ରାନୁଙ୍କ ଉପରେ ନିର୍ମାଣ ହେବ ବାୟୋପିକ୍‌, ଫେବୃୟାରୀରେ ପରଦାକୁ ଆସିବ

ମୁମ୍ବାଇ: ରେଳଷ୍ଟେଶନରେ ଗୀତ ଗାଇ ଗୁଜୁରାଣ ମେଣ୍ଟାଉଥିବା ରାନୁ ମଣ୍ଡଳରୁ ସୋସିଆଲ ମିଡିଆ ସେନ୍‌ସେଶନ। ରାତାରାତି ବଦଳିଯାଇଥିଲା ରାନୁ ଭାଗ୍ୟ। ଲତା ମଙ୍ଗେସକରଙ୍କ ଗୀତ ‘ଏକ ପ୍ୟାର୍‌ କା ନଗମା ହୈ’ ଗାଇବା ବେଳର ଏକ ଭିଡିଓ ଭାଇରାଲ ହେବା ପରେ ରାନୁଙ୍କ ଜୀବନର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ନିକଟରେ ସେ ହିମେଶ ରେଶମିୟାଙ୍କ ସହ ତାଙ୍କର ଏକ ଫିଲ୍ମରେ ଗୀତ ଗାଇଛନ୍ତି। ଉକ୍ତ ଗୀତଟି ମଧ୍ୟ ସମସ୍ତଙ୍କୁ ବେଶ ପସନ୍ଦ ଆସୁଛି। ତେବେ ଏବେ ରାନୁଙ୍କ ଜୀବନକାହାଣୀକୁ ନେଇ ଏକ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି। ନିର୍ମାତା ହୃଷିକେଶ ମଣ୍ଡଳ ଫିଲ୍ମକୁ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି। ଏହାର ନାମ ରହିଛି ‘ ପ୍ଲାର୍ଟଫର୍ମ ସିଙ୍ଗର ରାନୁ ମଣ୍ଡଳ’। ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଅଭିନେତ୍ରୀ ସୁଦିପ୍ତା ଚକ୍ରବର୍ତ୍ତୀକୁ ଫିଲ୍ମପାଇଁ ଆପ୍ରୋଚ୍‌ କରାଯାଇଛି। ସେ ଯଦି ହଁ କୁହନ୍ତି ତେବେ ରାନୁଙ୍କ ଭୂମିକାରେ ତାଙ୍କୁ ଦେଖିବାକୁ ମିଳିବ। ଏପରିକି ରାନୁ ମଧ୍ୟ ଫିଲ୍ମରେ ଅତିଥି କଳାକାର ଭାବେ ଦେଖାଯାଇପାରନ୍ତି।

ଲୋକମାନେ ରାନୁଙ୍କ ବିଷୟରେ ଜାଣିବାକୁ ଚାହାନ୍ତି। ସୋସିଆଲ ମିଡିଆ ଯୋଗୁ ସେ ଆଜି ଷ୍ଟାର। ଫିଲ୍ମରେ ସୋସିଆଲ ମିଡିଆର ଶକ୍ତି କେତେ ତାହା ଦେଖିବାକୁ ମିଳିବ ବୋଲି ନିର୍ଦ୍ଦେଶକ ହୃଷିକେଶ କହିଛନ୍ତି।

ଚଳଚ୍ଚିତ୍ରରେ ରାନୁଙ୍କ ପିଲାଦିନଠାରୁ ଆରମ୍ଭ କରି ବଲିଉଡ୍‌ରେ ଗୀତ ଗାଇବା ପର୍ଯ୍ୟନ୍ତ ଯାତ୍ରାକୁ ଦେଖାଯିବ। କୋଲକାତା ସହ ବମ୍ବେରେ ମଧ୍ୟ ଫିଲ୍ମର ଶୁଟିଂ କରାଯିବ। ତେବେ ଏହାର ପ୍ରଯୋଜନା ଭାର ସମ୍ଭାଳିବେ ଶୁଭୋଜିତ ମଣ୍ଡଳ। ଫିଲ୍ମଟି ଆସନ୍ତା ବର୍ଷ ଫେବୃୟାରୀରେ ରିଲିଜ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ନିଜଠୁ ୪ ବର୍ଷ ବଡ଼ ଏହି ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ମହେଶ ବାବୁ, ପରିବାରରେ ପ୍ରଥମେ ଜଣାଇଥିଲେ ….

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ମହେଶ ବାବୁ ନିଜର ଦୃଢ଼ ଅଭିନୟ ଏବଂ ସୁନ୍ଦର ଚେହେରା ସହିତ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଚଳିତ ବର୍ଷ ମହେଶ...

