Posted inRasifala

ରାଶିଫଳ: ସୋମବାର, ଅଗଷ୍ଟ ୨୬ ତାରିଖ – Daily Horoscope

ମେଷ
ଆଜି ଚତୁର୍ଥସ୍ଥାନରେ ଷଷ୍ଠାଧିପତି ବୁଧଙ୍କ ଯୋଗୁ ପାରିବାରିକ କ୍ଷେତ୍ରରେ ମାନସିକ ଅସ୍ଥିରତା ଲାଗି ରହିବ। କର୍ମକ୍ଷେତ୍ରରେ କୈାଣସି ନୀଚ୍ଚ ଜାତିର ବ୍ୟକ୍ତିଙ୍କ ସହ କଳହର ସମ୍ଭାବନା ରହିଛି। ଆଲୋଚନାକାଳରେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିବେ। ଶିଳ୍ପ,ବ୍ୟବସାୟ ଓ କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ର ଭଲ ରହିବ।
ବୃଷ
ବୃଷ
ଧନସ୍ଥାନରେ ରାହୁଯୁଚ୍ଛ ଚନ୍ଦ୍ର ଅନ୍ୟମନସ୍କତା ସଙ୍ଗକୁ ଧନହାନୀ ଘଟାଇପାରେ। କିନ୍ତୁ ଶୁକ୍ରଙ୍କ ଚତୁର୍ଥସ୍ଥିତି ମୃଗଶିରା ନକ୍ଷତ୍ର ସକାଶେ ସୈାଖୀନ ଦ୍ରବ୍ୟ, ବିଳାସ ବ୍ୟସନ, କାବ୍ୟ ସାହିତ୍ୟ ଚର୍ଚ୍ଚା, କଳା, ସଙ୍ଗୀତ, କ୍ରୀଡାରେ ନୈପୁଣ୍ୟତା ପ୍ରଦାନ କରିବେ। ଏହା ସଙ୍ଗକୁ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଆଶାନୁରୂପ ସଫଳତା ହାସଲ କରିବେ।
ମିଥୁନ
ମିଥୁନ
ଆଜିର ଗ୍ରହସ୍ଥିତି ଅପ୍ରିୟସତ୍ୟ ଭାଷଣ କିମ୍ବା ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ସମସ୍ୟା ସୃଷ୍ଟି କରିବ। କିନ୍ତୁ ପୁନର୍ବସୁ ନକ୍ଷତ୍ର ପାଇଁ ଶିଳ୍ପ,ବ୍ୟବସାୟ, ପରିବହନ, ନିର୍ମାଣ ଓ ସଭାସମିତିରେ ଅଶାନୁଯାୟୀ ସୁଫଳ ପାଇବେ। ସାହିତ୍ୟ, ପ୍ରକାଶନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ସାମାଜିକ ଓ ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।
କର୍କଟ
କର୍କଟ
ଆକସ୍ମିକ ଭାବରେ ଦୂରସ୍ଥାନକୁ ଯିବା ପାଇଁ ବାଧ୍ୟ ହୋଇପାରନ୍ତି। କେତେକ କ୍ଷେତ୍ରରେ ଦୂରଭିଷନ୍ଧି ରଖି କାର୍ଯ୍ୟ କରିବାର ପ୍ରବୃତ୍ତି ମନରେ ସ୍ଥାନ ପାଇବ। ଅବଶ୍ୟ ଆପଣଙ୍କର ଅତି ପ୍ରିୟ ବନ୍ଧୁଟି ପାଖରୁ ପ୍ରେରଣା ଲାଭ କରିବେ। ଘରକୁ ଫେରିବା ସମୟରେ ଘରର ବରାଦ ଅନୁଯାୟୀ ମନୋରଞ୍ଜନ ଜିନିଷ କ୍ରୟ କରିପାରନ୍ତି।
ସି˚ହ
ସି˚ହ
ଦ୍ୱାଦଶସ୍ଥ ଶୁକ୍ର ହେତୁ କର୍ମକ୍ଷେତ୍ରରେ କୈାଣସି ସହକର୍ମୀ ବିରୁଦ୍ଧାଚରଣ କରିବା ସକାଶେ ଚେଷ୍ଟା କରିପାରନ୍ତି। ପୁରାତନ ଗୃହ, ଯାନ୍ତ୍ରିକ ଜିନିଷ ମରାମତି ପାଇଁ ଘରୁ ବାଦ ପାଇପାରନ୍ତି। ସାହିତ୍ୟ ଚର୍ଚ୍ଚା ଓ ରାଜନୀତିରେ ଚେଷ୍ଟା ସଫଳ ହେବେ। ସଭାସମିତି କିମ୍ବା ବନ୍ଧୁ ଗହଣରେ ମନର ଦୁଃଖକୁ ଲୁଚାଇ ରଖି ହସି ହସି କଥା କହିବାର ଅଭିନୟ କରିବାକୁ ପଡିପାରେ।
କନ୍ୟା
ଚତୁର୍ଥ ଶନି ଯୋଗୁ ବିଭିନ୍ନ ପ୍ରକାରର ପୁରୁଣା ସମସ୍ୟା ଲାଗି ରହିଥିବା ଯୋଗୁ ମାନସିକ ସୁସ୍ଥତା ରହି ନପାରେ। କିନ୍ତୁ ଚିତ୍ରା ନକ୍ଷତ୍ର ସକାଶେ କୈାଶଳ ପ୍ରୟୋଗ କରି କିମ୍ବା ବଳପୂର୍ବକ କାର୍ଯ୍ୟହାସଲ କରିବାର ମନୋବୃତି ସୃଷ୍ଟି ହେବା ସହକର୍ମୀ କିମ୍ବା ବନ୍ଧୁ ମାନଙ୍କ ସହ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ। କଳା,କ୍ରୀଡା, ଚଳଚ୍ଚିତ୍ର ଓ ସଙ୍ଗୀତରେ ପ୍ରଶଂସିତ ହେବେ।
ତୁଳା
ତୁଳା
ଆଜି ଏକାଦଶସ୍ଥ ତିନୋଟି ଗ୍ରହ ଯୋଗୁ ଆପଣଙ୍କ ଆଶା ଅବଶ୍ୟ ପୂରଣ ହୋଇଯିବ। ଜଣେ ବନ୍ଧୁ ହଠାତ୍‌ ଆସି ଖୁସୀ ଖବର ସଙ୍ଗକୁ କିଛି ଅର୍ଥ ଦେଇଯିବେ। ଅଫିସରେ ନାହିଁ ନାହିଁ କରୁଥିଲେ ମଧ୍ୟ ଓ ସହକର୍ମୀ ପରିଶେଷରେ କାମଟିକୁ କରିଦେବେ। ସାମାଜିକ ସ୍ତରରେ ତଥା ସାହିତ୍ୟ ଓ ସଂଗୀତରେ ସୁନାମ ଅର୍ଜନ କରିପାରନ୍ତି।
ବିଛା
ବିଛା
ଚତୁର୍ଥସ୍ଥାନକୁ କର୍ମଭାବରୁ ଏକାଧିକଗ୍ରହ ଅବଲୋକନ କରୁଥିବାରୁ ପାରିବାରିକ ଜୀବନ ସହ କର୍ମକ୍ଷେତ୍ରରେ ସୁଖ ସମ୍ମାନ ପାଇ ଖୁସି ହେବେ। ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହୋଇପାରନ୍ତି। କିନ୍ତୁ ଧନସ୍ଥାନସ୍ଥ ଶନିଙ୍କ କୁପ୍ରଭାବ କାରଣରୁ ବ୍ୟବସାୟ ଓ ପରିବହନରେ କ୍ଷତିର ଆଶଙ୍କା ରହିଛି। ବିବାଦୀୟ ଘଟଣାର ଅବସାନ ଘଟିପାରେ।
ଧନୁ
ଧନୁ
ବକ୍ରୀ ଶନି ପାପଗ୍ରହ ଯୁଚ୍ଛ ହୋଇ ରାଶିରେ ଥିବାରୁ ଦୁର୍ଭାବନାରେ ମାନସିକ ସ୍ଥିତି ଅଶାନ୍ତ ରହିବ। ବିଶ୍ୱସ୍ଥ ସୂତ୍ରରୁ ଭୁଲ୍‌ ଖବରଟିଏ ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଆର୍ଥିକ ଉନ୍ନତିର ଆଶା ଉଜ୍ୱଳତର ହେବ ଓ ମାଲି ମକଦ୍ଦମାରେ ବିଜୟୀ ହେବେ। ଆଇନ, ସଙ୍ଗଠନ, ଆନୁଷ୍ଠାନିକ କାମକୁ ପ୍ରାଧାନ୍ୟ ଦେବେ ଏବଂ ଲୋକ ସମ୍ପର୍କ ମଧ୍ୟ ବୃଦ୍ଧି ପାଇବ।
ମକର
ମକର
ଭାଗ୍ୟାଧିପତିଙ୍କ ସପ୍ତମସ୍ଥିତି ବନ୍ଧୁ ସମ୍ପର୍କକୁ ଦୃଢୀଭୂତ କରିବ। କର୍ମକ୍ଷେତ୍ରରେ ପୃଷ୍ଠସାହାଯ୍ୟର ପ୍ରତିଶ୍ରୁତି ପାଇ ମନୋବଳ କ୍ରମଶଃ ବୃଦ୍ଧି ପାଇବ। ଧନିଷ୍ଠା ନକ୍ଷତ୍ରର କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ। ପରିବାରରେ କଳହ ସୃଷ୍ଟି ହୋଇପାରେ। ଖାଦ୍ୟପେୟର ଅନିୟମିତତା ସ୍ବାସ୍ଥ୍ୟହାନିର କାରଣ ହୋଇପାରେ।
କୁମ୍ଭ
କୁମ୍ଭ
ଚନ୍ଦ୍ରଯୁଚ୍ଛ ରାହୁ ଜନିତ ଅଧିକାଂଶ ସମୟ ଅନ୍ୟମନସ୍କ ରହିବା କାରଣରୁ ପ୍ରକୃତ ଆନନ୍ଦକୁ ଉପଭୋଗ କରି ପାରିବେ ନାହିଁ। ବିଭିନ୍ନ ପ୍ରକାରର ପ୍ରତିବନ୍ଧକକୁ ସାମନା କରିବାର ଧୈର୍ଯ୍ୟ ଧାରଣ କରି ମୁକାବିଲାର ସମ୍ମୁଖୀନ ହୋଇପାରନ୍ତି। ଯାତ୍ରା, ଆନୁଷ୍ଠାନିକ କାମ, ବାଣିଜ୍ୟ, ବ୍ୟବସାୟ, ପରିବହନ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ।
ମୀନମୀନ
ଚତୁର୍ଥସ୍ଥ ପାପଗ୍ରହ କାରଣରୁ ପାରିବାରିକ ଓ କର୍ମକ୍ଷେତ୍ର ବିବାଦୀୟ ରହିବ। ବହୁ ପୂର୍ବରୁ ରହିଆସିଥିବା ସମସ୍ୟା ହେତୁ ଦୁର୍ଭାବନା ବଢି ଚାଲିବ। ପରିବହନ, ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃୃଷ୍ଟି ହୋଇପାରେ। ଅବଶ୍ୟ ଉତରଭାଦ୍ରପଦ୍‌ ନକ୍ଷତ୍ର କେତେକାଂଶରେ ସମସ୍ୟା ଗୁଡିକୁ ସୁଧାରିବା ସକାଶେ ଉପକ୍ରମ କରି ପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ନଭେମ୍ବର ୧୪ ତାରିଖ – Daily Horoscope

