Posted inଜାତୀୟ

ରାତି ୮ଟାରେ ଦେଶକୁ ସମ୍ବୋଧନ କରିବେ ମୋଦି

ନୂଆଦିଲ୍ଲୀ,୧୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍‌ କରି ଏହି ସୂଚନା ଦିଆଯାଇଛି। ଅନୁମାନ କରାଯାଉଛି କି ଏହି ସମୟରେ ମୋଦି ଲକ୍‌ଡାଉନ ଅବଧି ବୃଦ୍ଧି, ଲକ୍‌ଡାଉନ ସମୟର ସ୍ଥିତିକୁ ନେଇ କଥା ହୋଇପାରନ୍ତି। ଏହାସହ କୌଣସି ବଡ ଧରଣର ଆର୍ଥିକ ସହାୟତା ମଧ୍ୟ ଘୋଷଣା କରାଯାଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି। ଦେଶରେ କରୋନା, ଲକ୍‌ଡାଉନ ଆଦିକୁ ନେଇ ସୋମବାର ମୋଦି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହୋଇଥିବା ବେଳେ ମଙ୍ଗଳବାର ଦେଶବାସୀଙ୍କୁ ସମ୍ବୋଧନ କରିବା କାର୍ଯ୍ୟକ୍ରମ ରଖାଯାଇଛି। ମୁଖ୍ୟମନ୍ତ୍ରୀଙ୍କମାନଙ୍କ ସହ ଭିଡିଓ କନଫରେନ୍ସିଂରେ କଥା ହେବା ବେଳେ ମୋଦି କହିଥିଲେ ଏହି ସମୟରେ ଯଦି ସୋସିଆଲ ଡିଷ୍ଟାନସିଂକୁ ଗୁରୁତ୍ୱ ଦିଆ ନ ଯାଏ ତେବେ ଦେଶରେ କରୋନା ସ୍ଥିତି ସାଂଘାତିକ ହୋଇପାରେ। ତେବେ ଦେଶରେ କରୋନା ସଂକ୍ରମଣ ଏବେ ଦ୍ରୁତ ଗତିରେ ବୃଦ୍ଧି ପାଇ ୭୦ ହଜାର ଅତିକ୍ରମ କରିଥିବାରୁ ଲକ୍‌ଡାଉନ ଅବଧିକୁ ପୁଣି ବୃଦ୍ଧି କରାଯାଇପାରେ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଣେଶ ଚତୁର୍ଥୀରେ ମାଂସ ବିକ୍ରି,ପଶୁ ହତ୍ୟା ବାରଣ

ବେଙ୍ଗାଲୁରୁ,୨୯।୮: ଆସନ୍ତା ୩୧ରେ ଗଣେଶ ଚତୁର୍ଥୀ। ଏହାକୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁରେ ମାଂସ ବିକ୍ରି ଏବଂ ପଶୁ ହତ୍ୟା ବାରଣ କରାଯାଇଛି। ଏ ନେଇ ବୃହତ...

ରାହୁଲଙ୍କ ଇସ୍ତଫା ନାଟକ: ଅଗ୍ରାହ୍ୟ କଲା କଂଗ୍ରେସ ଓ୍ବାର୍କିଂ କମିଟି

ନୂଆଦିଲ୍ଲୀ,୨୫।୫: ଲୋକ ସଭା ନିର୍ବାଚନରେ କଂଗ୍ରେସର ବିଫଳତା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବେ ବୋଲି କୁହାଯାଉଥିଲା। ଶନିବାର କଂଗ୍ରେସ...

ଅର୍ଣ୍ଣବ ଗୋସ୍ବାମୀଙ୍କୁ ମିଳିଲା ଜାମିନ

ମୁମ୍ବାଇ,୧୧।୧୧-ରିପବ୍ଲିକ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଜାମିନ ମିଳିଛି। ବୁଧବାର ସୁପ୍ରିମକୋର୍ଟ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ଫଳରେ ଅର୍ଣ୍ଣବ ୮ ଦିନ...

ଜନାଦେଶକୁ ସ୍ବୀକାର କଲେ ରାହୁଲ

ନୂଆଦିଲ୍ଲୀ,୨।୫: ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ଜନାଦେଶକୁ ବିନମ୍ରତାର ସହ ଗ୍ରହଣ...

ଅନନ୍ତନାଗରେ ଆତଙ୍କବାଦୀଙ୍କ ଆକ୍ରମଣ: ଭାଜପା ନେତା ମୃତ

ନୂଆଦିଲ୍ଲୀ,୯ ।୮: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀମାନେ ଏକ ବଡ ଆକ୍ରମଣ କରିଛନ୍ତି । ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲାରେ ଆତଙ୍କବାଦୀମାନେ ଜଣେ ଭାରତୀୟ ଜନତା ପାର୍ଟି(ଭାଜପା)...

ନିଜ ଭାଷାର ଅଧିକ ବ୍ୟବହାର କଲେ ଦେଶ ହେବ ସମୃଦ୍ଧ: ଶାହା…

ନୂଆଦିଲ୍ଲୀ,୨୧।୨ : ଅନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମାତୃଭାଷା ସହିତ ଯୋଡିହେବା ଏବଂ ଏହାକୁ...

ଦାମ୍ପତ୍ୟ ସମ୍ପର୍କକୁ ପ୍ରଭାବିତ କରୁଛି ସ୍ମାର୍ଟ ଫୋନ୍‌

ନୂଆଦିଲ୍ଲୀ, ୧୩।୧୨:ଦୂରରେ ରହୁଥିବା ପ୍ରିୟଜନମାନଙ୍କୁ ଫୋନ୍‌ ନିକଟତର କରିପାରିଛି। ଏହା ସାହାଯ୍ୟରେ ଲୋକେ ନିଜ ସମ୍ପର୍କୀୟଙ୍କ ସହିତ କଥା ହେବା ସାଙ୍ଗକୁ ଭିଡିଓ କଲ୍‌ ଯୋଗେ...

ମୋଦି କ୍ୟାବିନେଟରେ ସାମିଲ ହୋଇପାରନ୍ତି କାମାଥ, ଦାସଗୁପ୍ତା

ନୂଆଦିଲ୍ଲୀ,୧୭ା୧(ଆଇଏଏନ୍‌ଏସ୍‌)- ବ୍ରିକ୍ସ ବ୍ୟାଙ୍କ ଅଧ୍ୟକ୍ଷ କେ.ଭି. କାମାଥ ଏବଂ ଭାଜପାର ରାଜ୍ୟ ସଭା ସଦସ୍ୟ ସ୍ବପନ ଦାସଗୁପ୍ତାଙ୍କୁ ଖୁବ୍‌ଶୀଘ୍ର କେନ୍ଦ୍ର କ୍ୟାବିନେଟରେ ସାମିଲ କରାଯାଇପାରେ। ଏହି...

Advertisement
Archives

Model This Week