ରାଶନ କାର୍ଡରୁ ବଞ୍ଚିତ୍ତ ଗରିବଙ୍କୁ ଚାଉଳ, ଡାଲି ମିଳୁ

ଭୁବନେଶ୍ୱର, ୧୬ା୪(ବ୍ୟୁରୋ): ରାଜ୍ୟରେ ଖାଦ୍ୟ ସୁରକ୍ଷା ଯୋଜନାରେ ସବୁ ଗରିବ ପରିବାର ସାମିଲ ହୋଇପାରି ନାହାନ୍ତି। ସେହି ପରିବାର ସଦସ୍ୟଙ୍କୁ ମାଗଣାରେ ଚାଉଳ ଏବଂ ଡାଲି ଯୋଗାଇଦେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବୁଧବାର ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଚିଠି ଲେଖି ଅନୁରୋଧ କରିଛନ୍ତି। ପ୍ରଦୀପ୍ତ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ଲକ୍‌ଡାଉନ ସମୟରେ ଅସହାୟଙ୍କୁ ଖାଦ୍ୟ ସୁରକ୍ଷା ସହିତ ଆର୍ଥିକ ସହାୟତା ଯୋଗାଇ ଦେଉଛି। ମାତ୍ର ରାଜ୍ୟର କେତେଜଣ ଗରିବ ଅଛନ୍ତି ଯେଉଁମାନେ ଖାଦ୍ୟ ସୁରକ୍ଷା ବାହାରେ ଅନେକ ସମସ୍ୟା ଭୋଗୁଛନ୍ତି। ତେଣୁ ଏହି ସମୟରେ ରାଜ୍ୟରେ ରାଶନ କାର୍ଡ ପାଇ ନ ଥିବା ଗରିବ ପରିବାରକୁ ମାଗଣାରେ ଚାଉଳ ଏବଂ ଡାଲି ଯୋଗାଇଦେବା ପାଇଁ ବିରୋଧୀ ଦଳ ନେତା ଅନୁରୋଧ କରିଛନ୍ତି। କେନ୍ଦ୍ର ସରକାର ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି(ଏସ୍‌ଡିଆର୍‌ଏଫ୍‌), ଜିଲା ଖଣିଜ ପାଣ୍ଠି(ଡିଏମ୍‌ଏଫ୍‌) ଆଦି କରୋନା ମୁକାବିଲା କ୍ଷେତ୍ରରେ ବ୍ୟବହାର କରିବାକୁ ନିୟମ କୋହଳ କରିଛନ୍ତି। ଏହାର ବ୍ୟବହାର ଦ୍ୱାରା ରାଶନ କାର୍ଡ ପାଇପାରି ନ ଥିବା ଗରିବ ପରିବାରକୁ ଚାଉଳ, ଡାଲି ଯୋଗାଇଦେବାର ବ୍ୟବସ୍ଥା କରାଯାଉ। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଗରିବଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କରାଗଲେ ସେମାନେ ବିଶେଷ ଲାଭବାନ୍‌ ହେବେ। ଏହିସବୁ ତାଲିକା ପଞ୍ଚାୟତ କାର୍ଯ୍ୟାଳୟଗୁଡ଼ିକରେ ଜନ ସାଧାରଣଙ୍କ ଅବଗତି ନିମନ୍ତେ ରଖିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରଙ୍କୁ ତଥ୍ୟ ମାଗିଲେ ହାଇକୋର୍ଟ

କଟକ ଅଫିସ,୧ା୭:କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକଚଣ୍ଡି ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଶୈଳବାଳା ମହାବିଦ୍ୟାଳୟ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ବିରୋଧ କରି ଆଗତ ମାମଲାର ଶୁଣାଣି...

ଦଳିତ ମହିଳାଙ୍କୁ ପୋଲିସ ଏସ୍‌ଆଇଙ୍କ ଅସଦାଚରଣ

ଭୁବନେଶ୍ୱର, ୪ା୮(ବ୍ୟୁରୋ): ସାଧାରଣ ଲୋକଙ୍କୁ ଉତ୍ତମ ବ୍ୟବହାର ଦେଖାଇବା ପାଇଁ ପୋଲିସ ଡିଜିଙ୍କଠାରୁ ଆରମ୍ଭ କରି ସିପି ପର୍ଯ୍ୟନ୍ତ ପୋଲିସ ଅଫିସରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। କେତେଜଣ...

‘ବନ୍ଦେ ଉତ୍କଳ ଜନନୀ’ ଗାଇ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବାକୁ ଆହ୍ବାନ

ବାଲେଶ୍ୱର ଅଫିସ, ୩୦।୫- କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ଓ କରୋନା ବିରୋଧରେ ସଂଗ୍ରାମ ଉଦ୍ଦେଶ୍ୟରେ ୩୦ ତାରିଖ ସନ୍ଧ୍ୟାରେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ...

ବିଜେପୁର ଲାଉମୁଣ୍ଡାରେ ଫାଙ୍କା ଗୁଳିଚାଳନା, ୩ ଅଭିଯୁକ୍ତଙ୍କୁ କାବୁକଲେ ଗ୍ରାମବାସୀ

ବିଜେପୁର,୭।୬(ଡି.ଏନ୍‌.ଏ): ବରଗଡ଼ ଜିଲା ବିଜେପୁର ଆସନରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବାପରେ ଉପନିର୍ବାଚନ ହେବା ସ୍ପଷ୍ଟ ହୋଇଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଉପନିର୍ବାଚନ ନେଇ ଘୋଷଣା ହୋଇ...

‘ଆସିବେ ନା ତାଲିକାରେ ରହିଯିବେ’

ଭୁବନେଶ୍ୱର,୧୩ା୫(ବ୍ୟୁରୋ): ବ୍ରଜରାଜନଗର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ସମୟ ଶେଷ ହୋଇଯାଇଥିବାବେଳେ ପ୍ରଚାର ଲାଗି ସବୁ ଦଳର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଇତିମଧ୍ୟରେ ଗୁରୁବାର କଂଗ୍ରେସ...

ପୁଣି ଏକ ମାଈହାତୀର ମୃତ୍ୟୁ

ବଣାଇ,୧୭ା୮(ସ୍ବ.ପ୍ର.): ସାରା ରାଜ୍ୟରେ ହାତୀ ମୃତ୍ୟୁ ନେଇ ଚିନ୍ତା ପ୍ରକଟ କରାଯାଉଥିବା ବେଳେ ସୁନ୍ଦରଗଡ଼ ଜିଲା ବଣାଇ ବନଖଣ୍ଡ ତାମଡ଼ା ରେଞ୍ଜର କୁସୁମଡିହି ସେକ୍ସନର କେନ୍ଦୁଡିହି...

ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ

ରଘୁନାଥପୁର,୧୭ା୬(ଡି.ଏନ୍‌.ଏ.): ଭତ୍ତା ତାଲିକାକୁ ସାର୍ବଜନୀନ କରିବା ଓ ସମସ୍ତ ହିତାଧିକାରୀଙ୍କୁ ବ୍ୟାଙ୍କ ଜରିଆରେ ଭତ୍ତା ପ୍ରଦାନ କରିବା ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ...

ଦୈନିକ ସଂକ୍ରମଣ ପୁଣି ତଳମୁହାଁ…

ନୂଆଦିଲ୍ଲୀ,୧୫।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଲଗାତାର...

Advertisement
Archives

Model This Week