Posted inRasifala

ରାଶିଫଳ: ଶନିବାର, ମାର୍ଚ୍ଚ ୨୧ ତାରିଖ – Daily Horoscope

ମେଷ
ମକର ରାଶିରେ ଶନି ନିଜ ଗୃହରେ ରହି କର୍ମକ୍ଷେତ୍ରରେ ଅସଜଡ଼ା ପରିସ୍ଥିତିକୁ ସୁଧାରି ନେବେ । ଚନ୍ଦ୍ରଙ୍କ ପ୍ରଭାବରେ ବନ୍ଧୁଙ୍କ ପରାମର୍ଶ ଏବଂ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ । ପ୍ରିୟଜନଙ୍କ ନିମନ୍ତ୍ରଣ ପାଇ ହଠାତ୍‌ ଦୂରଯାତ୍ରା କରିବାକୁ ପଡ଼ିପାରେ। ଅର୍ଥ ଲାଭ ସହିତ ଶାରୀରିକ ସୁସ୍ଥତା ରହିବା କାରଣରୁ ମନ ପ୍ରଫୁଲ୍ଲ ରହିବ।
ବୃଷ
ବୃଷ
ସ୍ବଗୃହକୁ ତୃତୀୟାଧିପ ଦେଖୁଥିବାରୁ ସକାଳୁ ସକାଳୁ କୌଣସି ଶୁଭଖବର ମନକୁ ଆହ୍ଲାଦିତ କରିବ । ଅତୀତ କଥା ଚିନ୍ତା ନ କରି ଏହି ସମୟର ପରିସ୍ଥିତିକୁ ସାମ୍‌ନା କରିବାକୁ ଚେଷ୍ଟାକଲେ ଉପକୃତ ହେବେ । ଉଦ୍ୟମ ସଫଳ ଦିଗରେ ଜଣେ ଦୂର ସମ୍ପର୍କୀୟ ବ୍ୟକ୍ତି ସାହାଯ୍ୟ କରିବେ । କଠିନ ପରିଶ୍ରମ ଓ ଦୀର୍ଘପଥ ଭ୍ରମଣଜନିତ କ୍ଳାନ୍ତି ଅନୁଭବ କରିପାରନ୍ତି।
ମିଥୁନ
ମିଥୁନ
ରାଶ୍ୟାଧିପ ଭାଗ୍ୟସ୍ଥାନସ୍ଥ ଯୋଗୁ ଆପଣଙ୍କ ଆଶା ନିଶ୍ଚିତ ପୂରଣ ହୋଇପାରିବ । କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ରହିଥିଲେ ମଧ୍ୟ ନିକଟ ସମ୍ପର୍କୀୟଙ୍କ ସାହାଯ୍ୟରୁ ଉପକୃତ ହେବେ । ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ। ପରିସ୍ଥିତିବଶତଃ କେତେକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହୋଇପାରନ୍ତି।
କର୍କଟ
କର୍କଟ
ଚନ୍ଦ୍ରଙ୍କ ଶୁଭଦୃଷ୍ଟିରୁ ସ୍ବାସ୍ଥ୍ୟ ଭଲ ରହିବ, କିନ୍ତୁ ସାମାନ୍ୟ ଥଣ୍ଡାଜନିତ ପୀଡ଼ାନୁଭବ କରିପାରନ୍ତି। ଆଲୋଚନା ପରିସରରେ ବିଜ୍ଞବ୍ୟକ୍ତିମାନଙ୍କଠାରୁ ପ୍ରେରଣା ପାଇ କାର୍ଯ୍ୟ କରିବେ। କର୍ମକ୍ଷେତ୍ରରେ କିମ୍ବା ରାଜନୈତିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । ସହକର୍ମୀଙ୍କ ସାମୟିକ ଅସହଯୋଗ କାରଣରୁ ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବ ।
ସି˚ହ
ସି˚ହ
ଅଷ୍ଟମଭାବସ୍ଥ ରବିଙ୍କ ଯୋଗୁ ସ୍ବାସ୍ଥ୍ୟ ସମସ୍ୟା ଦୁଶ୍ଚିନ୍ତାର କାରଣ ହୋଇପାରେ। ଉପରିସ୍ଥ କର୍ମଚାରୀଙ୍କ କିମ୍ବା ବିଶିଷ୍ଟବ୍ୟକ୍ତିଙ୍କ ସହ ମତାନ୍ତରଜନିତ ପରିସ୍ଥିତି ବିଗିଡ଼ିପାରେ। ପାରିବାରିକ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହେବେ। ଘରେ ବନ୍ଧୁମିଳନ ଆମୋଦ ପ୍ରମୋଦର ସୁଅ ଛୁଟିବ।
କନ୍ୟା
ଧନାଧିପ ଶୁକ୍ର ଧନଭାବକୁ ଦୃଷ୍ଟିଦେଉଥିବାରୁ ଆର୍ଥିକ ସ୍ଥିତି ଉନ୍ନତ ରହିବା ସହ ଆଶା କରୁଥିବା ଜିନିଷ ପାଇ ଖୁସି ହେବେ । ସ୍ବତନ୍ତ୍ରଭାବରେ ନିମନ୍ତ୍ରିତ ହୋଇ ସାମାଜିକ ସ୍ତରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁମିଳନରୁ ଉସ।ତ୍ହିତ ହେବେ । ସୁସମ୍ପର୍କ ନ ଥିବା ବନ୍ଧୁମାନଙ୍କ ଗୁପ୍ତ ଶତ୍ରୁତା ବୃଦ୍ଧି ପାଇପାରେ। ଆଜିର ପ୍ରତ୍ୟୁଷ ଯାତ୍ରାରୁ ଖୁସି ରହିବେ।
ତୁଳା
ତୁଳା
