ରାଶନ ଦୋକାନ ସିଲ୍‌ କଲା ପୋଲିସ: ୨ କୋର୍ଟ ଚାଲାଣ

ଦିଗପହଣ୍ଡି,୧୦ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ମୌଳାଭଣଞ୍ଜା ରାଧାନଗର ଗ୍ରାମର ରାଶନ ଦୋକାନୀ କବିରାଜ ବିଷୋୟୀଙ୍କୁ ଦିଗପହଣ୍ଡି ପୋଲିସ ଶୁକ୍ରବାର କେସ୍‌ ନଂ. ୭୫/୨୦ ଅନୁଯାୟୀ କୋର୍ଟ ଚାଲାଣ କରିଛନ୍ତି। କବିରାଜଙ୍କ ରାଶନ ଦୋକାନକୁ ସାନଖେମୁଣ୍ଡି ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ ତଥା ତହସିଲଦାର ଅମିୟ କୁମାର ନାୟକଙ୍କ ଉପସ୍ଥିତିରେ ଦିଗପହଣ୍ଡି ପୋଲିସ ସିଲ୍‌ କରିଦେଇଥିବା ଜଣାପଡ଼ିଛି। ରାଶନ ଦୋକାନରେ ବେଆଇନ ମଦ ବିକ୍ରି ହେଉଥିବା ଅଭିଯୋଗ ମିଳିବା ପରେ ଦିଗପହଣ୍ଡି ଥାନା ଆଇଆଇସି ବସନ୍ତ କୁମାର ସେଠୀ ଗୁରୁବାର ସଦଳବଳ ଚଢ଼ାଉ କରିଥିଲେ।
ସେହିପରି ସାନଡୁମ୍ବୁଳା ଗ୍ରାମର କେ. ଲିଙ୍ଗରାଜ ଦାସଙ୍କୁ ପୋଲିସ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ଗୁରୁବାର ସନ୍ଧ୍ୟାରେ ଲିଙ୍ଗରାଜ ଗାଁ ରାସ୍ତାର ଏକ ବିଦ୍ୟୁତ୍‌ ଖୁଣ୍ଟ ତଳେ ବେଆଇନ ଭାବେ ମଦ ବିକ୍ରି କରୁଥିଲେ। ଖବର ପାଇ ପୋଲିସ ଟିମ୍‌ ସେଠାରେ ପହଞ୍ଚି ଲିଙ୍ଗରାଜଙ୍କ ବ୍ୟାଗ୍‌ରୁ ୨୦ଟି ବିଦେଶୀ ମଦ ବୋତଲ ଓ ୪୭ଟି ଦେଶୀ ମଦ ପାଉଚ ଜବତ କରିଥିଲା। କେସ୍‌ ନଂ. ୭୬/୨୦ରେ ଅନୁଯାୟୀ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ପୋଲିସ ଅଧିକାରୀ ଏସ୍‌ଆଇ ମାଧବ ଚନ୍ଦ୍ର ଟାକରି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି ଜିଲାର ନୂଆ ଜିଲାପାଳ ହେଲେ ଅକ୍ଷୟ ସୁନିଲ ଅଗ୍ରୱାଲ

ଗଜପତି(ଗିରିଧାରୀ ପରିଛା):୦୨/୦୧- ଗଜପତି ଜିଲ୍ଲାର ନୂଆ ଜିଲ୍ଲାପାଳ ହେଲେ ଅକ୍ଷୟ ସୁନିଲ ଅଗ୍ରୱାଲ । ନୂଆବର୍ଷରେ ନିଯୁକ୍ତି ଦେଇଛନ୍ତି ସରକାର । ଗତ କିଛି ଦିନ...

ଅସହାୟଙ୍କୁ ସାହା ‘ୟୁସେ ସଂଗଠନ’: ବୁଦ୍ଧିଜୀବୀଙ୍କ ପ୍ରଶଂସା

ପରଜଙ୍ଗ,୨।୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକର ବିଭିନ୍ନ ବସ୍ତି,ସାହି ମାନଙ୍କରେ ନୂତନ ବର୍ଷର ପ୍ରଥମ ଦିବସରେ ୟୁଥ ୟୁନାଇଟେଡ଼ ଫୋର୍‌ ସଷ୍ଟେନେବ୍ଲ୍ୟୁ ଏନଭର୍ଣ୍ଣମେଣ୍ଟ ଟ୍ରଷ୍ଟ...

ବଡ଼ ଧରଣର ATM ଲୁଟ୍, ଟଙ୍କା ସହ ମେସିନ ତାଡ଼ି ନେଇଗଲେ ଦୁର୍ବୃତ୍ତ

ବିଞ୍ଝାରପୁର,୨।୧ (ରାମକୃଷ୍ଣ ଦାସ ): ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ମଇଁନ୍ଦା ଛକରେ ଅଭାବନୀୟ ଘଟଣା । ଏଚଡିଏଫସି ବ୍ୟାଙ୍କର ଏଟିଏମ ମେସିନକୁ ଗୁରୁବାର ବିଳମ୍ବିତ ରାତିରେ...

ରାଜେଶ ହତ୍ୟାକୁ ଦେଢ଼ମାସ ବିତିଲା, ପୋଲିସ ହାତ ଖାଲି: ୧୧ରେ କଂଗ୍ରେସର ରାଜପଥ ଅବରୋଧ

ପରଜଙ୍ଗ,୨।୧ (ନିଗମାନନ୍ଦ ଦଳବେହେରା):ବହୁ ଚର୍ଚ୍ଚିତ ଫଟୋଗ୍ରାଫର୍‌ ରାଜେଶ ପାଣି ହତ୍ୟାକାଣ୍ଡକୁ ଇତିମଧ୍ୟରେ ଦେଢ଼ମାସ ବିତିଯାଇଥିଲେ ସୁଦ୍ଧା ହତ୍ୟାକାରୀଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି। ଏଣୁ ଗୁରୁବାର...

ଗରମ ଚା’ କଫି ପିଉଥିଲେ ସାବଧାନ! ଖାଦ୍ୟନଳୀରେ ହୋଇପାରେ…

ଶୀତଦିନ ଆସିବା ସହିତ, ଲୋକମାନେ ଗରମ ଜିନିଷ ଖାଇବା ଏବଂ ପିଇବାକୁ ପସନ୍ଦ କରନ୍ତି । ବିଶେଷ କରି ଗରମ ଚା ହେଉ କିମ୍ବା କଫି...

ନୂଆବର୍ଷରେ ପାକିସ୍ତାନରୁ ଆସିଲା ଖୋଲା ଚିଠି: ଲୋଡ଼ିଲା ଭାରତର ସହାୟତା

ଇସଲାମାବାଦ୍‌,୨।୨: ବାଲୁଚ ନେତା ମୀର ୟାର ବାଲୁଚ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଏଥିରେ ସେ ଭାରତ ସରକାର...

ସ୍ୱାସ୍ଥ୍ୟାବସ୍ଥା ନେଇ ମୁହଁ ଖୋଲିଲେ ଆମେରିକା ରାଷ୍ଟ୍ରପତି, କହିଲେ ହାତରେ ନୀଳ ଚିହ୍ନ….

ନୂଆଦିଲ୍ଲୀ,୨।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ୭୯ ବର୍ଷ ବୟସରେ, ଟ୍ରମ୍ପ ରାଷ୍ଟ୍ରପତି ପଦ ସମ୍ଭାଳିବା...

କଂସ ଅତ୍ୟାଚାରରେ ମୁନିଋଷି ଆତଙ୍କିତ: ମଥୁରାରେ ପ୍ରବେଶ କଲେ କୃଷ୍ଣ ବଳରାମ

ମଥୁରାନଗରୀ/ଗୋପପୁର,୨।୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୁରୁବାର ଥିଲା ନବମ ଦିବସ। ଗୋପପୁରରେ ବେନିଭାଇ ଶ୍ରୀକୃଷ୍ଣ, ବଳରାମଙ୍କୁ ମେଲାଣି ଦୃଶ୍ୟ ଗୋପବାସୀଙ୍କୁ ଯେଭଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri