଶରର ରଙ୍ଗ ଆମକୁ ସୂଚନା ଦେଇପାରିବ ବୋଲି ଆମେ ବିଶ୍ୱାସ କରୁ। ଗାଢ଼ କମଳା ରଙ୍ଗର କେଶର ଆମକୁ ଜଣାଇଦିଏ ଯେ, କୁକୁଡା ଖୋଲା ଜାଗାରେ ବୁଲି କାରୋଟିନଏଡ୍‌ରେ ଭରପୂର ଘାସ, ପୋକଜୋକ, ମଞ୍ଜି, ପରିବା ଏବଂ ଫୁଲ ଖାଉଛି ଏବଂ ଏଥିପାଇଁ ଗଛର ପ୍ରାକୃତିକ ଉପାଦାନରୁ ଅଧିକ ଭିଟାମିନ ଓ କାରୋଟିନଏଡ୍‌ ପାଇପାରୁଛି। କିନ୍ତୁ ଏହା ସତ ନୁହେଁ। ପ୍ରାକୃତିକ ରଙ୍ଗ ବଦଳରେ ସେମାନଙ୍କୁ କେମିକାଲ୍‌ ଖାଇବାକୁ ଦିଆଯାଉଛି। କେଶରର ରଙ୍ଗ ସହ ଅଣ୍ଡାର ଗୁଣବତ୍ତା ଓ ପୌଷ୍ଟିକ ମାନର କୌଣସି ସମ୍ପର୍କ ନାହଁି। କୁକୁଡ଼ା ଫାର୍ମଗୁଡିକରେ ସମସ୍ତ କୁକୁଡାଙ୍କୁ ମୁଖ୍ୟତଃ ଶସ୍ତା , ପୁଷ୍ଟିହୀନ ଶସ୍ୟ ଖାଇବାକୁ ଦିଆଯାଏ ଏବଂ ଏହା କେଶରର ରଙ୍ଗକୁ ଫିକା ହଳଦିଆ କିମ୍ବା ଧଳା ରଙ୍ଗ କରିଦିଏ।
୬୦ ବର୍ଷ ତଳୁ କୁକୁଡା ଫାର୍ମ ମାଲିକମାନେ ଅଣ୍ଡା କେଶରର ରଙ୍ଗକୁ ନିୟନ୍ତ୍ରଣ କରିିବାର ପଦ୍ଧତି ଆବିଷ୍କାର କରିଥିଲେ। ଖାଦ୍ୟରେ ଗାଜର ଏବଂ ସ୍କ୍ବାସ୍‌ ଭଳି ହଳଦିଆ ପରିବା ଦେଇ କାରୋଟିନଏଡ ଏବଂ ଜାନ୍ଥୋଫିଲ୍ସ ବୃଦ୍ଧି କରି କେଶରର ରଙ୍ଗ ଗାଢ଼ ଓ ଅଧିକ ପୌଷ୍ଟିକ କରୁଥିଲେ। ଏହାଦ୍ୱାରା ଉଭୟ କୁକୁଡ଼ା ଓ ଅଣ୍ଡାକୁ ଲାଭ ହୋଇଥାଏ। କିନ୍ତୁ କୁକୁଡ଼ା ଫାର୍ମ ଶସ୍ତାରେ ଅଣ୍ଡା ବିକ୍ରି କରିବା ପାଇଁ ଚାହଁୁଥିବାବେଳେ ପ୍ରାକୃତିକ ଖାଦ୍ୟର ଦାମ୍‌ ଅଧିତ୍କ ହୋଇଯାଏ। ଏଣୁ ସେମାନେ ରାସାୟନିକ ରଙ୍ଗ ବ୍ୟବହାର କରନ୍ତି। ଏହାର ଦୁଇଟି କାରଣ ରହିଛି। ସେମାନେ ରୁଗ୍‌ଣ, ପୁଷ୍ଟିହୀନ କୁକୁଡାକୁ ଶୀଘ୍ର ମୋଟା ବା ଓଜନିଆ କରିବାକୁ ଅନୁପଯୁକ୍ତ ଶସ୍ୟ ଏବଂ ଅଣ୍ଡାର କେଶରକୁ ଅଧିକ ହଳଦିଆ କରିବାକୁ ରାସାୟନିକ ପଦାର୍ଥ ଖାଦ୍ୟ ଭାବେ ଦେଇଥାନ୍ତି। କାରଣ ଲୋକମାନେ ବେଳେବେଳେ ଫିକା ହଳଦିଆ ରଙ୍ଗବିଶିଷ୍ଟ କୁକୁଡ଼ା ଅଣ୍ଡା କିଣିିବାକୁ ମନା କରିଦିଅନ୍ତି।
ନେଟ୍‌ରେ ଏବେ ନକଲି ଖାଦ୍ୟରଙ୍ଗର ହଜାର ହଜାର ବିକ୍ରେତା ଅଛନ୍ତି। କେତେକ ଗେଣ୍ଡୁଫୁଲ ନିର୍ଯ୍ୟାସ ତରଳ ଓ ଗୁଣ୍ଡ ଆକାରରେ ବିକ୍ରି କରିଥାନ୍ତି। ଏଭଳି ବିକ୍ରେତାଙ୍କ ତାଲିକାରେ ଭାରତ ସବୁଠୁ ଆଗରେ। ଅଧିକାଂଶ ଶସ୍ତା ଓ ସିନ୍ଥେଟିିକ କାର୍ଟୋନଏଡ୍‌ ଡାଇ ଚାଇନାରେ ତିଆରି କରାଯାଇଥାଏ। ବୈଜ୍ଞାନିକମାନେ ୧୬ଟି ରଙ୍ଗକୁ ସୁରକ୍ଷିତ ବୋଲି କହିଛନ୍ତି, ଯେଉଁଥିରେ ରହିଛି ଫିକା ହଳଦିଆଠାରୁ ଆରମ୍ଭ କରି ଗାଢ କମଳା ରଙ୍ଗ ପର୍ଯ୍ୟନ୍ତ। ଖାଉଟିଙ୍କ ଚାହିଦାକୁ ଲକ୍ଷ୍ୟ କରି ସେମାନେ ବିଭିନ୍ନ ଦେଶରେ ଏଗୁଡିକୁ ବିକ୍ରି କରୁଛନ୍ତି।
ବଜାରରେ ଶହ ଶହ ରାସାୟନିକ ରଙ୍ଗ ମିଳୁଛି। ଏହାର ସବୁଠୁ ବଡ ବିକ୍ରେତା ହେଉଛି ବିଏଏସ୍‌ଏଫ୍‌। କୁକୁଡା ନିଜେ କାରୋଟିନଏଡ୍‌ ସୃଷ୍ଟି କରିପାରୁ ନ ଥିବାରୁ ଏହା ସେମାନଙ୍କୁ ଖାଇବାକୁ ଦିଆଯାଉଛି ବୋଲି କୁହାଯାଉଛି। କେମିକାଲଗୁଡିକୁ ଉପଯୋଗ କରିବା ଖରାପ, କିନ୍ତୁ ନିଷିଦ୍ଧ କେମିକାଲ ବ୍ୟବହାର କରିବା ସବୁଠୁ ବିପଜ୍ଜନକ। ଆଜୋ ଡାଇ ଶ୍ରେଣୀର ଅରେଞ୍ଜ-୨ କିମ୍ବା ଏସିଡ୍‌ ଅରେଞ୍ଜ-୭ ଡାଇ ବ୍ୟବହାର ଉପରେ କଟକଣା ଲଗାଯାଇଛି। ଏହି ଆଜୋ ଡାଇ କ୍ୟାନ୍‌ସରର କାରଣ ପାଲଟେ। ଖାଦ୍ୟରେ ଆଜୋ ଡାଇର ଉପଯୋଗ ସମ୍ପୂର୍ଣ୍ଣ ନିଷିଦ୍ଧ ହୋଇଥିଲେ ବି ଏବେ ଅନେକ ଦେଶ ଖାଦ୍ୟ ଉପତ୍ାଦରେ ଏହାକୁ ବ୍ୟବହାର କରୁଛନ୍ତି। ଭାରତରେ ଖୋଲାଖୋଲି ଭାବେ ଏହା ବ୍ୟବହାର କରାଯାଉଛି। ଅରେଞ୍ଜ-୨ କାଳି, ପେପର୍‌, ପେଣ୍ଟ୍‌ କୋଟିଂ ଏବଂ ପ୍ଲାଷ୍ଟିକ୍‌ରେ ବ୍ୟବହାର କରାଯାଏ। ଏହି କେମିକାଲ ଶସ୍ତା ଓ ସୁବିଧାରେ ମିଳୁଥିବାରୁ ଏବଂ ଅଣ୍ଡା ଓ କୁକୁଡାର ରଙ୍ଗ ଗାଢ ହଳଦିଆ କିମ୍ବା କମଳା କରୁଥିତ୍ବା ଯୋଗୁ ଏହାକୁ ଚାଇନା ସମେତ ପୂରା ଉପମହାଦେଶରେ କୁକୁଡ଼ା ଫାର୍ମ ମାଲିକମାନେ ଦାୟିତ୍ୱହୀନ ଭାବେ ବ୍ୟବହାର କରୁଛନ୍ତି। ଗବେଷଣାରୁ ଜଣାପଡିଛି ଯେ, ପ୍ରାକୃତିକ ଲୁଟିନ ରଙ୍ଗର ସବୁଠୁ ଭଲ ପ୍ରଭାବ ରହିଛି। କିନ୍ତୁ ଏହାର ଦାମ୍‌ ଅଧିତ୍କ। ଲ୍ୟୁଟିନର କୁକୁଡା ଉପରେ କୌଣସି ନକାରାମତ୍କ ପ୍ରଭାବ ନ ଥିବାବେଳେ ଅରେଞ୍ଜ-୨ କୁକୁଡ଼ାଙ୍କଠାରେ ବ୍ରେଷ୍ଟ୍‌ ମସ୍‌ଲ ଫାଇବ୍ରୋସିସ୍‌ ସୃଷ୍ଟି କରେ। ଏହି ରୋଗ ପକ୍ଷୀମାନଙ୍କ ପାଇଁ କେବଳ ଯନ୍ତ୍ରଣାଦାୟକ ନୁହେଁ ବରଂ ମାଂସକୁ କତାଳିଆ କରିଦିଏ। କାନ୍ଥାକ୍ସାନ୍ଥିନ ହେଉଛି ଦ୍ୱିତୀୟ ବିକଳ୍ପ। ତାହା ମଧ୍ୟ କୁକୁଡାଠାରେ ଫାଇବ୍ରୋସିସ୍‌ର କାରଣ ହୋଇଥାଏ, କିନ୍ତୁ ଏହାର ପ୍ରକୋପ କମ୍‌ ରହେ। ତେବେ ଅନୁମୋଦିତ ରଙ୍ଗଗୁଡ଼ିକର ପ୍ରଭାବ ସମ୍ବନ୍ଧରେ ଜାଣିବା ଲାଗି ଅଧିକ ଗବେଷଣାର ଆବଶ୍ୟକତା ଅଛି ବୋଲି ଏକ ଅନୁଧ୍ୟାନ ପରେ ସୁପାରିସ କରାଯାଇଛି।
ଏହି ରଙ୍ଗକାରକ ପଦାର୍ଥଗୁଡ଼ିକ ପ୍ରକୃତରେ କ’ଣ କରେ? ଏହା କୁକୁଡା ଫାର୍ମ ମାଲିକମାନଙ୍କୁ କୁକୁଡାଙ୍କୁ ଖରାପ ଖାଦ୍ୟ ଖାଇବାକୁ ଦେବା ଲାଗି ସୁଯୋଗ ଦିଏ। ଏହା ପୁଷ୍ଟିହୀନ କୁକୁଡ଼ାଙ୍କୁ କୃତ୍ରିମ ଉପାୟରେ ମୋଟା କରିବା ଏବଂ ସେମାନଙ୍କ ଚମଡା ଓ ଅଣ୍ଡାକୁ ରଙ୍ଗିନ କରି ସ୍ବାସ୍ଥ୍ୟକର ବୋଲି ପ୍ରଦର୍ଶିତ କରିବାରେ ସାହାଯ୍ୟ କରେ। ପ୍ରକୃତରେ ଯଦି କୁକୁଡାଗୁଡିକ ଖୋଲା ଜାଗାରେ ବିଚରଣ କରି ଖାଦ୍ୟ ସଂଗ୍ରହ କରନ୍ତେ ତେବେ ଅଧିକ ପୁଷ୍ଟିକର ଖାଦ୍ୟ ପାଇପାରନ୍ତେ। କିନ୍ତୁ ଆପଣ ଯେତେବେଳେ ତଥାକଥିତ ଗାଢ ହଳଦିଆ କେଶର ଯୁକ୍ତ ଅଣ୍ଡା ଖାଉଛନ୍ତି ସେତେବେଳେ ନିଶ୍ଚୟ ଜାଣିବେ ଯେ ଆପଣ ହୁଏତ କ୍ୟାନ୍‌ସର ଆଡ଼କୁ ଗତି କରୁଛନ୍ତି।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?