
ଆଜିର ଚନ୍ଦ୍ରଙ୍କ କେନ୍ଦ୍ରରେ ରାଶିସ୍ଥ ଶୁକ୍ର ପ୍ରଭାବରେ ବନ୍ଧୁମିଳନ ମାଧ୍ୟମରେ ଖୁସିରେ ସମୟ ଅତିବାହିତ କରିବେ। କର୍ମକ୍ଷେତ୍ର ତଥା ସାମାଜିକ ସ୍ତରରେ ବହୁଚର୍ଚ୍ଚିତ ହୋଇପାରନ୍ତି। ନିଜ ସଂସ୍ପର୍ଶରେ ଆସୁଥିବା ଲୋକମାନଙ୍କ କଥାଗୁଡିକ ଠିକ୍ ଥିଲେ ମଧ୍ୟ ଆପଣଙ୍କୁ ଭଲ ଲାଗିବ ନାହିଁ । ଅପରାହ୍ନେ ବନ୍ଧୁଙ୍କ ନିକଟରୁ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ।

ବୁଧାଦିତ୍ୟ ଯୋଗ ପ୍ରଭାବରେ କର୍ମକ୍ଷେତ୍ରରେ, ରାଜନୈତିକ ସ୍ଥିତିରେ ପ୍ରଭାବଶାଳୀ ହୋଇପାରନ୍ତି। ଘର ସକାଶେ, ଜମିଜମା ପାଇଁ କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ କିଛି ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ। କେତେକ କ୍ଷେତ୍ରରେ ବନ୍ଧୁମାନେ ଠିକ୍ ଖବର ଦେବାରେ ହେଳା କରିପାରନ୍ତି, ଯାହାକି ସମସ୍ୟାକୁ ବୃଦ୍ଧି କରିବ।


ରାଶିର ଷଷ୍ଠସ୍ଥ ଶନି ଯୁକ୍ତ ଚନ୍ଦ୍ର ଯୋଗୁ ସ୍ବାସ୍ଥ୍ୟ ଓ ଚିନ୍ତାଧାରାରେ ବିଭିନ୍ନ ପ୍ରକାରର ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ। ପ୍ରତ୍ୟେକ କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ମନୋବୃତ୍ତି ପୋଷଣ କରିବେ, ଯାହାକି ଅଶାନ୍ତି ସୃଷ୍ଟି କରିବ। ଅବଶ୍ୟ ବନ୍ଧୁଙ୍କ ସାହାଯ୍ୟରୁ ଶତ୍ରୁତାର ଅବସାନ ଘଟିବା ସହ କଚେରି ମାମଲାରେ ଜୟଯୁକ୍ତ ହେବେ।







ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ ମାନସିକ ସ୍ତର ସଦାସର୍ବଦା ଦୋଦୁଲ୍ୟମାନ ଅବସ୍ଥାରେ ରହିବ। ପରିବାରର ବାରଣକୁ ନ ମାନି କୈାଣସି କାମରେ ଆଗଭର ହେବା ଠିକ୍ ହେବନି। ଅଫିସ୍ରେ ମଧ୍ୟ ହଠାତ୍ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ଶିଳ୍ପ, ବ୍ୟବସାୟ, ରାଜନୀତି, ସଭାସମିତି, ମାଲିମକଦ୍ଦମା କିମ୍ବା ଜମିଜମା ସମସ୍ୟା କ୍ରମଶଃ ଜଟିଳ ହେବ।


