Posted inRasifala

ରାଶିଫଳ: ସୋମବାର, ମେ ୨୦ ତାରିଖ- Daily Horoscope

ମେଷ
ଆଜି କର୍ମାଧିପ ଶନି ଏକାଧିକ ଗ୍ରହମାନଙ୍କ ଦୃଷ୍ଟିରେ ରହି ବହୁମୁଖୀ କାମରେ ନିଯୁକ୍ତ କରିବେ। ଗୃହରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ।ବନ୍ଧୁ ମାନଙ୍କ ଗହଳ ଚହଳ ମଧ୍ୟରେ ବ୍ୟସ୍ତତା ଅନୁଭଭ କରିପାରନ୍ତି। ଜଣେ ବନ୍ଧୁଙ୍କ ବିଚାରହୀନ ମନ୍ତବ୍ୟକୁ କେନ୍ଦ୍ର କରି ପରିବାରରେ ଝଗଡା ଲାଗିପାରେ। ସନ୍ତାନଙ୍କ ଅଶାଦତି ମନଦେଖି ନିଜେ ଚିନ୍ତିତ ହୋଇପାରନ୍ତି।
ବୃଷ
ବୃଷ
ଆଜି ହଠାତ୍‌ ଏକାଧିକ ବ୍ୟକ୍ତି ମାନଙ୍କ ବିରୁଦ୍ଧାମତ୍କ ସ୍ବର କର୍ମ କ୍ଷେତ୍ରକୁ ସମସ୍ୟା ବହୁଳ କରିଦେଇପାରେ। ଫଳତଃ ପୂର୍ବ ଯୋଜନା ଭଣ୍ଡୁର ହୋଇଯିବା ଆଶଙ୍କାରେ ମାନସିକ ଅସ୍ଥିରତା ସୃଷ୍ଟିହେବ। ଅର୍ଥନୈତିକ କାର୍ଯ୍ୟକ୍ରମ, ସଭାସମିତି, କଳା କାରିଗରୀ କ୍ଷେତ୍ରରେ ସଫଳତା ପାଇବେ। ପରିବାରରେ ମାଙ୍ଗଳିକ କାମ ସକାଶେ ତପ୍ତରତା ଦେଖା ଦେଇପାରେ।

ମିଥୁନ
ମିଥୁନ

ବିଭିନ୍ନ ଦିଗରୁ ସାହାଯ୍ୟ ପାଇଲେ ମଧ୍ୟ ଆଜିର କାମ ଗୁଡିକ ସକାଶେ ହନ୍ତସନ୍ତ ହେବାକୁ ପଡିବ। ପରିସ୍ଥିତିରେ ପଡି ଇଚ୍ଛା ନ ଥିଲେ ମଧ୍ୟ କେତେକ କାମ ସକାଶେ ବହୁତ ଅର୍ଥବ୍ୟୟର ସମ୍ଭାବନା ରହିଛି। ତଥାପି ପୁନର୍ବସୁ ନକ୍ଷତ୍ରର ବିଭିନ୍ନ ଯୋଜନା କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ହେବ। ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟାର ସମାଧାନ ହୋଇଯିବ।

କର୍କଟ
କର୍କଟ

ଏକାଦଶ ସ୍ଥାନରେ ଚନ୍ଦ୍ର ସମେତ ଏକାଧିକ ଗ୍ରହ କାର୍ଯ୍ୟସିଦ୍ଧି, ଅର୍ଥଲାଭ, କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ଓ ସନ୍ତାନ ହେତୁକ ଗୈାରବ ବୃଦ୍ଧିର ପ୍ରତୀକ ହେବ। ତଥାପି ପାରିବାରିକ କ୍ଷେତ୍ର, ଆନୁଷ୍ଠାନିକ କାମ ସକାଶେ ପ୍ରତିକୁଳ ପରିସ୍ଥିତି ସୃଷ୍ଟିର ଆଶଙ୍କା ଦେଖା ଦେଇପାରେ। ପରିବହନ, ଯାନବାହନ, ପ୍ରଶାସନିକ କ୍ଷେତ୍ରରେ ବ୍ୟତିକ୍ରମ ମଧ୍ୟରେ ହିଁ କାର୍ଯ୍ୟ ସାଧିତ ହେବ।

ସି˚ହ
ସି˚ହ

ରବି ସ୍ବନକ୍ଷତ୍ରରେ ଅବସ୍ଥାନ କରି ଆରୋଗ୍ୟତା,ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟ ଲାଭ, ଉଚ୍ଚ ପଦପଦବୀ ପ୍ରାପ୍ତି ଓ ବୈଷୟିକ ସୁଖ,ସମୃଦ୍ଧି ଦିଗରେ ଅନୁକୂଳତା ସୃଷ୍ଟି କରିବେ। ଆଇନ ଓ ଆଧ୍ୟାତ୍ମିକତାର ଗ୍ରହ ଶନି ରାଜନୀତି, ଅଦାଲତ, ଗଣତନ୍ତ୍ରକ୍ଷେତ୍ରକୁ ଋଦ୍ଧିମନ୍ତ କରିବ। ସାହିତ୍ୟ,କଳା, କ୍ରୀଡା ଓ ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।

କନ୍ୟା

ବୁଧଗ୍ରହ ଚନ୍ଦ୍ରଙ୍କ ନକ୍ଷତ୍ରରେ ରହିଥିବାରୁ ଧର୍ମକାର୍ଯ୍ୟରେ ଅର୍ଥବ୍ୟୟ କରିବେ। ଜମିଜମା,ଗୃହସୀମା, ନିର୍ମାଣ, କୋର୍ଟକଚେରି ମାମଲା କ୍ଷେତ୍ରରେ ସଂକଟ ଜନକ ସ୍ଥିତି ସୃଷ୍ଟି ହେବ। ହସ୍ତା ନକ୍ଷତ୍ର କର୍ମକ୍ଷେତ୍ରରେ ଆବଶ୍ୟକୀୟ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ। ମଙ୍ଗଳଜନକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି।

ତୁଳା
ତୁଳା

ରାହୁଙ୍କ ନକ୍ଷତ୍ରରେ ଶୁକ୍ର ବିକ୍ଷିପ୍ତ ଓ ବିବାଦୀୟ ଚିନ୍ତାଧାରା ସୃଷ୍ଟିକରି କାମକୁ ବିଶୃଙ୍ଖଳିତ କରିବାର ଆଶଙ୍କା ଦେଖାଦେବ। ଶିଳ୍ପ, ବାଣିଜ୍ୟ, ପରିବହନ, ସଭାସମିତି, ରାଜନୀତି କ୍ଷେତ୍ରରୁ ଆଶାନୁରୂପ ଫଳ ପାଇବେ। ଶନିଙ୍କ ଶନୈଃ ଶନୈଃ ଗତି ପାରିବାରିକ, ଅର୍ଥସମ୍ପର୍କ, ଯାନ୍ତ୍ରିକ ଜିନିଷର କାରବାର କ୍ଷେତ୍ରକୁ କାଳକ୍ଷେପଣ ନୀତିରେ ବିଳମ୍ବିତ କରାଇବ।

ବିଛା
ବିଛା

ଆଜି ରାଶ୍ୟାଧିପ ମଙ୍ଗଳ ମିତ୍ର ଚନ୍ଦ୍ରଙ୍କ ନକ୍ଷତ୍ରରେ ରହି କେନ୍ଦ୍ରସ୍ଥ ହେତୁ ପ୍ରତ୍ୟେକ ଦିଗରୁ ଶୁଭଫଳ ପାଇବେ। ବୈଷୟିକ ସୁଖ,ସମୃଦ୍ଧି ସଙ୍ଗକୁ ଅର୍ଥନୈତିକ ଅଭିବୃଦ୍ଧି ଓ ସାମାଜିକ କ୍ଷେତ୍ରରୁ ସମ୍ମାନ ଲାଭ କରିବେ। କିନ୍ତୁ ଜ୍ୟେଷ୍ଠା ନକ୍ଷତ୍ର ସକାଶେ ବିଗତ ଦିନର କୌଣସି ଘଟଣା ସକାଶେ ଅପରାହ୍ନରେ ଟେନସନ୍‌ ବଢିପାରେ। ବିକା କ୍ଷେତ୍ରରେ ସୁଫଳ ପାଇବେ।

ଧନୁ
ଧନୁ

ବୃହସ୍ପତି ଅଶ୍ଳେଷା ନକ୍ଷତ୍ରରେ ରହି ଚନ୍ଦ୍ରଙ୍କ ତୃତୀୟସ୍ଥ ହେତୁ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ଆତ୍ମୀୟ ସ୍ବଜନମାନଙ୍କ ନିକଟରୁ ସହାନୁଭୂତି ମଧ୍ୟ ପାଇବେ ନାହିଁ । ପାରିବାରିକ କ୍ଷେତ୍ରରେ କେତେକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ। ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବନି। ଅର୍ଥ ଓ ସମ୍ମାନ ମିଳିବ, ବ୍ୟବସାୟରେ ଉନ୍ନତି ହେବ।

ମକର
ମକର

ଶନିଶ୍ଚରଙ୍କ ଶୁଭତ୍ୱ କାରଣରୁ ପ୍ରତ୍ୟେକ ପରିସ୍ଥିତିକୁ ସହନଶୀଳତାର ସହ ସାମାନ କରିବାର ଧୈର୍ଯ୍ୟ ହାସଲ କରିବେ। ଅର୍ଥ ସଂକଟ ଦୂର ହେବ। ନିକଟ ସମ୍ପର୍କୀୟଙ୍କୁ ଭଲ ପାଇବାକୁ କେନ୍ଦ୍ର କରି ସମସ୍ୟା ଦେଖାଦେବ। ପୂର୍ବ ରାଗକୁ ଶୁଝାଇବାକୁ ଯାଇ ନିକଟ ସମ୍ପର୍କୀୟମାନେ ପାଖ ମାଡିବେ ନାହିଁ। ଭୁଲ୍‌ବୁଝାମଣା ହେତୁ ସ୍ତ୍ରୀଙ୍କ ସୁସମ୍ପର୍କ ରହିବ ନାହିଁ ।

କୁମ୍ଭ
କୁମ୍ଭ

ଆପଣଙ୍କ ଭାଗ୍ୟାଧିପତି ଶୁକ୍ର କୋଣ ସ୍ଥାନରେ ରହି ଏକାଦଶ ସ୍ଥାନକୁ ଦେଖୁଥିବାରୁ ବିଭିନ୍ନ ଦିଗରୁ ଉପକୃତ ହେବେ। ମନୋରଞ୍ଜନ କାମ ପ୍ରତି ରୁଚି ବଳିବ। କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ। କୌଶଳ ଅବଲମ୍ବନ କରି ହାସଲ କରିବାକୁ ଥିବା କାମଟି ବନ୍ଧୁଙ୍କ ଦ୍ୱାରା କାମଟି କରାଇ ନେବେ।

ମୀନମୀନ

ଆଜି ଚନ୍ଦ୍ରଙ୍କ ସହ ସମାଗମସ୍ଥ ଗ୍ରହମାନେ ଶନିଙ୍କ ଦୃଷ୍ଟିରେ ସମସ୍ୟା ସୃଷ୍ଟି କଲେହେଁ କାର୍ଯ୍ୟରେ ସଫଳତା ପ୍ରଦାନ କରିବେ। ନିର୍ଦ୍ଦିଷ୍ଟ ସମୟରେ ଚାହୁଁଥିବା ଜିନିଷ ପାଇ ନ ପାରନ୍ତି କିନ୍ତୁ ପ୍ରାପ୍ତି ନିଶ୍ଚିତ ଅଟେ। ବ୍ୟବସାୟରେ ଲାଭ ମିଳିବ ଏବଂ କୌଣସି ଅନ୍ୟ ଏକ ଉଦ୍ଦେଶ୍ୟରେ ସେହି ଟଙ୍କାକୁ ବିନିଯୋଗ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର , ସେପ୍ଟେମ୍ବର ୨୯ ତାରିଖ – Daily Horoscope

ମେଷ ଅସୁସ୍ଥ ପାରିବେଶିକ କୁପ୍ରଭାବ, ମାନସିକ ଓ ଶାରୀରିକ ଦିଗ ପାଇଁ ଅନୁକୂଳ ହେବ ନାହିଁ। ତଥାପି ଆର୍ଥିକ ଅଭିବୃଦ୍ଧି, ଧର୍ମୀୟ ଭାବନା, ବନ୍ଧୁମିଳନରୁ ଖୁସି ରହିବେ।…

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୮ ତାରିଖ – Daily Horoscope

ମେଷ ଅଟକି ରହିଯାଇଥିବା ସବୁ କାମ ସୁବିଧାରେ ହେବା ଦୁରୂହ ହୋଇପଡିବ। ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ଅନ୍ୟଥା ପରୋକ୍ଷ ଶତ୍ରୁତା ସାମୟିକ ବାଧା…

ରାଶିଫଳ: ରବିବାର, ସେପ୍ଟେମ୍ବର 2୭ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ପରିବାରରେ ଅବସ୍ଥା ଦେଖି ବ୍ୟବସ୍ଥା ନ କଲେ ପରେ ଅନୁତାପ କରିବାକୁ…

ରାଶିଫଳ: ଶନିବାର , ସେପ୍ଟେମ୍ବର ୨୬ ତାରିଖ – Daily Horoscope

ମେଷ ଅଭାବ ଦୂରୀକରଣ ପାଇଁ ବନ୍ଧୁଙ୍କୁ ସାହାଯ୍ୟ କରିବା ସକାଶେ ଅନୁରୋଧ କରିପାରନ୍ତି। ରାହୁଙ୍କ ଦୃଷ୍ଟିରେ ଶୁକ୍ର ଅବସ୍ଥାନ କରିଥିବାରୁ ବିଶେଷ ଭ୍ରମଣଜନିତ ଶାରୀରିକ କ୍ଳାନ୍ତି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?