ଆଜିର ଶନି ଓ ଚନ୍ଦ୍ରଙ୍କ ଯୋଗ ଆପଣଙ୍କ କାର୍ଯ୍ୟସିଦ୍ଧି କରାଇବା ସହ ଲୋକସମ୍ପର୍କ ବୃଦ୍ଧିରେ ସହାୟକ ହେବ। ଉପରିସ୍ଥଙ୍କ ଦ୍ୱାରା ପ୍ରେରିତ ହୋଇ ନିଜର ଇଚ୍ଛା ବିରୁଦ୍ଧରେ କୌଣସି କାମ କରି ଅନୁତାପ କରିବାକୁ ପଡ଼ିପାରେ। ପୁତ୍ରକନ୍ୟା ହେତୁକ ସୁଖ ମିଳିବା ସାଙ୍ଗକୁ ପରିବାରରେ ଶାନ୍ତି ଫେରି ଆସିବ। ପୂର୍ବରୁ କଳହ ଲାଗିଥିବା ବନ୍ଧୁଙ୍କ ପ୍ରତି ସତର୍କ ରହିବା ଭଲ ହେବ ।
ବିଛା
ବିଛା
ପାପଯୁକ୍ତ ବୃହସ୍ପତି ପ୍ରଭାବରୁ ପ୍ରତ୍ୟେକ କାର୍ଯ୍ୟ ଦରଖଣ୍ଡିଆ ରହିଯାଉଥିବାରୁ କ୍ଷୋଭ ପ୍ରକାଶ କରିପାରନ୍ତି। ଅନ୍ୟାୟ ବିରୋଧରେ ସ୍ବର ଉଠାଇଲେ ମଧ୍ୟ ସମସ୍ତେ ଶୁଣି ମଧ୍ୟ ନ ଶୁଣୁଥିବାର ଅଭିନୟ କରିବେ । କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟରୁ ଖୁସି ହେବେ। ପାରିବାରିକ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ଆଶଙ୍କା ରହିଛି।।
ଧନୁ
ଧନୁ
କର୍ମାଧିପ ନିଜ ଭାବରୁ ଷଷ୍ଠସ୍ଥ ଯୋଗୁ ସହକର୍ମୀଙ୍କ ସହ ସୁସମ୍ପର୍କ ରହି ନ ପାରେ । ପାରିବାରିକ ସମସ୍ୟାର ଆପୋସ ସମାଧାନ ହୋଇଯିବ। ଅଧିକାଂଶ ସମୟରେ ଆପଣଙ୍କ ନୀରବତା ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କର ସନ୍ଦେହକୁ ଦୃଢ଼ୀଭୂତ କରିପାରେ। ପଡ଼ୋଶୀଙ୍କ ଈର୍ଷା ଓ ଅସୂୟାର ହେତୁ ସ୍ବରୂପ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ ।
ମକର
ମକର
ବଳବାନ୍‌ ରାଶ୍ୟାଧିପତି ଓ କର୍ମାଧିପତିଙ୍କ ପ୍ରଭାବରେ ପାରିବାରିକ ଓ କର୍ମକ୍ଷେତ୍ର ବହୁତ ଭଲ ରହିବ । କିନ୍ତୁ ବୃହସ୍ପତିଙ୍କ ଯୋଗୁ ବନ୍ଧୁଙ୍କ ଅନାଦର ଭାବ ଯୋଗୁ ସାମୟିକ ମନ ଦୁଃଖ ହୋଇପାରେ । ଆର୍ଥିକ ଦୁଃସ୍ଥିତିର ଭରଣା କରିବାକୁ ଯାଇ କରଜ କରିବାକୁ ପଡ଼ିପାରେ। ଅତୀତ ଘଟଣା,ସ୍ବାସ୍ଥ୍ୟ ସମସ୍ୟା ମାନସିକ ସ୍ଥିତିକୁ ବିଗାଡ଼ିଦେଇପାରେ ।
କୁମ୍ଭ
କୁମ୍ଭ
ପାପଗ୍ରହଯୁକ୍ତ ମଙ୍ଗଳ ଯୋଗୁ କର୍ମକ୍ଷେତ୍ରରେ ବନ୍ଧୁମାନେ ଅସହଯୋଗ ମନୋଭାବ ପୋଷଣକରି ସମସ୍ୟା ସୃଷ୍ଟି କରିପାରନ୍ତି। ଧନଭାବସ୍ଥ ରବିଙ୍କ ପ୍ରଭାବରେ ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ହେବା ଆଶଙ୍କା ରହିଛି । ଆଜିର ବ୍ୟବସାୟିକ ସ୍ଥିତି ମାନ୍ଦା ହେବନାହଁ। ପୁତ୍ରକନ୍ୟାଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ହୋଇପାରନ୍ତି।।
ମୀନମୀନ
କର୍ମକ୍ଷେତ୍ରରେ ତିନୋଟି ଗ୍ରହଙ୍କ କୁପ୍ରଭାବରେ ପରିବାରରୁ ପୂର୍ଣ୍ଣ ସମର୍ଥନ ନ ପାଇବା କାରଣରୁ କାମଟି ସହଜସାଧ୍ୟ ନ ହୋଇପାରେ। ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ପାଇ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଅଗ୍ରଗତି ବେଶ୍‌ ଦ୍ରୁତ ହେବ। ଯାତ୍ରା ସମୟରେ ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

ରାଶିଫଳ: ରବିବାର, ଫେବୃଆରୀ ୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହେବେ। ଏକାଦଶସ୍ଥ ଗ୍ରହ ପ୍ରଭାବରେ ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧାରି ନେଇପାରନ୍ତି। ଆବଶ୍ୟକତା ପୂରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri