Posted inRasifala

ରାଶିଫଳ: ଶନିବାର, ଜୁନ୍ ୧୩ ତାରିଖ – Daily Horoscope

ମେଷ
ଆଜି ଦ୍ୱିଜା ନକ୍ଷତ୍ର ସକାଳୁ ସକାଳୁ ବନ୍ଧୁଙ୍କ ନିକଟରୁ ଶୁଭ ଖବର ପାଇ ମନ ଖୁସୀ ହୋଇଯିବ । ଅପରାହ୍ନରେ ପାରିବାରିକ କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ କୌଣସି କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିପାରେ । ଫଳରେ ଯୋଜନାକୁ କାର୍ଯ୍ୟକାରୀ କରିବା ସକାଶେ ପରିବାରରୁ ପୂର୍ଣ୍ଣ ସମର୍ଥନ ପାଇବେ ନାହିଁ ।
ବୃଷ
ବୃଷ
ଅନ୍ୟମାନଙ୍କର ମନକୁ ସୁହାଇଲା ଭଳି କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇ କାମ ହାସଲ କରିବାରେ ସମର୍ଥ ହେବେ । ମୃଗଶିରା ନକ୍ଷତ୍ର ଶେଷ କରିବାକୁ ଭାବୁଥିବା କାମଟି ବିଭିନ୍ନ ସମସ୍ୟା ହେତୁ ପୂର୍ଣ୍ଣାଙ୍ଗ କରିବା କଷ୍ଟକର ହୋଇଯିବ । କଳା, ସାହିତ୍ୟ, ବାଣିଜ୍ୟ, ବ୍ୟବସାୟ, ଶିଳ୍ପ ଓ ଏଜେନ୍ସିପରୁ ଖୁସି ରହିବେ ।
ମିଥୁନ
ମିଥୁନ
ଆଜି ଖର୍ଚ୍ଚାନ୍ତ ହେତୁ ମନସ୍ତାପ କରିବାକୁ ପଡ଼ିପାରେ । ପୁନର୍ବସୁ ନକ୍ଷତ୍ର ପିଲାଙ୍କ ଅଭିଯୋଗକୁ ଅଦେଖା ଅଶୁଣା କରିବା ଦ୍ୱାରା ଓଲଟା ଫଳ ପାଇବେ । ପରିବାରରେ ସ୍ତ୍ରୀଙ୍କ ସହଯୋଗରେ ଅଟକି ରହିଥିବା କାମଗୁଡିକ ତ୍ୱରାନ୍ବିତ ହେବ । ପ୍ରକୃତ ଘଟଣା ନ ବୁଝି ଉପରିସ୍ଥ କର୍ମଚାରୀ ଅଯଥା କ୍ରୋଧ ପ୍ରକାଶ କରିପାରନ୍ତି ।
କର୍କଟ
କର୍କଟ
ଶୁକ୍ର ଅବସ୍ଥାନ କରିଥିବାରୁ ଅର୍ଥଲାଭ, ନଷ୍ଟଦ୍ରବ୍ୟ ପ୍ରାପ୍ତି ଓ ସହକର୍ମୀଙ୍କ ସହାନୁଭୂତି ପାଇବେ । ତଥାପି ବିଶ୍ରାମହୀନ କାର୍ଯ୍ୟ, ଅନିଦ୍ରା, କଠୋର ପରିଶ୍ରମ ଓ ଖାଦ୍ୟପେୟରେ ଅନିୟମିତତା ସ୍ବାସ୍ଥ୍ୟହାନିର କାରଣ ହୋଇପାରେ । ଆଶା ପୂରଣ ନ ହେଲେ ମଧ୍ୟ କେତେକାଂଶରେ ଉପକୃତ ହେବା କାରଣରୁ ମନକୁ ବୁଝାଇ ନେଇପାରିବେ ।
ସି˚ହ
ସି˚ହ
ପାରିବାରିକ କ୍ଷେତ୍ରରେ କେତେକ ବ୍ୟତିକ୍ରମ କାରଣରୁ ମାନସିକ ଶାନ୍ତି ଭଲ ରହିବ ନାହିଁ । କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ,ଏଣୁ ସତର୍କ ରହିବା ଭଲ । ଆନୁଷ୍ଠାନିକ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ସଙ୍ଗୀତ ସମାରୋହରେ ନିଜକୁ ପ୍ରତିଷ୍ଠିତ କରାଇପାରିବେ।
କନ୍ୟା
ବନ୍ଧୁମିଳନଜନିତ ଆନନ୍ଦ ଅନୁଭବ କରିବେ । ସାହାଯ୍ୟ ଓ ସହଯୋଗ କରିବାକୁ କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହିବେ । ନିଜର କୌଣସି ତ୍ରୁଟି ନ ଥିଲେ ମଧ୍ୟ ଆତ୍ମୀୟସ୍ବଜନଙ୍କ ଭୁଲ୍‌ ବିଚାର ପାଇଁ ଚିନ୍ତା ବଢିପାରେ । ଚିତ୍ରା ନକ୍ଷତ୍ର ଆଇନ ଅଦାଲତରୁ ସୁଫଳ ପାଇବା ସଙ୍ଗକୁ ସମସ୍ୟା ମଧ୍ୟ ସମାଧାନ ହୋଇଯିବ ।
ତୁଳା
ତୁଳା
ସ୍ବାତୀ ନକ୍ଷତ୍ର ସକାଶେ ପ୍ରତ୍ୟେକ କ୍ଷେତ୍ରରେ ଚୁପଚାପ ହୋଇ ବସିରହିଲେ ବହୁ କ୍ଷତି ସହିବାକୁ ପଡିବ । ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ, ନତୁବା କୌଣସି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିବ । ସଭାସମିତିରେ ନିଜର ପ୍ରାଧାନ୍ୟତା ବଜାୟ ରଖିପାରିବେ ।
ବିଛା
ବିଛା
ଜ୍ୟେଷ୍ଠା ନକ୍ଷତ୍ରର ମାନସିକ ଅସ୍ଥିରତା କାରଣରୁ କେତେକ ସାମାନ୍ୟ ଭୁଲ୍‌ରୁ କାମଗୁଡିକ ବିଶୃଙ୍ଖଳିତ ହୋଇପାରେ । ଅଫିସ୍‌ କାମରେ ଘଟଣାଗୁଡିକୁ ଅସ୍ବାଭାବିକ ମନେ ହେବ ଓ ସନ୍ଦହଜନକ ସ୍ଥିତି ଉପୁଜିବ । ଖଳ ଲୋକମାନଙ୍କ ଦ୍ୱାରା ଅପପ୍ରଚାର ଜନିତ ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବାର ସୂଚନା ରହିଛି ।
ଧନୁ
ଧନୁ
ଅତୀତ କଥାକୁ କେନ୍ଦ୍ର କରି କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ । ଆବଶ୍ୟକତା ପୂରଣ କରିବା ସକାଶେ ଅର୍ଥ ସଂଗ୍ରହ କରିବାରେ ତପତ୍ରତା ପ୍ରକାଶ କରିବେ । ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇବ, ଯାହା କି ଦୁଶ୍ଚିନ୍ତାର କାରଣ ହୋଇପାରେ । ସାମୟିକ ଭାବରେ ପୁରାତନ ରୋଗରେ କଷ୍ଟ ପାଇପାରନ୍ତି ।
ମକର
ମକର

ଆଜି ଯେଉଁ କାମରେ ହାତ ଦେଲେ ମଧ୍ୟ ସେଥିରେ ସଫଳତା ନିଶ୍ଚିତ । ସାଧାରଣ କଥାକୁ କେନ୍ଦ୍ର କରି କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । ପୂର୍ବ ଶତ୍ରୁତା କାରଣରୁ ସାଧାରଣ କଥାକୁ ନେଇ ପଡୋଶୀ କେହି ପ୍ରତିବାଦର ସ୍ବର ଉଠାଇ ପାରନ୍ତି । ବନ୍ଧୁମାନଙ୍କ ସହ ଆଜି ମନୋରଞ୍ଜନ ପ୍ରୀତିପ୍ରଦ ହେବ ।

କୁମ୍ଭ
କୁମ୍ଭ
ପ୍ରତ୍ୟେକ କ୍ଷେତ୍ରରେ କୌଶଳ ପ୍ରୟୋଗ କରି କାମ ହାସଲ କରିବାରେ ସମର୍ଥ ହେବେ । ମାଙ୍ଗଳିକ କାର୍ଯ୍ୟ ସକାଶେ ଦୀର୍ଘ ପଥ ଭ୍ରମଣ ହେତୁକ କ୍ଲାନ୍ତି ଓ ଅବସାଦ ଦେଖାଦେଇପାରେ । ପରିବହନରେ ଲାଭାଂଶ ମାନ୍ଦା ହେବ ନାହିଁ । ବନ୍ଧୁମାନେ ଠିକ ଖବର ଦେବାରେ ହେଳା କରିପାରନ୍ତି, ଯାହା କି ଆପଣଙ୍କ ଚିନ୍ତାକୁ ବଢାଇ ଦେଇପାରେ ।
ମୀନମୀନ

କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ସହଯୋଗ ପାଇବା ହେତୁ କର୍ମକ୍ଷେତ୍ରରେ ଟେନସନ ଲାଗି କମିଯିବ । ଆଲୋଚନା, ସଭାସମିତି, ପ୍ରଶାସନ, ରାଜନୀତି ତଥା ଆମଦାନୀ କାରବାରରେ ପ୍ରତିବନ୍ଧକ ସୃୃଷ୍ଟି ହୋଇପାରେ । ଉତ୍ତରଭାଦ୍ର ନକ୍ଷତ୍ରର ସନ୍ଦେହ କିମ୍ବା ଭୁଲ୍‌ ବୁଝାମଣା କାରଣରୁ ଦାମ୍ପତ୍ୟ ଜୀବନରେ ଝଡ ସୃଷ୍ଟି ହୋଇପାରେ ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ରର ଯାତ୍ରା ସୁଗମ, ବନ୍ଧୁପ୍ରୀତି, ଭ୍ରାତୃସ୍ନେହ ଲାଭପୂର୍ବକ କାର୍ଯ୍ୟ ହାସଲରୁ ଖୁସି ରହିବେ। ପରିବାରରୁ ପୂର୍ଣ୍ଣ ସମର୍ଥନ ପାଇ ଚେଷ୍ଟା କରୁଥିବା କାମ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୭ ତାରିଖ – Daily Horoscope

ମେଷ ଆଜି ରବି ଉଚ୍ଚସ୍ଥ ଯୋଗୁ ପ୍ରତ୍ୟେକ କ୍ଷେତ୍ରରେ ସମ୍ମାନର ସହ କାର୍ଯ୍ୟ ସମ୍ପନ୍ନ କରିପାରିବେ। ଧନାଧିପ ଶୁକ୍ର ରାଶିରେ ଅବସ୍ଥାନ କରିଥିବାରୁ ଅର୍ଥପ୍ରାପ୍ତିକୁ କେନ୍ଦ୍ର କରି…

ରାଶିଫଳ: ଗୁରୁବାର, ଏପ୍ରିଲ ୧୬ ତାରିଖ – Daily Horoscope

ମେଷ କୃଷ୍ଣପକ୍ଷର ଦ୍ୱାଦଶଚନ୍ଦ୍ର କଲ୍ୟାଣକାରକ ଯୋଗୁ ସର୍ବସିଦ୍ଧି ପ୍ରଦାନ କରିବେ। ମାନସିକ ଶାନ୍ତି, ଅର୍ଥପ୍ରାପ୍ତି, ବନ୍ଧୁସମ୍ପର୍କ, ସଭାସମିତି ଓ ଫଳପ୍ରଦ ଆଲୋଚନା ପାଇଁ ବହୁତ ଭଲ। ଉଚ୍ଚବର୍ଗର…

ରାଶିଫଳ: ବୁଧବାର, ଏପ୍ରିଲ ୧୫ ତାରିଖ – Daily Horoscope

ମେଷ ଆଜି ସାମାଜିକ ସ୍ତରରେ ସମ୍ମାନ ସଙ୍ଗକୁ ବନ୍ଧୁମିଳନ, ପାରିବାରିକ ସୁଖ, ସୌହାର୍ଦ୍ଦ୍ୟ ପାଇପାରନ୍ତି। ରାଜନୈତିକ, ଆନୁଷ୍ଠାନିକ ତଥା ସାଂଗଠନିକ ସ୍ଥିତି ମଜଭୁତ୍‌ ରହିବ। ଶୁକ୍ରଙ୍କ ପ୍ରଭାବରେ…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୧୪ ତାରିଖ – Daily Horoscope

ମେଷ ଆଜି ଆପଣଙ୍କ ରାଶିରେ ବିଳାସକାରକ ଗ୍ରହ ଶୁକ୍ର ଅବସ୍ଥାନକରି ଦିନଟିକୁ ସୁଖ ସ୍ବାଚ୍ଛନ୍ଦ୍ୟରେ ଅତିବାହିତ କରାଇବେ। ଆନୁଷ୍ଠାନିକ କାମ ମଧ୍ୟରେ ବନ୍ଧୁମାନଙ୍କ ସାନ୍ନିଧ୍ୟ ଓ ପରିବାର…

ରାଶିଫଳ: ସୋମବାର, ଏପ୍ରିଲ ୧୩ ତାରିଖ – Daily Horoscope

ମେଷ ଆଜିର ପାପଗ୍ରହ ଯୁକ୍ତ ଏକାଦଶସ୍ଥ ଚନ୍ଦ୍ର ସନ୍ତାନଙ୍କ ସ୍ବାସ୍ଥ୍ୟହାନି ସାଙ୍ଗକୁ ସୁସମ୍ପର୍କ କ୍ଷେତ୍ରରେ ବାଧା ସୃଷ୍ଟି କରିବ। କର୍ମକ୍ଷେତ୍ରରେ ଚାପର ସମ୍ମୁଖୀନ ହୋଇପାରନ୍ତି। ପ୍ରଶାସନିକ ଆଲୋଚନା…

ରାଶିଫଳ: ରବିବାର, ଏପ୍ରିଲ ୧୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସ୍ବନକ୍ଷତ୍ରସ୍ଥ ଯୋଗୁ କର୍ମମୁଖର ରହିବେ ଏବଂ ପାରିବାରିକ କ୍ଷେତ୍ର ସରସ ସୁନ୍ଦର ରହିବ। ଆନୁଷ୍ଠାନିକ କାମରେ, ସଭାସମିତିରେ, ସତ୍‌ସଙ୍ଗର ସାନ୍ନିଧ୍ୟ ଲାଭରେ, ଆଲୋଚନା…

ରାଶିଫଳ: ଶନିବାର, ଏପ୍ରିଲ ୧୧ ତାରିଖ – Daily Horoscope

ମେଷ ଆଜି କର୍ମଭାବସ୍ଥ ଚନ୍ଦ୍ର ଏକାଧାରରେ ପାରିବାରିକ ଜୀବନ ଏବଂ କର୍ମକ୍ଷେତ୍ର ସକାଶେ ଶୁଭଫଳ ପ୍ରଦାନ କରିବେ। କିନ୍ତୁ ଶନିକ୍ଷେତ୍ରସ୍ଥ ହେତୁ ବିଭିନ୍ନ କାରଣକୁ କେନ୍ଦ୍ରକରି ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri