ରାଶନକାର୍ଡରେ ହିତାଧିକାରୀଙ୍କୁ ୯ଶହ ଟଙ୍କା ଦେବା ଘଟଣା: ଗାଁ କୋଠ ଟଙ୍କାରୁ ୫୦ ହଜାର ଉଠାଇ ବାଦ୍‌ ପଡିଥିବା ୫୨ ପରିବାରକୁ ପ୍ରଦାନ

ପାତ୍ରପୁର,୧୮ା୪(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକ ବରଙ୍ଗ ଗ୍ରାମରେ ରାଶନ କାର୍ଡ଼ଧାରୀଙ୍କୁ ଦାଇତ୍ୱରେ ଥିବା କିଛି କର୍ମଚାରୀ କାର୍ଡ଼ ପିଛା ୧୦୦୦ ଟଙ୍କା ବଦଳରେ ୯୦୦ ଟଙ୍କା ଦେଇଥିବା ଭିଡ଼ିଓ ଭାଇରାଲ ହୋଇଥିଲା। ଏନେଇ ଖବର ପ୍ରକାଶ ପରେ ବ୍ରହ୍ମପୁର ଉପଜିଲାପାଳ ପାତ୍ରପୁର ତହସିଲଦାର ଓ ବିଡ଼ିଓଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତହସିଲଦାର ଡ଼. ଶ୍ରୀନିବାସ ବେହେରା ଓ ବିଡ଼ିଓ ପ୍ରକାଶ ଚନ୍ଦ୍ର ଦାସ ଶୁକ୍ରବାର ଓ ଶନିବାର ବରଙ୍ଗ ଗ୍ରାମରେ ପହଞ୍ଚତ୍ ତଦନ୍ତ କରି ଉପଜିଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ଗ୍ରାମରେ ମୋଟ ୪୦୦ ପରିବାରଙ୍କ ପାଖରେ ରାଶନକାର୍ଡ଼ ରହିଛି ା ସେହି ଅନୁପାତରେ ସହାୟତା ଦେବା ପାଇଁ ଅର୍ଥ ଆସିଥିଲା। ମାତ୍ର ଗ୍ରାମରେ ବୈଠକ ବସି ପ୍ରତି ରାଶନ କାର୍ଡ଼ରେ ୯୦୦ ଟଙ୍କା ଦେଇ ବଳକା ଅର୍ଥକୁ କାର୍ଡ ପାଇ ନ ଥିବା ୫୨ ପରିବାର ମଧ୍ୟରେ ବଣ୍ଟନ ପାଇଁ ନିଷ୍ପତି ହୋଇଥିଲା। ତେବେ ଭିଡ଼ିଓ ଭାଇରାଲ ପରେ ପୁଣି ଏକ ବୈଠକ ବସି ଗ୍ରାମ କୋଠ ଟଙ୍କାରୁ ୫୦ ହଜାର ବାହାର କରି ଶୁକ୍ରବାର ବଳକା ୫୨ ପରିବାର ମଧ୍ୟରେ ବଣ୍ଟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲାଠିପଡ଼ା ମଡେଲ ଡିଗ୍ରୀ କଲେଜରେ ଅବ୍ୟବସ୍ଥା: ପ୍ରତିବାଦରେ ଛାତ୍ରମାନଙ୍କ ଧାରଣା

ନୟାଗଡ଼ ଅଫିସ,୨୧ା୯: ନୟାଗଡ଼ ଜିଲା ସଦର ବ୍ଲକ ଲାଠିପଡ଼ାସ୍ଥିତ ଜିଲାର ଏକମାତ୍ର ସରକାରୀ ମଡେଲ ଡିଗ୍ରୀ କଲେଜରେ ଲାଗି ରହିଛି ଅବ୍ୟବସ୍ଥା। ବିଭିନ୍ନ ସମୟରେ ଏ...

ଆଜି ବିଶ୍ୱ ପରିବେଶ ଦିବସ: ବିକାଶ ନାମରେ ନଷ୍ଟ ହେଉଛି ପରିବେଶ

କେନ୍ଦୁଝର, ୫ା୬ (ସ୍ବ.ପ୍ର.)-ଆଜି ବିଶ୍ୱ ପରିବେଶ ଦିବସ। ଏହି ଦିବସକୁ ପାଳନ ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ବ୍ୟାପକ ପ୍ରସ୍ତୁତ ଚାଲିିଛି କିନ୍ତୁ କାହାରି...

ମହିଳାଙ୍କ ଗଳାକାଟି ବିଭତ୍ସ ହତ୍ୟା

ଭଣ୍ଡାରିପୋଖରୀ,୧୨।୧(ଡି.ଏନ୍‌.ଏ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ନୂଆ ପୋଖରୀ ଗ୍ରାମରେ ଜଣେ ବିବାହିତା ମହିଳାଙ୍କୁ ଗଳାକାଟି ହତ୍ୟା କରାଯାଇଛି। ମହିଳା ଜଣକ ହେଲେ...

ଚିପିଲିମା ଘଣ୍ଟେଶ୍ୱରୀ ସ୍ବାଗତ ଫାଟକରୁ ପଥର ପ୍ଲେଟ୍‌ ଖସୁଛି

ଚିପିଲିମା, ୨୭।୫ (ଡି.ଏନ.ଏ):ସମ୍ବଲପୁର ଜିଲା ଚିପିଲିମାସ୍ଥିତ ମୁଖ୍ୟ ଛକରେ ଥିବା ଘଣ୍ଟେଶ୍ୱରୀଙ୍କ ପୀଠର ସ୍ବାଗତ ଫାଟକ ଅସୁରକ୍ଷିତ। ହେଲେ ଏହି ଫାଟକରୁ କିଛି ଦିନ ହେଲା...

ରୋକାଗଲା ନାବାଳିକା ବିବାହ

ଗଣିଆ,୫ା୩ (ଡି.ଏନ.ଏ.): ନୟାଗଡ଼ ଜିଲା ଗଣିଆ ବ୍ଲକ ବେଲପଡାପାଟଣା ପଞ୍ଚାୟତରେ ମଙ୍ଗଳବାର ଏକ ନାବାଳିକା ବିବାହ ରୋକାଯାଇଛି। ୧୬ ବର୍ଷ ବୟସର ନାବାଳିକାଙ୍କ ମା’ କଟକ...

ଛୁଟିଦିନରେ ବି ନେତାଜୀ ସଂଗ୍ରହାଳୟ ଖାଁ ଖାଁ

ପୁରୀ ଅଫିସ,୨୦।୧: ଦୀର୍ଘ ୩ ବର୍ଷ ଧରି ଅଦାଲତି ବିବାଦରେ ଛନ୍ଦି ହେବା ପରେ ଗତବର୍ଷ ଜାନୁୟାରୀ ୧୫ରେ ଲୋକାର୍ପିତ ହୋଇଥିଲା ନେତାଜୀ ସଂଗ୍ରହାଳୟ। ଇତିମଧ୍ୟରେ...

ପାରିବାରିକ ଶତ୍ରୁତାକୁ ନେଇ କନଷ୍ଟେବଳଙ୍କୁ ଜାଳିଦେଇଥିଲେ ୨ ଭାଇ

ବାଉଁଶୁଣୀ,୩ା୩: ବୌଦ୍ଧ ଜିଲା ବାଉଁଶୁଣୀ ଥାନା ଅନ୍ତର୍ଗତ ମଲ୍ଲିକପଡ଼ା ଗ୍ରାମରେ ପାରିବାରିକ ଶତ୍ରୁତା ଯୋଗୁ ସାନଭାଇ କନଷ୍ଟେବଳଙ୍କୁ ନିଆଁରେ ପୋଡି ହତ୍ୟା କରିବା ଘଟଣାରେ ପୋଲିସ...

ବିଜେପୁର ବ୍ଲକରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଶେଷ, ମନମୋହିଲା ଚିୟର୍‌ ଗାର୍ଲଙ୍କ ନୃତ୍ୟ

ବିଜେପୁର,୧୭।୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ବ୍ଲକରେ ଉପ ନିର୍ବାଚନ ପ୍ରଚାରର ଶେଷ ସ୍ପର୍ଶ ଦେବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗୁରୁବାର ଲାଉମୁଣ୍ଡା ଷ୍ଟାଡିୟମରେ...

BGU
Play 250+ Trending Games
Archives

Model This Week

Why Dharitri