ସଲମାନ୍‌ଙ୍କ ଅଫରକୁ ନାଁ କରିଥିବା ଶ୍ରଦ୍ଧା ଅମିତାଭଙ୍କ ସହ କରିଥିଲେ ଡେବ୍ୟୁ

ବର୍ତ୍ତମାନ ସମୟରେ ବଲିଉଡ୍‌ର ଜଣେ ଆଗଧାଡିର ଅଭିନେତ୍ରୀ ହେଉଛନ୍ତି ଶ୍ରଦ୍ଧା କପୁର। ‘ହାଇଦର’, ‘ଆଶିକି-୨’, ‘ସ୍ତ୍ରୀ’ ପରି ସଫଳ ଫିଲ୍ମରେ ସୁନ୍ଦର ଅଭିନୟ ପାଇଁ ସେ...

କର୍ମକ୍ଷେତ୍ରକୁ ଫେରିଲେ କାଜଲ

ମୁମ୍ବାଇ: ସାଉଥ୍‌ ଅଭିନେତ୍ରୀ କାଜଲ ଅଗ୍ରୱାଲ ତାଙ୍କ ମ୍ୟାଟରନିଟି ବ୍ରେକ୍‌ ପରେ ଏବେ ପୁଣିଥରେ କର୍ମକ୍ଷେତ୍ରକୁ ଫେରିଛନ୍ତି। କାଜଲ ୨୦୨୦ ଅକ୍ଟୋବର ୩୦ରେ ଗୌତମ କିଟ୍‌ଚୁଙ୍କୁ...

ଦୁର୍ଘଟଣାରେ ଓଲିଉଡ୍‌ର ଯୁବ ଅଭିନେତା ନିଶି କରଙ୍କ ପରଲୋକ

ଭୁବନେଶ୍ୱର: ଓଲିଉଡ୍‌ର ଯୁବ ଅଭିନେତା ତଥା ନିର୍ଦ୍ଦେଶକ ନିଶିରଞ୍ଜନ କରଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ତାଙ୍କୁ ୩୮ବର୍ଷ ବୟସ ହୋଇଥିଲା।...

ବଲିଉଡର ପ୍ରଥମ ଅଭିନେତ୍ରୀ ଯାହାଙ୍କୁ ଦିଆଯାଇଛି ବିଶେଷ ସୁରକ୍ଷା : ମାସକୁ କେତେ ଖର୍ଚ୍ଚ ହୁଏ ଜାଣନ୍ତୁ

ବଲିଉଡ୍‌ ତାରକାମାନଙ୍କ ସୁରକ୍ଷା ପାଇଁ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବା କିମ୍ବା ସର୍ବୋତ୍ତମ ଅଙ୍ଗରକ୍ଷୀ ନିଯୁକ୍ତି କରିବା ବଡ଼ କଥା ନୁହେଁ। ଏପରି...

‘ଇସ୍କ’କୁ ପୂରିଲା ୨୩ବର୍ଷ

ମୁମ୍ବାଇ: ବଲିଉଡ୍‌ ସୁପରହିଟ୍‌ ଫିଲ୍ମ ‘ଇସ୍କ’କୁ ୨୩ବର୍ଷ ପୂରିଛି। ନଭେମ୍ବର ୩୦ରେ ଏହି ଫିଲ୍ମକୁ ୨୩ ବର୍ଷ ପୂର୍ତ୍ତି ହୋଇଥିବାରୁ ବଲିଉଡ୍‌ର ପପୁଲାର ଅଭିନେତ୍ରୀ ଜୁହି...

ରଶ୍‌ ଫିଲ୍ମର କିସିଂ ସିନ୍‌ ସାଗରିକାଙ୍କୁ ରାତାରାତି କରିଥିଲା ଷ୍ଟାର…

ମୁମ୍ବାଇ,୮।୧: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ତଥା ଭାରତୀୟ କ୍ରିକେଟର ଜାହିର ଖାଁଙ୍କ ସ୍ତ୍ରୀ ସାଗରିକା ଘାଟଗେଙ୍କୁ ଶୁକ୍ରବାର ୩୪ ବର୍ଷ ପୂରଣ ହୋଇଛି। ସେ ୩୫...

ଘର ଛାତ ଉପରେ ବିବାହ କରିଥିଲେ ଏହି ଲୋକପ୍ରିୟ ଅଭିନେତା

ବଲିଉଡ ଅଭିନେତା ଅଜୟ ଦେବ୍‌ଗନ୍‌ ଓ ବଭିନେତ୍ରୀ ଭିନେତ୍ରୀ କାଜଲ ଇଣ୍ଡଷ୍ଟ୍ରିର ଲୋକପ୍ରିୟ କପଲଙ୍କ ମଧ୍ୟରେ ଅନ୍ୟତମ। ତେବେ ଉଭୟଙ୍କ ଯୋଡିକୁ ଦର୍ଶକ ଖୁବ୍‌ ପସନ୍ଦ...

Advertisement
Archives

Model This Week