Posted inRasifala

ରାଶିଫଳ: ଗୁରୁବାର, ନଭେମ୍ବର ୨୮ ତାରିଖ – Daily Horoscope

ମେଷ
ଆଜି ଧର୍ମକାର୍ଯ୍ୟ କିମ୍ବା ଆନୁଷ୍ଠାନିକ କାମରେ ବ୍ୟୟବୃଦ୍ଧି ଘଟିବ । ଶୁକ୍ରଙ୍କ ପ୍ରଭାବରେ ଭୋଗ, ବିଳାସ ଓ ମନୋରଞ୍ଜନ ସକାଶେ ଅନୁକୂଳ ପରିବେଶର ସୁଯୋଗ ପାଇବେ। ପାରିବାରିକ କାମରେ ସଫଳତା ପାଇବା କ୍ଷେତ୍ରରେ ଜଣେ ପୁରାତନ ବନ୍ଧୁ ସାହାଯ୍ୟ ମିଳିବ। କିନ୍ତୁ ପ୍ରଶାସନିକ ସ୍ତରରେ ବୁଝାମଣା ନେଇ ତିକ୍ତତା ସୃଷ୍ଟି ହୋଇପାରେ।
ବୃଷ
ବୃଷ
ପୁରାତନ ରୋଗପୀଡା, ଋଣ ପରିଶୋଧ ଓ ଆତ୍ମୀୟଙ୍କ ବିରୁଦ୍ଧାଚରଣ ବିଷୟରେ ଚିନ୍ତା କରିବେ । ତଥାପି କୌଣସି କାମ ହାସଲ ସକାଶେ ଅନ୍ୟମାନଙ୍କୁ ମନେଇବାକୁ ବିଭିନ୍ନ ପ୍ରକାର ଚେଷ୍ଟା କରି ସଫଳତା ହାସଲ କରିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରୁ ଭଲ ଲାଭ ପାଇବେ। ବିବାଦୀୟ ଘଟଣାରେ ମନସ୍ତାପ କରିବାକୁ ପଡିପାରେ।
ମିଥୁନ
ମିଥୁନ
ଆର୍ଥିକ ସ୍ଥିତିରେ ଉନ୍ନତି ଘଟିଲେ ମଧ୍ୟ ଆଶାନୁରୂପ ନହେବା କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ । କର୍ମକ୍ଷେତ୍ରରେ ଅଟକି ରହିଥିବା କାମ ସକାଶେ ଅନୁତାପ କରିବେ । ଆଗନ୍ତୁକ ଅତିଥି ଚର୍ଚ୍ଚାକୁ ନେଇ ମନ ଖୁସୀ ରହିବ । ପ୍ରାତଃ ଭ୍ରମଣ, ରାଜନୀତି,ପ୍ରଶାସନ,ବାଣିଜ୍ୟୟ,ବ୍ୟବସା ପାଇଁ ଦିନଟି ବହୁତ ଭଲ ।
କର୍କଟ
କର୍କଟ
ସମୟର ଅନୁକୂଳ ପ୍ରବାହରେ ଧୀରେ ଧୀରେ ସମସ୍ୟା ସମାଧନ କରି କର୍ମକ୍ଷେତ୍ରରେ ସୁପ୍ରତିଷ୍ଠିତ ହେବ । ପ୍ରତ୍ୟେକ କ୍ଷେତ୍ରରେ ଯାହା ଭାବୁଛନ୍ତି ତାହାହିଁ ହେବାରେ କୌଣସି ଅସୁବିଧା ରହିବ ନାହିଁ। ମାତ୍ର ପାଖପଡୋଶୀ କିମ୍ବା ଅନ୍ୟଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ କରି ପାରନ୍ତି। ପରିବାର ଭିତରେ ବିନା କାରଣରେ ବିରକ୍ତି ପ୍ରକାଶ କରନ୍ତୁ ନାହିଁ।
ସି˚ହ
ସି˚ହ
କ୍ରମଶଃ ଅବନ୍ନତି ଘଟୁଥିବା ସ୍ବାସ୍ଥ୍ୟ ସକାଶେ ମନସ୍ତାପ କରିପାରନ୍ତି। ଆନୁଷ୍ଠାନିକ କାମରେ ନୀଚ ମନୋଭାବର ବ୍ୟକ୍ତିିଙ୍କ ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହେବାର ସୂଚନା ରହିଛି । ବ୍ୟବସାୟିକ ଦୃଷ୍ଟିକୋଣରୁ ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ । ଗଠନ ମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ କିମ୍ବା ବନ୍ଧୁ ଗହଣରେ ପ୍ରଶଂସିତ ହେବେ।
କନ୍ୟା
କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ କମି କମି ଯିବ। ପ୍ରତିବେଶୀଙ୍କ ସାହାଯ୍ୟ ନେଇ କୌଣସି ଅସମାହିତ କାମକୁ ସମ୍ପନ୍ନ କରିବ। ପରିବାରରେ ସମ୍ପତିକୁ କେନ୍ଦ୍ରକରି କଳହ ସୃଷ୍ଟି ହେବାର ଆଶଙ୍କା ରହିଛି। ଶତ୍ରୁ ଆଗରେ ନ ହେଲେ ମଧ୍ୟ ପଛରେ ନାନାଦି କଥା କହିପାରନ୍ତି।
ତୁଳା
ତୁଳା
ନୂତନ କର୍ମାରମ୍ଭ ସକାଶେ ମନ ବଳାଇ ଆନୁସଙ୍ଗିକ ସାହାଯ୍ୟ, ସୁବିଧା ପାଇବେ। ବର୍ତ୍ତମାନ ସକାଶେ ଶତ୍ରୁ ଉପଦ୍ରବ ସମ୍ପୂର୍ଣ୍ଣ ଭାବେ କମିଯାଇପାରେ। ହଠାତ୍‌ କୌଣସି କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ହେବା ଠିକ୍‌ ହେବନାହିଁ। ପ୍ରଶାସନ, ପ୍ରକାଶନ, ଆଇନ କଳା ସାହିତ୍ୟରେ ସଫଳତା ପାଇପାରିବେ।
ବିଛା
ବିଛା
ବିବାଦୀୟ କଥା,ଶତ୍ରୁତା କରୁଥିବା ବ୍ୟକ୍ତି,ଅର୍ଥ ସମ୍ପର୍କୀୟ ସମସ୍ୟା ବିଷୟରେ ଚିନ୍ତା କରିବେ । ପାରିବାରିକ କ୍ଷେତ୍ରରେ ଆତ୍ମୀୟ ମାନଙ୍କ ପ୍ରତିରୋଧ କାମକୁ ଓ ଆପଣଙ୍କ ଚିନ୍ତାଧାରାକୁ ବିଶୃଙ୍ଖଳିତ କରିବ । ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ଦିନ ଭିତରେ ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବ ।
ଧନୁ
ଧନୁ
ବନ୍ଧୁମାନଙ୍କ ସ୍ନେହ, ପାରିବାରିକ ଆଦର, ଅର୍ଥ ଓ ଦ୍ରବ୍ୟ ଲାଭ ସନ୍ତାନସୁଖ ପ୍ରଭୃତି ପ୍ରାପ୍ତି ଘଟାଇବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ସକାଶେ ଦିନଟି ବହୁତ ଶୁଭପ୍ରଦ ରହିବ। ଦୀର୍ଘ ଦିନରୁ ଅଟକି ରହିଥିବା ବକେୟା ଟଙ୍କା ପାଇବାର ମାର୍ଗ ସୁଗମ ହୋଇଯିବ। କର୍ମକ୍ଷେତ୍ର ଓ ସାମାଜିକ ସ୍ଥିତି ପ୍ରାୟତଃ ଭଲ ରହିବ।
ମକର
ମକର
ଜମିବାଡି, ଯାନବାହନ, ଲୋକ ସମ୍ପର୍କ, ଆଲୋଚନା ଭିତରେ ଅତିବାହିତ ହେବ । କଳା,କ୍ରୀଡା, ଚଳଚ୍ଚିତ୍ର, ସଙ୍ଗୀତ, ସାହିତ୍ୟାଲୋଚନା କ୍ଷେତ୍ର୍ରରେ ରହିଥିବା ଅସଙ୍ଗତି ଦୂର ହୋଇଯିବ। ବୃତ୍ତିଗତ ଧନ୍ଦାରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ । ନିଜ ଲୋକମାନଙ୍କ ବେଖାତିର ମନୋଭାବରୁ କଷ୍ଟ ଅନୁଭବ କଲେ ମଧ୍ୟ କିଛି କହିବାର ଉପାୟ ପାଇବେ ନାହିଁ ।
କୁମ୍ଭ
କୁମ୍ଭ
ବିଭିନ୍ନ ପ୍ରକାର ସମସ୍ୟାମୂଳକ କାମର ଅନ୍ତ ଘଟିବାର ପୂର୍ବ ସୂଚନା ସମ୍ବନ୍ଧରେ ଅବଗତ ହୋଇପାରିବେ । ଅବଶ୍ୟ ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇ କାମ ହାସଲ କରିପାରନ୍ତି। ଆନୁଷ୍ଠାନିକ କାମ କିମ୍ବା ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ। ସହକର୍ମୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ।
ମୀନମୀନ
କୌଣସି କଥାକୁ କେନ୍ଦ୍ରକରି, ସମ୍ପର୍କକୁ ନେଇ, ଶିକ୍ଷା କ୍ଷେତ୍ରରେ କୌଣସି ସମସ୍ୟା ଆନୟନ କରିପାରେ। କଳା,ସାହିତ୍ୟକ୍ଷେତ୍ରରେ ସମସ୍ୟା ସମାଧାନ ହୋଇପାରିବ। ଭାବପ୍ରବଣ ବଶତଃ ଭିନ୍ନ ପ୍ରକାରର କଥାବାର୍ତ୍ତା କରି ଅପଦସ୍ତ ହେବେ । ଭଲ ସମ୍ପର୍କ ଥିବା ବନ୍ଧୁ ନିଜର ସୁବିଧା ପାଇଁ ଆପଣଙ୍କୁ ଅସୁବିଧାରେ ପକାଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

ରାଶିଫଳ: ରବିବାର, ଫେବୃଆରୀ ୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହେବେ। ଏକାଦଶସ୍ଥ ଗ୍ରହ ପ୍ରଭାବରେ ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧାରି ନେଇପାରନ୍ତି। ଆବଶ୍ୟକତା ପୂରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri