ରାନୁଙ୍କ ପରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଜୟପୁରର ଅଟୋ ଚାଳକଙ୍କ ଗୀତ, ମିଳିଲାଣି ଲକ୍ଷାଧିକ ଭିଉଜ୍‌

ଜୟପୁର,୩ା୯(ପବନ ପାଣିଗ୍ରାହୀ): ‘ଚଲ୍‌ତେ ଚଲ୍‌ତେ ମେରେ ୟେ ଗୀତ୍‌ ୟାଦ୍‌ ରଖନା, କଭି ଅଲ୍‌ବିଦା ନା କେହ୍‌ନା।’ ଜୟପୁର ସହରର ଏକ ନିର୍ଦ୍ଦିଷ୍ଟ ଅଟୋରେ ଆପଣ ଯାତ୍ରା କରିବା ବେଳେ ଅଟୋରୁ ଭାସି ଆସିବ କିଶୋର କୁମାରଙ୍କ ଏଇ ଚିର ସବୁଜ ଗୀତ ସାଙ୍ଗକୁ ତାଙ୍କର ଆହୁରି ଅନେକ ସୁରିଲା ଗୀତ। ସେ ଗୀତର ସ୍ବର ଷ୍ଟେରିଓରୁ ନୁହେଁ, ବରଂ ଷ୍ଟିଅରିଂ ଧରିଥିବା ଅଟୋ ଡ୍ରାଇଭରଙ୍କ କଣ୍ଠରୁ ଝରୁଥିବ। କୋରାପୁଟ ଜିଲା ଜୟପୁର ସହରର କିଶୋର କୁମାର ଭାବେ ପରିଚିତ ଏଇ ଅଟୋ ଚାଳକ ଜଣକ ହେଉଛନ୍ତି ପଦ୍ମନ ଗୌଡ଼।

ଷ୍ଟେଶନରେ ଲତା ମଙ୍ଗେସ୍‌କରଙ୍କ ଗୀତ ଗାଇ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ରାନୁ ମଣ୍ଡଳଙ୍କ ପରେ ପରେ ଏବେ କିଶୋର କୁମାରଙ୍କ ଗୀତ ଗାଇ ଭାଇରାଲ ହେଉଛନ୍ତି ପଦ୍ମନ ଗୌଡ଼। ସୋସିଆଲ ମିଡିଆର ୟୁଟ୍ୟୁବ୍‌ ଓ ଫେସବୁକ୍‌ରେ ସେ ଗାଉଥିବା ୧୦ରୁ ୧୨ଟି ଭିଡିଓକୁ ଗତ ୫/୬ ଦିନ ଭିତରେ ଲକ୍ଷାଧିକ ଭିଉଜ୍‌ ମିଳିସାରିଛି। ଚଲ୍‌ତେ ଚଲ୍‌ତେ, ଜାନେମନ୍‌ ଜାନେମନ୍‌ ଭଳି ପ୍ରଖ୍ୟାତ କଣ୍ଠଶିଳ୍ପୀ ସ୍ବର୍ଗତ କିଶୋର କୁମାରଙ୍କ ଗୋଟିଏ ପରେ ଗୋଟିଏ ହିଟ୍‌ ଗୀତକୁ ଏହି ଭିଡିଓ ସବୁରେ ଗୁଣୁଗୁଣେଇଛନ୍ତି ପଦ୍ମନ। ଏତେ ସୁନ୍ଦର ଗୀତ ଗାଉଥିବା ଏହି କଳାକାର ଜଣଙ୍କ ଜଣେ ସାଧାରଣ ଅଟୋ ଡ୍ରାଇଭର। ବିଶେଷ ପାଠ ପଢ଼ି ନ ଥିବା ପଦ୍ମନ ସଂଗୀତ ସାଧନା ପାଇଁ କାହାଠାରୁ ତାଲିମ ନେଇ ନାହାନ୍ତି। ପିଲାଟି ବେଳରୁ କେବଳ ରେଡିଓ ଏବଂ ଟିଭି ଦେଖି ସେ ଗୀତ ସବୁ ଶିଖିଥିବା କହିଛନ୍ତି। ମଝିରେ ମଝିରେ ସୁଯୋଗ ମିଳିଲେ ସେ ଅର୍କେଷ୍ଟ୍ରାରେ କିଶୋର କୁମାରଙ୍କ କିଛି ଗୀତ ଗାଆନ୍ତି। ସେଥିପାଇଁ ସେ ସ୍ଥାନୀୟ ଅଞ୍ଚଳରେ ଜୟପୁରର କିଶୋର କୁମାର ଭାବେ ପରିଚିତ। ସ୍ତ୍ରୀ ଓ ଝିଅଙ୍କୁ ନେଇ ପଦ୍ମନଙ୍କ ପରିବାର। ଗରିବ ପରିବାରରେ ତାଙ୍କର ଜନ୍ମ ଆଉ ଏବେମଧ୍ୟ ଅଭାବ ତାଙ୍କ ପିଛା ଛାଡ଼ିନାହିଁ। କିନ୍ତୁ ସେଇ ଅଭାବ ଭିତରେ ବି ସେ ପଦ୍ମ ପରି ଫୁଟିବା ଆରମ୍ଭ କରିଛନ୍ତି। ଅଟୋ ଚଳାଇଲେ ଯାହା ରୋଜଗାର କରନ୍ତି, ସେତିକିରେ ୩ ପ୍ରାଣୀ ଚଳି ଯାଆନ୍ତି। ଏକଦା ଗୀତ ଗାଇବା ମାନିଆ ପାଇଁ ପଦ୍ମନଙ୍କୁ ତାଙ୍କ ସ୍ତ୍ରୀ ପ୍ରଥମେ ବିବାହ କରିବାକୁ ରାଜି ହୋଇ ନଥିଲେ ସତ; କିନ୍ତୁ ବିବାହ ପରେ ସ୍ବାମୀଙ୍କ ଗୀତକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି। ତାଙ୍କୁ ଗୀତ ଗାଇବାରେ କିଛି ଭଲ ସୁଯୋଗ ମିଳିଲେ ସେ ଆହୁରି ଆଗକୁ ବଢ଼ିପାରନ୍ତେ ବୋଲି କହିଛନ୍ତି ପଦ୍ମନଙ୍କ ସ୍ତ୍ରୀ। ଅନ୍ୟପକ୍ଷରେ ଗୀତ ଗାଇବାକୁ ପଦ୍ମନଙ୍କୁ ସୁଯୋଗ ମିଳିବା ପାଇଁ ୨ ବର୍ଷ ହେଲା ପ୍ରୟାସ ଜାରି ରଖିଛନ୍ତି ତାଙ୍କ ବାଲ୍ୟବନ୍ଧୁ ତ୍ରିପତି ଗନ୍ତାୟତ। ଏଥିପାଇଁ ସେ ବ୍ୟକ୍ତିଗତ ସ୍ତରରେ ବିଭିନ୍ନ ସଙ୍ଗଠନକୁ ଭେଟିବା ସହ ପଦ୍ମନଙ୍କ ଗୀତକୁ ଭିଡିଓ ଆକାରରେ ସୋସିଆଲ ମିଡିଆରେ ଅପଲୋଡ କରିବା ପରେ ତାହା ଏବେ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଧୁଛି ଅନ୍‌ଲାଇନ ପଢ଼ା ଖର୍ଚ୍ଚ

ଭୁବନେଶ୍ୱର,୧୦ା୧(ବ୍ୟୁରୋ): ରାଜ୍ୟରେ କୋଭିଡ୍‌ର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ତୃତୀୟ ଲହର ଆଶଙ୍କା ସୃଷ୍ଟି ହୋଇଛି। ରାଜ୍ୟରେ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ବନ୍ଦ କରାଯାଇଛି। ଅଫ୍‌ଲାଇନ...

୧୬ରେ ଆକାଶରେ ଚମକିବ କି ଫିଙ୍କ୍‌ ମୁନ୍‌

ଭୁବନେଶ୍ୱର,୧୬।୪ (ବ୍ୟୁରୋ): ଶନିବାର ଚୈତ୍ର ପୂର୍ଣ୍ଣିମାରେ ‘ଗୋଲାପୀ ଜହ୍ନ’ (ପିଙ୍କ୍‌ ମୁନ୍‌) ଆକାଶରେ ଚମକିବ। ଏ ନେଇ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ଏହାର...

କୂଳ ଲଙ୍ଘୁଛି ଡାହୁକା: ନଷ୍ଟ ହେଉଛି ଜାମୁ ଜଙ୍ଗଲ

ନୟାଗଡ଼ ଅଫିସ,୧୪।୧୧: ନୟାଗଡ଼ ସହରଠାରୁ ୫ କିଲୋମିଟର ଦୂର ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଯଦୁପୁର ଗ୍ରାମ ଡାହୁକା ନଦୀ କୂଳରେ ରହିଛି ବୃହତ୍ତ ଜାମୁ ଜଙ୍ଗଲ। ୮୦୦...

ଜଗଦ୍ଦେବଙ୍କ ପାଇଁ ଚିଲିକାର ମର୍ଯ୍ୟାଦା ହାନି ଘଟିଛି: ରଘୁନାଥ

ଖୋର୍ଦ୍ଧା ଅଫିସ,୧୭ା୧:ଚିଲିକା ନିର୍ବାଚନମଣ୍ଡଳୀରେ ବିଜେଡିର ଦୁଇ ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ନେଇ ରାଜନୀତି ଜୋର ଧରିଛି। ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମକର ସଂକ୍ରାନ୍ତିରେ ଅଟ୍ରି...

ମାସ୍କ ପିନ୍ଧି ନ ଥିଲେ ମନ୍ଦିର ମନା

ଅନୁଗୋଳ ଅଫିସ, ୧୪।୪ – ମହା ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ପାଇଁ ଅନୁଗୋଳ ଜିଲାବାସୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ରହିଛି। ଏହି ଓଡ଼ିଆ...

୨ ଗୃହରକ୍ଷୀଙ୍କ ନାଁରେ ଏସ୍‌ପିଙ୍କୁ ଅଭିଯୋଗ

ବ୍ରହ୍ମପୁର ଅଫିସ,୨୬।୬: ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ କାର୍ଯ୍ୟରତ ୨ ଗୃହରକ୍ଷୀଙ୍କ ଦାଦାଗିରି ନେଇ ଅଭିଯୋଗ ହୋଇଛି। ଉକ୍ତ ଗୃହରକ୍ଷୀ ଦ୍ୱୟ ଗତ ୧୬ ତାରିଖ ବିଳମ୍ବିତ ରାତିରେ...

ଦୋକାନରେ କାମ କରୁଛନ୍ତି ଶିଶୁଶ୍ରମିକ, ପ୍ରଶାସନିକ ଅଧିକାରୀଙ୍କ ଅଣଦେଖା

ଆନନ୍ଦପୁର,୧୩ା୬(ସ୍ବ.ପ୍ର.): ଆନନ୍ଦପୁର ଫକୀରମୋହନ ବଜାରରେ ଜଣେ ଶିଶୁଶ୍ରମିକ ପାଣି ବୋହୁଥିବାର ଦେଖିବାକୁ ମିଳିଛି। ଉକ୍ତ ନାବାଳକ ଜଣକ ନିୟମିତ ଭାବେ ପାଣି ବୋହିବା କାର୍ଯ୍ୟଠାରୁ ଆରମ୍ଭ...

ପୋଲିସ ସାଇରନ୍‌ ଶୁଣି ଦୌଡ଼ିବା ବେଳେ ତଳେ ପଡ଼ି ଜଣଙ୍କ ଜୀବନ ଗଲା

ବେଗୁନିଆପଡ଼ା,୧୨ା୪(ଡି.ଏନ୍‌.ଏ.): ବର୍ତ୍ତମାନ ପୋଲିସ ସାଇରନ ଲୋକଙ୍କ ମନରେ ଛନକା ସୃଷ୍ଟି କରିଛି। ଏହି ସାଇରନ୍‌ ଶୁଣି କନ୍ଧମାଳ ଜିଲା ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ଖଣ୍ଡିଆନଈ ପଞ୍ଚାୟତର...

Advertisement
Archives

Model This Week