ମେଷ ଆଜି ସକାଳୁ ସକାଳୁ ଆପଣଙ୍କ ଯାତ୍ରା ଓ ଭ୍ରମଣ ପ୍ରୀତିପ୍ରଦ ରହିବ। ଗୁରୁକ୍ଷେତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇପାରନ୍ତି। ବାଣିଜ୍ୟ, ବ୍ୟବସାୟ…

ରାଶିଫଳ: ଶୁକ୍ରବାର, ନଭେମ୍ବର ୧୩ ତାରିଖ – Daily Horoscope

ମେଷ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିବା ସାଙ୍ଗକୁ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେବେ। ଅଶ୍ୱିନୀ ନକ୍ଷତ୍ର ଅବୁଝା ବନ୍ଧୁଙ୍କୁ ମନ ବୁଝତ୍ଲା ଭଳି କଥା କହି ପରିସ୍ଥିତିକୁ…

ରାଶିଫଳ: ଗୁରୁବାର, ନଭେମ୍ବର ୧୨ ତାରିଖ – Daily Horoscope

ମେଷ ଆଜି ଜ୍ୟେଷ୍ଠା ନକ୍ଷତ୍ରସ୍ଥ ଚନ୍ଦ୍ରଜନିତ ବନ୍ଧୁଙ୍କ ସହିତ ସୁସମ୍ପର୍କ କ୍ଷୁଣ୍ଣ ହେବ। ପ୍ରତିବନ୍ଧକ ଲାଗି ରହିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ। ଅର୍ଥସମ୍ପର୍କକୁ କେନ୍ଦ୍ରକରି…

ରାଶିଫଳ: ବୁଧବାର, ନଭେମ୍ବର ୧୧ ତାରିଖ – Daily Horoscope

ମେଷ ଆଜି ତିନୋଟି ଗ୍ରହ ନୀଚ ଓ ଦୁର୍ବଳ ଯୋଗୁ ସ୍ବାସ୍ଥ୍ୟହାନି, ପାରିବାରିକ ସମସ୍ୟା ଏବଂ କର୍ମକ୍ଷେତ୍ରରେ ଅଶାନ୍ତି ସୃଷ୍ଟି ହେବ। ଅଶ୍ୱିନୀ ନକ୍ଷତ୍ର ସକାଶେ କେତେକାଂଶରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?